Advertisment

ଆନ୍ଧ୍ରପ୍ରଦେଶରେ ପ୍ରଥମ ଓମିକ୍ରନ ଭାରିଏଣ୍ଟ ଚିହ୍ନଟ

ସାରା ବିଶ୍ୱରେ କରୋନାର ଓମିକ୍ରନ୍ ଭାରିଆଣ୍ଟକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ, ଯେତେଶୀଘ୍ର ସମ୍ଭବ ଏହି ଭାରିଆଣ୍ଟ୍ ଦ୍ୱାରା ସଂକ୍ରମିତଙ୍କ ଚିହ୍ନଟ କରି ଆଇସୋଲେସନ୍‌ରେ ରଖାଯିବା ଉପରେ ସମସ୍ତେ ଗୁରୁତ୍ୱ ଦେଉଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Omicron variant detected in Andhra Pradesh

Omicron variant detected in Andhra Pradesh

ଅମରାବତୀ: ଆନ୍ଧ୍ରପ୍ରଦେଶରରେ ପ୍ରଥମ ଓମିକ୍ରନ ଭାରିଏଣ୍ଟ ଚିହ୍ନଟ ହୋଇଛି। ଜଣେ ୩୪ବର୍ଷୀୟ ଯୁବକଙ୍କ ଠାରେ ଏହା ଚିହ୍ନଟ ହୋଇଛି। ଯୁବକ ଜଣଙ୍କ ଆୟାରଲାଣ୍ଡରୁ ଫେରିଥିଲେ। ଏହାକୁ ମିଶାଇ ଦେଶରେ ମୋଟ ଓମିକ୍ରନ୍ ସଂକ୍ରମକ ସଂଖ୍ୟା ୩୬କୁ ପହଞ୍ଚିଛି। ସେପଟେ ମାତ୍ର ୨ ଘଣ୍ଟାରେ ଚିହ୍ନଟ ହୋଇପାରିବ ଓମିକ୍ରନ୍। କରୋନାର ଓମିକ୍ରନ୍ ଭାରିଆଣ୍ଟ୍‌କୁ ମାତ୍ର ୨ ଘଣ୍ଟାରେ ଚିହ୍ନଟ କରିବାକୁ ନୂଆ କିଟ୍ ତିଆରି କଲା ICMR।

Advertisment

ସାରା ବିଶ୍ୱରେ କରୋନାର ଓମିକ୍ରନ୍ ଭାରିଆଣ୍ଟକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ, ଯେତେଶୀଘ୍ର ସମ୍ଭବ ଏହି ଭାରିଆଣ୍ଟ୍ ଦ୍ୱାରା ସଂକ୍ରମିତଙ୍କ ଚିହ୍ନଟ କରି ଆଇସୋଲେସନ୍‌ରେ ରଖାଯିବା ଉପରେ ସମସ୍ତେ ଗୁରୁତ୍ୱ ଦେଉଛନ୍ତି।

ବର୍ତ୍ତମାନ ଉପଲବ୍ଧ ସୁବିଧାରେ ଜଣେ କରୋନା ଆକ୍ରାନ୍ତ ଓମିକ୍ରନ୍ ଦ୍ୱାରା ସଂକ୍ରମିତ କି ନାହିଁ ଜାଣିବା ପାଇଁ ୩ରୁ ୪ ଦିନ ସମୟ ଲାଗୁଥିଲା। ହେଲେ ଇଣ୍ଡିଆନ୍ କାଉନ୍ସିଲ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ICMR ଦ୍ୱାରା ବିକଶିତ ନୂଆ କିଟ୍  ମାତ୍ର ୨ ଘଣ୍ଟାରେ ଏହାକୁ ଚିହ୍ନଟ କରିପାରିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଆସାମ ଦିବ୍ରୁଗଡ଼ ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରରେ ଏହାକୁ ଡିଜାଇନ୍ କରାଯାଇଛି।

Advertisment
COVID19 Omicron Omicron Variant
Advertisment
Advertisment