ସକାଳୁ ସକାଳୁ ଶୁଭିଲା ଗାଁରେ ଦନ୍ତା ପଶିଲାରେ...ବାସ୍ ଏତିକି ଶୁଣିବା ଆଉ ହାତୀ ଦେଖିବା ପରେ ଜୀବନ ବଂଚାଇବାକୁ ଯିଏ ଯୁଆଡ଼େ ପାଇଲେ ସିଏ ସିଆଡ଼େ ଧାଇଁଲେ। ଟିକିଏ ଟିକିଏରେ ବଂଚିଗଲେ ସ୍କୁଲ ପିଲା...
ଏଇ ମନ୍ଦିରର ଅନନ୍ୟ ପରମ୍ପରା। ମାଆଙ୍କୁ ଶାଳପତ୍ର ଖଲିରେ ଲାଗିହୁଏ ଦେଶୀ ଓ ବିଦେଶୀ ମଦ। କାହିଁ କେତେ ଆଡ଼ୁ ଭକ୍ତଙ୍କ ଛୁଟେ ସୁଅ..ମନସ୍କାମନା ପୂର୍ଣ୍ଣ କରିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ରହିଛି ପ୍ରବଳ ଉତ୍ସାହ। ଦେଖନ୍ତୁ ମାଆଙ୍କ ପାକରେ କେମିତି ଲାଗି ହେଉଛି ମଦ?
ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଅଭିନନ୍ଦନ ଜଣାଇବା ସହ ଆତଙ୍କବାଦ ଉପରେ କଟକଣା ଜାରି କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
ଗାଁରେ ଭୟଙ୍କର ଥିଲା ପାଣି ସମସ୍ୟା। ମାଇଲ ମାଇଲ ବାଟ ଯିବା ପରେ ବି ମିଳୁନଥିଲା ପାଣି..ଗାଁ ଲୋକଙ୍କ କଷ୍ଟ ନଦେଖି ପାରି ୩ ବର୍ଷ ଏକାକୀ ପରିଶ୍ରମ କରି ପୋଖରୀ ଖୋଳି ଦେଲେ କୃଷ୍ଣଚନ୍ଦ୍ର। ୩ ହଜାର ଟ୍ରଲିର ମାଟି ନିଜେ ବୋହି ସରକାରଙ୍କଠୁ ହେଲେ ପୁରସ୍କୃତ..
ଟାଙ୍କି ତିଆରି ହୋଇଛି, ଟ୍ୟାପ୍ ବି ଲାଗିଛି ହେଲେ ପାଇପ୍ ସଂଯୋଗ ହୋଇନି । କଥା ଏଇଠି ସରିନି ପ୍ରକଳ୍ପରୁ ଜଳଯୋଗାଣ ପାଇଁ ପମ୍ପ ଚାଲୁଛି ଓ ସେ ବାବଦରେ ମାସକୁ ମାସ ଇଲେକ୍ଚ୍ରି ବିଲ୍ ବି ଆସୁଛି ।
ନଇକୁ ଧରିବାକୁ ଯାଇଥିଲେ ମାଛ। ହେଲେ ମାଛ ପଡ଼ିବା ବଦଳରେ ପଡ଼ିଲା ୨ ହାତର କୃଷ୍ଣ ମୂର୍ତ୍ତି। ଖବର ଜଣାପଡ଼ିବା ପରେ ଗାଁରେ ସୃଷ୍ଟି ହେଲା ଭକ୍ତିମୟ ପରିବେଶ..ଦେଖନ୍ତୁ ସେହି ଦୃଶ୍ୟ
ମୋବାଇଲକୁ ଫୋନ୍ କଲେ ଏଣିକି ଆଉ ଶୁଭିବନି କରୋନା କଲର ଟ୍ୟୁନ୍। ମହାମାରୀ କମିବା ପରେ କଲରଟ୍ୟୁନ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଲା କେନ୍ଦ୍ର।
ଯେଉଁ ବୟସରେ ଖେଳିବୁଲି ସମୟ କାଟିବା କଥା, ଏ ଦୁଇଝିଅ ନିଜ ଶଯ୍ୟାଶାୟୀ ବାପାର ସେବା କରୁଛନ୍ତି। ମାଆ ଆରିପାରିକୁ ଚାଲିଯିବା ପରେ ଏମାନେ ଏବେ ଘର ଚଳାଉଛନ୍ତି। କାରଣ, ବାପା ତ ରୋଗାଗ୍ରସ୍ତ। ଓଟିଭି କ୍ୟାମେରା ଆଗରେ ଝିଅଟି କୋହରେ କହିଛି- ‘ଆମକୁ କିଏ ସାହାର୍ଯ୍ୟ କର, ନହେଲେ ଆମର ମୃତ୍ୟୁ ସୁନିଶ୍ଚିତ’
ତାଙ୍କୁ ଦେଖିଲେ ଜଙ୍ଗଲର ପଶୁପକ୍ଷୀ ମଧ୍ୟ ଡରୁଥିଲେ। କିଲୋମିଟର କିଲୋମିଟର ଜଙ୍ଗଲ କାଟି ସଫା କରିଦେଉଥିଲେ। କିନ୍ତୁ ହଠାତ୍ ତାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିଲା। ଧ୍ୱଂସକାରୀରୁ ସେ ପାଲଟି ଗଲେ ରକ୍ଷାକାରୀ। ଏବେ ଦିନରାତି ସେ ଜଙ୍ଗଲ ଜଗୁଛନ୍ତି। ପଶୁପକ୍ଷୀଙ୍କୁ ସୁରକ୍ଷା ଦେଉଛନ୍ତି।
ରାଜଧାନୀ କିଭ୍ ସହର ରାସ୍ତାରେ ବୁଲୁଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି। ସାଙ୍ଗରେ ଅଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ। ସୋସିଆଲ ମିଡିଆରେ ଏ ଭିଡିଓ ଭାଇରାଲ ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
କିଲୋମିଟର କିଲୋମିଟର ଜଙ୍ଗଲ କାଟି ସଫା କରିଦେଉଥିଲେ। କିନ୍ତୁ ହଠାତ୍ ତାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିଲା। ଧ୍ୱଂସକାରୀରୁ ସେ ପାଲଟି ଗଲେ ରକ୍ଷାକାରୀ। ଏବେ ଦିନରାତି ସେ ଜଙ୍ଗଲ ଜଗୁଛନ୍ତି। ପଶୁପକ୍ଷୀଙ୍କୁ ସୁରକ୍ଷା ଦେଉଛନ୍ତି।
ଯେଉଁ ବୟସରେ ଖେଳିବୁଲି ସମୟ କାଟିବା କଥା, ଏ ଦୁଇଝିଅ ନିଜ ଶଯ୍ୟାଶାୟୀ ବାପାର ସେବା କରୁଛନ୍ତି। ମାଆ ଆରିପାରିକୁ ଚାଲିଯିବା ପରେ ଏମାନେ ଏବେ ଘର ଚଳାଉଛନ୍ତି।
କରୋନା ଭୟ କମିଥିଲେ ମଧ୍ୟ ଶତ ପ୍ରତିଶତ ପିଲା ସ୍କୁଲ ଆସୁ ନାହାଁନ୍ତି। ଦୀର୍ଘ ଦୁଇ ବର୍ଷ ହେବ ସ୍କୁଲ ନ ଯିବା ଯୋଗୁ ପିଲାଙ୍କ ମନରେ ଆଗ୍ରହ କମିବାରେ ଲାଗିଛି।
କଥାଟା ଟିକେ ଅଡୁଆ ଲାଗୁଥିଲେ ବି ପ୍ରକୃତ କଥା ଜାଣିଲେ ଆପଣଙ୍କ ଆଖି ଛଳ ଛଳ ହୋଇଯିବ। ପୂରା ଘଟଣା ଜାଣିଲେ କେଇ ମିନିଟରେ ଆପଣଙ୍କ ଆଖିରୁ ଝରି ପଡିବ ଦୁଇ ଟୋପା ଲୁହ।
ଗାଁ ହେଉକି ସହର, ପ୍ରତିି ଘରେ ସ୍ନଚ୍ଛ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ନେଇ ରାଜ୍ୟ ସରକାର କରିଛନ୍ତି ନିଜସ୍ୱ ଯୋଜନା । ବସୁଧା ତାସତ୍ତ୍ୱେ ଖରାଦିନ ଆସିଗଲେ, ରାଜ୍ୟର କୋଣ ଅନୁକୋଣରୁ ଆସୁଛି ଉତ୍କଟ ଜଳକଷ୍ଟର ମାଳ ମାଳ ଜୀବନ୍ତ ଚିତ୍ର । ଯାହାକୁ ନେଇ ତେଜିଛି ରାଜନୀତି ।
ଗାଁ ହେଉକି ସହର, ପ୍ରତିି ଘରେ ସ୍ନଚ୍ଛ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ନେଇ ରାଜ୍ୟ ସରକାର କରିଛନ୍ତି ନିଜସ୍ୱ ଯୋଜନା । ବସୁଧା ତାସତ୍ତ୍ୱେ ଖରାଦିନ ଆସିଗଲେ, ରାଜ୍ୟର କୋଣ ଅନୁକୋଣରୁ ଆସୁଛି ଉତ୍କଟ ଜଳକଷ୍ଟର ମାଳ ମାଳ ଜୀବନ୍ତ ଚିତ୍ର । ଯାହାକୁ ନେଇ ତେଜିଛି ରାଜନୀତି ।
ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ବଲାଙ୍ଗିର ରାଜ୍ୟର ଯେଉଁ ଅଞ୍ଚଳ ଦେଖିବେ, ସବୁଠି ସକ୍ରିୟ ବନ୍ୟଜନ୍ତୁ ଶିକାରୀ । କେଉଁଠି ଚମଡ଼ା ଓ ନଖ ପାଇଁ ବାଘ ତ, କେଉଁଠି ଶିଙ୍ଗ ପାଇଁ ହରିଣ । ସେହିଭଳି ପୁରା ଜୀବନ୍ତ ଚାଲାଣ ପାଇଁ ପ୍ରସ୍ତୁତ ବଜ୍ରକାପ୍ତା ଏଇ ସପ୍ତାହ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଜବତ ହୋଇଛି ।
ଯେତେ ସଜାଗ, ସଚେତନତା ଓ କାର୍ଯ୍ୟାନୁଷ୍ଠାନ ପରେ ବି ରାଜ୍ୟରେ ଥମୁନି ବନ୍ୟପ୍ରାଣୀ ଚୋରା କାରବାର । ବାଘ, ହାତୀ, ହରିଣ ଏବଂ ବଜ୍ରକାପ୍ତା ଭଳି ବନ୍ୟଜନ୍ତୁଙ୍କୁ ଶିକାର କରି ଲୁଟି ନେଉଛନ୍ତି ରାଜ୍ୟର ବିଭିନ୍ନ ଅଞ୍ଚଳରେ ସକ୍ରିୟ ଥିବା ରାକେଟ୍ ।
କଟକ ପରେ ଭୁବନେଶ୍ୱରରେ ବି ଡେପୁଟି ମେୟର ପଦ ଲାଗି ବସ୍ତିକୁ ଗୁରୁତ୍ୱ । ବିଜେଡି ଫୋକସ୍ରେ ମହିଳା । ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ମଞ୍ଜୁଲତା କହଁର ।
ପୁଣି ପାୱାର କରିଡରକୁ ଫେରିଲା ରିପୋର୍ଟ କାର୍ଡ । ମନ୍ତ୍ରୀଙ୍କ ପ୍ରଦର୍ଶନର ମାପଦଣ୍ଡକୁ ନେଇ ନେଇ ଚାଲିଛି ଚର୍ଚ୍ଚା । ମନ୍ତ୍ରୀମାନଙ୍କୁ ନିଜ ବିଭାଗର ମାସିକିଆ ପରଫରମାନ୍ସ ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ।
ପୁଣି ଚର୍ଚ୍ଚାରେ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ । ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପୁଣିଥରେ ମାସିକିଆ ରିପୋର୍ଟ କାର୍ଡ ମାଗିବା ପରେ ପାୱାର କରିଡରରେ ଆଲୋଚନା । ପୂର୍ବରୁ ମନ୍ତ୍ରୀମାନେ ସବୁ ମାସର ପ୍ରଥମ ସପ୍ତାହରେ ପ୍ରଦର୍ଶନ ରିପୋର୍ଟ ଦେଉଥିଲେ, କିନ୍ତୁ କୋଭିଡ୍ ସମୟରେ କିଛି ମନ୍ତ୍ରୀ ଦେଉନଥିଲେ ।
ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଫିଟୁଛି କଳା ଟଙ୍କାର ମହାଗୁମର । ଦ୍ୱିତୀୟ ପତ୍ନୀ ଆଉ ଶାଳୀଙ୍କ ପଣତକାନିରେ କେମିତି ଲୁଚାଇ ରଖୁଥିଲେ ପାପ ସମ୍ପତ୍ତି, ସାମ୍ନାକୁ ଆସିଛି ତାର ସାଂଘାତିକ ସତ ।
ନିଶା ମାଫିଆ ଅନୀଲ ପାଣ୍ଡିରେ ଘର ଗଞ୍ଜାମର କୋଦଳା ଅଞ୍ଚଳରେ । ତା ନାଁରେ ଗୁଜରାଟରେ ୧୧ଟି ଏନ୍ଡିପିଏସ୍ ମାମଲା ରହିଛି । ଅନୀଲ ଏତେ ପରିମାଣର ବେଆଇନ ସଂପତ୍ତି କେଉଁଠୁ ଆଣିଲା । ସେନେଇ ତଦନ୍ତ କରାଯାଇଥିଲା । ତେବେ ଗଂଜେଇ ବ୍ୟବସାୟ କରି ସେ ସଂପତ୍ତି ଠୁଳ କରିଥିବା ତଦନ୍ତରୁ ଜଣାପଡ଼ିଛି ।
ମଫସଲରୁ ସାମ୍ନାକୁ ଆସିଲା ମହାନ ବାର୍ତ୍ତା। ହକି ଗ୍ରାଉଣ୍ଡରେ ଏକାଠି ଖେଳିଲେ ପୁରୁଷ-ମହିଳା ଖେଳାଳୀ..ପରସ୍ପରକୁ ସାମ୍ନା କଲେ, ଗୋଲ୍ ବି ଦେଲେ। ପଡ଼ିଆରେ ଉଡ଼ାଇ ଦେଲେ ଧୂଳି..ଖେଳ ଦେଖିବାକୁ ଦର୍ଶକଙ୍କ ଜମିଥିଲା ପ୍ରବଳ ଗହଳି
ଲେମ୍ବୁ ଗୋଟା ଦଶ, ୩ ଟାକୁ କୋଡ଼ିଏ। ଲେମ୍ବୁ ଦର ଶୁଣି ଖାଉଟିଙ୍କ କାନ ଝାଏଁ ଝାଏଁ। ଖରାଦିନିଆ ପାନୀୟ ଓ ପଖାଳ କଂସା ପାଇଁ ନିହାତି ଦରକାର ଲେମ୍ବୁ। ହେଲେ ରାସ୍ତାକଡ଼ ପରିବା ଦୋକାନୀ ହେଉ କି ଭୁବନେଶ୍ୱରର ଏକ ନମ୍ବର ହାଟ ଭଳି ବଡ଼ ସବଜୀ ମଣ୍ଡି।