Advertisment

ଗର୍ବ କରୁଛି ସାରା ରାଜ୍ୟ; ଚନ୍ଦ୍ରୟାନ୍–ଥ୍ରୀ’ ଅଭିଯାନରେ ଓଡ଼ିଆ ପୁଅ ଶୁଭାଶିଷ

କେନ୍ଦ୍ରାପଡ଼ା ଜିଲାର ମୁକୁନ୍ଦପୁର ଗାଁରୁ ଇସ୍ରୋ ପର୍ଯ୍ୟନ୍ତ ପହଞ୍ଚି ସେଠି ଚନ୍ଦ୍ରୟାନ-୩ ମିଶନରେ ସାମିଲ ହେବା ଛୋଟିଆ ସଫଳତା ନୁହେଁ । ଶୁଭାଶିଷଙ୍କ ବାପା ବଡ଼ବାପା ଚାନ୍ଦୋଳ ବଜାରରେ ରାସନ ଦୋକାନ କରି ପରିବାର ଚଳାଉଥିବା ବେଳେ ସେ ସ୍ଥାନୀୟ ବନମାଳୀ ବ୍ରହ୍ମଚାରୀ ମଡେଲ ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲେ ।

author-image
Tanmay Kumar Mahalik

ଚନ୍ଦ୍ରୟାନ୍–ଥ୍ରୀ’ ଅଭିଯାନରେ ଓଡ଼ିଆ ପୁଅ ଶୁଭାଶିଷ । ଯାହାକୁ ନେଇ କେବଳ ଜନ୍ମମାଟି କେନ୍ଦ୍ରାପଡ଼ା ଜିଲ୍ଲାର ମୁକୁନ୍ଦପୁର ଗାଁ ନୁହେଁ, ବରଂ ସାରା ରାଜ୍ୟ ଗର୍ବିତ । ଗାଁ ସ୍କୁଲରେ ପାଠପଢିଲା ବେଳେ ଯେଉଁ ପୁଅ ଅସଜଡା ଯନ୍ତ୍ରପାତିକୁ ସଜାଡିବାରେ ମାତୁଥିଲା ଆଜି ସେ ଚନ୍ଦ୍ରୟାନ-ଥ୍ରୀର ଯନ୍ତ୍ରପାତିରେ ହାତ ମାରିଛି । ନିପଟ ଗାଁରୁ ଯାଇ ଇସ୍ରୋରେ କାମ କରୁଥିବା ଓଡ଼ିଆ ପୁଅକୁ ନେଇ ଶୁଭାଶିଷକୁ ନେଇ ଏବେ ସବୁଠି ଚର୍ଚ୍ଚା ।

Advertisment
Advertisment
Advertisment