ସାଧାରଣ ଖାଉଟିଙ୍କ ପକେଟ୍କୁ ସାଂଘାତିକ ଭାବେ ମାଡ଼ କଲାଣି ବେଲଗାମ୍ ଦର ବୃଦ୍ଧି। ପନିପରିବାଠୁ ଧରି ଆତ୍ୟବଶ୍ୟକ ଖାଦ୍ୟ ସାମଗ୍ରୀ, ଯେମିତିକି ଚାଉଳ, ଡାଲି ଓ ମସଲା ସାମଗ୍ରୀ ସବୁ କିଛି ଏବେ ମଧ୍ୟବିତ୍ତ ଓ ଗରିବଙ୍କ ବଜେଟ୍ ଭିତରେ ନଥିବା ଭଳି ଲାଗୁଛି। ସରକାରଙ୍କ ଦୂରଦୃଷ୍ଟିର ଅଭାବକୁ ଏଥିପାଇଁ ବ୍ୟବସାୟୀ ମହାସଂଘ ଦାୟୀ କରିଥିବାବେଳେ ଖାଉଟି କହିଲେଣି ଶୀଘ୍ର ଦରବୃଦ୍ଧିରେ ବ୍ରେକ୍ ନଦେଲେ ବଞ୍ଚିବା କଷ୍ଟକର ହେବ।
Published By: Tanmay Kumar Mahalik
Last updated: 16 July 2023, 09:57 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।