କୋଭିଡ୍ ଟିକାର ବୁଷ୍ଟର ଡୋଜ୍ ପାଇଁ ଅଂଟା ଭିଡିଛି ଭାରତ ବାୟୋଟେକ୍। ଇଂଟ୍ରା ନାଜାଲ୍ ବା ନାକରେ ଦିଆଯିବାକୁ ଥିବା ଏହି ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ ତଥ୍ୟ ଡିସିଜିଆଇକୁ ଦିଆଯାଇଛି
ଭେଲୋର ଖ୍ରୀଷ୍ଟିଆନ ମେଡିକାଲ କଲେଜ ମାଇକ୍ରୋ ବିୟୋଲୋଜିର ପ୍ରଫେସର ଡକ୍ଟର କାଙ୍ଗ କହିଛନ୍ତି ଯେ, ଭାରତର ପୁଣେସ୍ଥିତ ଜେନୋଭା ବାୟୋ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଦ୍ୱାରା mRNA ପ୍ଲାଟଫର୍ମ ଭିତ୍ତିକ ଟିକାକୁ ମଧ୍ୟ ଅପେକ୍ଷା କରିପାରିବା ।
ଓମିକ୍ରନ ବିରୁଦ୍ଧରେ କରୋନା ଟିକା ପ୍ରଭାବଶାଳୀ ନଥିବାର ପ୍ରାଥମିକ ତଦନ୍ତରୁ ଆଶଙ୍କା କରାଯାଉଛି । ହେଲେ ଆଶ୍ୱସ୍ତିକର ଖବର ଏହା କି ଟିକା ନେଇଥିବା ବ୍ୟକ୍ତିମାନେ ଓମିକ୍ରନ ସଂକ୍ରମିତ ହେବା ପରେ ଅଧିକ ଗୁରୁତର ଅସୁସ୍ଥ ହେଉନାହାଁନ୍ତି ।
ବିଶ୍ୱରେ ଦିନକୁ ଦିନ ଚିନ୍ତା ବଢାଉଛି ଓମିକ୍ରନ୍ । ଓମିକ୍ରନ ସଂକ୍ରମଣ ରୋକିବାକୁ ଲକଡାଉନ୍ କରିଛି ନେଦରଲ୍ୟାଣ୍ଡସ୍ । ସେପଟେ ଭାରତରେ ଦେଢ ଶହ ମୁହାଁ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ କଣ ସତର୍କ କରାଇଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଶୁଣନ୍ତୁ...।
ଛାନିଆ କଲାଣି ଓମିକ୍ରନ ସଂକ୍ରମଣ । ବିଜୁଳି ବେଗରେ ମାଡ଼ୁଛି ଭାଇରସ୍ । ସାରା ବିଶ୍ୱର ହୋସ୍ ଉଡ଼ାଇଥିବା କରୋନାର ଏହି ନୂଆ ଭ୍ୟାରିଏଣ୍ଟର ପ୍ରବେଶ ରୋକିବାକୁ ରାଜ୍ୟ ସୀମାରେ ସଜାଗ ସର୍ଭେଲାନ୍ସ ଟିମ୍ । ସଂକ୍ରମଣକୁ ଜିରୋ କରିବା ସଂଭବ ନୁହେଁ । ହେଲେ ସର୍ଭେଲାନ୍ସ ଦ୍ୱାରା ନିୟନ୍ତ୍ରଣ ସମ୍ଭବ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ବିଦେଶରୁ ରାଜ୍ୟକୁ ଫେରି କୋଭିଡ୍ ପଜିଟିଭ ଚିହ୍ନଟ ୭ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ନମୁନାର ଜେନମ୍ ସିକ୍ୱେନ୍ସିଂ ରିପୋର୍ଟରେ ଓମିକ୍ରନ୍ ନେଗେଟିଭ୍ ରହିଛି । ବଳକା ୩ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି ।
ସ୍ୱାସ୍ଥ୍ୟ ବିଭାଗ କହିଛି, ତୃତୀୟ ଲହର ମୁକାବିଲା ଲାଗି ରାଜ୍ୟ ସରକାର ସମର୍ଥ । ଯେତେ ରୋଗୀ ସଂଖ୍ୟା ବଢ଼ିଲେ ମଧ୍ୟ ଚିକିତ୍ସା ସେବା ଯୋଗାଇବାକୁ ସରକାର ପ୍ରସ୍ତୁତ ।
ଓମିକ୍ରନ ସଂକ୍ରମଣ ବ୍ୟାପିଥିବା ଦେଶରୁ ପ୍ରାୟ ୧୫୦୦ ଯାତ୍ରୀ ଆସିଛନ୍ତି। ତେବେ ଏମିକ୍ରନର ଲକ୍ଷଣ ପୂର୍ବ ଭାରିଏଣ୍ଟ ଭଳି ଥିବାରୁ ସେହିଭଳି ଚିକିତ୍ସା ଜାରି ରହିଛି।
ବ୍ରିଟେନ୍ରେ ବଢିଚାଲିଛି ଓମିକ୍ରିନ୍ ଭାରିଆଣ୍ଟ ସଂକ୍ରମଣ । ଗତକାଲି ଗୋଟିଏ ଦିନରେ ବ୍ରିଟେନ୍ରେ ୯୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଭାରତରେ ମଧ୍ୟ ଓମିକ୍ରନ ସଂକ୍ରମଣ ଶହେ ଟପି ସଂଖ୍ୟା ୧୧୩ ଛୁଇଁଛି । ଭାରତର ୧୧ ରାଜ୍ୟକୁ ଛୁଇଁ ସାରିଲାଣି କରୋନାର ଏହି ନୂଆ ରୂପ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ଏନେଇ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ଏବେ ସୁଦ୍ଧା ଦେଶର ୧୧ ରାଜ୍ୟରେ ମୋଟ ୧୦୧ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଦିନକୁ ଦିନ ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଆଜି ନୂଆଦିଲ୍ଲୀରେ ୧୦ ନୂଆ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଚିନ୍ତା ଆହୁରି ବଢ଼ିଛି।
ନ୍ୟୁଜ୍ ଏଜେନ୍ସି ଆଇଏନ୍ଏସ୍କୁ ସେ କହିଛନ୍ତି, ଦ୍ୱିତୀୟ ଲହରରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବହୁତ ଅଧିକ ହୋଇଯାଇଥିଲା । ସେତେବେଳେ ଟୀକାକରଣ ସଂଖ୍ୟା ମଧ୍ୟ ଖୁବ୍ କମ୍ ଥିଲା । ଯାହା ଫଳରେ ଆମ ଭିତରୁ ଅନେକ ଲୋକ ଭାଇରସ୍ ଦ୍ୱାରା ସଂକ୍ରମିତ ମଧ୍ୟ ହୋଇଥିଲେ ।
ଓମିକ୍ରନ୍ ଦ୍ୱାରା ପଜିଟିଭ୍ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କ ପାଇଁ ସରକାରୀ ବ୍ୟବସ୍ଥା ଥିବା ହସ୍ପିଟାଲରେ ସ୍ୱତନ୍ତ୍ର ବ୍ଲକ୍ କରାଯିବ। ସେମାନେ ଯେପରି ଅନ୍ୟ ରୋଗୀଙ୍କ ସଂସ୍ପର୍ଶରେ ନ ଆସିବେ ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ତେବେ ସେମାନଙ୍କ ପାଇଁ ହୋମ୍ ଆଇସୋଲେସନ ବ୍ୟବସ୍ଥା ନାହିଁ।
ପଡ଼ୋଶୀ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ପରେ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି ହୋଇଛନ୍ତି। ହୋମ୍ ଆଇସୋଲେସନରେ ରହିପାରିବେନି ଓମିକ୍ରନ୍ ସଂକ୍ରମିତ।
ଓମିକ୍ରନର ଭୟାବହତାକୁ ଦେଖି ସୀମାନ୍ତ ଜିଲ୍ଲା ଉପରେ ଅଧିକ ଫୋକସ କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଓମିକ୍ରନକୁ ନେଇ ସାରା ବିଶ୍ୱ ବେଶ ଚିନ୍ତିତ । ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା । ତେବେ ଓମିକ୍ରନ ହେଲେ କ’ଣ ସବୁ ଲକ୍ଷଣ ଦେଖାଯାଉଛି, ଆସନ୍ତୁ ଜାଣିବା....
ଗୋଟିଏ ପରେ ଗୋଟିଏ ରାଜ୍ୟକୁ ବ୍ୟାପୁଛି ସଂକ୍ରମଣ । ସୁରତରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ। ଏଯାବତ୍ ୬ଟି ରାଜ୍ୟରୁ ୩୯ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବଢ଼ିଲା ଛନକା, ଆଗୁଆ ସଜାଗ ଓଡ଼ିଶାI ପଡୋଶୀ ଆନ୍ଧ୍ରକୁ ବି ଛୁଇଁଗଲା ଓମିକ୍ରନ୍ I ସୀମାନ୍ତ ଜିଲ୍ଲାମାନକୁ ସତର୍କ କଲେ ରାଜ୍ୟ ସରକାର। ରାଜ୍ୟରେ ୪୧ଲକ୍ଷ ଲୋକ ଆଦୌ ନେଇନାହାନ୍ତି କରୋନା ଟିକା
ବ୍ରିଟେନ୍ରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଏଠାରେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଜି ମୃତ୍ୟୁ ହୋଇଛି।
ପଡୋଶୀ ଆନ୍ଧ୍ର ପ୍ରଦେଶରେ ଜଣେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେବା ପରେ ସଜାଗ ହୋଇଛି ଓଡ଼ିଶା। ଏନେଇ ରାଜ୍ୟର ସମସ୍ତ ସୀମାନ୍ତ ଜିଲ୍ଲା ଗୁଡିକୁ ସରକାର ସଜାଗ କରାଇଛନ୍ତି।
ଓମିକ୍ରନ୍କୁ ନେଇ ଷ୍ଟଡ଼ି କରିଥିବା ବୈଜ୍ଞାନିକମାନେ ନୂଆ ଖୁଲାସା କରିଛନ୍ତି । ନୂଆ ଭାରିଏଣ୍ଟ୍ର ଭୟାବହତା ସମ୍ପର୍କରେ ସତର୍କ କରିଛନ୍ତି
ଓମିକ୍ରନ ସଂକ୍ରମଣ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-ହୁ ର ସୂଚନା । ଶରୀରରେ ଟିକାର ପ୍ରଭାବ ନଷ୍ଟ କରୁଛି ଓମିକ୍ରନ ଭାରିଏଣ୍ଟ । ଡେଲ୍ଟା ଅପେକ୍ଷା ତ୍ୱରିତ ସଂକ୍ରମଣ କରୁଛି ଓମିକ୍ରନ ।
କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଓମିକ୍ରନ୍ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ନୂଆ ତଥ୍ୟ ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ଓମିକ୍ରନ୍ ସଂକ୍ରମଣ ଯୋଗୁ ଶରୀରେ ଟିକାର ପ୍ରଭାବ ନଷ୍ଟ ହେଉଛି।
କରୋନାର ତୃତୀୟ ଲହର ଆସିବ ନା ନାହିଁ ସେନେଇ କାହାରି ପାଖରେ ନାହିଁ ସ୍ପଷ୍ଟ ଉତ୍ତର। ତେବେ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ପାଲଟିଛି। କେତେବେଳେ ଯେ ଓମିକ୍ରନ ପଶିନଆସିବ ସେ ଭରସା କେହି ବି ଦେଇପାରିବେ ନାହିଁ।
ସାରା ବିଶ୍ୱରେ କରୋନାର ଓମିକ୍ରନ୍ ଭାରିଆଣ୍ଟକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ, ଯେତେଶୀଘ୍ର ସମ୍ଭବ ଏହି ଭାରିଆଣ୍ଟ୍ ଦ୍ୱାରା ସଂକ୍ରମିତଙ୍କ ଚିହ୍ନଟ କରି ଆଇସୋଲେସନ୍ରେ ରଖାଯିବା ଉପରେ ସମସ୍ତେ ଗୁରୁତ୍ୱ ଦେଉଛନ୍ତି।