୨୪ ମହାସମର ପୂର୍ବରୁ ରାଜନୈତିକ ଦଳଙ୍କ ମହାମେଳି । ଶକ୍ତି ପ୍ରଦର୍ଶନ ମୁଡରେ ଉଭୟ ଶାସକ ଓ ବିରୋଧୀ । କଂଗ୍ରେସ ସମେତ ମିଳିତ ବିରୋଧୀ ଆଜିଠୁ ବେଙ୍ଗାଲୁରୁରେ ୨ ଦିନିଆ ବୈଠକ ଆରମ୍ଭ କରିଥିବା ବେଳେ, ବିଜେପି ନେତୃତ୍ୱାଧୀନ NDA କାଲି ଦିଲ୍ଲୀରେ ବଳ ଦେଖାଇବ । ପୂର୍ବରୁ ପାଟନା ବୈଠକରେ ୧୫ଟି ଦଳକୁ ଗୋଟିଏ ମଂଚକୁ ଆଣି ପାରିଥିବା ବିରୋଧୀ ଏଥର ସଂଖ୍ୟା ୨୪କୁ ବଢ଼ିବ ବୋଲି ଆଶା ରଖିଛି । ତେଣେ NDA ବୈଠକରେ ୩୮ଟି ଦଳ ଏକାଠି ହେବେ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏଣେ ବିଜେଡି ସମଦୂରତା ନୀତିରେ ବଜାୟ ରହିଥିବା ଦୋହରାଇଛି ।
ଶୁଭ୍ରଜିତ ସେଭଳି କୌଣସି ଡାକ୍ତରୀ ବିଦ୍ୟା ଅଧ୍ୟୟନ କରିନାହାଁନ୍ତି । ପାଠ ପଢ଼ିଛନ୍ତି ମାତ୍ର ପ୍ଲସ ଟୁ ଯାଏଁ । ସାନଖେମୁଣ୍ଡିରେ କ୍ଲିନିକ୍ କରି ନିଜ ନାଁ ସହ ଯୋଡ଼ିଛନ୍ତି ଲମ୍ବା ଚଉଡ଼ା ଡାକ୍ତରୀ ଶିକ୍ଷାଗତ ଯୋଗ୍ୟତା । କେବଳ ସାନଖେମୁଣ୍ଡି ନୁହେଁ, କଟକ ରାଣୀହାଟରେ ବି ଗତ ୨ ବର୍ଷ ହେଲା କ୍ଲିନିକ୍ କରିଛନ୍ତି ।
ଡହଡହ ଖରା ହେଉ କି ଢୁ ଢୁ ବର୍ଷା। ଶ୍ରୀମନ୍ଦିର ଯିବାକୁ ନିଇତି ଦହଗଞ୍ଜ ହେଉଛନ୍ତି ପୁରୀ ବାସିନ୍ଦା, ବୟସ୍କ ଭକ୍ତ । କେବଳ ସିଂହଦ୍ୱାରକୁ ଛାଡ଼ି ଅନ୍ୟ କୌଣସି ଦ୍ୱାର ବାଟେ ଭକ୍ତଙ୍କୁ ଛଡ଼ାଯାଉନଥିବାରୁ ତେଜୁଛି ଆନ୍ଦୋଳନ। ଏମିତିକି ଏଥିପାଇଁ ୧ଲକ୍ଷ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିବାବେଳେ ଶୀଘ୍ର ଚାରିଦ୍ୱାର ନଖୋଲିଲେ ଆନ୍ଦୋଳନ ଜୋରଦାର କରିବାକୁ ସେବାୟତ ଓ ପୁରୀ ବାସିନ୍ଦା ଚେତାବନୀ ଦେଲେଣି।
ସେଦୃଷ୍ଟିବାଧିତ ହୋଇଥାନ୍ତୁ କି ଶରୀରକୁ ଅସହ୍ୟ କଷ୍ଟ ଲାଗୁଥାଉ, ମହାଦେବଙ୍କ ଭକ୍ତି ଆଗରେ କିନ୍ତୁ ଏସବୁ ଯେ ଫିକା। ଯାହା ଦେଖିବାକୁ ମିଳିଛି ଶ୍ରାବଣ ଦ୍ୱିତୀୟ ସୋମବାରରେ। ଆଠଗଡ଼ର ଧବଳେଶ୍ୱର ଓ କୋରାପୁଟର ଗୁପ୍ତେଶ୍ୱର ପୀଠରେ ଏମିତି ତିନି ଜଣ ଅନନ୍ୟ ଶିବ ଭକ୍ତଙ୍କୁ ଭେଟିଥିଲା ଓଟିଭି।
ନିର୍ବାଚନ ପୂର୍ବରୁ ଧାର୍ମିକ ଭାବାବେଗ କାର୍ଡ ଖେଳୁଛି କି ବିଜେଡି ? ବିଜେପିକୁ ଚେକ୍ ଦେବାକୁ ସଫ୍ଟ ହିନ୍ଦୁତ୍ୱ ଫଣ୍ଡା ନୁହେଁ ତ ? ରତ୍ନଭଣ୍ଡାର ପ୍ରସଙ୍ଗରେ ଅଡୁଆରେ ଥିବାରୁ ଏହି ସ୍କିମ୍ କି ? ଆମ ଓଡ଼ିଶା, ନବୀନ ଓଡ଼ିଶା ସ୍କିମରେ କ୍ୟାବିନେଟ ମୋହର ବାଜିବା ପରେ ପଂଚାୟତିରାଜ ବିଭାଗ ଜାରି କରିଛି ଗାଇଡଲାଇନ୍ । ଏହି ସ୍କିମରେ ଗ୍ରାମାଂଚଳ ଭିତ୍ତିଭୂମିର ବିକାଶ ପାଇଁ ପ୍ରତ୍ୟେକ ପଂଚାୟତକୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ବ୍ୟବସ୍ଥା ହୋଇଛି ।
ପୁଣି ତେଜିଲା ଭୁବନେଶ୍ୱର ମାର୍କେଟ ବିଲଡିଂରୁ ଉଠା ଦୋକାନୀ ଉଚ୍ଛେଦ ଦାବି । ଅନିର୍ଦ୍ଧିଷ୍ଟକାଳ ଧାରଣାରେ ସେଣ୍ଟ୍ରାଲ ବ୍ୟବସାୟୀ ସଂଘ । ବିଏମ୍ସି କହୁଛି ଆଲୋଚନାରେ ତୁଟିଯିବ ବିବାଦ । ଉଠାଦୋକାନୀଙ୍କ ଜିଦ୍, ଆମ ପାଖେ ଅଛି ହାଇକୋର୍ଟ ଷ୍ଟେ ଅର୍ଡର
ରାଜଧାନୀର ଛାତି ଉପରେ 5T ସ୍କୁଲ୍ ଛାତ୍ରୀଙ୍କ ଗର୍ଜନ। ବିଇଓଙ୍କୁ ଘେରି ସରକାରଙ୍କୁ ଦେଲେ ଚାଲେଞ୍ଜ। ଶ୍ରେଣୀ ବର୍ଜନ ସହ ଫାଟକରେ ତାଲା ପକାଇ ସରକାର ବିରୋଧରେ ସ୍ଲୋଗାନ। ଭୁବନେଶ୍ବର ୟୁନିଟ-୯ ସରକାରୀ ବାଳିକା ବିଦ୍ୟାଳୟକୁ ବାଳକ ବିଦ୍ୟାଳୟରେ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ କରି ଛାତ୍ରୀ ଓ ଅଭିଭାବକମାନେ ଆଜି ଦୃଢ ପ୍ରତିବାଦ କରିଛନ୍ତି।
ଜଟଣୀ ଫ୍ଲାଏ ଓଭର କାମ ଚାଲିଛି କିନ୍ତୁ ଉଦଘାଟନ ସାରିଦେଲେ ସୁର
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ସେମେଳା ଗ୍ରାମର ମେଧାବୀ ଗରିବ ଆଦିବାସୀ ଛାତ୍ର ପାତ୍ର କିର୍ଶାନୀଙ୍କ ଉଚ୍ଚ ଶିକ୍ଷା ପାଇଁ ସହାୟତାର ହାତ ବଢାଇଲା କୋରାପୁଟ ଜିଲ୍ଲା ପ୍ରଶାସନ ସହ ସ୍ୱତନ୍ତ୍ର ଉନୟନ ପରିଷଦ…
ଅଲଗା ପ୍ରକାର ହରିଲୁଟ୍: ପୋଖରୀ ନାହିଁ ବିଲ୍ ଉଠିଗଲାଣି
କେନ୍ଦ୍ରାପଡ଼ା ନୂଆ ବସଷ୍ଟାଣ୍ଡ ନିକଟ ମାର୍କେଟର ୪୦ରୁ ଅଧିକ ଦୋକାନକୁ ପୌରସଂସ୍ଥା ପକ୍ଷରୁ ଉଚ୍ଛେଦ କରାଯାଇଛି। ଉଚ୍ଛେଦ ସମୟରେ ବ୍ୟବସାୟୀମାନେ ଏହାର ବିରୋଧ କରିବା ସହ ଥଇଥାନ ଓ କ୍ଷତିପୂରଣ ଦାବି କରିଥିଲେ। ବସଷ୍ଟାଣ୍ଡର ଉନ୍ନତିକରଣ ଓ ରାସ୍ତା ଚଉଡ଼ା କରିବା ପାଇଁ ଏହି ଉଚ୍ଛେଦ କରାଯାଉଛି। ନୋଟିସ ଦେବାର ୩୬ ଘଣ୍ଟା ଭିତରେ ଉଚ୍ଛେଦ ହୋଇଥିବାରୁ ବ୍ୟବସାୟୀଙ୍କ ଭିତର ଅସନ୍ତୋଷ ପ୍ରକାଶ ପାଇଛି…
ନବୀନ ଓଡ଼ିଶାର ବିକଳ ଚିତ୍ର l ଖଟିଆ ସାଜିଛି ରୋଗୀଙ୍କ ସାହାରା l ଅନ୍ଧାରିମୂଲକରେ ନାଳ ପାଣି ପିଇ ଅଭିଶପ୍ତ ଜୀବନ ବିତାଉଛନ୍ତି ବୁରୁଡ଼ିହି ଗ୍ରାମବାସୀ..
ବର୍ଷା ଛାଡ଼ିଯିବା ପରେ କାଲିର ପାଣି ଆଜିକୁ ନାହିଁ। ହେଲେ କାଲିର ଜୀବନ ଆଜି କି ନାହିଁ। କାହିଁକିନା, କାଲିର ଅଳ୍ପ ସମୟ ବର୍ଷାରେ ରାସ୍ତାକୁ ଉଚ୍ଛୁଳିଥିବା ଏ ମୁକୁଳା ଡ୍ରେନରେ ପଡ଼ି ଯାଇଛି ଜଣେ 21 ବର୍ଷିୀୟ ଯୁବକର ଜୀବନ।
ବିଜେଡିର ମିଶନ୍ ପଶ୍ଚିମ ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜି। ହେଲେ ବାଧକ ସାଜିଛି ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ। ପଶ୍ଚିମରେ ଭୋଟ୍ ଟାଣିବାକୁ ପ୍ୟାକେଜ୍ ପରେ ପ୍ୟାକେଜ୍ ଘୋଷଣା। ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେପିକୁ ମିଳିଥିଲା ଆଶାତିତ ସଫଳତା।
କେନ୍ଦ୍ରାପଡ଼ା ଜିଲାର ମୁକୁନ୍ଦପୁର ଗାଁରୁ ଇସ୍ରୋ ପର୍ଯ୍ୟନ୍ତ ପହଞ୍ଚି ସେଠି ଚନ୍ଦ୍ରୟାନ-୩ ମିଶନରେ ସାମିଲ ହେବା ଛୋଟିଆ ସଫଳତା ନୁହେଁ । ଶୁଭାଶିଷଙ୍କ ବାପା ବଡ଼ବାପା ଚାନ୍ଦୋଳ ବଜାରରେ ରାସନ ଦୋକାନ କରି ପରିବାର ଚଳାଉଥିବା ବେଳେ ସେ ସ୍ଥାନୀୟ ବନମାଳୀ ବ୍ରହ୍ମଚାରୀ ମଡେଲ ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲେ ।
ତଥ୍ୟ କହୁଛି ଚାଉଳ ଦର ୧୧ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସେମିତି ୧୦୦ରୁ ୧୧୦ ଟଙ୍କାରେ ମିଳୁଥିବା ହରଡ଼ ଡାଲି ଏବେ ଦେଢ଼ ଶହ ପାର୍। ମୁଗ, ବୁଟ ଓ ବିରି ଡାଲି, ଏସବୁ ଯେମିତି ହରଡ଼ ଡାଲି ପିଛା ଧରିଛନ୍ତି।
ADR ବିଶ୍ଳେଷଣ କରିଥିବା ଶାସକ ବିଜେଡିର ୧୧୩ ଜଣ ବିଧାୟକଙ୍କ ମଧ୍ୟରୁ ୪୫ ଜଣଙ୍କ ନାମରେ ଅପରାଧିକ ମାମଲା ଥିବା ବେଳେ ୩୨ ଜଣଙ୍କ ନାଁରେ ଅଛି ଗୁରୁତର ଅପରାଧ ମାମଲା।
ନିଲମ୍ବନ ପରେ ମୋକିମ୍ ଓ ଚିରଞ୍ଜୀବଙ୍କ ଗତି କୁଆଡେ ? ଦୁହେଁ ବିଜେଡି ଆଡକୁ ଢଳୁଛନ୍ତି କି ? ଦଳ ଉପରେ ଏହାର କି ପ୍ରଭାବ ପଡିବ ? ଏହାକୁ ନେଇ ରାଜ୍ୟ କଂଗ୍ରେସରେ ଏବେ ଜୋରଦାର ଚର୍ଚ୍ଚା ।
କାଠ ଚୁଲା, ଲୁହା କଡେଇ ଆଉ ଜେଜେମାଆ ହାତର ରନ୍ଧା । ଶିଳ ବଟା ମସଲାରେ ପୂରା ଦେଶୀ ଷ୍ଟାଇଲ ଛୁଙ୍କ । ଆଜିକା ପିଜା-ବର୍ଗର ଯୁଗରେ ଏସବୁର କମ୍ବିନେସନର ନିହାତି ବିରଳ । ଯାଜପୁର ଦାନଗଦି ବ୍ଲକ ଦେଉଳକଣ ଗାଁର କୋକିଳା ନାୟକ ।
ସବୁ ଖୋଲାମେଲା, କେହି କୁଆଡେ ନାହାନ୍ତି..ବ୍ୟବସ୍ଥା ପୂରା ଢିଲା । ସାର୍ ଚାର୍ଜ ନାହାନ୍ତି..ଆଲୋ ଆଲୋ ଇଏ କଣ? ସମୁଦ୍ର କଙ୍କଡ଼ା ଖାଇବାକୁ ଗଲେକି?
ବୟସ ୮୦ ପାର୍ ହେଲାଣି । ଦେଶୀ ଷ୍ଟାଇଲ୍ରେ କରୁଛନ୍ତି କାଚମାର୍କ ରୋଷେଇ । ବିରିଖା ଶିଳରେ ମସଲା ବଟା..ପୁଣି ସୋରିଷ ତେଲର ଛୁଙ୍କ । ସିଏ ପୁଣି ସିରାମୁଣ୍ଡି ଶୁଖୁଆର ପାଗ ସହିତ ସଜନା ଗଛର ଶାଗ । ଓଃ..ଦେଖିଲା ବେଳକୁ ଖାଇବାକୁ ଇଚ୍ଛା ହେଉନି..ସୋସିଆଲ ମିଡିଆରେ ପୋଷ୍ଟ ହେବା ମାତ୍ରେ ଶହଶହ ଗୃହିଣୀ ଶୁଖୁଛନ୍ତି ରୋଷେଇ
ଦୁଇ-ଦୁଇଟି ପୁଅ..ମାଆର ଦେହ ଖରାପ ଶୁଣି ସାନ ଆସିଲା ବଡ ଆସିଲାନି । କିଛିଦିନ ସେବା ପରେ ସିଏ ବି ପଳାଇଲା । ଝିଅ ବି ମୁହଁ ଚାହିଁଲାନି । ୮ ଦିନ ହେଲାଣି ଘର ଦୁଆର ମୁହଁରେ ମୃତ୍ୟୁକୁ ସତେ ଯେମିତି ଅପେକ୍ଷା କରିଛି ବୁଢୀ ମାଆ
ପାଠ ପଢିବାକୁ ବହୁତ୍ ଇଚ୍ଛା, ହେଲେ ପଇସା ନାହିଁ । ସ୍କୁଲରେ ନାଁ ଲେଖାଇଲେ କିନ୍ତୁ ହଷ୍ଟେଲରେ ସିଟ୍ ମିଳିଲାନି । ଏବେ ବାଧ୍ୟ ହୋଇ ଗାଈ ଚରାଉଛି ମାଧବ..ସାହାଯ୍ୟ ମିଳିଲେ ପାଠ ପଢିବାକୁ ରଖିଛି ସ୍ୱପ୍ନ
ବାଃ ବାଃରେ ଯୋଜନା । ବର୍ଷେ ତଳେ ସେତୁ ଭାଙ୍ଗିଯାଇଥିଲା ..ଦାବୀ ପରେ ଟେଣ୍ଡର ହେଲା କିନ୍ତୁ ବର୍ଷେ ସମୟ ଗଡିଗଲାଣି କାମ ଆରମ୍ଭ ହେଲାନି । ଏବେ ବର୍ଷା ହେଲେ କୋରାପୁଟ-ରାୟଗଡା ଯୋଗାଯୋଗ ପୂରା ବନ୍ଦ
୧୫ ବର୍ଷ ହେଲାଣି ଆବାସ ଯୋଜନା ଲାଗି ଧାଇଁ ଧାଇଁ ନୟାନ୍ତ ହେଲେଣି । ଘର ଖଣ୍ଡିଏ ମିଳିପାରୁନି । ଶତପ୍ରତିଶତ ଦିବ୍ୟାଙ୍ଗ ହେବା ପରେ ବି ଯୋଜନାରେ ସାମିଲ କରାଯାଉନଥିବା ଅଭିଯୋଗ