ବନବିଭାଗର ନିୟମକୁ କେହି ମାନୁ ନାହାନ୍ତି । ଯିଏ ଯୁଆଡେ ପାଇଲା ସିଏ ସିଆଡେ ଡଙ୍ଗା ନେଲା...ବ୍ଲେଡ୍ରେ କଟି ମରୁଛନ୍ତି ଡଲଫିନ୍
ଶୁଭ ଅଶୁଭ ଓ ମଙ୍ଗଳ ଅମଙ୍ଗଳର ଦ୍ୱନ୍ଦ୍ୱ ଭିତରେ ସାରା ଦେଶରେ ପାଳିତ ହୋଇଛି ରକ୍ଷାବନ୍ଧନ । ଭାଇ ହାତରେ ରେଷମ ଡୋରୀ ଟିଏ ବାନ୍ଧି ଭଉଣୀ ଶୁଭ ମନାସିବା ସହ ନିଜର ସୁରକ୍ଷା କାମନା କରିଛି..
ରାୟଗଡ଼ାରୁ ଉଠାଇନେଲେ ବ୍ରହ୍ମପୁର ଘରେ ଆଣି ଛାଡ଼ିଲେ । ହାତ ମୁହଁ ବାନ୍ଧି ହୋଟେଲ ରୁମରେ ଟେକି ନେଇଗଲେ । ପ୍ରଫୁଲ୍ଲ ସାମନ୍ତରାଙ୍କୁ କିଏ ଓ କାହିଁକି ପ୍ରାୟ ୬ ଘଣ୍ଟା ଗାୟବ କଲେ..?
ବିଜେଡିର ମହିଳା ଭୋଟ୍ ବ୍ୟାଙ୍କକୁ ଚେକ୍ ଦେବ କି କେନ୍ଦ୍ରର ନିଷ୍ପତ୍ତି ? କମିଲା ରନ୍ଧନ ଗ୍ୟାସ ଦର । ରାଜ୍ୟରେ ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଉଜ୍ଜ୍ୱଳା ସଂଯୋଗ..
ଶ୍ରାବଣରେ ଚାଷୀ କାନ୍ଦୁଛି, ଧାନ କ୍ଷେତ ତ୍ରାହି ତ୍ରାହି ଡାକୁଛି । ଜମି ଫାଟି ଆଁ କରିଛି । ଦିନେ ଦୁଇଦିନ ଭିତରେ ବର୍ଷା ନହେଲେ ମରୁଡ଼ି ନିଶ୍ଚିନ୍ତ..
ଜାଗା ମିଶନରେ ଫର୍ମ-୨ ପରେ ସର୍ଭେକୁ ନେଇ ଦ୍ୱନ୍ଦ୍ୱ । ଡ୍ରୋନ୍ ସର୍ଭେକୁ ନେଇ ପ୍ରଶ୍ନ ଉଠାଇଲେ ହିତାଧିକାରୀ..
ରାଜଧାନୀରେ ଅପରାଧ ନିୟନ୍ତ୍ରଣ ପାଇଁ ପଦକ୍ଷେପ । ସିପି ମାଗିଲେ CCTV ଲିଙ୍କ୍ । ଆଇପି ଆଡ୍ରେସ୍ ପୋଲିସକୁ ଦେବାପାଇଁ କମିଶନରଙ୍କ ଅନୁରୋଧ..
ସୂର୍ଯ୍ୟ ଅଭିଯାନ ପାଇଁ ସରିଲା ସଜବାଜ । ମିଶନ ଆଦିତ୍ୟ ପାଇଁ ଚୁଡାନ୍ତ ମହାପ୍ରସ୍ତୁତି । ଲଞ୍ଚ୍ ପ୍ୟାଡ୍ ରେ ତୟାର ବିଶାଳ PSLV ରକେଟ୍..
ଆମେ ସମସ୍ତଙ୍କ ସିଷ୍ଟର୍ । ରୋଗୀ ସେବା ଆମ ପାଇଁ ସବୁ କିଛି । ପର୍ବପର୍ବାଣୀ ଆମ ପାଇଁ କିଛି ନାହିଁ । ଘରକୁ ଗଲେ ଭାଇ ହାତରେ ବାନ୍ଧିବି ରାକ୍ଷୀ । ଏହା କହିଛନ୍ତି ଜଣେ କାର୍ଯ୍ୟରତ ଷ୍ଟାଫନର୍ସ ।
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା । ଆଜି ଦିନରେ ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମନାସିଥାଏ ।
ରକ୍ଷା ବନ୍ଧନରେ ଭାଇଙ୍କ ପାଇଁ ଠାକୁରଙ୍କ ନିକଟରେ ଶୁଭମନାସି ଦୁଇ ଗୋଡ଼ ସାହାଯ୍ୟରେ ଭାଇ ହାତରେ ରାକ୍ଷୀ ବାନ୍ଧିଛନ୍ତି ଉର୍ବଶୀ ଦାସ। ଆଉ ଭାଇ ମଧ୍ୟ ସାରାଜୀବନ ଭଉଣୀର ସୁରକ୍ଷା ପାଇଁ ପ୍ରତିଶୃତି ଦେଇଛି।
ଚକା ଚକ୍ ଦିଶୁଛି ଓଭର୍ ହେଡ୍ ପାଣିଟାଙ୍କି.. ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ତିଆରି ହୋଇଛି.. ହେଲେ ପାଣି ଏଠି ସାତ ସପନ.. ଯେତେବେଳେ ବି ପାଣି ଆସୁଛି ବାହାରୁଛି ପଙ୍କ ମିଶା ପୋଚରା ପାଣି..
ଦୁଃଖର ମଲାଟ ଭିତରେ ଜୀବନ ପୁସ୍ତକର ଗୋଟିଏ ପରେ ଗୋଟିଏ ଅଧ୍ୟାୟକୁ ବିଦାୟ ଦେଇଚାଲିଛି ହତଭାଗିନୀ ସ୍ତ୍ରୀ.. ଲୁହ ଛଳ ଛଳ ଆଖିରେ ଏଇ ନୁଆଁଣିଆ ଭଙ୍ଗା କୁଡ଼ିଆ ଭିତରୁ ସ୍ୱାମୀର ଜୀବନ ଭିକ୍ଷା ମାଗୁଛି ସେ.. ଭୋକ ଯନ୍ତ୍ରଣାକୁ ସିନା ସେ ପେଟରେ ଓଦାକନା ପକାଇ ସହିଯିବ.. ହେଲେ ରୋଗ ଯନ୍ତ୍ରଣାରେ ଛଟପଟ ନିଜ ସ୍ୱାମୀକୁ ଦେଖି ସେ ସହିପାରୁନି..
ପରିବାର ପାଇଁ ଅଲୋଡ଼ା ଥିଲେ ଆଜି ବୃଦ୍ଧାଶ୍ରମରେ ବି ଅଲୋଡ଼ା.. ଜୀବନରେ ଯେତିକି ଦିନ ବି ବଞ୍ଚିବେ ଅନ୍ତତଃ ଶାନ୍ତିରେ ବଞ୍ଚିବେ ବୋଲି ଚିନ୍ତା କରି ଏମାନେ ଜରାନିବାସରେ ଆଶ୍ରା ନେଇଥିଲେ..ହେଲେ ଏଠାରେ ଦୁଃଖ ଦୁଇଗୁଣ ହୋଇଯାଇଛି..ଖାଇବା, ପିନ୍ଧିବା, ନିତ୍ୟକର୍ମ, ଔଷଧପତ୍ର ସବୁଥିରେ ଅବ୍ୟବସ୍ଥା..
ରାଉରକେଲା ସେକ୍ଚର ୧୩ ମେଲଣ ପଡ଼ିଆରେ ଆରମ୍ଭ ହୋଇଛି ଇଣ୍ଟରନ୍ୟାସନାଲ ଟ୍ରେଡ୍ ଏକ୍ସପୋ-୨୦୨୩ । ଧାଡ଼ି ଧାଡ଼ି ହୋଇ ଲାଗିଛି ଦେଶୀ ଓ ବିଦେଶୀ ସାମଗ୍ରୀର ଷ୍ଟଲ । ଲୋକେ ବିଭିନ୍ନ ଷ୍ଟଲକୁ ଯାଇ କିଣା ବିକା କରିବା ସହ ବାଣିଜ୍ୟ ମେଳାର ମଜା ଉଠାଉଛନ୍ତି ।
ଆପଣ ଅନେକ ଜନ୍ମଦିନ ଉପହାର ଦେଖିଥିବେ । ନିଜ ପ୍ରିୟ ଲୋକଙ୍କୁ ଦାମୀ ଗିଫ୍ଟ ଦେବା ଅନେକଙ୍କର ପସନ୍ଦ ମଧ୍ୟ । ହେଲେ ଆମେ ଏପରି ଉପହାର କଥା କହିବୁ ଯାହାକୁ ଆପଣ ଶୁଣି କହିବେ ୱାଃ ୱାଃ । ଏହି ଉପହାର ଜଣଙ୍କର ଜୀବନ ସହ ଭାଗ୍ୟ ବଦଳାଇବାରେ ସକ୍ଷମ ।
ଆଥଲେଟ ବାପି ହାଁସଦା ଓ ଭାରୋତ୍ତୋଳକ ଜ୍ୟୋସ୍ନା ସବର ଉପବିଜେତା ଭାବେ ବିବେଚିତ ହୋଇଛନ୍ତି । ବାପି ଓ ଜ୍ୟୋସ୍ନାଙ୍କୁ ୧ ଲକ୍ଷ ଲେଖାଏଁ ଟଙ୍କା ସହ ମାନପତ୍ର ମିଳିବ ।
ଜହ୍ନର ଦକ୍ଷିଣ ମେରୁରେ ମାଟି କେତେ ତତଲା ? ଲ୍ୟାଣ୍ଡର୍ ବିକ୍ରମ ପରଖିଲା ଚନ୍ଦ୍ରପୃଷ୍ଠର ଉତ୍ତାପ । ତାପମାତ୍ରା ମାପିଲା ସ୍ୱତନ୍ତ୍ର ପେ'ଲୋଡ୍ 'ଚାସ୍ତେ' । ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ସ୍ୱତନ୍ତ୍ର ଯନ୍ତ୍ର ଚାସ୍ତେ ପରଖିଛି ଚନ୍ଦ୍ରପୃଷ୍ଠର ତାପମାତ୍ରା ।
ଆଜିଠୁ ସ୍ୱତନ୍ତ୍ର ଟେଷ୍ଟିଂ କାଉଣ୍ଟରରେ ଆରମ୍ଭ ହୋଇଛି ଡେଙ୍ଗୁ ନମୁନା ପରୀକ୍ଷା । ଏହାସହ ଟେଷ୍ଟିଂ ସମୟକୁ ବି ବଢ଼ାଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ପୂର୍ବରୁ ସକାଳ ୯ଟାରୁ ଅପରାହ୍ଣ ୪ଟା ଯାଏଁ ରୋଗୀଙ୍କ ନମୁନା ସଂଗ୍ରହ ହେଉଥିବା ବେଳେ ଏବେ ସକାଳ ୮ଟାରୁ ଅପରାହଣ ୫ଟା ଯାଏଁ ନମୁନା ସଂଗ୍ରହ କରାଯିବ ।
ବିଡ଼ା ବିଡ଼ା ହୋଇ ଥୁଆହେଇଛି ପାଞ୍ଚଶହ ଟଙ୍କିଆ ନୋଟ୍ । ଜବତ ହୋଇଛି ବନ୍ଧୁକ ଓ ସୁନା ଅଳଙ୍କାର । ରାଜଧାନୀରେ ନିଜକୁ ସିବିଆଇ ଅଧିକାରୀ କହି କଳାକନା ବୁଲାଇଥିବା ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି ।
5T ସଚିବଙ୍କୁ ସୌମ୍ୟରଂଜନଙ୍କ ଘନଘନ ଆକ୍ରମଣ । ପାଣ୍ଡିଆନଙ୍କ ଗୋଟିଏ ପଟେ ଗୋଟିଏ ଗୁମର ଖୋଲୁଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । 5T ସଚିବଙ୍କ ଗସ୍ତ ଖର୍ଚ୍ଚ, ଚନ୍ଦ୍ରୟାନ ଖର୍ଚ୍ଚ ସହ ସମାନ ହେବ ବୋଲି ସାଂଘାତିକ ଅଭିଯୋଗ ।
ହିତାଧିକାରୀ ତାଲିକାରୁ ବାଦ ପଡିଲେ ସ୍ଥାୟୀ ବସ୍ତି ବାସିନ୍ଦା । ଯେଉଁଥି ପାଇଁ ତାତିଛନ୍ତି ରାଜଧାନୀର ବସ୍ତିରେ ରହୁଥିବା ଲୋକେ । କେଉଁଠି ପଟ୍ଟା ବର୍ଜନ ନିଷ୍ପତ୍ତି ତ ଆଉ କେଉଁଠି ଭୁବନେଶ୍ୱର ମେୟର ଓ ବିଧାୟକଙ୍କ ଘର ଘେରାଉ ।
ଜଗା ଦର୍ଶନ ପାଇଁ ଗହଳିରେ ଫାଟି ପଡୁଥିଲା ଶ୍ରୀକ୍ଷେତ୍ର । ଭିଡ଼ ଏମିତି ଯେ, ଦୁଇ ତିନିଘଣ୍ଟା ଧରି ଧାଡ଼ିରେ ଠିଆ ହେଲା ପରେ ହିଁ ସିଂହଦ୍ୱାର ଯାଏଁ ଯାଇ ହେଉଥିଲା ।
ରଙ୍ଗୀନ, ଚକାଚକ୍, ମନଲୋଭା । ଖୋଲାରେ ଯେତିକି ସୁନ୍ଦର, ପ୍ୟାକେଟରେ ତା’ଠୁ ଅଧିକ ଆକର୍ଷଣୀୟ । ଏ ରାକ୍ଷୀ ପ୍ଲାଷ୍ଟିକ ନୁହେଁ, କି ବିଦେଶରୁ ଆମଦାନୀ ହୋଇନି । ବରଂ ଖାଣ୍ଟି ଦେଶୀ ଆଉ ପରିବେଶ ଉପଯୋଗୀ ।