କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଚିହ୍ନଟ କ୍ଷେତ୍ରରେ ଆଇସିଏମ୍ଆରର ସଫଳତା । ୨ ଘଣ୍ଟା ମଧ୍ୟରେ ଓମିକ୍ରନ ଚିହ୍ନଟ କରି ପାରୁଥିବା କିଟ୍ ବାହାର କରିଛି ଆଇସିଏମ୍ଆର । ଶୀଘ୍ର ଚିହ୍ନଟ ହେଲେ ଶୀଘ୍ର ଚିକିତ୍ସାର ସୁବିଧା ମିଳିବ ବୋଲି ଆଶା କରାଯାଉଛି ।
ବର୍ତ୍ତମାନ ସୁଦ୍ଧା ୫୯ଟି ଦେଶରେ କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଓମିକ୍ରନ୍ ବ୍ୟାପି ସାରିଥିବା ବେଳେ ଆମେରିକାରେ ଏହା ଲୋକଙ୍କ ଚିନ୍ତା ବଢ଼ାଇଛି। ବୁଷ୍ଟର ଡୋଜ୍ ନେବା ପରେ ମଧ୍ୟ ଲୋକମାନେ ଓମିକ୍ରନ୍ରେ ସଂକ୍ରମିତ ହେଉଥିବା ସୂଚନା ମିଳିଛି।
ଟେନ୍ସନ୍ ଦେଲାଣି ଓମିକ୍ରନ : ଏଣିତି ମୁହଁରୁ ମାସ୍କ ଖୋଲିଲେ ଭୋଗିବାକୁ ପଡ଼ିପାରେ ସାଙ୍ଘାତିକ୍ ସଂକ୍ରମଣ
ଚିନ୍ତା ବଢ଼ାଉଛି କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଓମିକ୍ରନ୍। ଦିଲ୍ଲୀରେ ଓମିକ୍ରନ୍ ଭାରିଏଣ୍ଟ୍ର ଦ୍ୱିତୀୟ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀରୁ ଆଉ ଜଣେ ଓମିକ୍ରନ୍ରେ ଆକ୍ରାନ୍ତ ହୋଇଛନ୍ତି।
ମହାରାଷ୍ଟ୍ରରେ ଆଉ ୭ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠୁ ଚିନ୍ତାଜନକ ବିଷୟ, ସଂକ୍ରମିତଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁ ଅଛି। ପ୍ରଥମଥର ପାଇଁ ଦେଶରେ ଜଣେ ଶିଶୁ ଓମିକ୍ରନ୍ରେ ସଂକ୍ରମିତ ହୋଇଥିବା ଘଟଣା ସାମ୍ନାକୁ ଆସିଛି।
‘ରିସ୍କ’(ଓମିକ୍ରନ୍ ସଂକ୍ରମଣ ବ୍ୟାପିଥିବା ଦେଶ) ଦେଶରୁ ଓଡ଼ିଶା ଆସିଥିବା ୨୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିନୋମ୍ ସିକ୍ୟୁଏନ୍ସିଂ ପାଇଁ ସାମ୍ପଲ ପଠାଯାଇଥିଲା। ଆଶ୍ୱସ୍ତିକର ଖବର, ୨୪୬ ସାମ୍ପଲରେ ଓମିକ୍ରନ୍ ଭାରିଏଣ୍ଟ୍ ଚିହ୍ନଟ ହୋଇନାହିଁ।
‘At Risk’(ଓମିକ୍ରନ୍ ସଂକ୍ରମଣ ବ୍ୟାପିଥିବା ଦେଶ) ଦେଶରୁ ଓଡ଼ିଶା ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ସନ୍ଧ୍ୟା ସୁଦ୍ଧା ‘At Risk’ ଦେଶରୁ ୯୮୨ ଜଣ ଓଡ଼ିଶା ଆସିଛନ୍ତି।
ଆମେରିକାର ଶୀର୍ଷ ବୈଜ୍ଞାନିକ ତଥା ମୁଖ୍ୟ ମହାମାରୀ ପରାମର୍ଶଦାତା ଡକ୍ଟର ଆନ୍ଥୋନୀ ଫୌସି କହିଛନ୍ତି ଓମିକ୍ରନ୍ ଭାରିଆଣ୍ଟ ଡେଲଟା ତୁଳନାରେ ଅଧିକ ଗୁରୁତର ନୁହେଁ ।
ଆମେରିକା ପେନ୍ସିଲଭେନିଆର ବୈଜ୍ଞାନିକ ହେନରୀ ଡାନିଏଲଙ୍କ କହିବା ମୁତାବକ, ସାର୍ସ କୋଭ୍-ଟୁ ଭାଇରସ୍ ବା କରୋନା ଭୂତାଣୁ ମଣିଷର ଲାଳଗ୍ରନ୍ଥିରେ ନିଜର ବଂଶବୃଦ୍ଧି କରିଥାଏ ।
ଗୋଟିଏ ପଟେ ଓମିକ୍ରନକୁ ନେଇ ଡର ବଢୁଥିବା ବେଳେ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ଉପର ମୁହାଁ ହେବା ଆଶଙ୍କାକୁ ଦ୍ୱିଗୁଣିତ କରିଛି।
କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଓମିକ୍ରନ୍ ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଓମିକ୍ରନ୍ କେବେ ପିକ୍ ସ୍ତରରେ ପହଞ୍ଚିବ ? କେତେଦିନ ପର୍ଯ୍ୟନ୍ତ ଏହି ବିପଦ ରହିବ ? ଏସବୁ କୁ ନେଇ ସମସ୍ତଙ୍କ ମନ ମଧ୍ୟରେ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।
ଦେଶରେ କ୍ରମାଗତ ଭାବେ ଚିନ୍ତା ବଢ଼ାଇବାରେ ଲାଗିଛି କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଓମିକ୍ରନ୍। ଡେଲ୍ଟା ଭାରିଏଣ୍ଟ୍ଠୁ ଏହା ୩ ଗୁଣା ଅଧିକ ସଂକ୍ରାମକ ବୋଲି କୁହାଯାଉଛି। ଗତ ପ୍ରାୟ ୪ ଦିନ ହେଲା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।
ଦେଶରେ କ୍ରମାଗତ ଭାବେ ଚିନ୍ତା ବଢ଼ାଇବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍.. ମହାରାଷ୍ଟ୍ରରେ ୧୦ ସଂକ୍ରମିତଙ୍କ ସହ ଦେଶରେ ବର୍ତ୍ତମାନ ସୁଦ୍ଧା ୨୩ରେ ପହଞ୍ଚିଛି ମୋଟ୍ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା
ଓଡ଼ିଶାରେ ପହଞ୍ଚିଲା କି ଓମିକ୍ରନ? ବଢୁଛି ସଂକ୍ରମଣ, ବଢୁଛି ଚିନ୍ତା
ଓମିକ୍ରନ ନେଇ ଚିନ୍ତା ବଢୁଥିବା ବେଲେ ରାଜ୍ୟକୁ ଆସିଥିବା ବିଦେଶ ଫେରନ୍ତାଙ୍କ ତଥ୍ୟ ମିଳୁନି । ରାଜ୍ୟକୁ ଓମିକ୍ରନ ଆକ୍ରାନ୍ତ ଦେଶରୁ ୮ ଶହରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଶା ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ପତ୍ତା ମିଳୁନି ।
ଓମିକ୍ରନକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଅଭୟବାଣୀ ଶୁଣାଇଛନ୍ତି। ଓମିକ୍ରନ ନେଇ ଆଲୋଚନା ଚାଲିଛି, ଭୟର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି। କିଏ କେଉଁଠୁ ଆସୁଛି ତଥ୍ୟ ଦେବାକୁ କେନ୍ଦ୍ରକୁ ଅନୁରୋଧ କରୁଛୁ। ହୁ ସଠିକ୍ ତଥ୍ୟ ଦେଇନି, ଓଡ଼ିଶା ପୂରା ନଜର ରଖିଛି ବୋଲି ମନ୍ତ୍ରୀ କହିଛନ୍ତି।
ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏପଟେ ଓଡ଼ିଶାରେ ଏଯାଏଁ ଓମିକ୍ରନ୍ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ସରକାର କହିଛନ୍ତି, ଜାତୀୟ ହାର ତୁଳନାରେ ଓଡ଼ିଶାର କୋଭିଡ୍ ସ୍ଥିତି ବେଶ ଭଲ ରହିଛି ।
ଭାରି ସାଙ୍ଘାତିକ ଏ କରୋନା !! ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଉଁଛି, ଦ୍ରୁତ ଗତିରେ ବଢ଼ି ଚାଲିଛି ଓମିକ୍ରନ୍ ।
ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏପଟେ ଓଡ଼ିଶାରେ ଏଯାଏଁ ଓମିକ୍ରନ୍ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ସରକାର କହିଛନ୍ତି, ଜାତୀୟ ହାର ତୁଳନାରେ ଓଡ଼ିଶାର କୋଭିଡ୍ ସ୍ଥିତି ବେଶ ଭଲ ରହିଛି ।
୧୪ ଦିନ ଭିତରେ ଲକ୍ଷଣ ଦେଖାଗଲେ ଟେଷ୍ଟ କରାନ୍ତୁ । ଏହାସହ ବିଦେଶରୁ ପ୍ରତିଦିନ କେତେ ଜଣ ଫେରୁଛନ୍ତି ସେନେଇ କେନ୍ଦ୍ରଠାରୁ ତଥ୍ୟ ସଂଗ୍ରହ କରାଯାଉଛି ।
ଅଧ୍ୟୟନ ଅନୁସାରେ ତୃତୀୟ ଲହରୀ ଦ୍ୱିତୀୟ ଲହରୀ ଭଳି ମାରାତ୍ମକ ହେବ ନାହିଁ । ମଣିନ୍ଦ୍ର ଅଗ୍ରୱାଲ ଅଗ୍ରୱାଲଙ୍କ ଗାଣିତିକ ମଡେଲ ଆଧାରରେ ସେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ।
ଦେଶକୁ ଉଠାଇବ ଓ ପକାଇବ ଓମିକ୍ରନ : ଗୋଟିଏ ପରେ ଗୋଟିଏ ରାଜ୍ୟକୁ ବ୍ୟାପୁଛି ସଂକ୍ରମଣ....
କର୍ଣ୍ଣାଟକାର ବେଙ୍ଗାଲୁରୁ ପରେ ଏବେ ଗୁଜରାଟର ଜାମନଗରରୁ ଓମିକ୍ରନ ଭ୍ୟାରିଏଣ୍ଟ ଠାବ ହୋଇଛି। ଦକ୍ଷିଣ ଆଫ୍ରିକାରୁ ଏଠାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ଶରୀରରୁ ଓମିକ୍ରନ ଭ୍ୟାରିଏଣ୍ଟ ଠାବ ହୋଇଛି।
କରୋନାର ନୂଆ ଭାରିଏଣ୍ଟ୍ ଓମିକ୍ରନ୍ ବିରୋଧରେ ଟିକା କାମ କରୁଛି। ଏଣୁ ଏହାକୁ ନେଇ ଭୟଭୀତ ହେବାର କିଛି କାରଣ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି।