Advertisment

ପାରାମାନଙ୍କ ଦୁଃଖ ସହି ପାରିଲେନି ବୃଦ୍ଧ, ଡହ ଡହ ଖରା ବେଳେ ପାଣି ମାରି ଗାଧେଇ ଦେଲେ...

ଖରାରେ ଡହଳ ବିକଳ ହେଉଥିଲେ ପାରାମାନେ। ଦେବଦୂତ ହୋଇ ଆସିଲେ ବୃଦ୍ଧ। ପାଇପ୍ ଲଗାଇ ରାସ୍ତାରେ ପକାଇଲେ ପାଣି। ଯାହାକୁ ଦେଖି ଖୁସି ହୋଇଗଲେ ପାରା।

author-image
Prangyan Parimita
ଅଦ୍ୟତନ ହୋଇଛି
specail story

specail story

ଧୁ ଧୁ ଖରାରେ ଡହଳ ବିକଳ ଜନ ଜୀବନ। ପାରଦ ୪୦ ଉପରେ ରହୁଥିବା ବେଳେ ଘରୁ ବାହାରିବା ହୋଇ ପଡିଛି କଷ୍ଟକର। ଆଉ ଏହି ଖରାଦିନେ ପଶୁପକ୍ଷୀ ଅଧିକ ସମସ୍ୟାରେ ପଡୁଛନ୍ତି। ପିଇବା ପାଇଁ ଟୋପେ ପାଣି ପାଉନାହାଁନ୍ତି ପଶୁପକ୍ଷୀ। କିଛି ଲୋକ ଘର ଅଗଣା ଓ ଛାତ ଉପରେ ପାଣି ପାତ୍ର ରଖୁଛନ୍ତି। ଯେଉଁ ସବୁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ଏମିତି ସମୟରେ ଏହି ଭାଇରାଲ ଭିଡିଓ ସୋସିଆଲ ମିଡିଆ ୟୁଜର୍ସଙ୍କ ମନ ଜିତି ନେଇଛି।

Advertisment

ଖରାବେଳେ ରାସ୍ତା କଡରେ ଚ୍ୟାୟାର ଖଣ୍ଡେ ପକାଇ ବସିଲେ ବୃଦ୍ଧ। ପାଇପରେ ରାସ୍ତା ଉପରକୁ ପାଣି ପକାଉଥିଲେ। ଆଉ ଏହା ଦେଖି ଉଡି ଆସିଲେ ପାରା । ମନଖୁସିରେ ପାଣି ପିଇଲେ ଓ ପାଣିରେ ଗାଧେଇବାର ମଜା ନେଲେ । ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଥିବା ଏହି ଭିଡିଓକୁ ଆଇଏଫ୍‌ଏସ୍‌ ସୁଶାନ୍ତ ନନ୍ଦ ସେୟାର କରିଛନ୍ତି ।

କ୍ୟାପସନରେ ଲେଖିଛନ୍ତି, ହାରାହାରି ୧୨୧ ବର୍ଷର ଉଷ୍ମତା ପାର କରିଯାଇଛି ଭାରତ । ମାର୍ଚ୍ଚ ମାସରେ ଦେଶର ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ୧.୮୬ ଡିଗ୍ରୀ ସେଣ୍ଟିଗ୍ରେଡରୁ ଅଧିକ ରେକର୍ଡ କରାଯାଇଛି। ଏପ୍ରିଲର ତାପମାତ୍ରା ଆହୁରି ଅଧିକ ରହିଛି। ତେଣୁ ଆମ ପାଖଆଖରେ ଥିବା ଜୀବଜନ୍ତୁଙ୍କ ପ୍ରତି ଟିକେ ଦୟା ଭାବ ଦେଖାଇବା ଉଚିତ ।

Advertisment

ଆଇଏଫ୍‌ଏସ୍‌ ସୁଶାନ୍ତ ନନ୍ଦଙ୍କ ଏହି ଭିଡିଓକୁ ଆଜି ସୁଦ୍ଧା ୬୦ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ୩ ହଜାରରୁ ଅଧିକ ଲୋକ ଭିଡିଓକୁ ଲାଇକ୍‌ କରିଛନ୍ତି। କିଛି ଲୋକ ଭିଡିଓ ଉପରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଖରାଦିନେ ସମସ୍ତେ ପଶୁପକ୍ଷୀଙ୍କ ପାଇଁ ପାଣି ପିଇବାର ବ୍ୟବସ୍ଥା କରିବା ଦରକାର। ଆଉ ବୃଦ୍ଧଙ୍କ ଏହି ମହାନ ଉଦ୍ୟମକୁ ସାଧୁବାଦ ଜଣାଇଛନ୍ତି।

Special Story
Advertisment
Advertisment