କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଘଣ୍ଟା ଘଣ୍ଟା ଲାଇନ୍ ।
ଡିଆଇଜି ବ୍ରିଜେଶ ରାୟଙ୍କ ଘରେ ଲେଡି ହୋମଗାର୍ଡ ସୈରିନ୍ଦ୍ରୀ ନିର୍ଯାତନା ଅଭିଯୋଗ ମାମଲାକୁ ନେଇ ଲାଗିରହିଛି ହଇଚଇ ।
ବର୍ଷକୁ ଆଉ ଥରେ ନୁହେଁ ଦୁଇ ଥର ହେବ ଦଶମ ଓ ଦ୍ବାଦଶ ଶ୍ରେଣୀରେ ବୋର୍ଡ ପରୀକ୍ଷା ।
ଏସବୁ ଭିତରେ ଚିକିତ୍ସାଧିନ ସୈରିନ୍ଦ୍ରୀଙ୍କୁ ସହାୟତାରେ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଦାସୀନତାକୁ ନେଇ ପରିବାର ଲୋକେ ବର୍ଷିଥିବାବେଳେ ହୋମଗାର୍ଡ ସର୍ଭିସ ରୁଲର ସଠିକ୍ କାର୍ଯ୍ୟକାରୀତାକୁ ନେଇ ପ୍ରଶ୍ନ ଉଠିଛି ।
ଯାହାକୁ ନେଇ ଗଂଜାମ ଜିଲ୍ଲା ରାଜନୀତିରେ ହଲଚଲ୍ ସାଙ୍ଗକୁ ସୋସିଆଲ ମଡିଆରେ ବି ଭାଇରାଲ୍ ।
ଉତକ୍ଷେପଣ ଟିମ୍ ମେମ୍ବର ଏବଂ ତିଆରିଛନ୍ତି ଯନ୍ତ୍ରପାତି ଇସ୍ରୋର ଚନ୍ଦ୍ର ଅଭିଯାନରେ ଥିଲା ଉଲ୍ଲେଖନୀୟ ଅବଦାନ ।
୧୨ ବର୍ଷ ଭିତରେ ବହୁତ କିଛି ଅନୁଭବ କଲିଣି । ଦିନେ ଲୋକଙ୍କୁ ହସାଇ ହସାଇ ବେଦମ କରୁଥିଲେ ଆଜି ବିଛଣାରେ ପଡି କାନ୍ଦୁଛନ୍ତି । କହୁଛନ୍ତି, ଜଗନ୍ନାଥ ସୁସ୍ଥ କରିବୁ ଯଦି କର ନହେଲେ ନେଇ ଯା...
୭ ବର୍ଷ ହେଲାଣି ସ୍କୁଲ ଘରେ ଚାଲୁଛି ପଂଚାୟତ ଅଫିସ୍ । ଦିନ ୧୦ ବାଜିଲେ ଲୋକଙ୍କର ଲାଗୁଛି ଗହଳି...ଏମିତି ହଟ୍ଟଗୋଳ ଭିତରେ ପିଲାମାନେ ପଢିବେ କେମିତି ?
ଶିକ୍ଷୟିତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି ସଙ୍ଗୀତା । ଜନ୍ମରୁ ଦୃଷ୍ଟିବାଧିତ ଥିବା ପରେ ବି ହାର୍ ମାନିନାହାନ୍ତି ବରଂ ୟୁଟ୍ୟୁବରୁ ପାଠ ପଢି ଯୁକ୍ତ-୨ରେ ରଖିଛନ୍ତି ୪୨୦ ନମ୍ବର । ଏବେ ପାଠପଢ଼ାରେ ପ୍ରତିବନ୍ଧକ ସାଜିଛି ଆର୍ଥିକ ସଂକଟ । ସରକାର ଯଦି ସାହାଯ୍ୟ କରନ୍ତେ...
ରାସ୍ତା ଉପରେ କାନ୍ଦୁଛି ରିକ୍ସାବାଲା । ଅଟୋ ଆସିବା ପରେ ବେପାର ପୂରା ମାନ୍ଦା...ପୂର୍ବରୁ ଦିନକୁ ୮ ଶହ ରୋଜଗାର ହେଉଥିଲା । ଏବେ ୫୦ ଟଙ୍କା ହେବା କଷ୍ଟ । ଏମିତି ପରିସ୍ଥିତିରେ ରିକ୍ସାବାଲାର ପରିବାର ଚଳିବ କେମିତି ?
ପୁଅ ସାପ କାମୁଡାରେ ମଲା । ବର୍ଷାରେ ଘର ଭାଙ୍ଗିଗଲା...ବୁଢା ବୟସରେ ପାଖରେ କିଛି ସମ୍ବଳ ନାହିଁ । ନାତି ମୁହଁରେ ଆହାର ଦେବା ପାଇଁ ମୂଲ ଲାଗୁଛନ୍ତି ଜେଜେ ବାପା । ପ୍ରଶାସନ ପାଖକୁ ଦୌଡି ଦୌଡି ଥକି ପଡିଲେଣି ସତ ହେଲେ ଘର ଖଣ୍ଡେ ମିଳିଲା ନାହିଁ
ବୟସ ୭୦ ପାର୍ ହେଲାଣି କିନ୍ତୁ ଥକିନାହାନ୍ତି ଜେଜେ ମାଆ । ସ୍କୁଲ ପିଲାଙ୍କୁ ଡ୍ୟାନ୍ସ ସହିତ ଶିଖାଉଛନ୍ତି ନାଟକ । ପ୍ରତିଦିନ ଅଭ୍ୟାସ କରୁଛନ୍ତି ପିଲା । ପୁରସ୍କାର ଆଣିଲେ ଖୁସି ହେଉଛନ୍ତି ଜେଜେ ମାଆ
ଲ୍ୟାଣ୍ଡର ‘ବିକ୍ରମ’ରୁ ରୋଭର ‘ପ୍ରଜ୍ଞାନ’ ଅଲଗା ହୋଇଛି। ଅଲଗା ହେବା ପରେ ଚନ୍ଦ୍ରରେ ବୁଲୁଛି ‘ପ୍ରଜ୍ଞାନ’। ସେହିପରି ଚନ୍ଦ୍ର ପୃଷ୍ଠରେ ତଥ୍ୟ ସଂଗ୍ରହ କରିବ ‘ରୋଭର’।
ନିଶାର୍ଦ୍ଧରେ ସିଂହ ଗର୍ଜନ, ବାଘର ହେଣ୍ଟାଳ, ଶିକାରୀ ହେଟାର ଚାଲ୍ । ପେଚାର ଚିତ୍କାର ସାଙ୍ଗକୁ ବାଦୁଡ଼ିର ଫଡ୍ ଫଡ୍ ଶବ୍ଦ । ଆଗକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏସବୁ ଅନୁଭୂତି ନେଇପାରିବେ ପର୍ଯ୍ୟଟକ । କାରଣ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଲଟିବ ନାଇଟ୍ ଆଉଟେଡ୍ ଜୁ’ । ରାତିରେ ବି ପର୍ଯ୍ୟଟକଙ୍କ ଲାଗି ଖୋଲା ରହିବ ରାଜ୍ୟର ଏ ସର୍ବବୃହତ୍ ଚିଡ଼ିଆଖାନା । ଏଥିପାଇଁ ସେଣ୍ଟ୍ରାଲ ଜୁ’ ଅଥରିଟିକୁ ମାଷ୍ଟର ପ୍ଲାନ୍ ଦାଖଲ କରିଛି ବନ ବିଭାଗ ।
ମହିଳା ହୋମଗାର୍ଡକୁ ନିର୍ଯାତନା ମାମଲା : ହେବ କି ବଡ କାର୍ଯ୍ୟାନୁଷ୍ଠାନ? ମାମଲା ଯାଇ ପହଞ୍ଚିଲାଣି ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ଯାଏଁ
ଶଗଡ଼ ଗାଡ଼ିରେ ସାଟେଲାଇଟ୍, ସାଇକେଲ ପଛରେ ରକେଟ୍ । ଏକଦା କିଛି ଏମିତି ଥିଲା ଇସ୍ରୋର ମିଶନ୍ ଅପରେସନ୍ କଂପ୍ଲେକ୍ସ । ୬୦-୭୦ ଦଶକରେ ଭାରତୀୟ ମହାକାଶ ଅଭିଯାନର ଜନକ ବିକ୍ରମ ସାରାଭାଇ ଦେଖିଥିବା ସ୍ୱପ୍ନ, ଆଜି ଜହ୍ନ ରାଇଜରେ ବି ଉଡ଼ାଇ ପାରିଛି ଭାରତର ବିଜୟ ଧ୍ୱଜା ।
ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣ ସହ ମଶା ଦୂର କରିବା ଯାହାର ଦାୟିତ୍ୱ ତାରି ଦୁଆରେ ଚାଲିଛି ମଶା ଧୂଆଁ ମାଡ । ଘନ ଘନ ସ୍ପ୍ରେ ହେଉଛି ମଶା ଧୂଆଁ । ଏ ଦୃଶ୍ୟ BMC କାର୍ଯ୍ୟାଳୟର । ଅଫିସ୍ର ମୁଖ୍ୟ ଗେଟ୍ ଏବଂ ଚାରିକଡରେ ମେସିନ ବୁଲାଇ ଧୂଆଁ ଛଡାଯାଉଛି । ଭୁବନେଶ୍ୱରରେ ଡେଙ୍ଗୁ ନିୟନ୍ତ୍ରଣ ହରାଇଥିବା ବେଳେ BMC ବିରୋଧରେ ହଲ୍ଲାବୋଲ କରିଛି ବିଜେପି ।
ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ କେଁ । ଗେଜେଟ୍ ନୋଟିଫିକେସନ୍ ପ୍ରକାଶ ପାଉ ପାଉ ବିବାଦ । ଆନୁଆଲ୍ ଏଗ୍ରିମେଣ୍ଟ ଆଧାରରେ ଶିକ୍ଷକଙ୍କୁ ମିଳିବ ବର୍ଷିକିଆ ନିଯୁକ୍ତି । ଠିକା ନିଯୁକ୍ତି ବ୍ୟବସ୍ଥା ଉଛେଦ ପରେ ବି ପୁଣି ସେହି ବ୍ୟବସ୍ଥାକୁ ଫେରିଲେ ସରକାର । ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ରାଜ୍ୟ ସରକାର ଆରମ୍ଭ କଲେ ପ୍ରକ୍ରିୟା । ତେବେ ଏଥିପାଇଁ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଛି ତାକୁ ନେଇ ଦେଖାଦେଇଛି ବିବାଦ । କାରଣ ଶିକ୍ଷକ ନିଯୁକ୍ତି ସ୍ଥାୟୀ ବଦଳରେ ବର୍ଷିକିଆ ଏଗ୍ରିମେଣ୍ଟ ଆଧାରରରେ ହେବ ।
ଶିବଙ୍କୁ ଜଳଲାଗି କରିବାକୁ ଯାଇଥିବା 3ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ଏବେ ଶୋକରେ ବୁଡ଼ିଛି କେନ୍ଦୁଝର ତେଲକୋଇର ସତେଇଭଞ୍ଜ ଗାଁ ।
ପିଲାଏ ସ୍ୱପ୍ନ ଦେଖିବେ କେମିତି? ଯେଉଁଠି ବିଦ୍ୟାଳୟର ଅବସ୍ଥା ଏମିତି । ନା ଅଛି ସୁରକ୍ଷିତ କୋଠା ନା ପଢ଼ାଇବା ପାଇଁ ବ୍ଲାକ ବୋର୍ଡ । ସ୍କୁଲ ଚାରିପାଖ ଅନାବନା ଘାସରେ ପରିପୂର୍ଣ୍ଣ ।
ବର୍ଷା ହେଲେ ଘରେ ଜମୁଛି ଆଣ୍ଠୁଏ ପାଣି । ଅନ୍ଧାର ରାତିରେ ବଡ କଷ୍ଟରେ କଟୁଛି ଦିନ । ସ୍ୱାମୀ ଥିଲା ବେଳୁ ଘର ପାଇଁ କହିକହି ଥକିପଡିଲେଣି ହେଲେ ଘରଟିଏ ମିଳିଲା ନାହିଁ । ଅଣ୍ଟିରେ ଧନ ନଥିବାରୁ ଦୁଇ ପୁଅଙ୍କ ପାଠରେ ବନ୍ଧା ହେଲାଣି ଡୋରି
ଭରା ନଦୀରେ ପ୍ରଖର ସ୍ରୋତରେ ଛାତ୍ରଛାତ୍ରୀଙ୍କୁ ପାରିହେବାକୁ ପଡୁଛି ନଦୀ । କାନ୍ଧରେ ବସାଇ ଅଭିଭାବକ ସେମାନଙ୍କ ପିଲାଙ୍କ ବିପଦପୂର୍ଣ୍ଣ ଅବସ୍ଥାରେ ନଦୀ ପାରି କରୁଛନ୍ତି। ବର୍ଷା ଦିନ ହେଲେ ଯାତାୟାତରେ ବାଧା ସୃଷ୍ଟି କରିଥାଏ ସମାକୋଈ ନଦୀ ।
ଡୁପ୍ଲିକେଟ୍ ବିଲ୍ଡିଂ ପ୍ଲାନ୍ ଦେଇ କୋଟି କୋଟି ଲୁଟ୍ । ସମ୍ବଲପୁର ଡେଭଲପମେଣ୍ଟ ଅଥରିଟିରେ ଚାଲିଥିବା ମହାଦୁର୍ନୀତିର ପର୍ଦ୍ଦାଫାସ୍ କଲା ପୋଲିସ୍ । ଦୁଇ କର୍ମଚାରୀଙ୍କ ସହ ୫ ଜଣ ଗିରଫ, ପ୍ଲାନ୍ ଆପ୍ରୁଭାଲ ନାଁରେ ହେଉଥିଲା ଠକେଇ
ଆସନ୍ତା ଅକ୍ଟୋବର ଭିତରେ ସରିପାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଅବଢ଼ା ସମୀକ୍ଷା ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା । କହିଲେ, ଦିବ୍ୟାଙ୍ଗ ଦର୍ଶନାର୍ଥୀଙ୍କ ସୁବିଧା ପାଇଁ ଅକ୍ଟୋବରରୁ ଆରମ୍ଭ ହେବ ସ୍ୱତନ୍ତ୍ର ରାମ୍ପ ନିର୍ମାଣ
ମହଙ୍ଗା ପଡ଼ିଲା କି ମହିଳା ହୋମଗାର୍ଡଙ୍କୁ ପତ୍ନୀଙ୍କ ନିର୍ଯାତନା ଅଭିଯୋଗ ? ବିବାଦ ବଢ଼ିବାରୁ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟଙ୍କୁ ପୋଲିସ ମୁଖ୍ୟାଳୟ ବଦଳି । ଏପଟେ ହସପିଟାଲ ବେଡ଼ରେ ଦୁଇ ଗୋଡ଼ ହରାଇ ନ୍ୟାୟ ଅପେକ୍ଷାରେ ପୀଡ଼ିତା ସୈରିନ୍ଦ୍ରୀ