Advertisment

Blood Test Corruption: ରକ୍ତପରୀକ୍ଷା ନାଁରେ ଦୁର୍ନୀତି ଅଭିଯୋଗ, ଚୂନ ଲଗାଉଛି ଠିକା ସଂସ୍ଥା

ଅନାବଶ୍ୟକ ଟେଷ୍ଟ୍ କରି ଲକ୍ଷାଧିକ ଟଙ୍କାର ସରକାରୀ ଅର୍ଥ ଚଳୁ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ରକ୍ତ ପରୀକ୍ଷା ନାଁରେ ହେଉଛି ରକ୍ତ ଶୋଷଣ। ଅନାବଶ୍ୟକ ଟେଷ୍ଟର ବିଲ୍ ଦେଖାଇ ସରକାରଙ୍କୁ ଠିକା ସଂସ୍ଥା ଚୁନା ଲଗାଉଥିବା ଅଭିଯୋଗ ହୋଇଛି।

author-image
Saroj Kumar Jena
ଅଦ୍ୟତନ ହୋଇଛି
blood test

blood test

ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ରକ୍ତ ପରୀକ୍ଷା ନାଁରେ ଆସିଛି ବ୍ୟାପକ ଦୁର୍ନୀତି ଅଭିଯୋଗ। ଅନାବଶ୍ୟକ ଟେଷ୍ଟ୍ କରି ଲକ୍ଷାଧିକ ଟଙ୍କାର ସରକାରୀ ଅର୍ଥ ଚଳୁ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ରକ୍ତ ପରୀକ୍ଷା ନାଁରେ ହେଉଛି ରକ୍ତ ଶୋଷଣ। ଅନାବଶ୍ୟକ ଟେଷ୍ଟର ବିଲ୍ ଦେଖାଇ ସରକାରଙ୍କୁ ଠିକା ସଂସ୍ଥା ଚୁନା ଲଗାଉଥିବା ଅଭିଯୋଗ ହୋଇଛି। ଘଟଣା ନେଇ ଉପଜିଲ୍ଲାପାଳ କହିଛନ୍ତି, ତଦନ୍ତ କରାଯାଉଛି, ପ୍ରମାଣ ମିଳିଲେ ହେବ କାର୍ଯ୍ୟାନୁଷ୍ଠାନ।

Advertisment

ଅଧିକ ପଢ଼ନ୍ତୁ: କିଟ୍‌ କାଣ୍ଡ: ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେଲେ KIIT ଭିସି

ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଏଠି ଜିଲ୍ଲା ତଥା ବାହାରୁ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ମେଡିକାଲ ଆସନ୍ତି। ସରକାରୀ ସୁବିଧା ହେତୁ ମାଗଣାରେ ଡାକ୍ତର ଦେଖାନ୍ତି ଓ ମାଗଣା ରକ୍ତ ପରୀକ୍ଷା ବି କରାଇଥାନ୍ତି। ତେବେ ମେଡିକାଲରେ କରାଯାଉଥିବା ଏହି ମାଗଣା ରକ୍ତ ପରୀକ୍ଷା ନାଁରେ ଦୁର୍ନୀତି ଚାଲିଥିବା ଅଭିଯୋଗ ହୋଇଛି। ହସ୍ପିଟାଲରେ ଏକ ଘରୋଇ ଠିକା ସଂସ୍ଥା ଏହି ରକ୍ତପରୀକ୍ଷା ଦାୟିତ୍ବ ନେଇଥିବାବେଳେ ଗତ କିଛିଦିନ ହେଲା ଡାକ୍ତର ପ୍ରେସକ୍ରାଇବ୍ କରିଥିବା ପରୀକ୍ଷାଠୁ ଅଧିକ ପରୀକ୍ଷା କରାଯାଉଥିବା ଅଭିଯୋଗ ହୋଇଛି। ଅତ୍ୟଧିକ ବିଲ୍ ହାତେଇବା ଲକ୍ଷ୍ୟରେ ଏଭଳି ଫଲ୍ସ ବିଲ୍ କରାଯାଉଥିବା ସନ୍ଦେହ କରୁଛନ୍ତି ରୋଗୀ ଓ ରୋଗୀ ସଂପର୍କୀୟ।

ଅଭିଯୋଗକୁ ଗୁରୁତ୍ବର ସହ ନେଇଛନ୍ତି ବାଲେଶ୍ବର ଉପଜିଲ୍ଲାପାଳ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିଠି ଲେଖାଯାଇଥିବା ବେଳେ ସଂପୃକ୍ତ ଘରୋଇ ସଂସ୍ଥାକୁ ସୋ-କଜ୍ ନୋଟିସ୍ ହୋଇଥିବା କହିଛନ୍ତି ଉପଜିଲ୍ଲାପାଳ। ଅଭିଯୋଗର ସତ୍ୟତା ନେଇ ତଦନ୍ତ ପରେ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି। ତେଣେ ସମସ୍ତ ଅଭିଯୋଗ ନେଇ ସଂପୃକ୍ତ ସଂସ୍ଥାର ପ୍ରତିକ୍ରିୟା ମିଳିପାରିନି।

Advertisment

ଅଧିକ ପଢ଼ନ୍ତୁ: କିଟ ଛାତ୍ରୀ ଆତ୍ମହତ୍ୟା ମାମଲା, ଦୁଃଖ ପ୍ରକାଶ କଲା ବୈଦେଶିକ ମନ୍ତ୍ରାଳୟ

Balasore Blood Test
Advertisment
Advertisment