Advertisment

ବଢ଼ିଲା ଚିନ୍ତା, ଓଡ଼ିଶାରେ ଆଉ ୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ILS ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି। ପୂର୍ବରୁ ଚିହ୍ନଟ ୪ ଆକ୍ରାନ୍ତଙ୍କୁ ମିଶାଇ ସଂଖ୍ୟା ୮କୁ ବୃଦ୍ଧି ପାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Omicron Variant

Omicron Variant

ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ILS ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି। ପୂର୍ବରୁ ଚିହ୍ନଟ ୪ ଆକ୍ରାନ୍ତଙ୍କୁ ମିଶାଇ ସଂଖ୍ୟା ୮କୁ ବୃଦ୍ଧି ପାଇଛି। 

Advertisment

ରାଜ୍ୟରେ ନୂଆକରି ଚିହ୍ନଟ ୪ ଓମିକ୍ରନ ଆକ୍ରାନ୍ତ ବିଦେଶ ଫେରନ୍ତା। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ୨ ଜଣ ନାଇଜେରିଆ ଓ ୨ ଜଣ ୟୁଏଇ ଫେରନ୍ତା ଓମିକ୍ରନ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୪ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ସାରିଲେଣି ବୋଲି ଜଣାପଡ଼ିଛି।  ନାଇଜେରିଆ ଫେରନ୍ତାଙ୍କ କଣ୍ଟା ଟ୍ରେସିଂରୁ ସମସ୍ତଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ୟୁଏଇ ଫେରନ୍ତାଙ୍କ କଣ୍ଟା ଟ୍ରେସିଂ କରାଯାଇ RT-PCR ଟେଷ୍ଟ ପାଇଁ ପଠା ଯାଇଛି।

ରାଜ୍ୟରେ ଧୀରେ ଧୀରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସର୍ଭିଲାନ୍ସକୁ ଜୋରଦାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହ ଦୈନିକ ୭୦ ହଜାରରୁ ଅଧିକ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ବିଦେଶ ଫେରନ୍ତା ଉପରେ ତୀକ୍ଷ୍ଣ ନଜର ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ରାଜ୍ୟ ସରକାର ସଂକ୍ରମଣ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ। ସେପଟେ ଅଫଲାଇନ୍ କ୍ଲାସ୍‌ ଚାଲି ଥିବାରୁ ଛାତ୍ରଛାତ୍ରୀଙ୍କ ପ୍ରତି ସଂକ୍ରମଣ ବିପଦ ରହିଛି। ତେବେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ସ୍କୁଲ୍‌ ଗୁଡ଼ିକୁ ଆଗୁଆ ଆଲର୍ଟ ଜାରି ହୋଇଛି। ନୋଡାଲ ଅଫିସର ସ୍କୁଲ ଉପରେ କଡ଼ା ନଜର ରଖିଛନ୍ତି।

ଅନ୍ୟପକ୍ଷେ, ରାଜ୍ୟରେ ୧୧୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୬୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୪୫ ରହିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୭ ଆକ୍ରାନ୍ତ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Omicron Omicron Variant
Advertisment
Advertisment