• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଭ୍ୟାକ୍ସିନ ବିଶେଷଜ୍ଞ ଡକ୍ଟର ଗଗନଦୀପ କାଙ୍ଗ, ଭାରତ ପାଇଁ mRNA ଟିକା ଆଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି ଏହି ଭ୍ୟାକ୍ସିନ କରୋନା ପାଇଁ ସବୁଠାରୁ ଭଲ ବୁଷ୍ଟର ଡୋଜ ସାବ୍ୟସ୍ତ ହୋଇପାରେ । ଭେଲୋର ଖ୍ରୀଷ୍ଟିଆନ ମେଡିକାଲ କଲେଜ ମାଇକ୍ରୋ ବିୟୋଲୋଜିର ପ୍ରଫେସର ଡକ୍ଟର କାଙ୍ଗ କହିଛନ୍ତି ଯେ, ଭାରତର ପୁଣେସ୍ଥିତ ଜେନୋଭା ବାୟୋ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଦ୍ୱାରା mRNA ପ୍ଲାଟଫର୍ମ ଭିତ୍ତିକ ଟିକାକୁ ମଧ୍ୟ ଅପେକ୍ଷା କରିପାରିବା । ସେ ଆହୁରି କହିଛନ୍ତି, ସମସ୍ତଙ୍କ ପାଇଁ ବୁଷ୍ଟର ଡୋଜ୍‌ ଆବଶ୍ୟକ କିମ୍ବା ଜରୁରୀ ନୁହେଁ । ଏହା କେବଳ ସେହିମାନଙ୍କ ପାଇଁ ଜରୁରୀ ଯେଉଁମାନେ ସହଜରେ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଆଉ ଯାହାକୁ ୬ ମାସ ପୂର୍ବରୁ ଟିକା ଦିଆଯାଇଛି । ସେହି ମାନଙ୍କ ପାଇଁ ବୁଷ୍ଟର ଡୋଜ ଆବଶ୍ୟକ ।

କାଙ୍ଗ କହିଛନ୍ତି, ‘ଦୁର୍ବଳ ଲୋକଙ୍କୁ ବୁଷ୍ଟର ଡୋଜ ଦେବା ଆବଶ୍ୟକ । ୬୦ ବର୍ଷରୁ ଅଧିକ କିମ୍ବା ଦୁର୍ବଳ ବ୍ୟକ୍ତିଙ୍କ ପାଇଁ ବୁଷ୍ଟର୍ ଡୋଜ୍ ଆବଶ୍ୟକ । କାଙ୍ଗ ଆହୁରି କହିଛନ୍ତି, ଏବେ ଚର୍ଚ୍ଚା ହେଉଛି ଯେ, କେଉଁ ବୁଷ୍ଟର ଡୋଜ୍‌ ଅଧକ ପ୍ରଭାବଶାଳୀ । କେଉଁ ବୁଷ୍ଟର ଡୋଜ୍‌ ଲୋକଙ୍କୁ ଦେବା ଉଚିତ୍‌ । ତେବେ ଅଧ୍ୟୟନରୁ ଯାହା ଜଣାପଡ଼ିଛି, କୋଭିଶିଲ୍ଡ ବୁଷ୍ଟର୍ ଡୋଜ୍ ଇମ୍ୟୁନ୍‌ ସିଷ୍ଟମ ଉପରେ ପ୍ରଭାବ ପଡ଼ୁଥିବା ଜଣାଯାଇଛି । ଅନ୍ୟପଟେ କୋଭାକ୍ସିନ୍‌ର ବୁଷ୍ଟର ଡୋଜ ନେଇ ଏବେ ସୁଦ୍ଧା କୌଣସି ତଥ୍ୟ ଆସି ନାହିଁ ବୋଲି ସେ କହିଛନ୍ତି ।

mRNA ଟିକାକୁ କାହିଁକି ଗୁରୁତ୍ୱ ?

କାଙ୍ଗ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, mRNA ଟିକା ସବୁଠୁ ଭଲ ଏବଂ ପ୍ରଭାବଶାଳୀ ବୁଷ୍ଟର ଡୋଜ ବୋଲି ପ୍ରମାଣିତ ହୋଇଛି । ଏବେ ଭାରତ ସରକାରଙ୍କୁ ଚିନ୍ତା କରିବାର ଅଛି ଯେ, ଏହି mRNA ବୁଷ୍ଟର ଡୋଜ୍‌କୁ କେମିତି ଦେଶକୁ ଆଣିବେ । ସେ ଆହୁରି କହିଛନ୍ତି, ‘ଆମେ ଜେନୋଭାର mRNA ଟିକା ଆସିବା ଯାଏଁ ମଧ୍ୟ ଅପେକ୍ଷା କରିପାରିବା । ଏହି ଟିକା ମଧ୍ୟ ଆମ ପାଇଁ ଉପଯୋଗୀ ହୋଇପାରେ ।

ଡକ୍ଟର କାଙ୍ଗ କହିଛନ୍ତି ଯେ, ବିଶ୍ୱକୁ ଏବେ ବୁଷ୍ଟର ଡୋଜ ଲୋଡ଼ା । ସେ କହିଛନ୍ତି, ମହାମାରୀ ସହ ମୁକାବିଲା ପାଇଁ ଉପଲବ୍ଧ କୋଭିଡ-୧୯ ଟିକା ହେଉଛି ସବୁଠାରୁ ଭଲ ବିକଳ୍ପ । ଅଧିକାଂଶ ଟିକା ଦୁଇ ଡୋଜ୍ ବିଶିଷ୍ଟ । କିନ୍ତୁ ଲୋକଙ୍କ ରୋଗ ପ୍ରତିରୋଧକ କ୍ଷମତାକୁ ଦୃଷ୍ଟିରେ ରଖି କେତେ ଡୋଜ ଦିଆଯିବା ଉଚିତ୍‌ ସେନେଇ ଏବେ ସୁଦ୍ଧା କୌଣସି ନିଷ୍କର୍ଷ ବାହାରି ପାରିନାହିଁ ।