Advertisment

୨୩ ନୂଆ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକାଲ କେସ୍

ରାଜ୍ୟରେ ପଜିଟିଭିଟି ହାର ବଢୁଛି। ସ୍ଥାନୀୟ ଲୋକଙ୍କ ଟ୍ରାଭେଲ ହିଷ୍ଟ୍ରିର ଯାଞ୍ଚ ଚାଲିଛି।

author-image
Chandan Shishu
omicron Variant

omicron Variant

ଭୁବନେଶ୍ୱର: ରାଜ୍ୟରେ ମାଡ଼ିଚାଲିଛି କରୋନା। ଓଡ଼ିଶାରେ ଆଉ ୨୩ ଜଣ ଓମିକ୍ରନରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି। ପ୍ରଥମେ ଆଇଏଲଏସ୍ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଏହି ସୂଚନା ଦିଆଯାଇଥିଲା। ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି। ଏହି ୨୩ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଉଭୟ ବିଦେଶ ଫେରନ୍ତା ଓ ସ୍ଥାନୀୟ ସଂକ୍ରମିତ ଅଛନ୍ତି।

Advertisment

ତେବେ ଆଜି ଚିହ୍ନଟ ୨୩ ଓମିକ୍ରନ ସଂକ୍ରମିତଙ୍କ ସଂପର୍କରେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ଯେ, ଚିହ୍ନଟ ୨୩ ଜଣଙ୍କ ମଧ୍ୟରୁ ୧୯ ଜଣ ପୁରୁଷ ଓ ୪ ଜଣ ମହିଳା। ଏମାନଙ୍କ ବୟସ ୮ରୁ ୮୩ ବର୍ଷ ମଧ୍ୟରେ ରହିଛି। କେନ୍ଦୁଝର ଜିଲ୍ଲାରୁ ସର୍ବାଧିକ ୭ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସମ୍ବଲପୁର ଓ ପୁରୀ ଜିଲ୍ଲାରୁ ୩ ଲେଖାଏଁ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରୁ ୨ ଜଣ ଲେଖାଏଁ, ଜଗତସିଂହପୁର ଓ ବାଲେଶ୍ୱର ଜିଲ୍ଲାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ତେବେ ୨୩ ମଧ୍ୟରୁ ୧୧ ବିଦେଶ ଫେରନ୍ତା, ୧୨ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ସମସ୍ତ ଚିହ୍ନଟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ରାଜ୍ୟରେ ପଜିଟିଭିଟି ହାର ବଢୁଛି। ସ୍ଥାନୀୟ ଲୋକଙ୍କ ଟ୍ରାଭେଲ ହିଷ୍ଟ୍ରିର ଯାଞ୍ଚ ଚାଲିଛି। 

Advertisment
Omicron Cases In Odisha COVID19 Omicron Variant
Advertisment
Advertisment