• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଭାରତ ତଥା ସମଗ୍ର ବିଶ୍ୱରେ ଧୀରେ ଧୀରେ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍ ବୃଦ୍ଧି ପାଇବାରେ ଲାଗିଛି । ନୂଆ କୋଭିଡ ଭାରିଏଣ୍ଟ୍ ପୁଣି ଥରେ ବିଶ୍ୱରେ ଆତଙ୍କ ଖେଳାଇପାରେ ବୋଲି ସତର୍କ କରାଇଛନ୍ତି ବୈଜ୍ଞାନିକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓମିକ୍ରନକୁ ଅଫ୍ କନସର୍ନ ଶ୍ରେଣୀଭୁକ୍ତ କରିସାରିଛି । ହେଲେ ବର୍ତ୍ତମାନ ବ୍ରିଟେନର ବୈନିକମାନଙ୍କ ଦ୍ୱାରା ହୋଇଥିବା ଅଧ୍ୟୟନର ଫଳାଫଳ ଆସିଛି, ଯାହା ସମସ୍ତଙ୍କୁ ଭୟଭୀତ କରୁଛି ।

ଓମିକ୍ରନ୍ ଭୟ ଭିତରେ କଟକଣା ତଥା ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ନଗଲେ ଆସନ୍ତା ବର୍ଷ ଏପ୍ରିଲ୍ ସୁଦ୍ଧା ବ୍ରିଟେନରେ ନୂଆ ଭାରିଏଣ୍ଟ ଯୋଗୁଁ ୨୫,୦୦୦ରୁ ୭୫୦୦୦ ମୃତ୍ୟୁ ହେବାର ଆଶାଙ୍କା ଥିବା ଅଧ୍ୟୟନରେ ଚେତାବନୀ ଦିଆଯାଇଛି । ଏହି ଅଧ୍ୟୟନ ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଏବଂ ଟ୍ରପିକାଲ୍ ମେଡିସିନ୍ ଏବଂ ଦକ୍ଷିଣ ଆଫ୍ରିକାର ଷ୍ଟେଲେନବୋଶ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ଦ୍ୱାରା ମିଳିତ ଭାବେ କରାଯାଇଛି । 

ଷ୍ଟଡି କ’ଣ କହୁଛି?

ବର୍ତ୍ତମାନ ଓମିକ୍ରନ୍ ଅନ୍ୟ ଦେଶ ଅପେକ୍ଷା ବ୍ରିଟେନରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ପ୍ରତିଦିନ ନୂଆ ଭାରିଏଣ୍ଟରେ ୬୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଗାମୀ ସମୟରେ ସଂକ୍ରମଣ ବଢ଼ିପାରେ ବୋଲି କୁହାଯାଉଛି। ଅଧ୍ୟୟନରେ ଅନୁସାରେ ବ୍ରିଟେନରେ ଓମିକ୍ରନ୍ B.1.1.1.529 ଭାରିଏଣ୍ଟ୍ ପାଇଁ SARS-CoV2 ଶୀଘ୍ର ବ୍ୟାପିପାରେ । ବେଳହୁଁ କଠୋର ପଦକ୍ଷେପ ଗ୍ରହଣ କରା ନଗଲେ, ଆଲଫା ତୁଳନାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ।

ଓମିକ୍ରନ୍ ଭାରିଏଣ୍ଟ୍ ୟୁରୋପରେ ବିଶେଷକରି ବ୍ରିଟେନ ଏବଂ ଡେନମାର୍କରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ତେବେ ବର୍ତ୍ତମାନ ସୁଦ୍ଧା ଏହାର ଗମ୍ଭୀର ଲକ୍ଷଣ ସମ୍ପର୍କରେ କୌଣସି ସୂଚନା ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଅନୁସାରେ ଡେଲଟା ତୁଳନାରେ ଏହି ଭାରିଏଣ୍ଟର ଲକ୍ଷଣ ଗୁଡ଼ିକ ସାମାନ୍ୟ ଅଟେ । କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ଭାରତରେ ମଧ୍ୟ ବର୍ତ୍ତମାନ ଓମିକ୍ରନ୍ ଭାରିଏଣ୍ଟ୍ ଅନେକ ବଡ ସହରରେ ବ୍ୟାପିବାରେ ଲାଗିଛି । ଦେଶରେ ଏପର୍ଯ୍ୟନ୍ତ ୩୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।