ୟାଙ୍କ ବୁଦ୍ଧିକୁ ମାନିବାକୁ ପଡିବ । ବାଇକ୍ରେ ଲଗାଇ ଦେଲେ ୪ ଚକା । ୨ ଫୁଟ୍ ପାଣି ଭିତରେ ପଶି ଗଲେ ବି ଗୋଡରେ ପାଣି ଛିଟିକିବାର ଚାନ୍ସ ନାହିଁ । ହେଲେ ଓହ୍ଲାଇବେ କେମିତି ?
ଦେଶର ପ୍ରଥମ ସୂର୍ଯ୍ୟ ଅଭିଯାନ। ଆଜି ଦିନ ୧୧ଟା ୫୦ରେ ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରୁ ଉତ୍କ୍ଷେପଣ ହେଲା ‘ଆଦିତ୍ୟ L1’। PSLV-C57ରେ ‘ଆଦିତ୍ୟ L1’ର କରାଗଲା ଉତ୍କ୍ଷେପଣ। ‘ଆଦିତ୍ୟ L1’କୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଲାଗିବ ୪ ମାସ ସମୟ...
କଲେଜରେ ସେ ପ୍ରିନ୍ସିପାଲ । ଇତିହାସ ବିଭାଗରେ ପିଲାଙ୍କୁ ପଢାଉଛନ୍ତି ପାଠ...ପଢା ସାରିବା କ୍ଷଣି ସମାଜସେବା ସହ ପରିବେଶକୁ ସୁସ୍ଥ ରଖିବାକୁ ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି ତାଲିମ । ଭୂରି ଭୂରି ପ୍ରଶଂସା କଲେ ଜିଲ୍ଲାପାଳ...
ଆମ ଓଡିଶା ନବୀନ ଓଡିଶା ଯୋଜନାକୁ ଅଦାଲତି ଛାଟ । ଯୋଜନାର କାର୍ଯ୍ୟକାରିତାରେ ପଞ୍ଚାୟତର ସ୍ୱାର୍ଥ ଏବଂ ଗ୍ରାମସଭାକୁ ଉପେକ୍ଷା କରାଯାଉଥିବା ଅଭିଯୋଗ ଉପରେ ସରକାରଙ୍କୁ ରିପୋର୍ଟ ତଲବ୍ କରିଛନ୍ତି ହାଇକୋର୍ଟ । ଏଥିସହ ଯେଉଁ ଢଙ୍ଗରେ ଯୋଜନା କାର୍ଯ୍ୟକାରୀ ହେଉଛି ତାହା ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ପରିପନ୍ଥୀ ବୋଲି କୋର୍ଟ ମତ ଦେଇଛନ୍ତି । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।
ପୂର୍ବରୁ ଶ୍ରୀମନ୍ଦିରରେ ନିର୍ଦ୍ଦିଷ୍ଟ ସମୟରେ ଦିନକୁ ୫ ଥର ପରିମାଣିକ ଦର୍ଶନ ସହ ୬ ଥର ସାହାଣମେଲା ଦର୍ଶନ ଚାଲୁଥିଲା । ହେଲେ କେତେକ କାରଣରୁ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୧୬ ଜାନୁଆରୀ ୨୭ରୁ ପରିମାଣିକ ଟିକେଟ୍ ଦର୍ଶନ ବନ୍ଦ ରହିଛି ।
ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଉନ୍ମତ୍ତ କାଣ୍ଡ । ହାତରେ ମାରଣାସ୍ତ୍ର ଧରି ସର୍ବସାଧାରଣରେ ଆତଙ୍କ ଖେଳାଇଲେ । ତେବେ ଯବାନ ଜଣକ କାହାକୁ ଆକ୍ରମଣ କରିନଥିଲେ ବରଂ ଅଭିଯୋଗର ଲମ୍ବା ତାଲିକା ଦେଖାଇ ପୋଲିସ ଓ ପ୍ରଶାସନ ଉପରେ ଖୋଲାଖୋଲି ଅସନ୍ତୋଷ ଝାଡିଥିଲେ । ହେଲେ କାହିଁକି ଏମିତି କରୁଥିଲେ ସେ, ଜାଣିବା ଆସନ୍ତୁ ।
ବିଜେଡ଼ିରେ ତେଜୁଛି ବିଦ୍ରୋହର ସ୍ୱର । ବଡ଼ କଥା ହେଉଛି, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜିଲ୍ଲାରେ ଘଳିଆ ପଡ଼ିବା ଅବସ୍ଥା ହେଲାଣି ଗୋଷ୍ଠୀ କନ୍ଦଳ । ଦିଗପହଣ୍ଡିରେ ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ସ୍ଥଗିତ ପରେ ବିରୋଧର ସ୍ୱର ଉଠାଇଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କୁ ୨୪ ଘଣ୍ଟା ଭିତରେ ବିଜେଡ଼ିରୁ ଯେଭଳି ବହିଷ୍କାର କରାଗଲା, ତାକୁ ନେଇ ଏବେ ତୀବ୍ର ହୋଇଛି ବିବାଦ। ଅପରପକ୍ଷେ ପୁରୀରେ କର୍ମୀ ସମ୍ମିଳନୀବେଳେ ମୁହାଁମୁହିଁ ହୋଇଥିଲେ ବିଜେଡ଼ିର ୨ ଗୋଷ୍ଠୀ । ଯେଉଁଠି ସୁପ୍ରିମୋ ନବୀନଙ୍କ ବଦଳରେ ପାଣ୍ଡିଆନ ଜିନ୍ଦାବାଦର ନାରାବାଜି ହୋଇଥିଲା ।
‘ୱାନ୍ ନେସନ ୱାନ୍ ଇଲେକ୍ସନ୍’ କୁ ନେଇ ସବୁଠି ଚର୍ଚ୍ଚା । ମୋଦି ସରକାରର ତୃତୀୟ ସ୍ୱତନ୍ତ୍ର ଅଧିବେସନକୁ ନେଇ ସସ୍ପେନ୍ସ ବଢୁଛି । କାରଣ ଏଯାଏଁ ଏଜେଣ୍ଡା ଘୋଷଣା ହୋଇନି । ଦେଶରେ ଏକକ ନିର୍ବାଚନ ଲାଗି କେନ୍ଦ୍ର କସରତ କରୁଥିବା ବେଳେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍ ନେଇ ଆଲୋଚନା କରାଯାଇପାରେ ବୋଲି ସମ୍ୱିଧାନ ବିଶାରଦଙ୍କ ମତ । ଅନ୍ୟପଟେ ଆଗୁଆ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ ବି ଝଡ଼ ଦେଖାଦେଲାଣି ।
ଲଞ୍ଚପ୍ୟାଡରେ ତୟାର ଇସ୍ରୋର ୱାର୍କହର୍ସ PSLV-C 57 । ଏବେ କେବଳ ଅପେକ୍ଷା- ଶନିବାର ଦିନ ୧୧ଟା ୫୦କୁ । ଠିକ୍ ଏହି ସମୟରେ ଭୂପୃଷ୍ଠକୁ ଛାଡ଼ିବ ଆଦିତ୍ୟ-L1 । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ୍ ସ୍ପେଶ ସେଣ୍ଟରର ୨ ନମ୍ବର ଲଞ୍ଚ ପ୍ୟାଡରୁ ଆକାଶ ଚିରିବ PSLV-XL କ୍ଲାସ୍ ରକେଟ୍ ।
ଜମି ଫାଟି ଆଁ କରିଛି । ଏକର ଏକର ଚାଷଜମିରେ ରୁଆ ତଳି ପୋଡିଯିବାକୁ ବସିଲାଣି । ଜମି କଡେ କଡେ କେନାଲ ଯାଇଥିଲେ ବି କେନାଲ ପୋତି ହୋଇଗଲାଣି । ଶେଷରେ ଭଗବାନଙ୍କ ଭରସାରେ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଆଗକୁ କଣ ହେବ ତାକୁ ନେଇ ଚିନ୍ତାରେ ଚାଷୀ।
ୟେ ଦୁଃଖ କି ଅବସାଦର କାନ୍ଦବୋବାଳି ନୁହେଁ.. ଏ ହେଉଛି ଖୁସିର ଲୁହ.. ଖୁସିରେ ଆତ୍ମହରା ହୋଇ ଭୋ ଭୋ କାନ୍ଦୁଛନ୍ତି ସ୍ତ୍ରୀ ଆଉ ଝିଅ..ସମସ୍ତଙ୍କ ଆଖିରେ ଲୁହ.. କିନ୍ତୁ ସମସ୍ତେ ଭାରି ଖୁସି..ଗାଁ ଲୋକେ ବି ଭିଡ଼ ଜମାଇଛନ୍ତି..ରବୀନ୍ଦ୍ର ଗାଁକୁ ଫେରିଆସିଛନ୍ତି ବୋଲି ଗାଁରେ ଚହଳ ପଡ଼ିଛି..
ମୁଁ ଜାଣିଛି ମୋ ଭାଇ ଅଭିଯୁକ୍ତ..ଏବେ ସେ ଜେଲରେ ଅଛି.. ହେଲେ ଆଜି ପରା ରାକ୍ଷୀ ପୂର୍ଣ୍ଣିମା.. ମୁଁ କେମିତି ତା ହାତରେ ରାକ୍ଷୀ ନ ବାନ୍ଧି ରହିପାରିବି ! ଯିଏ ଯାହା କହୁ.. ଯିଏ ଯାହା ଭାବୁ ପଛେ ଆଜି ସମସ୍ତଙ୍କ ଭଳି ମୋ ଭାଇ ବି ରାକ୍ଷୀ ପିନ୍ଧିବ.. ମୋ ଭାଇର ହାତ ଖାଲି ରହିବନି..
ଝିଅର କୃତୀତ୍ୱର ସାକ୍ଷୀ ହୋଇ କାନ୍ଥ ସାରା ଝୁଲୁଛି ମାନପତ୍ର ଆଉ ମେଡାଲ୍.. ଘରେ ଧାଡ଼ି ଧାଡ଼ି କରି ଥୁଆ ହୋଇଛି ସମ୍ମାନ ଓ ପୁରସ୍କାର.. ଘର କାନ୍ଥରେ ଆଉ ଜାଗା ନାହିଁ କି ଥାକ ଫାଙ୍କା ନାହିଁ.. କିନ୍ତୁ ଜିଲ୍ଲା, ରାଜ୍ୟ, ଦେଶ, ବିଦେଶରୁ ପୁରସ୍କାର, ସମ୍ମାନ ଆଉ ମାନପତ୍ର ଜିତି ଚାଲିଛି ଝିଅ.. ଆଉ ବାପାଙ୍କୁ ତାର ପରିଚୟ ଦେବାକୁ ପଡ଼ୁନି.. ଏବେ ଝିଅର ପରିଚୟରେ ପରିଚିତ ହେଉଛନ୍ତି ବାପା ମାଆ ଆଉ ପରିବାର ଲୋକେ..
ଚକ୍ଷୁ ଲାଗି ପରେ ମାଆ ଜୀବନ୍ତ ଲାଗିବେ.. ଲାଗିବ ସବୁ ପରିଶ୍ରମ ସଫଳ ହେଇଗଲା..
ହଠାତ୍ କାହିଁକି ପାର୍ଲାମେଣ୍ଟର ସ୍ପେଶାଲ ସେସନ୍ ଡକାଗଲା? ୧୮ରୁ ୨୨ ପର୍ଯ୍ୟନ୍ତ ଚାଲିବ ସ୍ୱତନ୍ତ୍ର ଅଧିବେଶନ । ମାତ୍ର ୫ ଦିନର ଅଧିବେଶନରେ ନିଆଯିବ କି କିଛି ବଡ ନିଷ୍ପତ୍ତି?
ଏଦୀ ରାଜି ହେଲେ ଗୋଡ଼ରେ ଲାଗିବ GPS ଟ୍ରାକିଂ । ଜେଲ୍ରେ କଏଦୀଙ୍କ ସଂଖ୍ୟା ବୃଦ୍ଧି ଚାପରୁ ମୁକ୍ତି ପାଇବା ହେଉ ବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାର ପାଳନ । ୭ବର୍ଷରୁ କମ୍ ଜେଲ ଦଣ୍ଡାଦେଶ ପାଇବାକୁ ଥିବା ବିଚାରାଧୀନ ବନ୍ଦୀଙ୍କୁ କାରାଗାରରୁ ଛାଡ଼ ପାଇଁ ଜେଲ୍ ବିଭାଗ ରାଜ୍ୟ ସରକାରଙ୍କୁ ଦେଇଛି କଏଦୀଙ୍କ ଗୋଡ଼ରେ GPS ଟ୍ରାକିଂ ଲାଗୁ ପ୍ରସ୍ତାବ ।
ପ୍ୟାଣ୍ଟସାର୍ଟରେ ଭର୍ତ୍ତି ଘର । ପୂରା ଛିନଛତର ଭାବରେ ଖେଳାଇ ହୋଇ ପଡିଛି ଡ୍ରେସ୍...ଅସଲ ବ୍ରାଣ୍ଡ୍ ନାଁରେ ଚାଲିଥିଲା ନକଲି ଡ୍ରେସ୍ ବେପାର
ବ୍ଲକ୍ ଉପାଧ୍ୟକ୍ଷ ପଦକୁ ନେଇ ସରଗରମ ଦିଗପହଣ୍ଡି ରାଜନୀତି । ମୁହାଁମୁହିଁ ହେଲେ ବିଜେଡି ବନାମ ବିଜେଡି ଗୋଷ୍ଠୀ..ପାଟିମୁଣ୍ଡ ସହ ହେଲା ପୋଡାଜଳା
ଜାଗା ମିଶନକୁ ନେଇ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ । ଶାସକ ଦଳ ବିରୋଧରେ ବଢୁଛି ବିରୋଧ । କାହିଁକି ନା କେଉଁଠି ମାଗି ମାଗି ଦେଇ ନାହାନ୍ତି ହେଲେ ଆଉ କେଉଁଠି ଦଖଲ ଠାରୁ ବି ଢେର ଅଧିକା ଦେଇଛନ୍ତି । ଯାହାକୁ ଦେଇ ନାହାନ୍ତି ଅସନ୍ତୋଷ ତେଜିବା ସ୍ୱାଭାବିକ ।
ଆସନ୍ତା ୨୧ ତାରିଖରେ ବିଧାନସଭା ବାଚସ୍ପତି ନିର୍ବାଚନ ହେବ। କିଏ ହେବେ ନୂଆ ବାଚସ୍ପତି, ତାକୁ ନେଇ ଚର୍ଚ୍ଚା ଜୋରଦାର ହେଉଛି। ଲିଷ୍ଟରେ ପ୍ରଫୁଲ ସାମଲ, ଦେବୀ ମିଶ୍ର, ଅମର ଶତପଥୀ ଓ ନୃସିଂହ ସାହୁଙ୍କ ନାଁ ରହିଛି।
ନେତା କି ମନ୍ତ୍ରୀ କୁଆଡ଼େ ଗଲେ କି ? 5T ସଚିବଙ୍କୁ ଦେଖୁ ଦେଖୁ ଅଭିଯୋଗ ଗଦାଇ ଦେଲେ । ଗଂଜାମିଆ ଲୋକଙ୍କୁ ପାରିହେବନି । ୧୨୦୦ କମ୍ପ୍ଲେନ୍ ?
ଏଇଟା ସ୍କୁଲ ନା ଆଉ କଣ ? ମାତ୍ର ୨୩ ପିଲାଙ୍କ ଲାଗି ତିଆରି ହୋଇଛି ୧୩ ଶୌଚାଳୟ । ହେଲେ ବି ସ୍କୁଲକୁ ଆସୁନାହାନ୍ତି ପିଲା । ପାଚେରି ନଥିବାରୁ ପାଦେ ପାଦେ ରହିଛି ବିପଦ
ବାପା ନାହାନ୍ତି କି ମାଆ ନାହାନ୍ତି । ମାଆ ପରି ବଡ଼ ଭାଇର ସେବା କରୁଛି ସାନ ଭଉଣୀ । ଖୁଆଇ ଦେବାଠୁ ଶୁଆଇ ଦେବା ସବୁ କାମ କରୁଛି କୁନି ଭଉଣୀ । ମାନସିକ ଅନଗ୍ରସର ଭାଇ ଥିବାରୁ ଇଚ୍ଛା ନଥିଲେ ବି ହାତରେ କପଡା ବାନ୍ଧି ରଖୁଛି...
ଚୋର ମନରେ ପିଲାଙ୍କ ଲାଗି ଭାରି ଦୟା । ରାତି ଅଧରେ ପଶି ଚାଉଳ ନେଲା...ହେଲେ ପିଲାଙ୍କ ଖାଇବା ଲାଗି କିଛି ଛାଡିଦେଇଗଲା । ପୂର୍ବରୁ ବି ସମାନ ଘଟଣାର ହୋଇଥିଲା ପୁନରାବୃତ୍ତି
ପାଗଳ କରିଦେବ ମୋମୋ ଦୋକାନୀଙ୍କ ଇଂରାଜୀ । ରାସ୍ତାକଡ଼ରେ ଛୋଟିଆ ଦୋକାନ କରିଛନ୍ତି ହେଲେ ଇଂରାଜୀ ପୁରା ପ୍ରଫେସର ପରି କହୁଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ...