ସୁର ଭାଇଙ୍କ ଜନ୍ମଦିନ ଟା ଏଇ ସଜ ସଜ ଯାଇଛି। ଭୋଜି ଭାତ ପୁରୀ ତରକାରୀରେ ମହମହ ବାସୁଛି... ତାରି ଭିତରେ ନବୀନ ବାବୁଙ୍କ ଶୁଭେଚ୍ଛା ଭାର୍ତ୍ତା... ସୁର ଭାଇ କହିଲେ ଏଇ ଖୁସିରେ ଲଗା ବେ ଗୋଟେ କରତାଳି...
ହୃଦୟବିଦାରକ ଦୃଶ୍ୟ। ନଈ ଏପଟେ ରୋଗୀ, ସେପଟେ ଡାକ୍ତର। ରୋଗୀଙ୍କ ପାଖରେ ପହଞ୍ଚିପାରୁନାହାନ୍ତି ଡାକ୍ତର...ମାଇକ୍ ଯୋଗେ ଖାଲି ପଚାରୁଛନ୍ତି କାହାର କଣ ଅସୁବିଧା ଅଛି କୁହ...ଆମେ ଔଷଧ ଦେବୁ। ଦେଖନ୍ତୁ ଏଇ ଦୃଶ୍ୟକୁ...
ଇରେ ନାରଣ ତୁ ଏ କଣ କଲୁ? ଶାହଙ୍କ ଏତେ ବଡ଼ ବୈଠକ...ଶେଷରେ ତୁ ଖାରବେଳଙ୍କ ଚୌକିରେ ଏମିତି କେଁ କଲୁ। ଦେଖୁନୁ ସେ କେମିତି ଚୌକି ଘୋଷାରୁଛନ୍ତି...ହେଲେ ଏ ଚୌକି କଣ ଆଗକୁ ଆସୁଛି?
ଏଇଟା ଟ୍ରେଲର, ଫିଲ୍ମ ଦେଖିବ ରୁହ । ଝାରପଡ଼ାକୁ ନେବ ତ? ଆଲୋ ଆଲୋ...ଇଏ କଣ? ସୁରଙ୍କୁ କଣ ଏମିତି ଟେକିନେଲା ପୋଲିସ? ନାରଣ ଭିଆଇପି ଗାଡ଼ି କୋଉଟା କିରେ?
ଇରେ ଦେଖ୍। ଇଏ କଣ? କଂଟା ବାଡରେ କଣ ଚଢିଲେଣି ପିସିସି ସଭାପତି ଶରତ। ଦେଖୁନୁ, କେମିତି ସେପଟେ ବାଡରେ ବସିଲେଣି ପ୍ରସାଦ। ହଇରେ ନିରଞ୍ଜନ କୁଆଡେ ଗଲେ କି? ସିଏ ଯୋଉ ହେଭିୱେଟ୍ ନେତା, ତାଙ୍କ ଓଜନ କଣ ସମ୍ଭାଳିବ ଏଇ ବାଡ?
ମୋ ବୋଉଲୋ...ବରର ଅଣ୍ଟା ଆଉ ଥିବ ତ? ଇଏ ଯୋଉ ରେଟ୍ରେ ପଡ଼ିଲେ ବେଦୀରେ ବସିବେ ବା କେମିତି? ବରଯାତ୍ରୀ ବାଲା ଏମିତି ଡିଜେ ବଜାଇ ଦେଲେ ଯେ ଛତ୍ରଭଙ୍ଗ ଦେଇ ଦଉଡିଲା ଘୋଡା, ନିଜେ ତ ଗଲା ଗଲା କିନ୍ତୁ ବରର ଅଂଟାଟାକୁ... ଦେଖୁନୁରେ ନାରଣ
ମାନିବାକୁ ପଡିବ ଏ ଭାଇଙ୍କୁ। ମହାଦେବଙ୍କ ମସ୍ତକରେ ପାଣି ଢାଳିବା ପରେ ଅନ୍ଧାର କରି ଛୁ ମାରିଲେ...
ସୁର ଭାଇ ଆମର ଭାରି ସିଧା ଲୋକ… ଯାହା କହିବେ ସିଧା ସିଧା, ଯାହା କରିବା ସିଧା ସିଧା… ତା ବୋଲି କ’ଣ ତମେ ଏଇ ସୂଚନା ଭବନ ଦୁଆର ମୁହଁରେ ଠିଆ ଠିଆ? ଗନ୍ଧେଇଲାରେ ନାରଣ…
ହଇରେ ନାରଣ ଢଳେଇରେ ପିଚୁ ବେଶି ତରଳି ଗଲା କି? ନାଁ ଏ ବାବୁଙ୍କ ପକେଟ ଟିକେ ବେଶି ଗରମ ହେଇଗଲା? ରାସ୍ତା କାହିଁକି ଖରାପ ହେଲା ପଚାରିଲାରୁ ଏ ମହାସୟ କଣ ପ୍ରବଚନ ଦେଲେଣି?
ଆଲୋ ଆଲୋ ଇଏ କଣ? ରାସ୍ତା ମଝିରେ ବିରାଟ ଗାତ...ଆଉ ସେଇ ଗାତକୁ ଜଗିଛନ୍ତି ମେୟର ବାବୁ…ହେଲେ ଇଏ ନନ୍ଦିସାହିରେ ଏତେ ବଡ ଗାତ କଲା କିଏ? ନାରଣ ତୁ ଖାଲି ଚିତ୍ର ଦେଖ୍...ବାକି ଉତ୍ତର ଆପେ ଆପେ ପାଇଯିବୁ...
ଆଲୋ ଆଲୋ...ଇଏ ପରା ଭିତରେ ଥିଲେ, ଏବେ କେମିତି ବାହାରିଲେ? ନାରଣ ତୁ ସିଏ ପରା ସୁପ୍ରିମକୋର୍ଟରୁ ବେଲରେ ଆସିଛନ୍ତି। ସେଇଥି ପାଇଁ ବୋଧହୁଏ ଏମିତି ହସି ହସି ଜେଲରୁ ବାହାରୁଛନ୍ତି ପ୍ରଶାନ୍ତ ବାବୁ...
ଆଲୋ ଆଲୋ...୨୨ ବର୍ଷ ହେଲାଣି ଚାଲିଛି, କୋଉଠି ତ ଗୋଟିଏ ମାଇନର୍ ଲିକ୍ ହେବ ନା ନାହିଁ? ଦେଖୁନୁରେ ନାରଣ କେମିତି ନଈ ଭିତରେ ବୁଡିଗଲା ବିଜେଡ଼ି ଡଙ୍ଗା। ହେଲେ ଏ ଡଙ୍ଗାରେ ବିଜେପି କି କଂଗ୍ରେସ ପାସେଞ୍ଜରଙ୍କୁ ଯିବାର ଅନୁମତି ଅଛି କି ନାହିଁ?
ମାରିଦେଲୁରେ ନାରଣ। ପିଲାଏ ଖାଇଲେ ମିଲମେକର...ସେପଟେ କିନ୍ତୁ ଚକା ମାଡିକି ଚିଙ୍ଗୁଡ଼ି ଝୋଳ ଖାଇଲେ ଦିଦି ଆଉ ସାର୍। ଦେଖୁନୁ ନାରଣ, କେମିତି ଝୋଳ ହାପୁଡୁଛନ୍ତି ଦିଦି, ମୋ ବୋଉଲୋ...
ମୋ ବୋଉଲୋ...ଏଇଠି କଣ ମେୟରଙ୍କ ସାଙ୍ଗରେ କମିଶନର ବୁଲୁଛନ୍ତି? ଗଲା ଆଜି ଯିଏ ସାମ୍ନାରେ ପଡ଼ିଲା ତା’ବେଳ ଖରାପ। ଦେଖୁନୁରେ ନାରଣ, କେମିତି ଦୋକାନୀକୁ ତାଗିଦ୍ କଲେଣି ମେୟର ମାଡାମ। କହିଲେଣି, ଏଇଠି ଅଳିଆ ପକାଇବ ତ ଦୋକାନ ବନ୍ଦ କରିଦେବି..
ଆଲୋ ଆଲୋ ଏଇ ପିଲାଏ ଦୁବାଇ ଯିବେ ନା କଣ? ଆଉ ନୁହେଁ ତ କଣ? ଦେଖୁନୁ ସ୍କୁଲରେ ପିଲାମାନେ ପାଠ ନପଢି କେମିତି ଶାବଳ ଧରି ଖୋଳି ପକାଉଛନ୍ତି କ୍ଲାସ୍ ରୁମ୍...ନାରଣ ଏଇ ସବଜେକ୍ଟ ଟା କୋଉ ପିରିୟଡ୍ର?
ମୋ ବୋଉଲୋ...ଏଇଟା ସ୍କୁଲଟି? ମାରିଦେଲୁରେ ନାରଣ ତୁ....ଆଲୋ ଆଲୋ ଏଇଠି ଆଜବେଷ୍ଟ ଗଲା କୁଆଡ଼େ? ନାଇଁରେ ଏଇଠି ବିଜ୍ଞାନ ପଢିଲେ ପିଲାଏ ପରା ସୌରମଣ୍ଡଳ ଲାଇଭ୍ ଦେଖିବେ।
ଭିଜା ଭିଜା ପାଗରେ ଲାଗେ ଭାରି ମଜାରେ। ୱା ୱା...ରାସ୍ତାରେ ହର୍ଣ୍ଣ ଦେଲା ଟ୍ରକ୍, ଅନ୍ କଣ୍ଟ୍ରୋଲ ହେଲେ ପଲେ ପିଲା। ବାସ୍ ତା’ପରେ ଦେଖୁନାହାନ୍ତି କେମିତି ଆରମ୍ଭ କରିଦେଲେ ନାଗିନ ଡ୍ୟାନ୍ସ...
ଭାଇଲୋ କୁଆଡ଼େ ଯିବୁ? ହାଉଲେ ଚାଲିବୁ..ଦେଖୁନୁ ଏ ବାଦାମବାଡ଼ିର ଅବସ୍ଥା କେମିତି ହେଲାଣି? ଚାଲୁ ଚାଲୁ ଯଦି ଟିକେ ଏପଟ ସେପଟ ହେବ ସିଧା କାଦୁଅରେ ଗାଧୋଇ ପଡ଼ିବ। ନାରଣ ଏଇଟା ପା’ ବିଶ୍ୱସ୍ତରୀୟ ବସ୍ଷ୍ଟାଣ୍ଡ..
ମୋ ବୋଉଲୋ...ଇଏ ତଣ୍ଟିଆ ଯିଏ ଖାଇବ ତା’ ଷଣ୍ଢା ଥିବ ତ ଆଉ? ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ ହେଲେ ଇଏ ଯୋଉ ତଣ୍ଟିଆ ଖାଇଲେ ସେଥିରେ ବେକ ରହିବ ତ?
ଆଲୋ ଆଲୋ ଇଏ କଣ? ଦେଖୁନୁରେ ନାରଣ, ମତେ କାଇଁ ପଚାରୁଛୁ? ଦେଶ ଛାଡ଼ି ରାଷ୍ଟ୍ରପତି ଯିବା ପରେ କେମିତି ତାଙ୍କ ଘରେ ପଶି ଏମିତି ଅବସ୍ଥା କରୁଛନ୍ତି ଲୋକେ। କିଏ ତାଙ୍କ ବେଡ୍ରେ ଶୋଇ ସେଲଫି ନେଲାଣି ତ ଆଉ କିଏ ସୁଇମିଂଫୁଲ୍ରେ ଗାଧୋଇଲାଣି। ବାଃ ବାଃରେ କ୍ୟାପିଟାଲ୍ ଲୋକ...
ଆଲୋ ଆଲୋ...ଇଏ ଟିକା ନେବାର ନୁହେଁ ଟଙ୍କା ନେବାର ଦୃଶ୍ୟ। ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି...ଏତେ ସମୟ ଲାଇନ୍ରେ କିଏ ଛାଡିହେବ...ସେଇଥି ପାଇଁ ତ ହେଲମେଟ୍, ଇଟା ଆଉ ପଥର ଥୋଇ ଦେଲେ ଚାଷୀ। ଦେଖ୍ ଦେଖ୍ ନାରଣ ଭଲରେ ଦେଖ୍
ଆଲୋ ଆଲୋ...ବୁନୁଭାଇଙ୍କ ହାତରେ ଏଡେ ଏଡେ ରସଗୋଲା ଦେଲା କିଏ? ସେପଟେ କଣ ମେୟର ମାଡାମ କହିଲେଣି ମିଠା ଦେଖି କାହା ପାଟିରେ ଲାଳ ନଆସିବ ଯେ? ହଁ ସେଇ ମିଠା ଖାଇବା ପାଇଁ ତ କଂଗ୍ରେସ ଛାଡ଼ି ବିଜେଡି ଆଇଲ....
ତୁମ ଚିନ୍ତା ଧାରାକୁ ଜୁହାର। ଦେଖୁନୁରେ ନାରଣ, କେମିତି ଜଗା ରଥରେ ବସିଛି ଆଉ ଏମାନେ “ଗୋରୀ ତୋ ଷ୍ଟାଇଲ ଏନର୍ଜି ଦେଉଛି ଭରି” ଗୀତରେ ମଞ୍ଚ ଦୁଲୁକାଉଛନ୍ତି। ଆଉ ଆଜିକାଲି ଜମାନାରେ କିଏ ନିରୋଳା ଭଜନ ଶୁଣୁଛି ଯେ? ଧନ୍ୟରେ ନାରଣ...
କୋଉଠିକୁ ଯାଉନାହାନ୍ତି, ମୋରି ଗୋଦାମକୁ ଆସୁଛନ୍ତି...ମନଇଚ୍ଛା ସିଜ୍ କରୁଛନ୍ତି। ଆମେ ତ ସେଇଠୁ କିଣିକି ଆଣିଲୁ, ତୁମେ ତାଙ୍କୁ ଧରୁନ। ମତେ କାହିଁକି ଧରୁଛ? ଆଲୋ ଆଲୋ କଥାଟା ଏଇଠି ପେଟେଇଛି...
ମୋ ବୋଉଲୋ...ଦେଖୁନୁ, ଶାରଦା ବାବୁ ମନ୍ତ୍ରୀଙ୍କୁ ଦେଖି କେମିତି କୁଲୁକୁଲୁ ହେଉଛନ୍ତି? ଭାତ ଦେବେ କି ପତ୍ର ଦେବେ କି ଡାଲି ଦେବେ? କିଛି ସେ ଜାଣିପାରୁନାହାନ୍ତି...ଆଲୋ ତୁମେ ପା’ ରାଉରକେଲା ସେଂଟରରୁ ପରୀକ୍ଷା ଦେଇଛ ସିଏ ପା’ ଯାଜପୁରର