ଆଷାଢ ଯାଇ ଶ୍ରାବଣ ହେଲାଣି..ବର୍ଷାର ଦେଖା ନାହିଁ । ପ୍ରତିବର୍ଷ ଏ ସମୟରେ ରୁଆ ସରେ..ହେଲେ ଏଥର ବର୍ଷା ନଥିବାରୁ ହିଡ ମୁଣ୍ଡରେ କାନ୍ଦୁଛି ଚାଷୀ
ଏ ଦୋସ୍ତି ହମ୍ ନେହିଁ ଛୋଡେଙ୍ଗେ । ସାଥ୍ ସାଥ୍ ଜିଏଁଙ୍ଗେ..ଅଧ ରାତିରେ ସାଇକେଲ୍ ଚଳାଇ ଖାଇବା ଡେଲିଭରି କରୁଛନ୍ତି ସ୍ୱାମୀ । ପିଲାକୁ କାଖେଇ କାଖେଇ ରାସ୍ତାରେ ଯାଉଛନ୍ତି ସ୍ୱାମୀ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ବାହାନଗା ଦୁର୍ଘଟଣାକୁ ମାସେ ପୂରିଲାଣି । ସ୍ୱାମୀକୁ ହସ୍ତାନ୍ତର କରାଯାଉନି ସ୍ତ୍ରୀର ମୃତଦେହ । ଏମ୍ସ ଯାଇ ପୁଅ ଡିଏନଏ ଟେଷ୍ଟ ବି କରିକି ଆସିଲାଣି । ହେଲେ ଆଜିକାଲି କହୁଛନ୍ତି..ଶବ ପରିବାରକୁ ଦେଉନାହାନ୍ତି । ସ୍ଥିତି ଏମିତି ହେଲାଣି କାନ୍ଦି କାନ୍ଦି ଏବେ ଦିନ କାଟୁଛନ୍ତି ପୂରା ପରିବାର ଲୋକ
ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବି ଖାତିର ନାହିଁ । ତୁରନ୍ତ ଆବାସ ଘର ଦେବାକୁ ନିର୍ଦ୍ଦେଶ ଥିବା ପରେ ବି ଏଯାଏଁ ମିଳିଲାନି ଘର । ପ୍ରଶାସନ ପାଖକୁ ଦୌଡି ଦୌଡି ହତାଶ୍...ଘର ମିଳିବ ତ?
ଆଦର୍ଶ ସ୍କୁଲର ଭୟଙ୍କର ବ୍ୟବସ୍ଥା । ବର୍ଷେ ହେଲାଣି ଘର ତିଆରି ହେଉଛି ଯେ ସରିବାର ନା ଧରୁନି । ୧୨ ଦୁଆର ସୁଣ୍ଢି ପିଣ୍ଡା ପରି ଏ ସ୍କୁଲରେ ପଢୁଛନ୍ତି ସେ ସ୍କୁଲରେ ପରୀକ୍ଷା ଦେଉଛନ୍ତି ପିଲା । ଯାହାକୁ ନେଇ ତେଜୁଛି ଅସନ୍ତୋଷ
ଇଚ୍ଛା ଥିଲା ବୋଲି..ଷଡେଇ ଖୋଳକୁ ଏକାଠି କରି ତିଆରି କରିଦେଲେ ଡାକୋଟା । କହୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ..ଉପହାର ଦେବେ
ଆଜି ଶ୍ରାବଣରୁ ପ୍ରଥମ ସୋମବାର । ଶୈବ ପୀଠରେ ଲାଗିଲାଣି ଭକ୍ତଙ୍କ ଭିଡ଼..କାଉଡିଆଙ୍କ ଲାଗି ଖୋଦ୍ କଲେକ୍ଟର ତିଆରି କଲେ ରୁଟି । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ଓଡ଼ିଶା ମାଟିର ପ୍ରଥମ ଘରୋଇ ସାଟେଲାଇଟ୍ ନ୍ୟୁଜ୍ ଚ୍ୟାନେଲ ଭାବରେ, ସବୁବେଳେ ନୂଆ ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା କରିଥିବା ଓଟିଭି, ଏବେ ଟେଲିଭିଜନ ବ୍ରଡକାଷ୍ଟିଂର ଆଉଏକ ପାହାଚରେ ପାଦ ଥାପିଛି। ଓଡ଼ିଆ ଟେଲିଭିଜନ ସାମ୍ବାଦିକତାକୁ ‘ଓଟିଭି’ ଭେଟିଦେଇଛି, ପ୍ରଥମ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ନ୍ୟୁଜ୍ ଆଙ୍କର। ଟେଲିଭିଜନ ଦୁନିଆରେ ଏହା ‘ଲିସା’ ନାଁରେ ପରିଚିତ ହେବ।
ଜମ୍ମୁ କାଶ୍ମୀର, ଉତ୍ତରାଞ୍ଚଳ, ହିମାଚଳପ୍ରଦେଶ ଭଳି ରାଜ୍ୟରେ ଜଳପ୍ରଳୟ ଦେଖାଦେଇଛି। ଲଗାଣ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ଅନେକ ସ୍ଥାନରେ ରାସ୍ତାଘାଟ ବନ୍ଦ ହୋଇ ଯାତାୟତ ଠପ୍ ହୋଇଯାଇଛି। କିଛି ନଦୀରେ ଜଳସ୍ତର ବୃଦ୍ଧି ହୋଇ ସୃଷ୍ଟି କରିଛି ବନ୍ୟା ସ୍ଥିତି
ପାଦେ ଚାଲି ଦଶ ପାଦ ଝୁଣ୍ଟୁଛି ଓଡ଼ିଆ ବିଶ୍ବବିଦ୍ୟାଳୟ। ନା ସରୁଛି କ୍ୟାମ୍ପସ କାମ ନା ଆରମ୍ଭ ହେଉଛି ଆଡମିଶନ୍। ଓଡ଼ିଆ ଭାଷା ବିଶ୍ବବିଦ୍ୟାଳୟ ଉଦଘାଟନରେ ବିଳମ୍ବତାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଭାଷାବିତ୍।
ପନିପରିବା ଦର ବୃଦ୍ଧିର ପ୍ରଭାବ କେବଳ ହାଣ୍ଡି ଶାଳ ଉପରେ ପଡିନି ବରଂ ଉଚ୍ଚା ଦର ଯୋଗୁଁ ପ୍ରଭାବିତ ହୋଇଛି ରାଜ୍ୟ ସରକାରଙ୍କ ଆହାର କେନ୍ଦ୍ର। ବିଭିନ୍ନ ସ୍ଥାନରେ ଖୋଲିଥିବା ଆହାର କେନ୍ଦ୍ରରେ ଭାତ ସାଙ୍ଗକୁ ମିଳୁଥିବା ଡାଲମାରେ ଆଉ ପନିପରିବାର ଦେଖା ମିଳୁନି। ଆହାର କେନ୍ଦ୍ର ପରିଚାଳନା କରୁଥିବା SHG ବି ଚିନ୍ତାରେ ପଡ଼ିଛନ୍ତି
କେଉଁ କାରଣରୁ ଘଟିଲା ବାହାନଗା ଟ୍ରେନ ଟ୍ରାଜେଡି? ଅଭିଯୁକ୍ତଙ୍କଠାରୁ ସତ ଓଗାଳିବାକୁ ତନାଘନା ଚଳାଇଛି CBI। ଏପଟେ ବିଶେଷଜ୍ଞଙ୍କ କହିବା କଥା, ଅଭିଯୁକ୍ତ ଜାଣିଶୁଣି ଘଟଣା ଘଟାଇଥିଲେ ଲାଗିପାରେ ହତ୍ୟା ଓ ସମ୍ପତ୍ତି ନଷ୍ଟ ଭଳି ସଙ୍ଗୀନ ଦଫା। ଏହାରି ଭିତରେ ବାହାନଗା ଷ୍ଟେସନ ମାଷ୍ଟରଙ୍କୁ ହାଜର ହେବାକୁ ସମନ କରିଛି CBI
ମୌସୁମୀ ଋତୁରେ ବର୍ଷା ଉଭାନ, ସବୁଠି ମରୁଡ଼ି ଆସନ୍ନ। ରାଜ୍ୟର ଅଧିକାଂଶ ଜିଲ୍ଲାରେ ନିଅଣ୍ଟିଆ ବର୍ଷା କାରଣରୁ ଖରିଫ ଧାନ ଚାଷ ଏବର୍ଷ ମାଡ଼ ଖାଇବା ଆଶଙ୍କା। ପାଣିପାଗ ବିଭାଗ କହୁଛି- ୧୬ ଜିଲ୍ଲା ନିଅଣ୍ଟିଆ ବର୍ଷାର ସମ୍ମୁଖୀନ ହୋଇଛି। ଏଣେ ଚାଷୀ କହିଲେଣି- ତଳି ଜଳିଯାଉଛି ୨ରୁ ୩ଦିନ ଭିତରେ ବର୍ଷା ନହେଲେ ଗଜା ମରୁଡ଼ି ବି ନିଶ୍ଚିତ। ଆସନ୍ନ ମରୁଡ଼ି ଜଳ ଜଳ। ଆକାଶରେ ମେଘ ମାଳ ମାଳ, ହେଲେ ଟୋପାଏ ବର୍ଷୁନି। ଶ୍ରାବଣ ଅଧାରେ ଶୁଖିଲା ଜମିରେ ହଳ କରୁଛି ଚାଷୀ।
ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣରେ ବିଳମ୍ବ ନେଇ ପୁଣି ବିବାଦ। ଖୋର୍ଦ୍ଧା ବରୁଣେଇଠାରେ ନିର୍ମାଣ ହେବାକୁ ଥିବା ଏହି ସ୍ମାରକୀକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ମାଣରେ ବିଳମ୍ବକୁ ନେଇ ଉଦବେଗ ପ୍ରକାଶ କରିବା ପରେ ଉଭୟ ଦଳ ଏବେ ପରସ୍ପର ଉପରେ ଦୋଷ ଲଦୁଛନ୍ତି।
ଓଡ଼ିଆ ଯୁବକଙ୍କ ମାଧ୍ୟମରେ ଦେଶରେ ବଡ଼ ଅଘଟଣ ଘଟାଇବାକୁ ଷଡ଼ଯନ୍ତ୍ର କରିଥିଲା କି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ? OTP ସେୟାରିଂକୁ ଅସ୍ତ୍ର କରି ଦେଶବ୍ୟାପି କାୟା ମେଲାଇବାକୁ ISI ବଡ଼ ଷଡ଼ଯନ୍ତ୍ର ରଚୁଛି କି ? କାରଣ, ରାଜ୍ୟର ବହୁଚର୍ଚ୍ଚିତ OTP ସେୟାରିଂ ମାମଲା ସହ ଆତଙ୍କୀ ଲିଙ୍କର ଖୋଳତାଡ଼ କରୁ କରୁ ପୁଣେରୁ ଧରାପଡ଼ିଛି ଜଣେ ଅଭିଯୁକ୍ତ। ଯାହାକୁ କ୍ରାଇମବ୍ରାଞ୍ଚ STF ସହ ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍-ATS ଏବଂ ଗୁଇନ୍ଦା ସଂସ୍ଥା ମାରାଥନ ଜେରା କରୁଛନ୍ତି। ଆଶଙ୍କା ରହୁଛି, ଆଗକୁ ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିପାରେ।
ଛୁଆ ପିଲା ନାହାନ୍ତି.. ଏ ଦୁନିଆରେ ନିଜର କହିଲେ ଦୁହେଁ ଦୁହିଁଙ୍କ ପାଇଁ..ଏଠି ପ୍ରେମ ତ ବହୁତ ଅଛି.. ହେଲେ ଅସହାୟତା ଆଉ ଅଭାବର ଶେଷ ସୀମାରେ କଟୁଛି ଜୀବନ.. ବୟସର ଅପରାହ୍ନରେ ବି କଣ ଏମାନଙ୍କୁ ମିଳିପାରିବନି ଆବାସ ଘର ? ଏମାନେ କଣ ଅଯୋଗ୍ୟ !
ଦିନେ ଦୁଇ ପଇସା ରୋଜଗାର ଚିନ୍ତା ଘାରିଥିଲା ଏବେ ଆଉ ଟେନସନ୍ ନାହିଁ.. ଏବେ ଲକ୍ଷାଧିକ ଟଙ୍କା ରୋଜଗାର ହେଉଛି.. ତା ସହ ଅନ୍ୟମାନଙ୍କୁ ମଧ୍ୟ ସେ ନିୟମିତ ଦରମା ଦେଇ ଚାକିରି ଦେଇଛନ୍ତି..
ଏଇ ସମୟରେ କ୍ଷେତ କାଦୁଆ ରହିବା କଥା.. ହେଲେ ଦେଖନ୍ତୁ କେମିତି ଜମି ଫାଟି ଆଁ କରିଛି.. ସେପଟେ ବର୍ଷାକୁ ଚାତକ ପରି ଚାହିଁ ଚାହିଁ ଶେଷରେ ମୁଣ୍ଡରେ ହାତ ଦେଇ ବସିଲାଣି ଚାଷୀ..ଆଷାଢ ସରିଗଲା ଶ୍ରାବଣ ଚାଲିଛି..ହେଲେ ମୌସୁମୀ ଲୁଚକାଳି ଖେଳୁଛି..ଏ ବର୍ଷ କେମିତି ହେବ ଚାଷ ! କଣ କରିବ ଅନ୍ନଦାତା !
ଏ ଦୃଶ୍ୟ ଯେତିକି ବ୍ୟଥିତ କରୁଛି ତାଠାରୁ ଅଧିକ ଥଟ୍ଟା କରୁଛି ଆମ ବିଶ୍ୱସ୍ତରୀୟ ବ୍ୟବସ୍ଥାଗୁଡ଼ିକୁ.. ଏମାନେ ଜାଣନ୍ତିନି ସ୍ୱାଧୀନତାର ଅର୍ଥ କଣ.. ଗାଁ ଆଉ ଗ୍ରାମବାସୀମାନଙ୍କ ଅବସ୍ଥା ଟିକେ ଦେଖନ୍ତୁ.. ଏଠାରେ ବିକାଶ କେଉଁଠି ଲୁଚିଛି ନିଜେ ଜାଣିପାରିବେ..
ଆଖି ନୁହେଁ..ଅନ୍ତର କାନ୍ଦୁଛି.. ଏଇଠି ମାଆ ନୁହେଁ ମମତାକୁ ଧୋକା ମିଳିଛି.. ଯେଉଁ ପୁଅକୁ ଦଶ ମାସ ଗର୍ଭରେ ଧରି ଦୁନିଆକୁ ଆଣିଥିଲା.. ସେଇ ପୁଅ ଦଶ ବର୍ଷ ହେଲା ଯମ ଯନ୍ତ୍ରଣା ଦେଉଛି..
ଆବାସ ଦୁର୍ନୀତି ହେଉଛି.. ନୂଆପଡ଼ା ଜିଲ୍ଲାରେ ଏ ହେଉଛି ପ୍ରମାଣ..ଏଥର ମାନିବେ ତ ରାଜ୍ୟ ସରକାର ?
ସରକାରଙ୍କ ପୋଲ୍ ଖୋଲିଲା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ପର୍ଫମାନ୍ସ ଗ୍ରେଡିଙ୍ଗ ଇଣ୍ଡେକ୍ସ ବା ପିଜିଆଇ ରିପୋର୍ଟ୍। ସ୍କୁଲ ଶିକ୍ଷା କ୍ଷେତ୍ରରେ ସାରା ଦେଶରେ ୨୪ ନମ୍ବର ସ୍ଥାନକୁ ଖସିଗଲା ରାଜ୍ୟ। ଗୁଣାତ୍ମକ ଶିକ୍ଷା ସାଙ୍ଗକୁ ରେଜଲ୍ଟ ଭଳି ବିଭିନ୍ନ କ୍ଷେତ୍ରରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଓଡ଼ିଶାକୁ ମିଳିଛି ଏଭଳି ରାଙ୍କ। ଯାହାକି ଫାଇଭ୍ ଟି ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଉପରେ ବଡ଼ ପ୍ରଶ୍ନ ଚିହ୍ନ ଠିଆ କରିଥିଲା ବେଳେ ରାଜ୍ୟ ସ୍କୁଲ ଶିକ୍ଷାର ଏଭଳି ଅଧୋଗତିକୁ ନେଇ ରାଜନୀତି ବି ତେଜିଛି।
ନିର୍ବାଚନୀ ନିଆଁରେ ପୁଣି ଜଳିଲା ପଶ୍ଚିମବଙ୍ଗ । ପଞ୍ଚାୟତ ନିର୍ବାଚନ ଭୋଟ ବେଳେ ବ୍ୟାପକ ହିଂସାରେ ୧୧ ମୃତ । ବାଲାଟ ବକ୍ସ ଲୁଟ୍, ପୋଡ଼ାଜଳ ଓ ବୁଥ୍ କ୍ୟାପ୍ଚରିଂ ପାଇଁ ବହୁ ସ୍ଥାନରେ ମତଦାନ ସ୍ଥଗିତ, ୧୦ ଦିନ ପାଇଁ କେନ୍ଦ୍ରୀୟ ଫୋର୍ସ ମୁତୟନ ଲାଗି ନିର୍ଦ୍ଦେଶ
ଚାରି ଦିନର ଚଢାଉ ପରେ ବି ହିସାବ ମିଳୁନି। ଜବତ ୩୨ କୋଟିରୁ ଅଧିକ ଟଙ୍କାର ଉତ୍ସ ଖୋଜିବାକୁ ଜାରି ରହିଛି ଆୟକର ବିଭାଗର ଘନ ଘନ ରେଡ୍। ଆଜି ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକଙ୍କୁ ମାରାଥନ୍ ଜେରା କରିଛନ୍ତି ଆୟକର ଟିମ୍ । କମ୍ପାନୀର ଲିଗାଲ ଅଫିସର କୁହାଯାଉଥିବା ଚନ୍ଦ୍ରଶେଖର ପଣ୍ଡାଙ୍କ ସହ ଜଗଦୀଶଙ୍କୁ ସାମ୍ନାସାମ୍ନି ବସାଇ ପ୍ରଶ୍ନ କରାଯାଇଛି।
ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ । ତାଙ୍କ ବଦଳରେ ସମସ୍ତଙ୍କୁ ବାଇପାସ୍ କରି ଲୋକଙ୍କ ସାମ୍ନାକୁ ଆସୁଛନ୍ତି ତାଙ୍କ ବ୍ୟକ୍ତିଗତ ସଚିବ । ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଫାଇଭ୍ ଟି ସଚିବଙ୍କ ଗସ୍ତକୁ ନେଇ ଏଥର ଆଉ ତାଙ୍କୁ ନୁହେଁ, ସିଧା ନବୀନଙ୍କୁ ନିଶାନା। ଖୋର୍ଦ୍ଧା ମଳିପଡ଼ାରେ ବିଜେପିର ଜୋନ୍ ସ୍ତରୀୟ ମିଟିଂରେ ଯୋଗଦେଇ ଅପରାଜିତା କହିଛନ୍ତି, ସାଢେ ୪ କୋଟି ଓଡ଼ିଶାବାସୀଙ୍କ ପ୍ରତିନିଧି ଭାବେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସାମ୍ନାକୁ ଆସିବା ଦରକାର