ରାଜ୍ୟରେ ପଜିଟିଭିଟି ହାର ବଢୁଛି। ସ୍ଥାନୀୟ ଲୋକଙ୍କ ଟ୍ରାଭେଲ ହିଷ୍ଟ୍ରିର ଯାଞ୍ଚ ଚାଲିଛି।
୪ ଦିନରେ ଦୁଇ ଗୁଣା ହେଲାଣି ରାଜ୍ୟର ଦୈନିକ କରୋନା ସଂକ୍ରମଣ। ଡିସେମ୍ବର ୨୮ ତାରିଖରେ ଦୈନିକ ସଂକ୍ରମଣ ୧୫୬ ଥିଲା। ବେଳେ ନୂଆବର୍ଷର ପ୍ରଥମ ଦିନରେ ଏହା ୨୯୮ ଛୁଇଁଛି।
କରୋନାର ସାମାନ୍ୟ ଲକ୍ଷଣ ଥିଲେ ଆଇସୋଲେଟ ହେବାକୁ କେନ୍ଦ୍ର ସରକାର କହିଛି। ଏନେଇ ସବୁ ମୁଖ୍ୟ ସଚିବଙ୍କୁ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି ଲେଖିଛନ୍ତି। ଟେଷ୍ଟ ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିଜକୁ ଆଇସୋଲେଟ କରିବାକୁ ପରାମର୍ଶ ଦିଆଯାଇଛି।
କରୋନା ଭାଇରସ୍ର ସବୁଠାରୁ ମାରାତ୍ମକ ଭାରିଆଣ୍ଟ୍ ଓମିକ୍ରନ୍ ସାରା ବିଶ୍ୱ ସମେତ ଭାରତରେ ଧୀରେ ଧୀରେ ଏହା କାୟା ବିସ୍ତାର କରିବାରେ ଲାଗିଛି। ଯଦି କୌଣସି ବ୍ୟକ୍ତିଙ୍କ ଠାରେ ଓମିକ୍ରନ୍ ଲକ୍ଷଣ ଦେଖାଦିଏ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଜକୁ ସଂଗରୋଧରେ ରହିବା ଲାଗି ପରାମର୍ଶ ଦିଆଯାଇଛି।
ଦେଶରେ ପ୍ରଥମ ଜୀବନ ନେଲା ଓମିକ୍ରନ୍। ମହାରାଷ୍ଟ୍ରରେ ଦେଶର ପ୍ରଥମ ଓମିକ୍ରନ୍ ମୃତ୍ୟୁ ହୋଇଛି। ସେ ନାଇଜେରିଆରୁ ଫେରିଥିଲେ। ଗତ ୧୩ ବର୍ଷ ଧରି ଡାଇବେଟିସ୍ରେ ପୀଡ଼ିତ ଥିଲେ।
ଏଣେ ଦେଶରେ ବି ହୁ ହୁ ମାଡ଼ି ଚାଲିଛି ଓମିକ୍ରନ। ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ହଜାରେ ମୁହାଁ ହୋଇଥିବାବେଳେ ଏପଟେ କରୋନାର ଦୈନିକ ପଜିଟିଭ୍ ଗ୍ରାଫ୍ ବି ହଠାତ୍ ଦୁଇ ଦିନରେ ଦୁଇଗୁଣା ହୋଇଛି।
ହୋଟେଲ, ମଲ, କଲ୍ୟାଣ ମଣ୍ଡବ ଆଦିରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ଏମିତିକି ବାର୍ଷିକ ଉତ୍ସବ ମଧ୍ୟ ଆୟୋଜନ ହୋଇପାରିବ ନାହିଁ।
ଆବଶ୍ୟକ ସ୍ଥଳରେ କଟକଣାକୁ ଅଧିକ କଡାକଡି କରାଯିବ। ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି।
ଟିକା ପାଇଁ ଯୋଗ୍ୟ ବରିଷ୍ଠ ନାଗରିକଙ୍କ ପାଖକୁ SMS ଆସିବ। ଜାନୁଆରୀ ୧୦ରୁ ବରିଷ୍ଠ ନାଗରିକଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ।
ସମସ୍ତ ୫ ଜଣଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। ସେଥିରୁ ଜଣକର ପଜିଟିଭ ମିଳିଛି, ଜିନମ ସିକ୍ୟୁଏନସିଂ ପାଇଁ ଯାଇଛି।
ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ସବୁ ଧର୍ମାନୁଷ୍ଠାନ ୩ ଦିନ ବନ୍ଦ ରହିବ।
କୌଣସି ସ୍ଥାନକୁ ଯାତ୍ରା ନକରି ଅର୍ଥାତ୍ ଟ୍ରାଭେଲ୍ ହିଷ୍ଟ୍ରି ନଥାଇ ମଧ୍ୟ ଲୋକମାନେ କରୋନାର ନୂଆ ଭାରିଏଣ୍ଟ୍ ଓମିକ୍ରନ୍ ଆକ୍ରାନ୍ତ ହେଉଛନ୍ତି। ଏହାର ଅର୍ଥ ଧୀରେ ଧୀରେ ଏହା ଗୋଷ୍ଠୀ ସଂକ୍ରମଣ ମୁହାଁ ହେଉଛି ବୋଲି ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏହା କହିଛନ୍ତି।
ରାଜଧାନୀ ଦିଲ୍ଲୀରେ ଓମିକ୍ରନ୍ ଆତଙ୍କ । ଏହିଠାରୁ ହିଁ ଦେଶର ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ଆଉ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଓମିକ୍ରନ୍ ଆକ୍ରାନ୍ତ ଜଣକ UAE ଫେରନ୍ତା ବୋଲି ସୂଚନା ମିଳିଛି।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଗକୁ ଏହି ସଂଖ୍ୟା ବଢ଼ିପାରେ। ତେଣୁ ଓମିକ୍ରନ୍ ଲହରି ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ, ବିଦେଶରେ ପୂର୍ବରୁ ଶିଶୁଙ୍କ ଟିକାକରଣ ଆରମ୍ଭ ହୋଇସାରିଛି। ଆମ ଦେଶରେ ପିଲାଙ୍କ ଟିକାକରଣ ଆରମ୍ଭ ହେଲେ ଅଭିଭାବକଙ୍କ ଆଶଙ୍କା ଦୂର ହେବ।
ରାଜ୍ୟରେ ଆଉ ୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ILS ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି। ପୂର୍ବରୁ ଚିହ୍ନଟ ୪ ଆକ୍ରାନ୍ତଙ୍କୁ ମିଶାଇ ସଂଖ୍ୟା ୮କୁ ବୃଦ୍ଧି ପାଇଛି।
ମୁମ୍ବାଇରେ ଦିନକରେ ୭୫୭ଟି ନୂଆ ମାମଲା ସାମ୍ନାକୁ ଆସିଛି। ୬ ମାସ ପରେ ମୁମ୍ବାଇରେ ଏହା ସର୍ବାଧିକ ସଂକ୍ରମଣ ସେହିପରି ମହାରାଷ୍ଟ୍ରରେ ଆଜି ପୁଣି ଆଉ ଦୁଇ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ବିଶ୍ୱର ଅନେକ ଦେଶରେ ଓମିକ୍ରନ୍ ବଢ଼ିଛି। ଭାରତରେ ବି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି। ଏହା ସତର୍କ ରହିବାର ସମୟ, ସାବଧାନ ରହିବା।
ରାଜ୍ୟ ସରକାର ସଂକ୍ରମଣ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ। ସେପଟେ ଅଫଲାଇନ୍ କ୍ଲାସ ଚାଲିଥିବାରୁ ଛାତ୍ରଛାତ୍ରୀଙ୍କ ପ୍ରତି ସଂକ୍ରମଣ ବିପଦ ରହିଛି। ତେବେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ସ୍କୁଲଗୁଡ଼ିକୁ ଆଗୁଆ ଆଲର୍ଟ ଜାରି ହୋଇଛି।
ଓମିକ୍ରନ ସଂକ୍ରମଣ, କରୋନା କେସ୍ ବୃଦ୍ଧି ପାଉଥିବା ରାଜ୍ୟ ଓ ଟିକାକରଣ ହାର କମ୍ ଥିବା ୧୦ ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ୍। ଜାତୀୟ ଟିକାକରଣ ହାରଠାରୁ ଏହି ୧୦ ରାଜ୍ୟରେ ଟିକାକରଣ ହାର କମ୍ ରହିଥିବାରୁ ଏହାର ସ୍ଥିତି ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଟିମ୍।
୨ରୁ ୩ ସପ୍ତାହ ଧରି ବିଶ୍ୱରେ ୧୦୦୦ରୁ ଅଧିକ ହାରରେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେଣୁ ୨ ମାସ ଭିତରେ ୧୦ ଲକ୍ଷରୁ ଅଧିକ ଓମିକ୍ରନ ସଂକ୍ରମିତ ହୋଇପାରନ୍ତି ବୋଲି କେରଳର କୋଭିଡ୍ ଏକ୍ସପର୍ଟ କମିଟି ସଦସ୍ୟ କହିଛନ୍ତି।
ଦିନକରେ ଓମିକ୍ରନ୍ କେସ୍ ୧୬% ବୃଦ୍ଧି ପାଇଥିବା ଜଣାପଡ଼ିଛି। ଶୁକ୍ରବାର ସାରା ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮ ଥିଲା,ତେବେ ଗୋଟିଏ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇ ଏବେ ୪୧୫ରେ ପହଞ୍ଚିଛି।
ଗୋଟିଏ ଲେୟାର ମାସ୍କ ନ ପିନ୍ଧି ୩ ଲେୟାର କିମ୍ବା N-95 ମାକ୍ସ ପିନ୍ଧନ୍ତୁ। ଓମିକ୍ରନ ୫ ଗୁଣା ଅଧିକ ଜୋର୍ରେ ବ୍ୟାପୁଛି ବୋଲି DMET କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଲି ଆୟୋଜନ ନକରିବାକୁ ନିବେଦନ କରିଛନ୍ତି ଯଦି, ଏବେ ରାଲି ବନ୍ଦ ହେଉନି। ତେବେ ଆଗାମୀ ପରିସ୍ଥିତି ଦ୍ୱିତୀୟ ଲହର ଭଳି ହୋଇପାରେ।