Advertisment

ଦେଶରେ ପ୍ରଥମ ଜୀବନ ନେଲା ଓମିକ୍ରନ୍‌, ନାଇଜେରିଆରୁ ଫେରିଥିଲେ ସମ୍ପୃକ୍ତ ବ୍ୟକ୍ତି

ଦେଶରେ ପ୍ରଥମ ଜୀବନ ନେଲା ଓମିକ୍ରନ୍‌। ମହାରାଷ୍ଟ୍ରରେ ଦେଶର ପ୍ରଥମ ଓମିକ୍ରନ୍ ମୃତ୍ୟୁ ହୋଇଛି। ସେ ନାଇଜେରିଆରୁ ଫେରିଥିଲେ। ଗତ ୧୩ ବର୍ଷ ଧରି ଡାଇବେଟିସ୍‌ରେ ପୀଡ଼ିତ ଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
India Records First Omicron Death

India Records First Omicron Death

ଦେଶରେ ପ୍ରଥମ ଜୀବନ ନେଲା ଓମିକ୍ରନ୍‌। ମହାରାଷ୍ଟ୍ରରେ ଦେଶର ପ୍ରଥମ ଓମିକ୍ରନ୍ ମୃତ୍ୟୁ ହୋଇଛି। ଏନେଇ ମହାରାଷ୍ଟ୍ର ପବ୍ଲିକ୍‌ ହେଲ୍‌ଥ୍‌ ଡିପାର୍ଟମେଣ୍ଟ୍‌ ପକ୍ଷରୁ ପ୍ରେସ୍‌ ରିଲିଜ ଜାରି କରାଯାଇ ସୂଚନା ଦିଆଯାଇଛି। 

Advertisment

ଡିସେମ୍ବର ୨୮ ତାରିଖ ଦିନ ମହାରାଷ୍ଟ୍ରର ପିମ୍ପରି-ଛିଞ୍ଚ୍‌ୱାଡ଼ ମ୍ୟୁନିସିପାଲ୍‌ କର୍ପୋରେସନ୍‌ର Yashwantrao Chavan Memorial Hospitalରେ ହୃଦ୍‌ଘାତ ଯୋଗୁ ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ତେବେ ଏହା କୋଭିଡ୍ ଜନିତ ବୋଲି ସ୍ପଷ୍ଟ ହୋଇନଥିଲା।  

ସୂଚନା ଅନୁସାରେ, ସମ୍ପୃକ୍ତ ବ୍ୟକ୍ତିଙ୍କ ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା। ଯାହାର ରିପୋର୍ଟ ଆସିବା ପରେ ବ୍ୟକ୍ତି ଜଣକ ଓମିକ୍ରନ୍ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିଲେ ବୋଲି ଜଣାପଡ଼ିଥିଲା। ସେ ନାଇଜେରିଆରୁ ଫେରିଥିଲେ। ଗତ ୧୩ ବର୍ଷ ଧରି ଡାଇବେଟିସ୍‌ରେ ପୀଡ଼ିତ ଥିଲେ। ଏନେଇ ମହାରାଷ୍ଟ୍ର ପବ୍ଲିକ୍‌ ହେଲ୍‌ଥ୍‌ ଡିପାର୍ଟମେଣ୍ଟ୍‌ ପକ୍ଷରୁ ପ୍ରେସ୍‌ ରିଲିଜ ଜାରି କରାଯାଇ ସୂଚନା ଦିଆଯାଇଛି। 

Advertisment

ସେପଟେ ଦିଲ୍ଲୀ ଓ ମୁମ୍ବାଇରେ ସବୁଠାରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୁରୁଗ୍ରାମ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ ଓ ଅହମ୍ମଦାବାଦରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ଦିଲ୍ଲୀରେ ୧,୩୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଗତ ୭  ମାସ ମଧ୍ୟରେ ଏହା ସବୁଠାରୁ ଅଧିକ। ମୁମ୍ବାଇରେ ମଧ୍ୟ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। 

COVID19 Omicron Omicron Variant
Advertisment
Advertisment