• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ନୂଆ ଭ୍ୟାରିଆଣ୍ଟ ଏବେ ସାରା ବିଶ୍ୱରେ ଏକପ୍ରକାରର ଭୟର ବାତାବରଣ ସୃଷ୍ଟି କରିଛି। ଏହାରି ମଧ୍ୟରେ ଭାରତରେ ଓମିକ୍ରନ ପଜିଟିଭି ସଂଖ୍ୟା ୧୫୦ ଅତିକ୍ରମ କରିସାରିଛି । ଓମିକ୍ରନ ବିରୁଦ୍ଧରେ କରୋନା ଟିକା ପ୍ରଭାବଶାଳୀ ନଥିବାର ପ୍ରାଥମିକ ତଦନ୍ତରୁ ଆଶଙ୍କା କରାଯାଉଛି । ହେଲେ ଆଶ୍ୱସ୍ତିକର ଖବର ଏହା କି ଟିକା ନେଇଥିବା ବ୍ୟକ୍ତିମାନେ ଓମିକ୍ରନ ସଂକ୍ରମିତ ହେବା ପରେ ଅଧିକ ଗୁରୁତର ଅସୁସ୍ଥ ହେଉନାହାଁନ୍ତି ।

ଭ୍ୟାକ୍ସିନ ଗୁଡିକ କରୋନା ବିରୁଦ୍ଧରେ କେତେ ପ୍ରଭାବଶାଳୀ ତାହା ଉପରେ ବିଶ୍ୱର ଅନେକ ଦେଶରେ ଅନୁସନ୍ଧାନ ଚାଲିଛି । ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ଅନୁସନ୍ଧାନ ରିପୋର୍ଟ ଅନୁୟାୟୀ, ବୁଷ୍ଟର ଡୋଜ୍‌ ସହ ଫାଇଜର୍ ଓ ମର୍ଡେନା ଟିକା ନେଇଥିବା ଲୋକମାନେ ହିଁ ଓମିକ୍ରନ୍ ସଂକ୍ରମଣରୁ ରକ୍ଷା ପାଇଛନ୍ତି । ହେଲେ ଏହି ଦୁଇଟି ଭ୍ୟାକ୍ସିନ କେବଳ ଆମେରିକା ବ୍ୟତୀତ ମାତ୍ର କେତେକ ଦେଶରେ ହିଁ ଉପଲବ୍ଧ ।

ଜାତୀୟ ଗଣମାଧ୍ୟମ ଅନୁଯାୟୀ,କୋଭାକ୍ସିନ୍‌ ବ୍ୟତୀତ ଆଷ୍ଟ୍ରାଜେନେକା, ଜନସନ ଆଣ୍ଟ ଜନସନ ଏବଂ ଋଷର ଟିକା ମଧ୍ୟ ଓମିକ୍ରନ୍ ବିରୁଦ୍ଧରେ ପ୍ରଭାବଶାଳୀ ନୁହେଁ । ଏଭଳି ପରିସ୍ଥିତିରେ କରୋନା ମହାମାରୀ ବ୍ୟାପିବାକୁ ରୋକିବା ସହଜ ହେବ ନାହିଁ ।

ଦୁଇଟି ପ୍ରଭାବଶାଳୀ ଟିକା

ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ଏପର୍ଯ୍ୟନ୍ତ ଅଧିକାଂଶ ପ୍ରମାଣ ଲ୍ୟାବ ପରୀକ୍ଷଣ ଉପରେ ଆଧାରିତ, ଯାହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ସମ୍ପୂର୍ଣ୍ଣ ରୂପେ ବଢାଇନଥାଏ । ଫାଇଜର ଓ ମର୍ଡେନା ଟିକା ନୂଆ ତଥା ଅତ୍ୟାଧୁନିକ ଟେକ୍ନୋଲୋଜି ଉପରେ ଆଧାରିତ ଥିବାରୁ ଉଭୟ ଟିକା କରୋନା ବିରୁଦ୍ଧରେ ଅଧିକ ପ୍ରଭାବଶାଳୀ ଅଟେ । ତେଣୁ ବର୍ତ୍ତମାନ ସୁଦ୍ଧା ଉଭୟ ଟିକା କରୋନାର ସମସ୍ତ ଭ୍ୟାରିଆଣ୍ଟରୁ ଲୋକଙ୍କୁ ସୁରକ୍ଷା ଦେଇଆସିଛି । ଆମେରିକା ତଥା ୟୁରୋପ ଭଳି କେତେକ ଦେଶରେ ଏହି ଟିକା ବ୍ୟବହୃତ ହୋଇଛି ।

କେତେ ପ୍ରଭାବଶାଳୀ ଚାଇନିଜ୍ ଟିକା ?

ସେହିପରି ଚୀନ୍‌ର ଦୁଇଟି ଯାକ ଭ୍ୟାକ୍ସିନ ତଥା ସିନୋଫାରମ୍ ଏବଂ ସିନୋଭାକ୍, ଓମିକ୍ରନ୍‌ ବିରୁଦ୍ଧରେ ପ୍ରଭାବଶୀଳ ନୁହେଁ । ହେଲେ ସମଗ୍ର ବିଶ୍ୱର ଅଧିକାଂଶ ସ୍ଥାନର ଲୋକଙ୍କୁ ଏହି ଡୋଜ୍‌ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ଚୀନ୍‌ ବ୍ୟତୀତ ସ୍ୱଳ୍ପ ଏବଂ ମଧ୍ୟମ ଆୟକାରୀ ରାଷ୍ଟ୍ର ତଥା ମେକ୍ସିକୋ ଏବଂ ବ୍ରାଜିଲ ଆଦି ଦେଶ ଅନ୍ତର୍ଭୁକ୍ତ ଅଛନ୍ତି ।

ଆଷ୍ଟ୍ରେଜେନିକା ପ୍ରଭାବଶାଳୀ କି?

ବ୍ରିଟେନ୍‌ରେ ଏକ ଅଧ୍ୟୟନର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା ନେବାର ପ୍ରାୟ ୬ ମାସ ପରେ ମଧ୍ୟ ଓମିକ୍ରନ୍ ସଂକ୍ରମଣରୁ ରକ୍ଷା ପାଇହେବ ନାହିଁ । ଭାରତରେ ଟୀକାକରଣରେ ପ୍ରାୟ ୯୦ ପ୍ରତିଶତ ଲୋକଙ୍କୁ କୋଭିସିଲ୍ଡ ଟିକା ଦିଆଯାଇଛି । ସେହିପରି ଆଫ୍ରିକାରେ ମଧ୍ୟ ଏହା ବହୁଳ ଭାବରେ ବ୍ୟବହୃତ ହୋଇଛି ।

କେତେ ପ୍ରଭାବଶାଳୀ ଋଷ୍‌ର ଟିକା ?

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଆଫ୍ରିକା ଏବଂ ଲାଟିନ୍ ଆମେରିକାରେ ବ୍ୟବହୃତ ହେଉଥିବା ଋଷର ସ୍ପୁଟନିକ୍ ଟିକା ମଧ୍ୟ ଓମିକ୍ରନ୍ ବିରୁଦ୍ଧରେ ପ୍ରଭାବଶୀଳ ନଥିବାର ଅନୁସନ୍ଧାନରୁ ଜଣାପଡିଛି । ସେହିପରି ତଥ୍ୟ ଅନୁସାରେ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ କମ୍ପାନୀର ଟିକା ମଧ୍ୟ ଓମିକ୍ରନ୍ ବିରୁଦ୍ଧରେ ସାମାନ୍ୟ ସୁରକ୍ଷା ଦେଇଥାଏ ।