• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗୋମାତାଙ୍କ ଆଶୀର୍ବାଦରୁ ଚମତ୍କାର । କୋଟି କୋଟି ଟଙ୍କା ଆୟ କରୁଛନ୍ତି ଗାଈଚରାଳୀ । କାମଧେନୂ ରୂପରେ ତାଙ୍କ ଘରକୁ ଆସିଛନ୍ତି ମା ଲକ୍ଷ୍ମୀ । ଦିନେ ଗାଈ ଚରାଇ ମାସକୁ ୮୦ ଟଙ୍କା ରୋଜଗାର କରୁଥିଲେ, ଆଉ ଏବେ ବାର୍ଷିକ ଆୟ ୩ କୋଟିରୁ ଅଧିକ । ଘିଅ ଓ ଦୁଗ୍ଧଜାତୀୟ ଦ୍ରବ୍ୟ ବିକ୍ରି କରି ମାସିକ ୪୦ରୁ ଅଧିକ ରୋଜଗାର କରୁଛନ୍ତି ରମେଶ । ବିଦେଶରେ ତାଙ୍କ ହାତ ତିଆରି ଘିଅର ଭାରି ଚାହିଦା ।

ଗୁଜରାଟ ରାଜକୋଟର ୪୩ ବର୍ଷିୟ ରମେଶ ଭାଇ । କେବେ ସ୍କୁଲ ମାଟି ମାଡ଼ି ନାହାନ୍ତି । ତାଙ୍କ ପରିବାରର ସମସ୍ତେ ଲୋକ ମଧ୍ୟ ଅଶିକ୍ଷିତ । ଦିନ ଥିଲା ତାଙ୍କୁ ନିଜର ୧୦ ଏକର ଜମି ବିକ୍ରି କରିବାକୁ ପଡିଲା । ଧାରକରଜ ପାଇଁ ତଳିତଳାନ୍ତ ହୋଇଯାଇଥିଲା ପୂରା ପରିବାର । ଖାଇବା ପିଇବା ପାଇଁ ମଧ୍ୟ ଦାନା ମୁଠେ ଯୋଗାଇବା କଷ୍ଟକର ହୋଇପଡ଼ୁଥିଲା । ତା’ପରେ ପରିବାର ଚଳାଇବା ପାଇଁ ସେ ଚାଈ ଚରାଇବା ଆରମ୍ଭ କରିଥିଲା । ଗାଈ ଚରାଇ ସେ ପ୍ରତି ମାସରେ ମାତ୍ର ୮୦ ଟଙ୍କା ରୋଜଗାର କରିପାରୁଥିଲେ ।

ଏତିକିରେ ପରିବାର ଚଳାଇବା କଷ୍ଟକର ହେବାରୁ କାମ ଅନ୍ୱେଷଣରେ ୨୦୧୦-୧୧ରେ ସପରିବାରେ ଗାଁରୁ ସହରକୁ ପଳାଇ ଯାଇଥିଲେ । ସେଠାରେ ଏକ ଧନୀ ବ୍ୟବସାୟୀଙ୍କ ଘରେ ସେ କାମ କରିବା ଆରମ୍ଭ କରିଥିଲେ । କାମ କରି ସେ ୨ଟି ଗାଈ ଓ ୨ଟି ବଳଦ କିଣିଥିଲେ । ସେହି ବ୍ୟବସାୟୀଙ୍କର କିଛି ଜମି ଥିଲା, ଯେଉଁଠି ଦୁବ କଅଁଳୁ ନଥିଲା । ରମେଶଭାଇ ସେହି ଜମିରେ ପ୍ରଥମେ ପିଆଜ ଚାଷ କରିଥିଲେ । ନିଜେ ପାଳିଥିବା ଗାଈର ଗୋବର ଓ ଗାମୂତ୍ରରୁ ପକାଇ ଚାଷ କରିବା ଆରମ୍ଭ କରିଥିଲେ । ତେବେ କଠିନ ପରିଶ୍ରମ ସହ ଗୋମାତାଙ୍କ ଆଶୀର୍ବାଦରୁ ସେ ସେହି ବର୍ଷ ୩୫ ଲକ୍ଷ ରୋଜଗାର କରିଥିଲେ । ତା’ପରେ ରମେଶ ଭାଇଙ୍କ ଭାଗ୍ୟ ଖୋଲିଗଲା ।

ପିଆଜ ବ୍ୟବସାୟରୁ ହୋଇଥିବା ରୋଜଗାରରେ ସେ ନିଜର ଚାରି ଏକର ଜମି କିଣିଥିଲେ । ଆଉ ସେଠାରେ ନିଜର ବ୍ୟବସାୟ ଆରମ୍ଭ କଲେ । ଧୀରେ ଧୀରେ ଗାଈ ପାଳିବା ସହ କ୍ଷୀର, ଦହି, ଘିଅ ଆଦି ବିକ୍ରି କରିବା ଆରମ୍ଭ କରିଥିଲେ । ବର୍ତ୍ତମାନ ନିଜର ଚାରି ଏକର ଜମିରେ ନିଜର ଏକ ବିରାଟକାୟ ଗୋଶାଳା କରିଛନ୍ତି ରମେଶ ଭାଇ ।

ରମେଶଙ୍କ ହାତ ତିଆରି ଘିଅ ଏବେ ବିଦେଶକୁ ରପ୍ତାନୀ ହେଉଛି । ଏକ କେଜି ଘିଅକୁ ୪ ହଜାର ଟଙ୍କାରେ ବିକ୍ରି କରୁଛନ୍ତି । ବର୍ତ୍ତମାନ ରମେଶ ଭାଇ ତିଆରି କରୁଥିବା ଘିଅ ୧୨୩ ଦେଶକୁ ପଠାଯାଉଛି । ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, କାନାଡା ଏବଂ ସାଉଦି ଆରବରେ ସେମାନଙ୍କ ଉତ୍ପାଦ ପାଇଁ ଅଧିକ ଚାହିଦା ରହିଛି । ପ୍ରତିମାସରେ ୪୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । କ୍ରମାଗତ ଭାବେ ତାଙ୍କ ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ତାଙ୍କ ବ୍ୟବସାୟର ବାର୍ଷିକ ଟର୍ଣ୍ଣଓଭର ରହିଛି ୩ କୋଟି ।

ତେବେ କେବଳ ବ୍ୟବସାୟ ନୁହେଁ ଗାଈଙ୍କ ସେବା ଯତ୍ନ ମଧ୍ୟ କରୁଛନ୍ତି ରମେଶ ଭାଇ । ନିଜେ ରୋଜଗାର କରିବା ସହ ଶହ ଶହ ଲୋକଙ୍କ କାମରେ ରଖି ରୋଜଗାର ଦେଇଛନ୍ତି ।