• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Omicron

Omicron Symptoms
ସାମ୍ନାକୁ ଆସିଲା ଓମିକ୍ରନ୍‌ର ୨ ନୂଆ ଲକ୍ଷଣ

କରୋନା ଭାଇରସ୍‌ର ସବୁଠାରୁ ମାରାତ୍ମକ ଭାରିଆଣ୍ଟ୍‌ ଓମିକ୍ରନ୍‌ ସାରା ବିଶ୍ୱ ସମେତ ଭାରତରେ ଧୀରେ ଧୀରେ ଏହା କାୟା ବିସ୍ତାର କରିବାରେ ଲାଗିଛି। ଯଦି କୌଣସି ବ୍ୟକ୍ତିଙ୍କ ଠାରେ ଓମିକ୍ରନ୍‌ ଲକ୍ଷଣ ଦେଖାଦିଏ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଜକୁ ସଂଗରୋଧରେ ରହିବା ଲାଗି ପରାମର୍ଶ ଦିଆଯାଇଛି।

India Records First Omicron Death
ଦେଶରେ ପ୍ରଥମ ଜୀବନ ନେଲା ଓମିକ୍ରନ୍‌, ନାଇଜେରିଆରୁ ଫେରିଥିଲେ ସମ୍ପୃକ୍ତ ବ୍ୟକ୍ତି

ଦେଶରେ ପ୍ରଥମ ଜୀବନ ନେଲା ଓମିକ୍ରନ୍‌। ମହାରାଷ୍ଟ୍ରରେ ଦେଶର ପ୍ରଥମ ଓମିକ୍ରନ୍ ମୃତ୍ୟୁ ହୋଇଛି। ସେ ନାଇଜେରିଆରୁ ଫେରିଥିଲେ। ଗତ ୧୩ ବର୍ଷ ଧରି ଡାଇବେଟିସ୍‌ରେ ପୀଡ଼ିତ ଥିଲେ।

Religious Institutions In Bhubaneswar To Remain Closed
ଓମିକ୍ରନ୍‌ ଭୟ: ଭୁବନେଶ୍ୱରରେ ୩ ଦିନ ବନ୍ଦ ରହିବ ଧର୍ମାନୁଷ୍ଠାନ

ରାଜ୍ୟରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ସବୁ ଧର୍ମାନୁଷ୍ଠାନ ୩ ଦିନ ବନ୍ଦ ରହିବ।

Omicron Gradually Spreading In Community
ଗୋଷ୍ଠୀ ସଂକ୍ରମଣ ମୁହାଁ ଓମିକ୍ରନ୍‌!କିଛି ଦିନ ମଧ୍ୟରେ ଭାରତରେ ବିସ୍ଫୋରକ ଭାବେ ବୃଦ୍ଧି ପାଇପାରେ ଓମିକ୍ରନ୍‌ କେସ୍‌

କୌଣସି ସ୍ଥାନକୁ ଯାତ୍ରା ନକରି ଅର୍ଥାତ୍‌ ଟ୍ରାଭେଲ୍‌ ହିଷ୍ଟ୍ରି ନଥାଇ ମଧ୍ୟ ଲୋକମାନେ କରୋନାର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ଆକ୍ରାନ୍ତ ହେଉଛନ୍ତି। ଏହାର ଅର୍ଥ ଧୀରେ ଧୀରେ ଏହା ଗୋଷ୍ଠୀ ସଂକ୍ରମଣ ମୁହାଁ ହେଉଛି ବୋଲି ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏହା କହିଛନ୍ତି।

Omicron
ଓମିକ୍ରନକୁ ନେଇ ଅନ୍ତର୍ଜାତୀୟ ସମୁଦାୟକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସତର୍କବାଣୀ

ଚିନ୍ତା ବଢାଇଲାଣି ଓମିକ୍ରନ୍ । କୋଭିଡ ବିଶେଷ କରି ଓମିକ୍ରନକୁ ନେଇ ଅନ୍ତର୍ଜାତୀୟ ସମୁଦାୟକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସତର୍କବାଣୀ । କରୋନାର ଆଗାମୀ ସୁନାମିରେ ହୁଏତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ଯାଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ନିଜେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ୍ ଗେବ୍ରିୟେସୁସ୍ ।

Omicron
ଦେଶରେ ବଢୁଛି କୋଭିଡ ପଜିଟିଭ୍ ସଂଖ୍ୟା, ଆସିଗଲା କି ତୃତୀୟ ଲହର!

ୟେଲୋ ଆଲର୍ଟ ଜାରି ହୋଇଥିବା ଦିଲ୍ଲୀରେ, ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୭୦ ପ୍ରତିଶତ ବଢ଼ିଛି । ୪୯୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଜିଟିଭିଟି ରେଟ୍ ପ୍ରାୟ ୧ ପ୍ରତିଶତ ରହିଛି । ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୨୩୮କୁ ବଢ଼ିଛି, ଯାହାକି ଦେଶରେ ସର୍ବାଧିକ ବୋଲି କୁହାଯାଉଛି ।

Omicron
ଓଡିଶାକୁ ଘାରିଲାଣି ଓମିକ୍ରନ୍ ଭୟ: ଆଜି ଆଉ ଜଣେ ପଜିଟିଭ୍ ଚିହ୍ନଟ

ରାଜ୍ୟରେ କାୟା ବିସ୍ତାର କରୁଛି ଓମିକ୍ରନ ଭାରିଆଣ୍ଟ । ଆଜି ଆଉ ଜଣଙ୍କୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୯ରେ ପହଞ୍ଚିଛି । ଏଭଳି ସଂଖ୍ୟାବୃଦ୍ଧି ପରେ ଭୟ ବଢ଼ିବାରେ ଲାଗିଛି । କେବଳ ଯେ ଓମିକ୍ରନ୍, ତାନୁହେଁ, କରୋନାର ଦୈନିକ ସଂକ୍ରମଣ ମଧ୍ୟ ଚିନ୍ତା ବଢ଼ାଇଛି ।

omicron Variant
ଓଡ଼ିଶାରେ ଚିହ୍ନଟ ହେଲେ ଆଉ ଜଣେ ଓମିକ୍ରନ୍‌ ଆକ୍ରାନ୍ତ

ରାଜ୍ୟରେ ଆଉ ଜଣେ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଓମିକ୍ରନ୍‌ ଆକ୍ରାନ୍ତ ଜଣକ UAE ଫେରନ୍ତା ବୋଲି ସୂଚନା ମିଳିଛି। 

omicron Variant
ଓଡ଼ିଶାକୁ ଓମିକ୍ରନ୍‌ ଭୟ ! ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଶେଷ କରିବାକୁ ପରାମର୍ଶ

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଗକୁ ଏହି ସଂଖ୍ୟା ବଢ଼ିପାରେ। ତେଣୁ ଓମିକ୍ରନ୍‌ ଲହରି ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

Omicron Variant
ବଢ଼ିଲା ଚିନ୍ତା, ଓଡ଼ିଶାରେ ଆଉ ୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ILS ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି। ପୂର୍ବରୁ ଚିହ୍ନଟ ୪ ଆକ୍ରାନ୍ତଙ୍କୁ ମିଶାଇ ସଂଖ୍ୟା ୮କୁ ବୃଦ୍ଧି ପାଇଛି। 

High Covid Cases In 10 States
ବଢ଼ୁଛି କରୋନା କେସ୍‌ ଓ ଓମିକ୍ରନ୍‌ ସଂକ୍ରମଣ, ୧୦ ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ୍

ଓମିକ୍ରନ ସଂକ୍ରମଣ, କରୋନା କେସ୍‌ ବୃଦ୍ଧି ପାଉଥିବା ରାଜ୍ୟ ଓ ଟିକାକରଣ ହାର କମ୍‌ ଥିବା ୧୦ ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ୍। ଜାତୀୟ ଟିକାକରଣ ହାରଠାରୁ ଏହି ୧୦ ରାଜ୍ୟରେ ଟିକାକରଣ ହାର କମ୍‌ ରହିଥିବାରୁ ଏହାର ସ୍ଥିତି ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଟିମ୍।

Omicron Cases In India
ଚିନ୍ତା ବଢ଼ାଉଛି ଓମିକ୍ରନ୍‌, ୨ ମାସ ଭିତରେ ଭୟଙ୍କର ହୋଇପାରେ ସ୍ଥିତି

୨ରୁ ୩ ସପ୍ତାହ ଧରି  ବିଶ୍ୱରେ ୧୦୦୦ରୁ ଅଧିକ ହାରରେ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେଣୁ ୨ ମାସ ଭିତରେ ୧୦ ଲକ୍ଷରୁ ଅଧିକ ଓମିକ୍ରନ ସଂକ୍ରମିତ ହୋଇପାରନ୍ତି ବୋଲି କେରଳର କୋଭିଡ୍ ଏକ୍ସପର୍ଟ କମିଟି ସଦସ୍ୟ କହିଛନ୍ତି। 

Omicron Cases In India
ଦିନକରେ ୫୭ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ, ନୂଆବର୍ଷ ଓ ଖ୍ରୀଷ୍ଟମାସ୍‌ ପାଇଁ ୧୨ ରାଜ୍ୟରେ କଟକଣା

ଦିନକରେ ଓମିକ୍ରନ୍‌ କେସ୍‌ ୧୬% ବୃଦ୍ଧି ପାଇଥିବା ଜଣାପଡ଼ିଛି। ଶୁକ୍ରବାର ସାରା ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮ ଥିଲା,ତେବେ ଗୋଟିଏ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇ ଏବେ ୪୧୫ରେ ପହଞ୍ଚିଛି। 

3 layer mask
ଓମିକ୍ରନ୍‌ରୁ ବର୍ତ୍ତିବା ପାଇଁ ୩-ଲେୟାର୍ ମାସ୍କ ଜରୁରୀ

ଦେଶରେ ଓମିକ୍ରନ କାୟା ବଢ଼ାଇ ଚାଲିଥିବାବେଳେ ଆଇଆଇଟିି କାନପୁର, କରୋନାର ତୃତୀୟ ଲହର ଫେବ୍ରୁଆରୀରେ ପିକ୍ ହେବ ବୋଲି ଆକଳନ କରିଛି।

Rajesh Bhusan
ଓମିକ୍ରନ୍‌ କହର ! ବିଶ୍ୱରେ ୧୦୮ ଦେଶ, ଦେଶରେ ୧୭ ରାଜ୍ୟକୁ ମାଡ଼ିଲାଣି

ବିଶ୍ୱରେ ୧୦୮ ଦେଶରେ ୧ ଲକ୍ଷ ୫୧ ହଜାର ଓମିକ୍ରନ୍ ଆକ୍ରାନ୍ତ । ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇ ୨୬ ଜଣଙ୍କ ମୃତ୍ୟୁ ଘଟିଛି କହିଲେ ରାଜେଶ ଭୂଷଣ । ବ୍ରିଟେନରେ ସର୍ବାଧିକ ୯୦ ହଜାର ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେଣି । ଡେନମାର୍କରେ ୩୦ ହଜାର ଓ କାନାଡ଼ାରେ ୫ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

New Guidelines
ବଡ଼ଦିନ ଓ ନୂଆବର୍ଷ ପାଇଁ ଆସିଲା ନୂଆ ଗାଇଡଲାଇନ୍

ଗୋଟିଏ ଲେୟାର ମାସ୍କ ନ ପିନ୍ଧି ୩ ଲେୟାର କିମ୍ବା N-95 ମାକ୍ସ ପିନ୍ଧନ୍ତୁ। ଓମିକ୍ରନ ୫ ଗୁଣା ଅଧିକ ଜୋର୍‌ରେ ବ୍ୟାପୁଛି ବୋଲି DMET କହିଛନ୍ତି।

Christmas Celebration Ban
କଟକଣା ମଧ୍ୟରେ ପାଳନ ହେବ ବଡଦିନ:BMC

ଚିନ୍ତା ବଢାଇଲାଣି ଓମିକ୍ରନ୍ । ପ୍ରଥମେ ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଦୁଇ ଜଣ ଓମିକ୍ରନ୍ ଅକ୍ରାନ୍ତ ଥିବାର ସୂଚନା ମିଳିଛି । ରାଜଧାନୀରେ କୋଭିଡ୍ ସ୍ଥିତି ନେଇ BMC କମିଶନର ସଞୟ ସିଂଙ୍କ ସୂଚନା ଦେଇଛନ୍ତି । କୋଭିଡ୍ ଗାଇଡଲାଇନ ଅନୁସାରେ ଖ୍ରୀଷ୍ଟମାସ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Modi
ଦେଶକୁ ଘାରିଲାଣି ଓମିକ୍ରନ୍ ଭୟ: ଏନେଇ ଆଜି ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଦେଶକୁ ଘାରିଲାଣି ଓମିକ୍ରନ୍ ଚିନ୍ତା । ଦିଲ୍ଲୀରେ ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ ଉପରେ ରୋକ୍ ଲଗାଯାଇଛି । ଦେଶରେ ଓମିକ୍ରନ୍ ମାମଲା ବଢୁଥିବା ବେଳେ କଠୋର ହୋଇଛି ଦିଲ୍ଲୀ ପ୍ରଶାସନ । ଦିଲ୍ଲୀରେ ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଳନ ଭିଡ ଯେପରି ନହେବ, ସେନେଇ ସଜାଗ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Omicron
ଘାରିଲାଣି ଓମିକ୍ରନ୍‌ ଭୟ ! ରାଜଧାନୀରେ ୩ କଣ୍ଟେନ୍‌ମେଣ୍ଟ ଜୋନ୍‌

ଗତକାଲି ୱାର୍ ରୁମ୍ ସଜାଗ ରଖିବାକୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି ପରେ ଆଜି ଲୋକସେବା ଭବନରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ । ଏହାପରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶ କହିଛନ୍ତି ବୈଠକରେ ମୋଟ୍ ୫ଟି ବିଷୟରେ ଗୁରୁତ୍ୱ ଦିଆଯାଇଛି ।

Omicron
ମାଡ଼ୁଛି ଓମିକ୍ରନ୍, କେନ୍ଦ୍ର ଦେଲା ନିର୍ଦ୍ଦେଶ

ଦେଶରେ ୨୦୦ ଟପିଲାଣି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା..ଏନେଇ କେନ୍ଦ୍ର ଚିଠି ଲେଖି ନିର୍ଦ୍ଦେଶନାମା ଜାରି କରିଛି..

Omicron
ଓଡିଶାରେ ପସିଲା ଓମିକ୍ରମ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ରାଜ୍ୟରେ ଚିହ୍ନଟ ହୋଇଥିବା ଦୁଇ ଓମିକ୍ରନ୍ ଆକ୍ରାନ୍ତ କେବଳ ଭାତ ହାଣ୍ଡିରୁ ଗୋଟିଏ ଲେଖାଏଁ ଏବେ କେବଳ ଏତିକି ଚିହ୍ନଟ ହୋଇଛନ୍ତି। ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ଢେର୍ ବଢ଼ିଯିବ।

omicron
କେନ୍ଦ୍ର ସରକାରଙ୍କ ପକ୍ଷରୁ ଓମିକ୍ରନ୍‌ ଆଲର୍ଟ, ସଂକ୍ରମଣ ପୂର୍ବରୁ ନିଅ କଣ୍ଟେନମେଣ୍ଟ ଭଳି ପଦକ୍ଷେପ

ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ସବୁ ରାଜ୍ୟକୁ ଓ୍ୱାର ରୁମ୍ ସକ୍ରିୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ । ସଂକ୍ରମିତଙ୍କ ବାବଦରେ ଜିଲ୍ଲା ସ୍ତରରେ ନିୟମିତ ସମୀକ୍ଷା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

200 Omicron Cases In India, 54 Each For Maharashtra, Delhi
ଦେଶରେ ୨୦୦ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଛୁଇଁଲା । ଓମିକ୍ରନ ସଂଖ୍ୟା ୨୦୦ ଛୁଇଁଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ।

Omicron Hits Odisha, ILS Says Two Test Positive For New Variant
ଓଡିଶାରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରୁ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ନେଇ ILS ପକ୍ଷରୁ ସୂଚନା ଦିଆଯାଇଛି ।

200 Omicron Cases In India, 54 Each For Maharashtra, Delhi
ଚିନ୍ତା ବଢାଉଛି ଓମିକ୍ରନ୍‌; ୨୦୦ ଅତିକ୍ରମ କଲା ଆକ୍ରାନ୍ତଙ୍କ ସଂଖ୍ୟା

ଚିନ୍ତା ବଢାଇବାରେ ଲାଗିଛି ଓମିକ୍ରନ୍‌ । ଦେଶରେ ଆଜି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦କୁ ଛୁଇଁଲା । ଓମିକ୍ରନ ସଂଖ୍ୟା ୨୦୦ ଛୁଇଁଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।