• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Orphan girl
ସାବାସ୍‌ ପ୍ରଶାସନ ! ସୁଧାର ଗୃହରେ ପାଳିଥିଲେ, ଏବେ କନ୍ୟାଦାନ କଲେ...

ଧୁମଧାମ୍‌ରେ ହୋଇଥିଲା ବାହାଘର....ବରଯାତ୍ରୀରେ ସାମିଲ ଥିଲେ...।

  • Friday, 14 July 2023
Students demand
ଡ୍ରେସ୍‌ ପଛରେ ଦେବ । ଆଗେ ଭିତ୍ତିଭୂମି ଦିଅ । ଏ ସ୍କୁଲରେ କିଛି ନାହିଁ ।

ଏମିତି ସ୍ଥିତିରେ ପିଲାଏ କହୁଛନ୍ତି ଡ୍ରେସ୍‌ ଦରକାର ନାହିଁ, ଭିତ୍ତିଭୂମି ଦିଅ ।

  • Friday, 14 July 2023
Bhubaneswar Municipal Corporation
ଘର ମାଲିକ ସାବଧାନ ! ରହିବା ଘରେ ବ୍ୟବସାୟ କରୁଥିଲେ ଗଣିବେ ତଣ୍ଡ

ରାଜଧାନୀର ଘର ମାଲିକ ସାବଧାନ୍ ! ବାସସ୍ଥାନ ଉଦ୍ଦେଶ୍ୟରେ ଘର କରି ତାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କଲେ ଘର ମାଲିକ ଗଣିବେ ତଣ୍ଡ । ସହରିଆଙ୍କୁ ତାଗିଦ୍ କରିବା ପାଇଁ ବିଏମସି ଏଭଳି ଆଭିମୁଖ୍ୟ ଗ୍ରହଣ କରିଛି। ହୋଲଡିଂ ଟିକସ ଏବଂ ଟ୍ରେଡ ଲାଇସେନ୍ସ ସମୟ ଅନୁସାରେ ପୈଠ କରିବା ପାଇଁ କମିଶନରଙ୍କ ପକ୍ଷରୁ ସ୍ମାର୍ଟ ସିଟି ବାସିନ୍ଦାଙ୍କୁ ଅନୁରୋଧ କରାଯାଇଛି । ବାସ ଉଦ୍ଦେଶ୍ୟରେ ଘର କରି ବହୁ ଲୋକ ସେଠାରେ ବ୍ୟବସାୟ କରୁଥିବା ନଜିର ରହିଛି। ତେବେ ଏଭଳି କଡ଼ା ନିୟମ ପରେ ସେମାନେ କ’ଣ କରୁଛନ୍ତି ଦେଖିବାକୁ ବାକି ରହିଲା।

  • Thursday, 13 July 2023
Anubhav-Varsha marital discord
ସାଂସଦ ଅନୁଭବ-ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲା; ଅକ୍ଟୋବର ୩୧ ସୁଦ୍ଧା ପୂର୍ଣ୍ଣଚ୍ଛେଦ !

ଖୁବ୍‌ଶୀଘ୍ର ଆଲଗା ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରୀୟଦର୍ଶିନୀ । ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଜୁଲାଇ ୩୧ରେ ବର୍ଷାଙ୍କ ଚୂଡ଼ାନ୍ତ ସାକ୍ଷ୍ୟ ଗ୍ରହଣ ଲାଗି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସାକ୍ଷ୍ୟ ଗ୍ରହଣର ୩ ମାସ ମଧ୍ୟରେ ମାମଲାରେ ପୂର୍ଣ୍ଣଚ୍ଛେଦ ଲାଗି ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ରହିଛି ।

  • Thursday, 13 July 2023
Press Council Of India
ସାମ୍ବାଦିକଙ୍କୁ କ୍ୱାର୍ଟର୍ସ ମିଳିବା ପ୍ରସଙ୍ଗରେ ରାଜ୍ୟର ୭୫ ସାମ୍ବାଦିକଙ୍କୁ PCIର ନୋଟିସ୍

ଆବେଦନକାରୀଙ୍କ ପିଟିସନ୍ ଅନୁଯାୟୀ, ରାଜ୍ୟରେ ସାମ୍ବାଦିକଙ୍କୁ କ୍ବାର୍ଟର୍ସ ମିଳିବା ନେଇ କୌଣସି ସ୍ପଷ୍ଟ ନୀତି ବି ନାହିଁ। 30ରୁ 40 ବର୍ଷ ଧରି ବହୁ ସାମ୍ବାଦିକ ନାମମାତ୍ର ମାସିକ ଭଡ଼ା ଦେଇ କ୍ୱାର୍ଟର୍ସ ମାଡ଼ି ବସିଥିଲା ବେଳେ ଇଲେକଟ୍ରୋନିକ ଓ ମହିଳା ସାମ୍ବାଦିକ ଏଥିରୁ ବଞ୍ଚିତ ହେଉଛନ୍ତି।

  • Thursday, 13 July 2023
Garbage Dump
ଶ୍ରୀକ୍ଷେତ୍ରରେ ଅଳିଆ ପାହାଡ଼; ଜମି ରହିଛି ୫୦ ଫୁଟର ଆବର୍ଜନା

ପୁରୀ ବଳିଆ ପଣ୍ଡାରେ ଅଳିଆ ପାହାଡ । ପ୍ରାୟ ୮ ଏକର ଜମିରେ ଗଦା ହୋଇଛି ଆବର୍ଜନା । ବର୍ଷ ବର୍ଷ ଧରି ସହରର ଅଳିଆ ଆବର୍ଜନା ଏଠାରେ ପକାଯାଉଛି । ଆଉ ଏହା ଜମି ଜମି ଏକ ପାହାଡର ରୂପ ନେଇଛି । ଏଥିରୁ ବାହାରୁ ଥିବା ପ୍ରବଳ ଗନ୍ଧ ସହ ଧୂଆଁ ଯୋଗୁଁ ପ୍ରଭାବିତ ହେଉଛନ୍ତି ଆଖପାଖ ଅଞ୍ଚଳରେ ରହୁଥିବା ଲୋକେ । ଅନେକ ଆର୍ବଜନା ଧୂଆଁ ଯୋଗୁଁ ଅସୁସ୍ଥ ମଧ୍ୟ ହୋଇଥିବାର ସୂଚନା ରହିଛି ।

  • Thursday, 13 July 2023
BJD MLA Soumya Patnaik
ପୁଣି କଟାକ୍ଷ କଲେ ସୌମ୍ୟ; ନେତା ତିଆରି କାରଖାନାକୁ କାହିଁକି ବନ୍ଦ କରିଛନ୍ତି ସରକାର ?

ନେତା ତିଆରି କାରଖାନାକୁ କାହିଁକି ବନ୍ଦ କରିଛନ୍ତି ସରକାର । ଛାତ୍ର ସଂସଦ ନିର୍ବାଚନ କରାନଯିବା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ । ବିରୋଧୀ ABVP ଓ ଛାତ୍ର କଂଗ୍ରେସ ସହ ସ୍ୱର ମିଳାଇଲେ । କେବଳ ରାଜନେତା ନୁହନ୍ତି କୁଳପତିଙ୍କ ଠାରୁ ଆରମ୍ଭ କରି ଶିକ୍ଷାବିତମାନେ ବି ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ମତ ବାଢ଼ିଲେଣି । ବିଜେଡି କହିଛି କ୍ୟାମ୍ପସରେ ଅନୁକୂଳ ବାତାବରଣ ଆସିଲେ ଛାତ୍ର ସଂସଦ ନିର୍ବାଚନ କରିବେ ସରକାର ।

  • Thursday, 13 July 2023
5T secy VK Pandian
ରାଜ୍ୟରେ ଗ୍ରିଭାନ୍ସର ନୂଆ ଷ୍ଟାଇଲ୍ ନିଷ୍ପତ୍ତିକୁ ନେଇ ତେଜିଲା ବିବାଦ

ଅଭିଯୋଗ ଶୁଣାଣିର ନୂଆ ଷ୍ଟାଇଲକୁ ନେଇ ବିବାଦ । ଜିଲ୍ଲା ଓ ରାଜ୍ୟସ୍ତରରେ ଅଭିଯୋଗ ଶୁଣାଣି କ୍ଷମତାକୁ ସଙ୍କୁଚିତ କରାଯାଉଛି କି ? ଗୌଣ ହୋଇଯାଉନି ତ ବ୍ଲକ, ଜିଲ୍ଲା ଓ ରାଜ୍ୟ ପ୍ରଶାସନ ? ଅଭିଯୋଗ ଶୁଣାଣିର ନୂଆ ବ୍ୟବସ୍ଥାକୁ ବିଜେପି ଓ କଂଗ୍ରେସର ବିରୋଧ । ଫାଇଭ ଟି ସଚିବଙ୍କ ପଲିଟିକାଲ୍ ଷ୍ଟାଇଲ ଜିଲ୍ଲା ଗସ୍ତକୁ ଜନ ଅଭିଯୋଗ ଶୁଣାଣିର ଜାମା ପିନ୍ଧା ଯିବା ପରେ ତେଜିଲା ରାଜନୀତି ।

  • Thursday, 13 July 2023
Delhi floods
ଯମୁନା ବନ୍ୟାରେ ଉବୁଟୁବୁ ନୂଆଦିଲ୍ଲୀ; ଘରଠୁ ସଚିବାଳୟ ଯାଏଁ ସବୁଠି ପାଣି

ଗୋଟିଏ କି ଦୁଇଟି ନୁହେଁ ବସ୍, ଟ୍ରକ, କାର୍ ସବୁ ଏବେ ପାଣି ଘେରରେ । କାଶ୍ମୀର ଗେଟରୁ ଆଇଟିଓକୁ ଯାଉଥିବା ବେଳେ ହଠାତ୍ ଫ୍ଲାଏଓଭର ତଳ ରାସ୍ତାରେ ପାଣି ଜମିବାରୁ ଏଭଳି ସ୍ଥିତି ଉପୁଜିଛି । କୌଣସି ବାଟ ନପାଇ ଶେଷରେ ନିଜ ନିଜ ଗାଡ଼ିକୁ ଏଠି ଥୋଇ ଲୋକେ ଆଶ୍ରୟ ନେଇଛନ୍ତି ।

  • Thursday, 13 July 2023
Chandrayaan-3
ଜହ୍ନ ଯିବ ଚନ୍ଦ୍ରାୟାନ

ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍...ଜୁଲାଇ ୧୪ ଦିନ ୨ଟା ୩୫ରେ ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ ଚନ୍ଦ୍ରାୟାନ-୩

  • Thursday, 13 July 2023
Odisha Politics, BJD - BJP
୨୪ ଭୋଟ୍ ପାଇଁ BJPର କମରକଷା, କର୍ମୀଙ୍କ କାନରେ ବିଜୟ ମନ୍ତ୍ର ଫୁଙ୍କିଲେ ବଂଶଲ

ଭୋଟ୍ ହାତେଇବା ପାଇଁ ବୁଥ୍‌କୁ ଫୋକସ୍ । ବିଜେପି-ବିଜେଡି ଲଢେଇ ପାଇଁ ଗ୍ରାଉଣ୍ଡ ୱାର୍କ । ତୃଣମୂଳ ସ୍ତରରେ ବ୍ଲୁ-ପ୍ରିଣ୍ଟକୁ କାର୍ଯ୍ୟକାରୀ କରିବାକୁ ଦିଆଯାଉଛି ଟାସ୍କ । ବଂଶଲଙ୍କ ଷ୍ଟ୍ରାଟେଜି ବାନାମ୍ ନବୀନଙ୍କ ରଣନୀତି ।

  • Thursday, 13 July 2023
କୃଷ୍ଣସାରଙ୍କ ଅଭୟାରଣ୍ୟ
କୃଷ୍ଣସାରଙ୍କ ଅଭୟାରଣ୍ୟ

ନା ଅଛି ହିଂସ୍ର ଜନ୍ତୁଙ୍କର ଡର ନା ଶିକାରୀଙ୍କ ଭୟ । ମଣିଷଙ୍କ ସ୍ନେହ ଶ୍ରଦ୍ଧା ଓ ସୁରକ୍ଷାରେ ବିଚରଣ କରୁଛନ୍ତି ବିରଳ କୃଷ୍ଣସାର ମୃଗ ଓ ହରିଣ । ଗ୍ରାମବାସୀଙ୍କ ପାଇଁ ଏମାନେ ଅମୂଲ୍ୟ ସମ୍ପଦ

  • Thursday, 13 July 2023
News Fuse
ଆଲୋ ଇଏ କଣ? ବିଧାୟକଙ୍କୁ କାହିଁକି ଏମିତି ଟଣାଭିଡ଼ା କରୁଛ?

ମୋ ବୋଉଲୋ..ପଳେଇ ଚାଲରେ ନାରଣ । ଏମାନେ ମାରିଦେବେ..ଦେଖୁନ, କେମିତି ବିଧାୟକଙ୍କୁ ଅସ୍ତବ୍ୟସ୍ତ କରିଦେଲେଣି

  • Thursday, 13 July 2023
New school uniform
ସ୍କୁଲରେ ବି ରାଜନୀତି : ସରକାରୀ ଟଙ୍କାରେ ବି ବିଜେଡି ରଙ୍ଗ

ସ୍କୁଲ ଡ୍ରେସ୍‌ରେ ସବୁଜ ଛିଟା..ଖପ୍ପା ହେଲେ ବିରୋଧୀ । ପିଲାଙ୍କ ୟୁନିଫର୍ମକୁ ସବୁଜିଆ କରି କ୍ୟାମ୍ପସ୍‌ରେ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ସରକାର?

  • Thursday, 13 July 2023
Banyan tree
ବିରାଟ ବରଗଛ : ଲୋକଙ୍କ ଜୀବନ ବଞ୍ଚାଉଛି, ଆଶ୍ରା ବି ଦେଉଛି

ଶହଶହ ବର୍ଷର ପୁରୁଣା ଗଛ । ୧୯୭୧ ହେଉ କି ୯୯ ହେଉ..ସବୁବେଳେ ଲୋକଙ୍କର ବଞ୍ଚାଉଛି ଜୀବନ । ଗଛକୁ ସୁରକ୍ଷା ଦେବା ଲାଗି ସ୍ଥାନୀୟଲୋକଙ୍କର ଦାବି

  • Thursday, 13 July 2023
Volleyball player
ବାପାଙ୍କଠାରୁ ମାଡ ଖାଇଲେ, ମାଆ ତାଗିଦ୍‌ କଲେ..କିନ୍ତୁ ଖେଳ ଛାଡିନଥିଲେ

ସ୍କୁଲ ଯାଉଥିଲେ କିନ୍ତୁ ଖେଳରେ ବିଶେଷ ରୁଚି ଥିଲା..ପଡିଆରୁ ବାପାଙ୍କଠାରୁ ମାଡ ଖାଉଥିଲେ, ରାତିରାତି ମାଆ ଘରେ ବସି ବୁଝାଉଥିଲେ । ଖେଳ ପ୍ରତି ଥିବା ଭଲପାଇବା କେବେ କମିନଥିଲା । ଆଜି ଖେଳ ପାଇଁ ପୂରା ଦେଶରେ ତାଙ୍କୁ ନେଇ ବଢିଲାଣି ଚର୍ଚ୍ଚା

  • Thursday, 13 July 2023
dead fish
ଏକା ସାଙ୍ଗରେ ନଈରେ ଏତେ ମାଛ ମଲେ କେମିତି?

ଥିଲେ ଥିଲେ ଏକା ସାଙ୍ଗରେ ବାହୁଦା ନଈରେ ମାଛ ମଲେ କେମିତି? କିଏ ଔଷଧ ପକାଇ ମାରିଦେଲା ନା ଆଉ ଅନ୍ୟକାରଣ ରହିଛି? ଜାଣନ୍ତୁ କଣ ଥିଲା ପୂରା ଘଟଣା

  • Thursday, 13 July 2023
Prabhas Movie
ରାମ ପରେ ବିଷ୍ଣୁ!

ଆଦିପୁରୁଷରେ ଏଅବସ୍ଥା ପରେ ପୁଣି ରିସ୍କ ନେଲେ ପ୍ରଭାସ । ଏବେ ଫସିବେ ନା ହିଟ୍ ହେବ ଫିଲ୍ମ?

  • Thursday, 13 July 2023
Lack Of Infrastructure In Schools
ପିଲାଙ୍କର କିଛି ହେଲେ ଦାୟୀ ହେବ କିଏ?

ଏ ସରକାରକୁ ଲଜ୍ଜା ନାହିଁ । ମନ୍ଦିର ପିଣ୍ଡାରେ..ଭଙ୍ଗା କ୍ଲବ୍‌ ଘରେ ପିଲାଏ ପଢୁଛନ୍ତି ପାଠ । ବାରମ୍ବାର ଦାବି ପରେ ବି କେହି ଶୁଣୁନାହାନ୍ତି ୟାଙ୍କ ଦୁଃଖ

  • Thursday, 13 July 2023
Well Construction
ପାନୀୟ ପ୍ରକଳ୍ପ ହୋଇଥିଲା, ଏବେ ଭୟଭୀତ ଲୋକ

ଘର ଘରକୁ ପାନୀୟଜଳ ଯୋଗାଇ ଦେବାକୁ ପ୍ରଶାସନ ତିଆରି କଲା ପାଣି ଟାଙ୍କି । ହେଲେ ଏବେ ସେହି ପାଣି ଟାଙ୍କି ହିଁ ଲୋକଙ୍କ ଜୀବନକୁ ବିପଦରେ ପକାଇ ଦେଇଛି । ଯଦି କେତେବେଳେ ନଈ ବନ୍ଧ ଭାଙ୍ଗେ ତେବେ..

  • Thursday, 13 July 2023
Odisha-Andhra Border Dispute
ସୀମା ଭିତରେ ନପଶିବାକୁ ଆନ୍ଧ୍ରକୁ ତାଗିଦ

ଆନ୍ଧ୍ର ଅଧିକାରୀ ସୀମାନ୍ତ ଗାଁ ଗୁଡ଼ିକରେ ଜମିପଟ୍ଟା ବଣ୍ଟନ ସହ ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନ କରୁଥିବା ଅଭିଯୋଗ ଉଠିଛି।   

  • Wednesday, 12 July 2023
Rain-battered north India
ଉତ୍ତର ଭାରତରେ ବର୍ଷା ଓ ବନ୍ୟା ବିତ୍ପାତ ପରେ ସାମ୍ନାକୁ ଆସୁଛି ଦୁର୍ଦ୍ଦଶାର ପୁଳା ପୁଳା ଚିତ୍ର

ବର୍ଷା ଓ ବନ୍ୟା ଯୋଗୁଁ ଉତ୍ତରାଖଣ୍ଡରେ ବି ସଙ୍ଗୀନ ହୋଇଛି ସ୍ଥିତି।

  • Wednesday, 12 July 2023
Bahanaga Train Tragedy
ରୋକାଯାଇ ପାରିଥାନ୍ତା ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବାହାନଗା ଦୁର୍ଘଟଣାକୁ

୭ ଜଣ କର୍ମଚାରୀଙ୍କୁ ଚାକିରିରୁ କରାଯାଇଛି ସସପେଣ୍ଡ।

  • Wednesday, 12 July 2023
rain deficit
ଧାରା ଶ୍ରାବଣରେ ମୁଣ୍ଡରେ ହାତ ଦେଇ ବସିଛି ଚଷାପୁଅ, ମାଟି ଫାଟି ଆଁ

ଏମିତି ସ୍ଥିତିରେ ସ୍ୱଳ୍ପମିଆଦୀ ଧାନ ଚାଷ ଲାଗି ପରାମର୍ଶ ଦେଲେଣି କୃଷି ବିଶେଷଜ୍ଞ। ହେଲେ ସରକାର କହୁଛନ୍ତି, ଏବେ ବି ମରୁଡ଼ି ସ୍ଥିତି ଆସିନି। ଉପଯୁକ୍ତ ସମୟରେ ପଦକ୍ଷେପ ନେବେ ସରକାର।…

  • Wednesday, 12 July 2023
VK Pandian
​​​​​​​5T ସଚିବଙ୍କ ଗସ୍ତ ନେଇ ବଢୁଛି ସରକାରଙ୍କ ଅଡୁଆ । ଗୋ-ବ୍ୟାକ୍ ନାରା ପରେ ଟେନ୍‌ସନ୍‌ରେ ପାଣ୍ଡିଆନ

କେବଳ ବିରୋଧ ହେଉନି ଏବେ ସଚିବଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବି ସିଧାସଳଖ ନିଶାନା କରାଯାଉଛି। ଏହାକୁ ନେଇ ସରକାର ଅଡୁଆରେ ପଡ଼ିବା ପରେ ବଦଳିଛି ଆଭିମୁଖ୍ୟ।

  • Wednesday, 12 July 2023