ଭାରତର ଅପରେସନ୍ ସିନ୍ଦୂର ପରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ। ହେଲେ ଭାରତକୁ ସାମ୍ନା କରିନପାରି ତ୍ରାହିତ୍ରାହି ଡାକୁଛି। ପାଲଟା ଆକ୍ରମଣ କରିବାକୁ ଉଦ୍ୟମ କରି ପାଣି ପିଉଛି । ଗତକାଲି ରାତିରେ ସୀମା ନିକଟବର୍ତ୍ତୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାକୁ ଉଦ୍ୟମ କରି ପାନେ ପାଇଛି ପାକିସ୍ତାନ । ଭାରତର ପ୍ରଚଣ୍ଡ ଆକ୍ରମଣରେ ଥରହର ହୋଇପଡ଼ିଛି ପାକିସ୍ତାନ। ପାକିସ୍ତାନର ୮ଟି ମିସାଇଲକୁ ମାରି ଖସାଇଦେଇଛି ଭାରତ।
ଅଧିକ ପଢ଼ନ୍ତୁ: ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲେ ଟ୍ରମ୍ପ; କହିଲେ- ଯେସାକୁ ତେସା ନୀତି
ଏଥିସହ ପାକିସ୍ତାନର ୫୦ଟି ଡ୍ରୋନକୁ ମାରି ଖସାଇଦେଇଛି ଭାରତ । ଭାରତ ଉପରେ ୫୦ ସ୍ୱାର୍ମ ଡ୍ରୋନରେ ଆକ୍ରମଣ କରିଥିଲା ପାକିସ୍ତାନ। ସମସ୍ତ ଡ୍ରୋନକୁ ଆକାଶରେ ଧ୍ୱଂସ କରିଥିଲା ଭାରତ। ଗତକାଲି ରାତିରେ ପାକିସ୍ତାନର ସମସ୍ତ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଛି। LOC ଓ ଅନ୍ତର୍ଜାତୀୟ ସୀମାରେ ସବୁ ଡ୍ରୋନକୁ ଧ୍ବଂସ କରିଛି ଭାରତ। ଭାରତର ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ଡ୍ରୋନ ଧ୍ବଂସ କରାଯାଇଛି ।
Also Read
ସୂଚନାଯୋଗ୍ୟ, ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରର ୯ଟି ଲୋକେସନରେ ସେନା ଏୟାରଷ୍ଟ୍ରାଇକ କରିଥିଲା। ଏଥିରେ ଜୈସ-ଏ-ମହମ୍ମଦର ୪, ଲସ୍କର-ଏ-ତୋଇବାର ୩ ଓ ହିଜବୁଲ ମୁଜାହିଦ୍ଦିନର ୨ଟି ଠିକଣା ଛାରଖାର ହୋଇଛି। ବହାୱଲପୁରରେ ରହିଛି ଜୈସ-ଏ-ମହମ୍ମଦର ମୁଖ୍ୟାଳୟ। ମୁରିଦକେରେ ରହିଥିଲା ଲସ୍କର-ଏ-ତୋଇବାର ଆଡ୍ଡା।