• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: News Fuse

News Fuse
ଏମାନେ କଣ ନେତା? ଜାଗା ଉପରେ ଅଣ୍ଡା ଖାଇପାରିବେ?

ଇଏ ପା’ ସରକାରୀ ଅଣ୍ଡା। ବିଧାୟକ ଖାଇଲେ କଥା ଖରାପ ହେବନି। ଏ ଝିଅର ବୋଧହୁଏ ବିଶ୍ୱାସ ହେଉନି ନେତାଙ୍କ ଅଣ୍ଡା ଉପରେ। କେତେବେଳେ ଦେବେ ପୁଣି ଯଦି କେତେବେଳେ ନେଇଯିବେ ଯଦି? କେତେ କେୟାରିଂ ଆମ ରୁଦ୍ର ଭାଇ। ଯଦି ସମସ୍ତେ ଏମିତି ହୁଅନ୍ତେ...

News Fuse
ଯିଏ ପ୍ରକୃତ ଯୋଦ୍ଧା...ସିଏ ପ୍ରତି ମୁହୂର୍ତ୍ତରେ ଲଢେଇ କରିବ...

ହସି ହସି କଷ୍ଟର ସାମ୍ନା ଯିଏ କରେ...ସିଏ ସବୁ କିଛି କରିପାରେ। ଏତେ ଦୁଃଖ ଥିବା ପରେ ବି କେବେ ହାର୍‌ ମାନିନାହାନ୍ତି ପ୍ରମିଳା। ପିଲାଙ୍କ ଦାୟିତ୍ୱ ପାଇଁ ଆଜି ମୂଲ ଲାଗୁଛନ୍ତି...ଆଜି ନ୍ୟୁଜ୍‌ ଫୁଜ୍‌ରେ ଦେଖନ୍ତୁ ଏକ ପ୍ରେରଣାଦାୟୀ କାହାଣୀ।

News Fuse
ଏମାନେ ମିଛ କେସ୍ ଲଗାଇଦେବେ…ଦେଖୁନୁ କହିଲେଣି, ମହିଷାସୁରକୁ ବଧ କରିଛନ୍ତି କୃଷ୍ଣ

ଆଲୋ ଆଲୋ ଆମେ ପଚାରୁଛି ପ୍ରଶ୍ନ ମଉସା ଦେଖାଉଛନ୍ତି ୩୨…କହୁନ, ଜଗନ୍ନାଥ ମନ୍ଦିର କିଏ ତିଆରି କରିଥିଲେ? ମଉସାଙ୍କ ପ୍ରବଳ ‌ଜ୍ଞାନ, କହୁଛନ୍ତି କଂସାସୁରକୁ ମାରିଥିଲେ ରାବଣ...ପଳେଇ ଚାଲରେ ନାରଣ। ନହେଲେ କେତବେଳେ...

News Fuse
ଓଡିଆ ପ୍ରଶ୍ନ ଶୁଣି ଏମାନେ ଏତେ ଡରୁଛନ୍ତି କିଆଁ, ଦେଖୁନୁରେ ନାରଣ...

ମୁଁ କାଳେ ଭୁଲଭାଲ କହିଦେବି। ଜଗନ୍ନାଥଙ୍କୁ କଣ ମାଗିଲ ସତ କହିବ? ପ୍ରଭୁ ମୋର ଜଲଦି ବାହାଘର ହୋଇଯାଉ କହିଲେ ଦିଦି। ଆଲୋ ଆଲୋ ଇଏ କଣ ମୂଳରୁ ଛତ୍ରଭଙ୍ଗ ଦେଲେଣି। ଦେଖନ୍ତୁ ଦେଖନ୍ତୁ ଦିଦି ଓ ଭାଇଙ୍କ ଜ୍ଞାନ କେତେ?

News Fuse
ଆମେ ତ ବେକାରୀ, ବୋଦା ବ୍ୟବସାୟ କରିବୁ ଆଉ

ବୁଝିଲୁ ନାରଣ, ତୁ ଏ ଖଚଡ ଆଇଟମ୍ ପାଉଛୁ କୋଉଠୁ ? ଦେଖୁଛୁ ତ ଆମ ପାପୁଲି ଦଳିଆ କେମିତିକା ଅବସ୍ଥାରେ ଅଛନ୍ତି, ସେଥିରେ ବି ତାଙ୍କୁ ପୁଣି ଛିଗୁଲୋଉଛୁ ?

News Fuse
ବେପାର ପାଇଁ ଥିଲା ମୁଢି, ଖାଇଗଲା କଂଗ୍ରେସିଆ ବୋଦା….

ବେରୋଜଗାରୀ ଦିବସରେ ବୋଦା-ମେଣ୍ଢା କରିବେ କଣ? ଆଲୋ ଆଲୋ ଇଏ କଣ? କଂଗ୍ରେସ କଣ ବୋଦାଙ୍କୁ ଚାକିରି ଦେବା ପାଇଁ ଦାବି କଲାଣି? ଦେଖୁନୁରେ ନାରଣ, କେମିତି ମୁଢି ଖାଇଗଲାଣି ବୋଦା, ଆଉ ଥିବ ଯେ ଖାଇବ ଶୂନ ପାଂପୁଡି?

News Fuse
ଉତ୍କଳ ଭବନରେ ଇଏ କେମିତିକା ଭାଷା?

ସାର୍‌ ବୋଧହୁଏ ନାଲିପାଣି ପକାଇ ଦେଇଛନ୍ତି। ନହେଲେ ଦେଖୁନୁ କେମିତି ଲେଡିଜ୍‌ଙ୍କ ସାମ୍ନାରେ ଏମିତି କଦର୍ଯ୍ୟ ଭାଷା କହିବା ସହିତ ଗାଲକୁ ଠାଏ ଠାଏ କରି ଚାପୁଡା କଷି ଦେଉଛନ୍ତି...ଛି ଛି....ଇଏ ସ୍ଥାନ କାଳପାତ୍ର କିଛି ଦେଖୁନାହାନ୍ତି...

News Fuse
ସ୍କୁଲ ବସ୍ ବଦଳରେ ଟ୍ରାକ୍ଟରରେ ବସିଲେ ଶିକ୍ଷାମନ୍ତ୍ରୀ

ହଇରେ ନାରଣ.. ଆଲୋ ହିରୋ ଆସିଗଲେ କି ? ଗୋରେ ଗୋରେ ମୁଖଡେ ପେ କାଲା କାଲା ଚଷମା.. ଯିଏ ଯେତେ ପାଖରେ, ସିଏ ସେତେ ପାଖ ଲୋକରେ ଗଣାହେବ..

news fuse
ଏଠି ଟାଙ୍କି ପୂରା ଫୁଲ୍, ଗିୟର ପଡ଼ିଲେ ଏସିଲିରେଟର ବଢ଼ୁଛି

ଯାଇଁଲୁରେ ନାରଣ ତୁ ଆଉ କିଛି କହନା। ଏଠି ଟାଙ୍କି ପୂରା ଫୁଲ୍। ଗାଡ଼ି ମେନ୍ ରେ ଅଛି। ଗିୟର ପଡ଼ିଲେ ଏସିଲିରେଟର ବଢ଼ୁଛି। ଆଜି ପେଗ୍ ବଢ଼ି ଯାଇଛି

newsfuse
ଗନ୍ଧେଇଲାରେ ନାରଣ…

ବୁଝିଲୁ ନାରଣ, ତୋ ଜୀବନରେ ତୁ ଆନ୍ଦୋଳନ କରିପାରିବୁନି। ଖାଲି ସେଇଠି ଠିଆ ଠିଆ ଟାହୁଲି କରିବୁ। ଚାଲିଲୁ ଯିବା ସେଠି ଦେଖିବା ଆମ କଂଗ୍ରେସ ନାନୀ କେମିତି ଆନ୍ଦୋଳନ କରୁଛନ୍ତି ?

News Fuse | BMC Commissioner Vijay Amruta Kulange raids sweet shop in Bhubaneswar
ଦୋକାନ ବନ୍ଦ କରିଦେଲା ଜନ୍ଦା

ଦୋକାନ ବନ୍ଦ କରିଦେଲା ଜନ୍ଦା। ଶିରାରେ ଜନ୍ଦା ଦେଖି ବିଗିଡିଲେ କମିଶନର...

Newsfuse
ସୁରଙ୍କ ବାଇଟ୍‌ ଶୁଣିବା ପାଇଁ ହାଉସ୍‌ ଫୁଲ...

ଚା’ ବିକୁଥିଲା ଏବେ ୪୦ ଲକ୍ଷର ଡ୍ରେସ୍‌ ପିନ୍ଧିବ? ମଲା ଯା, ସୁର କେତେବେଳେ ମୋଦିଙ୍କୁ ଗାଳି ଦିଅନ୍ତିନି କି? ମୋ ବୋଉଲୋ...ଇଏ କଣ? ଏନର୍ଜି କଥା କହୁ କହୁ ଦେଖୁନୁ କେମିତି ଗର୍ଜନ କଲେ...

special story
‘ତମେ ଏତେ ଆଉ ତାଉ ଦେଖାନି, ପାଣି ପିଇଦିଅ’

ସଭା ଚାଲିଛି। ଏସି ଲାଗିଛି। ଭାରି ଚକାଚକ ଦିଶୁଛି। ଆମ କଟକ ମେୟର ମହାସୟ ବିରାଜମାନ ଅଛନ୍ତି। ହେଲେ ଏ ମହାଶୟ କାହିଁକି ଏତେ ଗରମ ହେଲେ?

News Fuse
ଅତିଥି ହୋଇ ଯାଇଥିଲେ...ଷ୍ଟେଜ୍‌ରେ ଧୁମ୍‌ ନାଚିଲେ କେନ୍ଦ୍ରମନ୍ତ୍ରୀ

ମଲା...ନେତା କଣ ନାଚନ୍ତି? ସେମାନେ ନଚାନ୍ତି ନା...ନାରଣ ଦେଖିଲୁ...ଇଏ କଣ? ଅତିଥି ହୋଇଯାଇଥିଲେ ଷ୍ଟେଜ୍‌ ଉପରେ ଧୁମ୍‌ ନାଚିଲେ ମନ୍ତ୍ରୀ। ଗାୟିକା ଭଉଣୀ ବି ଛାଡୁନାହାନ୍ତି

newsfuse
ଆହାର କେନ୍ଦ୍ରରେ ଆହାର ନାହିଁ। ନବୀନଙ୍କ ଉଦ୍ଦେଶ୍ୟରେ ଏମିତି ଗୀତ ଗାଇଲେ ଦୁଇ ଦୃଷ୍ଟିବାଧିତ

ଆହାର କେନ୍ଦ୍ର ଖୋଲିଲା ଗରିବଙ୍କ ପାଇଁ ହେଲେ ଖାଇବା ମିଳିଲା ନାହିଁ। ନବୀନ ବାବୁ ଖାଲି ବୁଲି ବୁଲି କହୁଛନ୍ତି ଆହାର କେନ୍ଦ୍ର ଖୋଲିଛି ମୁହିଁ, ହେଲେ ଆମେ ଦୁହେଁ ଦିବ୍ୟାଙ୍ଗ ଟିକିଏ ଖାଇବା ପାଇଲୁ ନାହିଁ। ଆହାର କେନ୍ଦ୍ର ସାମ୍ନାରେ ଖାଦ୍ୟ ନପାଇବାରୁ ଏମିତି ପ୍ରତିବାଦ କରୁଛନ୍ତି ଦୁଇ ଦୃଷ୍ଟିବାଧିତ। ସତରେ ଆହାରର ସତ ଏମାନେ ସରକାରକୁ ଦେଖାଇଛନ୍ତି।

News Fuse
ସେଲିବ୍ରେସନ ହେଲା କିନ୍ତୁ କି ଆୱାର୍ଡ ମିଳିଲା ସମର୍ଥକ ଜାଣିନାହାନ୍ତି?

ଆଲୋ ଆଲୋ ଲିଗାଲ ଲେଖୁ ଲେଖୁ ରିଗାଲ କଣ ଲେଖିରୁରେ? ମଲା...ଏଇଠି କୋଉ ସବୁ ଲିଗାଲ କାମ ଚାଲିଛି ଯେ? ଇଲୋ ଇଲୋ ସେଲିବ୍ରେସନ କରୁଛନ୍ତି ହେଲେ ନବୀନ ବାବୁ କି ଆୱାର୍ଡ ପାଇଲେ ସମର୍ଥକ ଜାଣିନାହାନ୍ତି?

News Fuse
ବାଃ ବାଃ !! ଯାହାକୁ ସଂଧ୍ୟାରେ ପକାଇଥିଲେ, ସେଇୟାକୁ ସକାଳୁ ଉଠାଇଲେ...

ରାଜନୀତି କରିବ ତ ଏମିତି। ଦେଖୁନାହାନ୍ତି କେମିତି ସଂଧ୍ୟାରେ ଅଳିଆ ସବୁ ପକାଇଲେ ଆଉ ଏବେ ସକାଳୁ ସକାଳୁ ଆସି ଅଳିଆକୁ ଉଠାଉଛନ୍ତି। ରହ ରହ....ଏଇନା ସୁଲୋଚନା ମାଡାମ୍‌ ଆସିବେ, ଫାଇନ୍‌ କାଟିଦେବେ

News Fuse
ମଲା ନେତା ଆୱାର୍ଡ ପାଇଲେ...ଆମେ ଟିକିଏ ଝାଳ ବୁହାଇବୁନି?

ମାରିଦେଲୁରେ ନାରଣ। ଏଇନା କଣ ହେଇଥାଆନ୍ତା? ଏ ଭିଡ ଭିତରେ ଅନନ୍ତ ବାବୁ କାହିଁକି ପଶିଲେ? ମଲା ...ନଆସିଲେ ମାର୍କ କଟିଯିବ ଯେ...ତେଣୁ ଭିଡ ଭିତରେ ଆମେ ପଶିବୁନା...

News Fuse
ମୁଖିଆ ଆୱାର୍ଡ ପାଇଲେ, ଏଇଠି ନେତାଏ ଝାଳ ବୁହାଇଲେ....

ଆଲୋ ଆଲୋ...ଛାମୁ ଆୱାର୍ଡ ପାଇଲେ, ରାଜଧାନୀରେ ନେତାଏ ଏମିତି ଝାଳ ବୁହାଇଲେ ଯେ ଜାମାପଟା ସବୁ ଓଦା। ବୁଝୁନୁରେ ନାରଣ, ଏଇନା ଯିଏ ଯେତେ ଝାଳ ବୁହାଇବ ୨୦୨୪ରେ ସିଏ....ସବୁ କଣ ଆମେ ଖୋଲିକି କହିବୁ?

News Fuse
ବାଃ ବାଃ....ଜନଶୁଣାଣୀ ଦିନ ଖୋଲା, ଅନ୍ୟ ଦିନ ବନ୍ଦ

ଆଚ୍ଛା !! ଏମିତି ଚାଲିଛି ଜିଲ୍ଲାପାଳଙ୍କ ଜନ ଶୁଣାଣୀ? ଜନ-ଶୁଣାଣି ଦିନ ସବୁ ଖୋଲା ହେଲେ ଜନ ଶୁଣାଣୀ ସରିବା ପରେ ସବୁ ହୋଇଗଲା ବନ୍ଦ...ଦେଖୁନୁରେ ନାରଣ କେମିତି ସବୁ କଠୋରୀରେ ଝୁଲୁଛି ଚାଲା

News Fuse
ନୂଆଁଖାଇରେ ରାଜ ପରିବାର ମନ ମିଳିଲା, ଏକାଠି ବସି ଖାଇଲେ...

ବିରଳ ଦୃଶ୍ୟରେ ନାରଣ... ଆମେ ଜାଣିଥିଲୁ ଏମାନଙ୍କର କୁଆଡେ ପଡେ ନାହିଁ ବୋଲି। ହେଲେ ନୂଆଁଖାଇରେ ଦେଖିବାକୁ ମିଳିଲା ଭିନ୍ନ... ଏକାଠି ବସି ଖାଇଲେ ରାଜ ପରିବାର...

News Fuse
ହକ୍‌ ପାଇଁ ହଙ୍କ ହଙ୍କ ଲୋକ...ପୁଡିଆ ପାଇଁ ପାଟି ଖୋଲିଲେ...

ମୋ ବୋଉଲୋ...ଇଏ କଣ? ଟିଫିନ୍‌ ପାଇଁ ଏତେ ଜାମ୍‌? ଦେଖୁନୁରେ ନାରଣ ଅଧା ଲୋକଙ୍କୁ ମିଳିଲା ଆଉ ଯାହାଙ୍କୁ ନମିଳିଲା ସେ କେମିତି ପାଟିମୁଣ୍ଡ କରିକି ଉଛନ କଲେଣି?

News Fuse
ମୋ ବୋଉଲୋ...ରାଜଧାନୀ ରାଜରାସ୍ତାରେ ଖେଳିଲେ ହଂସ..

ମୋ ବୋଉଲୋ....ଏଇଟା ରାସ୍ତା ନା ପୋଖରୀ। ଦେଖୁନୁରେ ନାରଣ କେମିତି ହଂସ ଖେଳୁଛନ୍ତି। ମଲା ଯା’ ତୁମେ ଯଦି ରାସ୍ତାକୁ ପୋଖରୀ କରିବ ଆମେ ଖେଳିବୁନା..ଦେଖନ୍ତୁ ଏଇ ଭିଡ଼ିଓ

News Fuse
ଟାଣି ସାରିବା ପରେ ଜାକି ହୋଇଗଲେ ସୁବାସ ସିଂ

ହଇରେ ନାରଣ ଆମ କଟକ ମେୟର ଭାରି ଷ୍ଟ୍ରଙ୍ଗ୍। ଦେଖୁନ, କେମିତି ଭିଡି ପକାଉଛନ୍ତି। ଆଉ ଭିଡ଼ି ସାରିବା ପରେ ଟିକେ ଟିକେ ଜାକି ହଉଛନ୍ତିରେ ନାରଣ...

News Fuse
ହେଲମେଟ୍‌ ପାଇଁ ଏମିତି ୟୁ-ଟର୍ଣ୍ଣ ନେଲେ...ମାମୁଁ ଅନେଇଛନ୍ତି..

ମୋ ବୋଉଲୋ...କି ଷ୍ଟାଇଲ? ମଲା ହେଲମେଟ୍‌ ପିନ୍ଧିଲେ ଷ୍ଟାଇଲ କମିଯିବନି? ଦେଖୁନୁରେ ନାରଣ, କେମିତି ମାମୁଁ ଦେଖି ଏମିତି ଘାଏଁ କିନା ହେଣ୍ଡେଲ ମୋଡିଲେ ଯେ ଅନେଇ ରହିଛନ୍ତି ମାମୁଁ....ଆଉ ଭଣଜାକୁ ଦେଖୁନୁ