ଚାଳ ଛପର ଘର ଉପରେ ପଡିଛି ବାଉଁଶ କଣି। ଦେଖିଲେ ଲାଗୁଛି ସତେ କି କେଉଁ କାଳୁ ଛାଆଣି ହୋଇନି। କାନ୍ଥ ନାହିଁ ଯେ, ଜରିପାଲ ଢଙ୍କା ହୋଇଛି। ଖରା ବର୍ଷା, ଶୀତକାକରବାରମାସୀ ଏ ମାଆ ପୁଅଙ୍କୁ ଏଇ ଝାଟିମାଟି କୁଡିଆରେ ହିଁ ଜୀବନ କାଟିବାକୁ ପଡ଼େ। ହେଲେଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପିଲାଟି ଦିନରୁ ଏଇ କୁଡିଆ ଭିତରେ ବଢିଥିବା ଏ ଯୁବକ ଜଣକଡାକ୍ତରୀ ପାଠ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ଯୋଜନାକୁ ୬ ବର୍ଷ ପରେ ବି ପଟ୍ଟାରୁ ବଞ୍ଚିତ ସହରାଞ୍ଚଳର ହଜାର ହଜାର ଭୂମିହୀନ ବସ୍ତିବାସିନ୍ଦା, କଣ୍ଟା ସାଜିଛି କିସମ, ଅଡୁଆକରୁଛି ଜବରଦଖଲ, ଭୁବନେଶ୍ୱରରେ ସର୍ଭେରେ ଅନିୟମିତତା ଅଭିଯୋଗ, ବର୍ଷିଲେ ହିତାଧିକାରୀ...
ଚନ୍ଦ୍ର ବିଜୟ ପାଇଁ ଇସ୍ରୋ ହିରୋଙ୍କୁ ସାଲ୍ୟୁଟ୍ ଜଣାଇ ଭାବବିହ୍ବଳ ପ୍ରଧାନମନ୍ତ୍ରୀ ମୋଦି। ଗ୍ରୀସରୁ ଫେରି ପ୍ରଧାନମନ୍ତ୍ରୀ ସିଧା ବେଙ୍ଗାଳୁରୁ ସ୍ଥିତ ଇସ୍ରୋ କମାଣ୍ଡ ସେଣ୍ଟରକୁ ଯାଇ ମୁନ୍ ମିଶନରେ ସଂପୃକ୍ତ ବୈଜ୍ଞାନିକଙ୍କୁ ଭେଟି ବଧେଇ ଜଣେଇଥିଲେ। ଏଇ ଅବସରରେ ଚନ୍ଦ୍ରରେ ଚନ୍ଦ୍ରୟାନ-ଥ୍ରୀ ଅବତରଣ ସ୍ଥଳର ନାମକରକଣ କରି ଏହାକୁ ‘ଶିବଶକ୍ତି’ ଓ ଚନ୍ଦ୍ରୟାନ- ଟୁ ପଦଚିହ୍ନ ସ୍ଥାନକୁ ତ୍ରିରଙ୍ଗା ପଏଣ୍ଟ ଭାବେ ଘୋଷଣା କରିଥିଲେ।
ପ୍ରଦୀପ, ପୋଲିସ ଆଉ ପଲିଟିକ୍ସ। ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ିକୁ ଆକ୍ରମଣ ଘଟଣାରେ ପୋଲିସ୍ ର ନିଷ୍କ୍ରିୟତା। ଯାହାକୁ ନେଇ ତେଜିଛି ରାଜନୀତି। କଂଗ୍ରେସ୍ ଓ ବିଜେପି ଜନ ପ୍ରତିନିଧିଙ୍କ ଉପରେ ହୋଇଥିବା ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି।
ପ୍ରଦୀପ-ପାଣ୍ଡିୟାନ୍ ବିବାଦକୁ ନେଇ ଉଠୁଛିପଡୁଛି ରାଜ୍ୟ ରାଜନୀତି। ସରଗରମ ଗଂଜାମ ପଲିଟିକସ୍। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜ ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଫାଇଭ୍ ଟି ସଚିବଙ୍କ ସଭାକୁ ଯାଉଥିବାବେଳେ ବିଜେଡି କର୍ମୀଙ୍କ ସହ ହୋଇଥିଲା ଠେଲାପେଲା-ଧସ୍ତାଧସ୍ତି।
ଅଧା ଚିକିତ୍ସାରୁ ହସପିଟାଲରୁ କାହିଁକି ଗାୟବ ହେଲେ ମାଡାମ୍ ? ବିନା ଡିସଚାର୍ଜରେ ଗାୟବ ହୋଇଥିବାରୁ ଏହାକୁ ନେଇ ବଢିଲାଣି ଚର୍ଚ୍ଚା ।
ଏଥିଲାଗି ମୁଖ୍ୟମନ୍ତ୍ରୀ ଦାୟୀ। ବିଜୁ ପଟ୍ଟନାୟକଙ୍କ ଭଳି ସାହସୀ ବ୍ୟକ୍ତିଙ୍କ ପୁଅ ଏପରି କରିବେ ବିଶ୍ୱାସ ହେଉନି।’
ଚନ୍ଦ୍ରୟାନ-୩ ର ସଫଳତା ଅବସରରେ ବେଙ୍ଗାଲୁରୁର ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇବା ଅବସରରେ ସେ ଏହି ଘୋଷଣା କରିଛନ୍ତି।
ରାଜନେତାମାନେ କ୍ରୀତଦାସ ହେବା ଓଡ଼ିଆଙ୍କ ସ୍ୱାଭିମାନ ପ୍ରତି ଅଭିଶାପ।’
ଏହାସହ କୋଭିଡ୍ ସମୟରେ ତାଙ୍କର ମନ୍ତବ୍ୟକୁ ନେଇ 5T ସଚିବ ଯେଉଁକଥା କହିଥିଲେ, ତା’ର ପ୍ରମାଣ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଥିବ, ସେନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେଇପାରିବେ ବୋଲି ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି।
ଟସର ନୂହେଁ ଅହିଂସା ସୂତାରେ ଖଣ୍ଡୁଆ ପାଟ । ନିଜ ଜନ୍ମ ଦିନରେ ପିନ୍ଧିବେ ଶ୍ରୀ ଶ୍ରୀ ବଳଦେବ ଜିଉ । କେନ୍ଦ୍ରାପଡ଼ାର ମହାପ୍ରଭୁ ବଳଦେବ ଜିଉଙ୍କ ଜନ୍ମତିଥି ପାଇଁ ଏହି ନୀଳାମ୍ବରି ପାଟ ଓ ପ୍ରଭୁ ଜଗନ୍ନାଥଙ୍କ ପାଇଁ ମନଲୋଭା ପିତାମ୍ବରୀ ପାଟ ପ୍ରସ୍ତୁତ କରିଛନ୍ତି କଟକ ନୂଆପାଟଣାସ୍ଥିତ ନମ୍ବର ୱାନ ସୋସାଇଟର ବୁଣାକାରମାନେ ।
୧୪ ଦିନିଆ ଚନ୍ଦ୍ରୟାନ-୩ ମିଶନରେ, ରୋଭର୍ ପ୍ରଜ୍ଞାନ ହାତରେ ଆଉ ୧୨ ଦିନ ସମୟ । ଅତିକ୍ରମ କରିଛି ମାତ୍ର ୮ ମିଟର ବାଟ । ଚ୍ୟାଲେଞ୍ଜପୂର୍ଣ୍ଣ ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ ସହିତ, ସଂଗ୍ରହ କରିବାକୁ ପଡ଼ିବ ସେଠାକାର ମାଟି ଓ ପଥର ସଂପର୍କିତ ଅନେକ ଅଜଣା ତଥ୍ୟ । କେତେବେଳେ ବି ଉପୁଜିପାରେ ପ୍ରତିକୂଳ ସ୍ଥିତି । ପ୍ରଜ୍ଞାନ ଏହାର କିପରି ସାମ୍ନା କରୁଛି, ତା ଉପରେ ଏବେ ସାରା ଦେଶର ନଜର ରହିଛି । ଏଭିତରେ ଜହ୍ନରେ କିଭଳି ଗଡ଼ିବା ଆରମ୍ଭ କରିଥିଲା ରୋଭର୍, ତାର ଭିଡିଓ ସାର୍ବଜନୀନ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ।
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିଜେଡି ପାଇଁ ବଢୁଛି ଅଡୁଆ । ଗୋଷ୍ଠୀ କନ୍ଦଳକୁ ନେଇ ଟେନସନରେ ଶଙ୍ଖ ଦଳ । ଗଞ୍ଜାମରେ ଦଳକୁ ଘାଟାରେ ପକାଇପାରେ ପାଣ୍ଡିଆନ ଓ ପ୍ରଦୀପଙ୍କ ବିବାଦ । ସାଧାରଣ ନିର୍ବାଚନ ପୂର୍ବରୁ ଅସଜଡା ଗଞ୍ଜାମ ସଂଗଠନକୁ ନେଇ ଦଳର ଟେନସନ୍ ବଢୁଛି ।
ଡେଙ୍ଗୁର ମାରାତ୍ମକ ରୂପରେ କଲବଲ ରାଜଧାନୀ ବାସିନ୍ଦା । କ୍ୟାପିଟାଲ ହସ୍ପିଟାଲ ରକ୍ତ ପରୀକ୍ଷା କେନ୍ଦ୍ରରେ ତ ଅସମ୍ଭାଳ ଭିଡ଼ । ଏହାକୁ ଦେଖି ଭୁବନେଶ୍ୱରରେ ଆଉ ଦୁଇଟି ଡେଙ୍ଗୁ ଟେଷ୍ଟିଂ ଲ୍ୟାବ୍ ୨ରୁ ୩ଦିନ ଭିତରେ ଖୋଲିଯିବ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ । ଏଣେ ରାଜ୍ୟରେ ୨ ହଜାର ୮ ଶହ ଟପି ସାରିଲାଣି ଆକ୍ରାନ୍ତଙ୍କ ସଂଖ୍ୟା। ଆରଏମଆରସି କହୁଛି- ୭୦ ପ୍ରତିଶତ ଡେଙ୍ଗୁ ଭୂତାଣୁ ଡି-୨ ଭାରିଆଣ୍ଟ ।
ରାଜରାସ୍ତାରେ ଧସ୍ତାଧସ୍ତି... ନାରାବାଜି ସହ ମୁହାଁମୁହିଁ... ତାହାରି ଭିତରେ ଗାଡ଼ିରେ ଫସିରହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗାଡ଼ିକୁ ହୋଇଛି ଅଣ୍ଡା ମାଡ଼ । ଫିଙ୍ଗାଯାଇଛି ଟେକାପଥର । ପାଣି ବୋତଲ ବି ମାଡ଼ ହୋଇଛି । ଆଉ ଏହାକୁ ନେଇ ପ୍ରଦୀପ ପାଣିଗ୍ରାହୀଙ୍କ ଗୋଷ୍ଠୀ ଏବଂ ତାଙ୍କ ବିପକ୍ଷ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ ।
କାୟା ବଢାଉଛି ରାଜଧାନୀ । ତା ସହ ବଢୁଛି ପରିଚାଳନାଗତ ଚ୍ୟାଲେଞ୍ଜ୍ । ତେଣୁ ଭୁବନେଶ୍ୱର ମହାନଗର ନିଗମର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । BMCକୁ ଅଧିକ କାର୍ଯ୍ୟଦକ୍ଷ କରିବାକୁ ସୃଷ୍ଟି ହେବ ୪୧୬ ନୂଆ ପଦବୀ ।
ଡ୍ରଗସ୍ କବଳରେ ପଡ଼ି ଯୁବପିଢ଼ି ବରବାଦ ହେଉଛନ୍ତି । ତେଣୁ ନିଶା କାରବାର ରୋକିବାକୁ ୨ ବର୍ଷ ହେଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ ଚଳାଇଛି କଡ଼ା ଅଭିଯାନ । ଏହି ସମୟ ଭିତରେ ୭୧ କେଜି ବ୍ରାଉନସୁଗର, ୨୦୨ ଗ୍ରାମ କୋକେନ ଜବତ ହୋଇଛି ।
ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ହସ୍ପିଟାଲରୁ କୁଆଡ଼େ ଗଲେ ଲେଡି SI ? ଆତ୍ମହତ୍ୟା ଉଦ୍ୟମ ପରେ ଚିକିତ୍ସାଧୀନ ଥାଇ ବେଡରୁ ଅନ୍ତର୍ଦ୍ଧାନ । ଦ୍ବନ୍ଦ୍ବ ବଢାଉଛି ଅଧିକାରୀଙ୍କ ବୟାନ, ସେପଟେ ଉଭାନକୁ ନେଇ ବଢୁଛି ସସ୍ପେନ୍ସ
ଏଥର ଖୋଲା କଥାର ହଟ୍ ସିଟରେ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଦ୍ୱିତୀୟ ରାଙ୍କ ହାସଲ କରିଥିବା କନ୍ଧମାଳର ଝିଅ ସୁଚିସ୍ମିତା ପାଣିଗ୍ରାହୀ..
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜୋରଦାର ବିରୋଧ । ବ୍ରହ୍ମପୁରରେ ପ୍ରବେଶ ବେଳେ ତାଙ୍କୁ ବିରୋଧ କରାଯାଇଛି । ଜାତୀୟ ରାଜପଥରେ ତାଙ୍କୁ ବିରୋଧ କରିଛନ୍ତି ବିଜେଡି କର୍ମୀ ।
ଦିବ୍ୟାଙ୍ଗ ଶରୀର.. ଝାଟିମାଟି ଘର.. ଅତ୍ୟନ୍ତ ଗରିବ ପରିବାରର ଏ ପିଲାଟି ଯଦି ନିଷ୍ଠା ଓ ପରିଶ୍ରମ ବଳରେ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରୁଛନ୍ତି.. ତା ହେଲେ ଆମେ କାହିଁକି ପରିସ୍ଥିତି ଆଉ ପରିବେଶକୁ ଦାୟୀ କରିବା ? ବାହାନା ନୁହେଁ ସଂଘର୍ଷକୁ ବାଛିଲେ ଦିବ୍ୟାଙ୍ଗ ଡାକ୍ତରୀ ଛାତ୍ର ସଂଗ୍ରାମ
ସହରରୁ ୧୭ କି.ମି. ଦୂରକୁ ଗଲେ ଆପଣ ଏହି ଜାଗାରେ ପହଞ୍ଚିଯିବେ.. ଯେଉଁଠି ଥିବ ଝରଣାର କୁଳୁ କୁଳୁ ନାଦ.. ଉପରୁ ପାଣି ଖସିପଡୁଥିବାର ଶବ୍ଦ.. ଥଣ୍ଡା ଥଣ୍ଡା ପବନ.. ଆଉ ଅପୂର୍ବ ଶାନ୍ତି.. ଏଇଠି କିଛି କ୍ଷଣ ବିତାଇଲେ ଜୀବନକୁ ଜୀଇଁଗଲା ଭଳି ଅନୁଭୂତି ସାଉଁଟିଯିବେ ନିଶ୍ଚୟ…
ବେଙ୍ଗାଳୁରୁ ସ୍ଥିତ ୟୁ.ଆର ରାଓ ସାଟେଲାଇଟ ସେଣ୍ଟରରେ ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ, ଏହାକୁ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ଭାରତର ପ୍ରମୁଖ ସ୍ପେଶପୋର୍ଟ ସତୀଶ ଧାୱନ୍ ସ୍ପେଶ୍ ସେଣ୍ଟରକୁ ଅଣାଯାଇଛି ।
ଇସ୍ରୋ ବିଧିବଦ୍ଧ ଭାବେ ଏହି ଭିଡିଓ ଜାରି କରିନଥିଲେ ବି, ରୋଭର୍ ଜହ୍ନରେ ଚାଲିବା ଆରମ୍ଭ କରିଛି ବୋଲି ଜଣାଇସାରିଛି । ଲେଖିଛି ମେଡ୍ ଇନ୍ ଇଣ୍ଡିଆ, ମେଡ୍ ଫର୍ ମୁନ୍ ।
ଏହା ପ୍ରଥମ ଦିନ କଟିସାରିଥିବା ବେଳେ, ଆଗାମୀ ୧୨ରୁ ୧୩ ଦିନ ଏହାକୁ ସୁରକ୍ଷିତ ଓ କାର୍ଯ୍ୟକ୍ଷମ ରଖିବା ଇସ୍ରୋ ପାଇଁ ବଡ଼ଚାଲେଞ୍ଜ ରହିବ।