ଭଦ୍ରକ ଭଣ୍ଡାରପୋଖରୀର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କ ଏ ମୁଢି ଖିଆ ଅଭ୍ୟାସକୁ ନେଇ କାହିଁରେ କଣ ଚର୍ଚ୍ଚା।
ସାଇନସରେ 91.67, କମର୍ସରେ 79.20 ଓ ଆର୍ଟସରେ 80 ପ୍ରତିଶତ ଫାଷ୍ଟ କଟ୍ଅଫ୍ ଲିଷ୍ଟ ।
ପାଣିପାଗ ବିଭାଗର ଆଶ୍ୱାସନା, ଶୀଘ୍ର ସ୍ୱାଭାବିକ ହେବ ସ୍ଥିତି ।
ବିଶ୍ୱର ୧ ନମ୍ବର ହକି ଷ୍ଟାଡିୟମ ନିର୍ମାଣର ମାସ ୬ଟା ଭିତରେ ନଷ୍ଟ ହେବାକୁ ବସିଲାଣି ଏକାଧିକ ସୌନ୍ଦର୍ଯ୍ୟକରଣ କାମ ।
ସଂକ୍ରମିତଙ୍କ ରୁମାଲ, ତଉଲିଆ, ଆଇ ଡ୍ରପ୍ ବ୍ୟବହାର ନକରିବାକୁ ପରାମର୍ଶ । ସ୍କୁଲ ପିଲାଙ୍କ ପ୍ରତି ଅଧିକ ଧ୍ୟାନ ଦିଆଯିବାକୁ ଜୋର ।
୩୬ ଘଣ୍ଟା ପରେ ବି DN ସାମ୍ରାଜ୍ୟ ଉପରେ ସରୁନି ଆୟକର ରେଡ୍ ।
କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ଆଗକୁ ବଡ଼ ଆନ୍ଦୋଳନ ପାଇଁ ଯୁବ ବିଜେଡି କାର୍ଯ୍ୟକାରିଣୀରେ ବ୍ଲୁ-ପ୍ରିଣ୍ଟ ।
ସଂଗଠନ ମଜଭୁତ ଉପରେ ଫୋକସ୍, ଗାଦି ଦଖଲ ପାଇଁ ରାଜ୍ୟ ମୁଖିଆଙ୍କୁ ଦିଆଗଲା ପ୍ଲାନ୍ ।
ଉଦୟପୁର ବେଳାଭୂମିରେ ଓଡିଶା ଓ ପଶ୍ଚିମବଙ୍ଗ ସୀମାନ୍ତରେ ଟିଣଛପର ଘରେ ଚାଲିଥିଲା ଦେହ ବ୍ୟବସାୟ । ବାଂଲାଦେଶରୁ ଆସି କରିଥିଲେ ଆଡ୍ଡା । ସୀମା ନିର୍ଦ୍ଧାରଣ କଲା ପରେ ଉଚ୍ଛେଦ କଲା ବାଲେଶ୍ୱର ଜିଲ୍ଲା ପ୍ରଶାସନ
ଋତୁସ୍ରାବରେ ଅସୁବିଧା ହେଉଛି କି? କାହିଁକି ବାରମ୍ବାର ମହିଳାଙ୍କ କ୍ଷେତ୍ରରେ ଦେଖାଯାଉଛି ଏହି ସମସ୍ୟା ? ଯଦି ଦେଖାଯାଉଛି ତେବେ କଣ କରିବେ? ଦେଖନ୍ତୁ ଏହି ଭିଡିଓ
୨୨ ବର୍ଷର ସ୍ଥିର ସରକାର । ଏଯାଏଁ ଗାଁକୁ ମିଳିଲାନି ମୌଳିକ ସୁବିଧା...ପିଇବା ପାଣି ପାଇଁ ନଈ, ଆଲୁଅ ଲାଗି ଡିବିରି ଭରସା
ନାଁ ଯେମିତି କାମ ବି ସେମିତି । ବର୍ଦ୍ଦିରେ ଦେଖିବା ମାତ୍ରେ ଥରହର ମାଫିଆ । ଚୋରା ମଦଠୁ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସେ ମାଷ୍ଟର । ଉଲ୍ଲେଖନୀୟ କାମ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ମିଳିଛି ପୁରସ୍କାର
ଆଶ୍ୱସ୍ତି ! ଏଣିକି ମାତ୍ର ୧୫ ଟଙ୍କାରେ ମିଳିବ ପେଟ୍ରୋଲ...ବତାଇ ଦେଲେ ପୂରା ଫର୍ମୁଲା
ମଣିଷ ନୁହେଁ ହାତୀ ଲାଗି ପିଲାଙ୍କ ପାଠ ପଢାରେ ବନ୍ଧାହେଲା ଡୋରି । ଗାଁ ସ୍କୁଲରେ ସିନା ପାଠ ପଢୁଥିଲେ ପିଲା...ହେଲେ ସ୍କୁଲ ଦୂରକୁ ଯିବାରୁ ଏବେ ହାତୀ ଭୟରେ ଘରୁ ବାହାରୁନାହାନ୍ତି ଛାତ୍ରଛାତ୍ରୀ
ପୋଲିସ ଶୋଇଛି, ଶବ ପଚୁଛି । କଥାଟା ଟିକିଏ ଅଡୁଆ ଲାଗୁଥିଲେ ବି ସତ । ଆନନ୍ଦପୁର ମେଡିକାଲ ବାରଣ୍ଡାରେ ଗତକାଲିଠାରୁ ପଡ଼ି ରହିଛି ଯୁବକଙ୍କ ଶବ । ବ୍ୟବଚ୍ଛେଦ ନ ହୋଇ ଆଉଟଡୋର ବାରଣ୍ଡାରେ ଶବ ପଡ଼ିରହିଛି ।
କଟକ ତ୍ରିଶୁଳିଆ ସ୍ଥିତ ଟ୍ୱିନସିଟି ଇନଫ୍ରାକନ ଅଫିସ୍ରେ IT ଚଢ଼ାଉ । ଆୟକର ସମ୍ପର୍କିତ ଡକ୍ୟୁମେଣ୍ଟ ଯାଞ୍ଚ କରାଯାଉଥିବା ସୂଚନା । କାଲିଠାରୁ ନିରବଚ୍ଛିନ୍ନ ଭାବେ ୧୫ ଜଣିଆ ଟିମ୍ ପକ୍ଷରୁ ରେଡ୍
ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ଜଷ୍ଟିସ୍ ତାଳପତ୍ରଙ୍କ ନାଁ ସୁପାରିସ୍ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ । ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ୍ ତାଳପତ୍ର । ବର୍ତ୍ତମାନ ହାଇକୋର୍ଟ ମୁଖ୍ୟ ବିଚାରପତି ଥିବା ଏସ୍. ମୁରଲୀଧର ଆସନ୍ତା ମାସରେ ଅବସର ନେବେ ।
ଗ୍ରାହକଙ୍କ ଲାଗି ଖୁସି ଖବର। ଏଣିକି ସାରାରାତି ଖୋଲା ରହିବ ରେଷ୍ଟୁରାଣ୍ଟ...ଯିଏ ଯେତେବେଳେ ଚାହିଁବେ ସିଏ ସେତେବେଳେ ଖାଇ ପାରିବେ, ଜାଣନ୍ତୁ କେଉଁଠି...
ସ୍ୱାମୀ ବଞ୍ଚିଥିବା ବେଳେ ଯାହା ଯେମିତି ପରିବାର ଚଳୁଥିଲା । କରୋନା ହେଲା କାଳ...ସ୍ୱାମୀ ଚାଲିଯିବା ପରେ ୩ ପିଲାଙ୍କ ପେଟରେ ଦାନା ଦେବାକୁ ଛେଳି ଚରାଉଛି ମାଆ। ବାରମ୍ବାର ଗୁହାରି କରିବା ପରେ ବି ମିଳୁନି ସରକାରୀ ସହାୟତା
ପ୍ରକାଶ ପାଇଲା ଚଳିତ ବର୍ଷର +୨ ପ୍ରଥମ କଟ୍ଅଫ୍ ମାର୍କ । କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଜୁନିଅର କଲେଜ ଆଗରେ ରହିଛି । ରେଭେନ୍ସାରେ କଳାରେ ୮୦%, ବିଜ୍ଞାନରେ ୯୧.୬୭ କଟ୍ଅଫ୍ ମାର୍କ ରଖିଛନ୍ତି । ବାଣିଜ୍ୟରେ ୭୯.୨୦% କଟ୍ଅଫ୍ ସହ ରେଭେନ୍ସା ସବୁଠୁ ଆଗରେ ରହିଛି।
ଇଏ କେମିତିକା ସ୍ୱାସ୍ଥ୍ୟସେବା ? ମାସେ କି ବର୍ଷେ ନୁହେଁ ବରଂ ୨୯ ବର୍ଷ ହେଲାଣି ଝୁଲିଲାଣି ତାଲା । ସମସ୍ତେ ଦେଖୁଛନ୍ତି ହେଲେ ସତେ ଯେମିତି ଆଖିବୁଜି ଦେଇଛନ୍ତି...
ଏ ଲୋକଗୁଡ଼ା କିଛି ବୁଝନ୍ତିନି...ଦେଖୁନୁ...ବବି ଭାଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରୁ କରୁ ଇଏ କେମିତି ତାଙ୍କ ବେକରେ ଆଣି ଗେଣ୍ଡୁ ମାଳ ପକାଇ ଦେଲେଣି। ସିଏ କୋଉ କମ୍ ଚାଲାକ୍ ? ସଙ୍ଗେ ସଙ୍ଗେ ମାଳକୁ ବେକରୁ କାଢ଼ି ଦେଲେ...
ବୈଷୟିକ ଶିକ୍ଷାରେ ନାମ ଲେଖାଇବାକୁ ପରୀକ୍ଷା ଦେଲେ। ରାଙ୍କ୍ ବି ପାଇଲେ। ହେଲେ ମାସେ ପରେ ବି ଆଡମିଶନ୍ ହୋଇନି। ଅସନ୍ତୋଷ ପ୍ରବଳ ତେଜିବାରୁ ଓଜେଇଇ ପକ୍ଷରୁ ଆସନ୍ତାକାଲି ଠାରୁ କାଉନସେଲିଂ ଆରମ୍ଭ କରାଯାଉଛି।
ଦକ୍ଷିଣ ଭାରତର ସବୁ ପ୍ରମୁଖ ମନ୍ଦିରରେ ନିୟମ ଅଛି, ହେଲେ ଶ୍ରୀମନ୍ଦିରରେ କାହିଁକି ଲାଗୁ ହେଉନି ଡ୍ରେସକୋଡ୍। ଭକ୍ତଙ୍କ ଏକାଗ୍ରତା ଓ ଜଗନ୍ନାଥ ସଂସ୍କୃତିର ମହାନତା ଦୃଷ୍ଟିରୁ କାଳିଆ ଦର୍ଶନପାଇଁ ଆସୁଥିବା ଭକ୍ତଙ୍କ ପାଇଁ ଡ୍ରେସକୋଡ୍ ବ୍ୟବସ୍ଥା ଲାଗୁ କରିବାକୁ ଦାବି ଉଠାଇଛି ଦଇତାପତି ନିଯୋଗ। ଯାହାକୁ ଭକ୍ତ ଓ ସେବକ ସମର୍ଥନ କରିଥିବାବେଳେ ଶ୍ରୀମନ୍ଦିର ପରିଚାଳନା କମିଟିର ମୋହର ବାଜିଲେ ହିଁ ଏହା ଲାଗୁ ହୋଇପାରିବ ବୋଲି ମତ ରଖିଛନ୍ତି ନୀତି ପ୍ରଶାସକ।
ସମସ୍ୟା ଭିତରେ ବୁଡ଼ି ରହିଛି ବ୍ରହ୍ମପୁରର MKCG ମେଡିକାଲ କଲେଜ୍ ଓ ହସ୍ପିଟାଲ । ଦକ୍ଷିଣ ଓଡ଼ିଶାର ସବୁଠୁ ବଡ଼ ଆଉ ନିର୍ଭରଯୋଗ୍ୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଏବେ ୧୭୦ରୁ ଅଧିକ ଡାକ୍ତର ପଦବି ଖାଲି।