• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

corruption
ଭିଜିଲାନ୍ସ ଜାଲରେ ବଡ଼ ମାଛ: ଯେତେ ଗଣିଲେ ବି ସରୁନି

ଭିଜିଲାନ୍ସ ଜାଲରେ ବଡ଼ ମାଛ । ତାପୁଣି କ୍ଷୁଦ୍ର ଜଳସେଚନ ବିଭାଗର ଯନ୍ତ୍ରୀ ପଡ଼ିଛନ୍ତି ହାବୁଡ଼ରେ । ବିଡ଼ା ବିଡ଼ା ଟଙ୍କା, ମାଳ ମାଳ କୋଠାବାଡ଼ି । ଗଞ୍ଜାମ ଭଂଜନଗରର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ସମ୍ପତ୍ତି ଦେଖି ସମସ୍ତଙ୍କ ଆଖି ଖୋସି ହୋଇଯାଉଛି । ଗତକାଲି ରାତି ତମାମ ୨ଟି ମେସିନ୍ ଲଗାଇ ୧୨ ଜଣ ଭିଜିଲାନ୍ସ ଅଧିକାରୀ ଟଙ୍କା ଗଣି ଗଣି ହାଲିଆ ହୋଇଛନ୍ତି ।

Bhubaneswar Suspense
କିଏ ହେବ ଭୁବନେଶ୍ୱରର ଡେପୁଟି ମେୟର?

କିଏ ହେବ ଭୁବନେଶ୍ୱରର ଡେପୁଟି ମେୟର? ଆସନ୍ତାକାଲି ନିର୍ବାଚନ ହେବାକୁ ଯାଉଥିବା ବେଳେ ଜୋର୍ ଧରିଛି ଚର୍ଚ୍ଚା। ତେବେ ଏହି ପଦଲାଗି ଜୋରଦାର୍ ଲବି ଚାଲିଛି। ଭୁବନେଶ୍ୱରର ତିନି ନିର୍ବାଚନ ମଣ୍ଡଳୀରୁ କେଉଁଠୁ ଆସିବ ଡେପୁଟି ମେୟରଙ୍କ ନାଁ, କେଉଁ ବିଧାୟକଙ୍କର ରହିଛି କେତେ ଦବ୍‌ଦବା, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

Market eviction
ରାତିରେ ଥିଲା, ସକାଳୁ ସବୁ ଭାଙ୍ଗିଦେଲା ପ୍ରଶାସନ

ଗତକାଲି ରାତି ୯ଟାରେ ସୂଚନା ଦେଇ ସକାଳୁ ଉଚ୍ଛେଦ ହେଉଥିବାରୁ ଏହାକୁ ଜୋରଦାର ବିରୋଧ କରିଛନ୍ତି ବ୍ୟବସାୟୀ । ସ୍ଥାନୀୟ ଅଞ୍ଚଳରେ ବିଜେପି କର୍ପୋରେଟର ଜିତିବାରୁ ଆକ୍ରୋଶରୁ ଏଭଳି କରାଯାଉଥିବା ଅଭିଯୋଗ ହୋଇଛି ।

Srimandir Corridor Project
ଅନୁମତିରେ କାମ ଚାଲିଛି ନା ସେମିତି ମନଇଚ୍ଛା ଶ୍ରୀମନ୍ଦିର ପାର୍ଶ୍ୱରେ ଖୋଳା ଚାଲିଛି?

ଶ୍ରୀମନ୍ଦିର କରିଡର ପ୍ରକଳ୍ପରେ କଣ କଣ ସବୁ ନିର୍ମାଣ ହେଉଛି, ଏହି ପ୍ରଶ୍ନ ଉଠିବା ପରେ ବାଲି ପକାଇ ବଡ଼ ବଡ଼ ଗାତକୁ ପୋତା ଯାଉଛି।ଯଦି କେବଳ ପାଇଖାନା ନିର୍ମାଣ କରାଯାଉଥିଲା, ତେବେ ଏତେ ବଡ଼ ବଡ଼ ଗାତ କଣ ପାଇଁ ଖୋଳା ଯାଇଥିଲା ବୋଲି ପ୍ରଶ୍ନ ଉଠିଥିଲା।

Horse Gallops For 5 Miles
ମଣିଷ ପ୍ରେମରେ ପାଗଳ ଘୋଡ଼ା; ଆମ୍ବୁଲାନ୍ସ ପଛରେ ଧାଇଁଲା ୫ କି.ମି

ଏମିତି ନିଜ ସାଥୀର ଦେହ ଖରାପ ହୋଇଗଲେ ସେମାନଙ୍କ ପାଖ ଛାଡ଼ି ଯିବାକୁ ଟିକିଏ ବି ଇଚ୍ଛା କରନ୍ତିନି ପଶୁ । ଯାହାର ଜ୍ୱଳନ୍ତ ଉଦାହରଣ ଏହି ଭିଡ଼ିଓ ।

Woman Denied Entry To In-Law's House
ପୁଅର ବ୍ରତଘରେ ମାଆକୁ ପୂରାଇ ଦେଲେନି ଶାଶୂଘର ଲୋକ..

ବେଦୀ ଉପରେ ପୁଅର ବ୍ରତଘର ଚାଲିଛି, ପର ଦୁଆରେ ଭୋ ଭୋ ହୋଇ ମାଆ କାନ୍ଦୁଛି। ବ୍ରତଘର କାର୍ଯ୍ୟକ୍ରମରେ ସାମିଲ ହେବାକୁ ମାଆକୁ ମନା କଲେ ଶାଶୂଘର ଲୋକ..ବିକଳରେ ପରପିଣ୍ଡାରେ ଭୋ ଭୋ ହୋଇ କାନ୍ଦୁଛି ମାଆ..ଦେଖନ୍ତୁ ଏହି ଛାତିଫଟା ଦୃଶ୍ୟ..

Woman Donates All Her Property
ଆରପାରିକୁ ଯିବା ପୂର୍ବରୁ ମନ୍ଦିରକୁ ଦାନ କରିଦେଲେ ସବୁ ସମ୍ପତ୍ତି

ସ୍ୱାମୀ ଚାଲିଗଲେ, ପୁଅ ବି ଚାଲିଗଲା । ଆଉ ଏ ବୃଦ୍ଧ ସମୟରେ କାହା ମୁହଁକୁ ଚାହୁଁ ବଞ୍ଚିଥାଆନ୍ତି ? ଗାୟତ୍ରୀ ପରିବାରରେ ମିଶି ଲୋକଙ୍କ ସେବା କରିବା ସହ କେମିତି ମନ୍ଦିରର ଉନ୍ନତି ହେବ, ସେନେଇ ସବୁବେଳେ ଚିନ୍ତାରେ ଥାଆନ୍ତି କନକଲତା।

Special Story | Awareness \'Rath\' Rolled Out In Odisha\'s Balasore To Bring Children Back To School
କରୋନା ପରେ ସ୍କୁଲ୍ ଯିବାକୁ ମଙ୍ଗୁ ନାହାଁନ୍ତି ପିଲା, ଗାଁ ଗାଁରେ ଚାଲିଛି ନାଚଗୀତ

ଦୁଇ ବର୍ଷ ହେଲା ସ୍କୁଲ ବନ୍ଦ ଥିଲା। ଏବେ ସ୍କୁଲ ଖୋଲିଥିଲେ ମଧ୍ୟ ସ୍କୁଲ ମାଟି ମାଡିବାକୁ ଚାହୁଁନାହାଁନ୍ତି ପିଲା। ଏଥି ପାଇଁ ଗାଁ ଗାଁ ବୁଲୁଛି ଶିକ୍ଷା ରଥ। ଘର ଓ ସ୍କୁଲ ଆଗରେ ନାଚଗୀତ କରି ପିଲାଙ୍କୁ ସ୍କୁଲ ଯିବାକୁ ମନାଉଛନ୍ତି...

Beggar Couple
ସରକାରଙ୍କ ମାଳମାଳ ଯୋଜନା କାହା ପାଇଁ ? ପଞ୍ଜାବରେ ଭିକ୍ଷାବୃତ୍ତି କରି ଓଡ଼ିଶାରେ ଚଳୁଛନ୍ତି ବୃଦ୍ଧ ଦମ୍ପତ୍ତି

ଆମେ କହୁଛୁ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରାନିମୁଣ୍ଡା ଗ୍ରାମ ପଞ୍ଚାୟତର କୋଟାମାଲ ଗାଁର ଜ୍ୟୋତି ରଣା ଓ ତାଙ୍କ ସ୍ୱାମୀ ମଧୁଆ ରଣାଙ୍କ କଥା ।

OLA ରେ ଏଣିକି ମିଳିବନି ଏସି ସୁବିଧା...ଖରା ଗରମରେ ସିଝିବେ ଆପଣ

OLA ରେ ଆଉ ମିଳିବନି ଏସି ସୁବିଧା। ଖରା ଗରମରେ ସିଝିସିଝି ଯାତ୍ରା କରିବେ ଆପଣ...ଜାଣନ୍ତୁ କାରଣ କ’ଣ?

Animals Do Have Emotions- Horse Gallops For 5 Miles Behind Ambulance Carrying Friend To Vet
ପ୍ରେମରେ ବନ୍ଧା ଘୋଡ଼ା ଭାଇଭଉଣୀ। ଉଭଣୀର ଚିକିତ୍ସା ପାଇଁ ଭାଈ ଦଉଡ଼ିଲା ୫ କିମି...

ଘୋଡ଼ା ଭାଇଭଉଣୀଙ୍କର ଅନାବିଳ ପ୍ରେମ। ଉଭଣୀର ଦେହ ଖରାପ ହେବା ପରେ ଆମ୍ବୁଲାନ୍ସରେ ମେଡ଼ିକାଲ ଯାଉଥିଲା ଉଭଣୀ। ଆଉ ଆମ୍ବୁଲାନ୍ସ ପଛେ ପଛେ ପ୍ରାୟ ୫ କିମି ଦଉଡ଼ି ଦଉଡ଼ି ମେଡ଼ିକାଲରେ ପହଞ୍ଚିଲା ଭାଈ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ। ଦେଖନ୍ତୁ ଭାଇ-ଭଉଣୀଙ୍କ ମଧ୍ୟରେ କେମିତି ରହିଛି ଅନାବିଳ ପ୍ରେମ

Know At What Price Our ‘Neighbours’ Are Getting Fuel
ଭାରତରେ ବଢୁଛି ପାକିସ୍ତାନରେ କମୁଛି। ଆମର ୧୧୫ ତାଙ୍କର ମାତ୍ର ୬୩

ପଡ଼ୋଶୀ ପାକିସ୍ତାନରେ ବି ଆମ ଦେଶରୁ ବହୁତ କମ୍‌ ରହିଛି ତୈଳ ଦର। ଗୋଟିଏ ପଟେ ଅଶୌଧିତ ତଳେ ପୂର୍ବ ଅପେକ୍ଷା କମ୍‌ ରହିବା ପରେ ମଧ୍ୟ ଗତ ୧୪ ଦିନରେ ପାଖାପାଖି ୧୦ ଥର ବଢିଲାଣି ତୈଳ ଦର। ତେବେ ଆସନ୍ତୁ ଜାଣିବା କେଉଁ ଦେଶରେ କେତେ ରହିଛି ତୈଳ ଦର ।

Ukraine-Returned Medical Students
କ୍ଲାସ୍‌ ଓ କ୍ୟାରିଅରକୁ ନେଇ ଚିନ୍ତାରେ ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ

ଦିନକୁ ଦିନ ଜଟିଳ ହେଉଛି ଋଷିଆ ୟୁକ୍ରେନ ଯୁଦ୍ଧ ସ୍ଥିତି । ଥମିବା ବଦଳରେ ଏହା ଆହୁରି ଭୟଙ୍କର ହେବାରେ ଲାଗିଛି । ଆଗକୁ ସ୍ଥିତି କଣ ହେବ, ତାହା ଆକଳନ କରିବା ବି ମୁସ୍‌କିଲ । ଏଭଳି ଅବସ୍ଥାରେ ନିଜର ଶିକ୍ଷା ଏବଂ କ୍ୟାରିୟରକୁ ନେଇ ଚିନ୍ତାରେ ଅଛନ୍ତି ୟୁକ୍ରେନରୁ ଫେରିଥିବା ମେଡିକାଲ ଛାତ୍ରଛାତ୍ରୀ ।

Rosa Ghara Issue
ଶ୍ରୀମନ୍ଦିର ସୁରକ୍ଷା ନାଁରେ ଖାଲି ମିଛ କହୁଛି କି ପ୍ରଶାସନ?

ସବୁ ଖୋଲାଥିଲା, କେହି ଅଟକେଇଲେନି । ରୋଷଶାଳାରେ ଜଗା ଚୁଲି ଭଙ୍ଗା ଅଭିଯୁକ୍ତ ଜଗନ୍‌ର ଏଭଳି ବୟାନ ଶ୍ରୀମନ୍ଦିର ସୁରକ୍ଷା ବଳୟରେ ଥିବା ଛିଦ୍ରକୁ ବଡ଼ ଘଳିଆରେ ବଦଳାଇ ଦେଇଛି । ଏହାପରେ ଚୋର ଗଲା ପରେ ବୁଦ୍ଧି ଦିଶିଲା । ଏବେ ସବୁ କଡ଼ାକଡ଼ି, ଗେଟ୍ ପାଖରେ କଡ଼ା ଯାଞ୍ଚ, ଭକ୍ତଙ୍କ ଉପରେ କଡ଼ା ନଜର ।

Ulb Polls
ଅଧ୍ୟକ୍ଷ ଶାସକ ନେଲା ସତ ହେଲେ ଉପାଧ୍ୟକ୍ଷରେ ଚକମା ଦେଖାଇଲେ ବିରୋଧୀ

ଶେଷ ହେଲା କଟକ ଡେପୁଟି ମେୟର ଏବଂ ରାଜ୍ୟର ୧୦୫ ପୌର ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ । ଅଧାରୁ ଅଧିକ ସ୍ଥାନରେ ପୌର ଉପାଧ୍ୟକ୍ଷ ପଦବୀ ବିଜେଡି ଖାତାକୁ ଯାଇଛି ସତ, କିନ୍ତୁ କେଉଁଠି ସଂଖ୍ୟା ଖେଳରେ ସଂକଟରେ ପଡ଼ି ବିଜେଡି ମାଟି କାମୁଡ଼ିଛି ତ ଆଉ କେଉଁଠି କାଳ ହୋଇଛି ଦଳୀୟ କାଉନସିଲରଙ୍କ କ୍ରସ୍ ଭୋଟିଂ ।

Paddy Procurement Woes
ଏ ସରକାର ଚାଷୀଙ୍କ ସାଙ୍ଗରେ ନାହିଁ...

ମଣ୍ଡି ବନ୍ଦ, ଟୋକନ ଲାପ୍ସ ଧାନ ବିକି ନପାରି ନାହିଁନଥିବା ହୀନସ୍ତା ହେଉଛନ୍ତି ରାଜ୍ୟର ଲକ୍ଷ ଲକ୍ଷ ଚାଷୀ । ଏବେ ବି ରାସ୍ତାକୁ ଆସି ଆନ୍ଦୋଳନ କରୁଛନ୍ତି । ତଥ୍ୟ କହୁଛି ଏବର୍ଷ ଏଭଳି ଚାଷୀଙ୍କ ସଂଖ୍ୟା ପ୍ରାୟ ଅଢ଼େଇ ଲକ୍ଷ । ସ୍ଥିତି ଏଭଳି ଯେ ଟଙ୍କା ଅଭାବରୁ କିଏ ଚିକିତ୍ସା କରିପାରୁନି ତ କିଏ ଝିଅ ବାହାଘର କରିପାରୁନି ।

Narendra Modi
ପୌର ଓ ପଂଚାୟତ ଝଟକା ପରେ ୨୦୨୪ ପାଇଁ ଚାଲିଛି ମାଷ୍ଟର ପ୍ଲାନ୍‌

ଦିଲ୍ଲୀରେ ବିଜେପିର ମାନସ ମନ୍ଥନ । ପଞ୍ଚାୟତ ଓ ପୌରରେ ଡବଲ୍ ଝଟ୍‌କା ପରେ ବିଜେପିକୁ ଘାରିଛି ସଂଗଠନ ଚିନ୍ତା । ଉଭୟ ନିର୍ବାଚନରେ ଦଳ ପାଖାପାଖି ୩୦ ପ୍ରତିଶତ ଭୋଟ୍ ପାଇଥିଲେ ବି ତାହା ସିଟ୍‌ରେ କନଭର୍ଟ ହୋଇପାରି ନଥିଲା । ତେଣୁ ୨୪ ନିର୍ବାଚନ ପୂର୍ବରୁ ତୃଣମୂଳ ସ୍ତରରେ ସଙ୍ଗଠନକୁ ଶକ୍ତିଶାଳୀ କରିବା ଓ ଭୋଟ୍‌ବ୍ୟାଙ୍କ ବଢ଼ାଇବାକୁ ପ୍ରସ୍ତୁତ ହେଉଛି ରୋଡମ୍ୟାପ୍ ।

Paddy Procurement Woes
'ଟଙ୍କା ଅଭାବରୁ ଅଟକିଛି କାହାର ଅପରେସନ ତ କାହାର ଝିଅ ବାହାଘର'

ଟୋକନ ପାଇ ବି ଚାଷୀ ଧାନ ବିକ୍ରି କରିନପାରି ହୀନସ୍ତା ହେଉଥିବାର ମାଳ ମାଳ ଚିତ୍ର ସାମ୍ନାକୁ ଆସୁଛି । ଏମିତିକି ଯୋଗାଣ ବିଭାଗର ତଥ୍ୟ ଅନୁସାରେ- ଏବର୍ଷ ୧୫ଲକ୍ଷ ୪୩ହଜାରରୁ ଅଧିକ ଚାଷୀ ଧାନ ବିକିବାକୁ ଟୋକନ ପାଇଥିଲେ ବି ୨ଲକ୍ଷ ୪୯ ହଜାରରୁ ଅଧିକ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି ।

Sumant Sabar
ଦୀର୍ଘ ୧୮ ବର୍ଷ ହେବ ଶିଙ୍କୁଳିରେ ବନ୍ଧା ପଡ଼ିଛି ପୁଅ ! ଘରୁ ବାହାରିଲେ ବିପଦ, ରହିଲେ ବିପଦ

ସୁନ୍ଦରଗଡ ଜିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ ଜକେଇକଳା ଗ୍ରାମର ହୀରାଧର ଶବରଙ୍କ ପୁଅ ସୁମନ୍ତଙ୍କ ଦୀର୍ଘ ୧୮ବର୍ଷ ହେଲା ଶିଙ୍କୁଳିରେ ବିତୁଛି ଜୀବନ । ଅବସ୍ଥା ଏପରି ଯେ ଘରେ ସମ୍ଭାଳିବା ମୁସ୍କିଲ ଏବଂ ବାହାରେ ଛାଡିବା ମଧ୍ୟ ମୁସ୍କିଲ ।

ias
ଛେଳି ଚରାଉଥିବା ପିଲା ହେଲା ଆଇଏଏସ୍‌ : ସୋସିଆଲ ମିଡିଆରେ କାହାଣୀ ଶୁଣି ଭାବପ୍ରବଣ ହେଲେ ଲୋକେ

ଆଇଏଏସ୍ ରାମ ପ୍ରକାଶ ଟ୍ୱିଟରେ ନିଜର ସଂଘର୍ଷ ତଥା ସଫଳତାର କାହାଣୀ ବଖାଣିଛନ୍ତି । ଉତ୍ତରପ୍ରଦେଶ ମିର୍ଜାପୁରର ଏକ ଛୋଟ ଗାଁରେ ତାଙ୍କ ଘର

Septuagenarian Bodybuilder
ବୟସ ୭୨, କିନ୍ତୁ ଶକ୍ତି ୨୦ ବର୍ଷୀୟ ବଡିବିଲ୍ଡର ଭଳି, ଏବେବି ମାରୁଛନ୍ତି ଦଣ୍ଡବୈଠକ ସହ ବ୍ରେଞ୍ଚ୍‌ ପ୍ରେସ୍‌

୭୨ ବର୍ଷରେ ପୂରା ଫିଟ୍‌ ଦଣ୍ଡପାଣି। ନିଇତି ମାରୁଛନ୍ତି ଦଣ୍ଡବୈଠକ ସହ ବ୍ରେଞ୍ଚ୍‌ ପ୍ରେସ୍‌। ସକାଳ ହେଲେ ଜିମ୍‌ରେ ଏମିତି ବ୍ୟାୟାମ କରୁଛନ୍ତି ଯେ ଆଜିକାଲିର ଯୁବପୀଢି ଚାତକ ପରି ଚାହିଁ ରହୁଛନ୍ତି। ବୁଟ, କ୍ଷୀର, ମାଛ ଖାଇ ନିଜକୁ ରଖିଛନ୍ତି ଫିଟ୍‌। ଦେଖନ୍ତୁ କେମିତି ଚାଲିଛି ଏକ୍ସରସାଇଜ୍‌

Elderly Man's Love For Wife
ବାହାଘରର ୭୦ ବର୍ଷ ପରେ ବି କମିନି ପ୍ରେମ, ଏବେବି ଚଞ୍ଚଳା ମାଉସୀଙ୍କୁ ଯାତ୍ରା ଦେଖେଇ ନେଉଛନ୍ତି ନବେଇ ମଉସା

ବୟସର ଅପରାହ୍ନରେ ଟିକିଏ ବି କମିନି ପ୍ରେମ। ବାହାଘରକୁ ୭୦ ବର୍ଷ ହେଲାଣି ହେଲେ ଏବେବି ସ୍ତ୍ରୀକୁ ସଜ କରି ହାତଧରାଧରି ହୋଇ ଯାତରା ଯାଉଛନ୍ତି ନବେଇ ମଉସା ଆଉ ଚଚଂଳା ମାଉସୀ। ମୁଣ୍ଡ କୁଣ୍ଡାଇବା ଠାରୁ ସିନ୍ଦୂର ପିନ୍ଧାଇବା..ପୁଣି ନେଲପଲିସି ଲଗାଇବା ସବୁ କାମରେ ପାରଙ୍ଗମ ନବେଇ ମଉସା, ଦେଖନ୍ତୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ପ୍ରେମର କିଛି ହୃଦୟସ୍ପର୍ଶୀ ଦୃଶ୍ୟ..

Puri Temple
କେଉଁ ଉଦ୍ଦେଶ୍ୟରେ ହେଉଛି ବିରାଟ ବିରାଟ ପିଲାର୍?

କାହିଁକି ଶ୍ରୀମନ୍ଦିର ଚୌହଦିରେ ଖୋଳା ହେଲା ବଡ଼ ବଡ଼ ଗାତ ? କେଉଁ ଉଦ୍ଦେଶ୍ୟରେ ନିର୍ମାଣ ହେଉଛି ବିରାଟ ବିରାଟ ପିଲାର ? ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ବେଆଇନ ଖନନ ପ୍ରସଙ୍ଗକୁ ନେଇ ଥମୁନି ଅସନ୍ତୋଷ କି ଆରୋପ-ପ୍ରତ୍ୟାରୋପ । ଆମସାର ଆକ୍ଟର ଉଲ୍ଲଂଘନ, ଶ୍ରୀମନ୍ଦିର ପ୍ରତି ଘୋର ବିପଦ ସାଜିପାରେ ବୋଲି ଆଶଙ୍କା କଲେଣି ଉଭୟ ଜଗନ୍ନାଥ ପ୍ରେମୀ ଓ ଐତିହ୍ୟ ବିଶେଷଜ୍ଞ ।

Chula Bhanga
କିଏ ଭାଙ୍ଗିଛି ରୋଷଘର ଚୁଲି?

୪୮ ଘଣ୍ଟା ପରେ ବି ଧରାପଡ଼ିନି ଜଗା ଚୁଲି ଭଙ୍ଗା ଦୁର୍ବୃତ୍ତ। ଜଣା ପଡ଼ିନି ଶ୍ରୀମନ୍ଦିରରେ ଏତେ ବଡ଼ ଦୁଃସାହସ ପଛର କାରଣ କଣ? ତେବେ ସିସିଟିଭି ଫୁଟେଜରୁ ଜଣେ ସନ୍ଦିଗ୍ଧକୁ ତିନି ଜେଟିପି ବାହାରକୁ ଆଣୁଥିବା ନଜରକୁ ଆସିବା ପରେ ଏବେ ସେଇ ସନ୍ଦିଗ୍ଧ ଉପରେ ତଦନ୍ତର ଆଖି। ସନ୍ଦିଗ୍ଧ ଜଣକ କିଏ ଜଣାପଡୁ ନଥିବାରୁ ଚିହ୍ନଟ ପାଇଁ ଉଦ୍ୟମ ଚାଲିଛି।

ATM Loot
ରାଜଧାନୀରେ ଏଟିଏମ୍ ଲୁଟେରାଙ୍କ ନୂଆ ତରିକା

ସିସିଟିଭି ସର୍ଭେଲାନ୍ସରେ ଥିବା ଏଟିଏମକୁ ଅନାୟାସରେ ତାଡ଼ି ନେଇ ସେଥିରୁ ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେବାରେ ସଫଳ ହୋଇଛନ୍ତି ଲୁଟେରା ଦଳ । ଗତକାଲି ମଧ୍ୟରାତ୍ରୀରେ ଭୁବନେଶ୍ୱର ଲିଙ୍ଗିପୁର ଅଞ୍ଚଳରେ ଏକ SBI ଏଟିଏମରୁ ଏଭଳି ଲୁଟ୍ ହୋଇଛି । ମେସିନ୍ ଲୁଟ୍ ପରେ ସେଥିରୁ ସବୁ ଟଙ୍କା ନେଇ ଭଙ୍ଗା ମେସିନକୁ ବି ଫିଙ୍ଗି ଦେଇଛନ୍ତି ଲୁଟେରା।