Advertisment

ପୁରୀ ବାସେଲିସାହି ଲୋକନାଥ ରୋଡ୍‌ ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ

ବିଷ୍ଣୁ ବାବାଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବାବେଳେ ନିଜେ ଏସ୍‌.ପି କନୱର ବିଶାଳ ସିଂ ଘଟଣାସ୍ଥଳରେ ଅନୁଧ୍ୟାନ କରିଛନ୍ତି।

author-image
Satyendu Shekher Mishra

ପୁରୀ ବାସେଲିସାହି ଲୋକନାଥ ରୋଡ୍‌ ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଘଟିଛି। ଜଣେ ବାବାଙ୍କ ଆକ୍ରମଣରେ ଆଉ ଜଣେ ବାବାଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ବାବା ଆହତ ହୋଇଛନ୍ତି। ମୃତ ବାବା ହେଲେ ପଶ୍ଚିମବଙ୍ଗର ଅର୍ଜୁନ ଦାସ। ବିଷ୍ଣୁ ଦାସ ନାମକ ଜଣେ ବାବା ନିଶାସକ୍ତ ଅବସ୍ଥାରେ କାଠ ଫାଳିଆରେ ବୀଭତ୍ସ ଭାବେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବିଷ୍ଣୁ ବାବାଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବାବେଳେ ନିଜେ ଏସ୍‌.ପି କନୱର ବିଶାଳ ସିଂ ଘଟଣାସ୍ଥଳରେ ଅନୁଧ୍ୟାନ କରିଛନ୍ତି।

Advertisment
Odisha Crime Murder
Advertisment
Advertisment