ଭାଇଲେ ରାତି ଅଧରେ କିଆଁ ପିଇଲୁ? ମାମୁଁ ପା ମଝି ରାସ୍ତାରେ ଛକିଛି। ଦେଖୁନୁ...କେମିତି ପାଟିରେ ବଇଁଶି ଲଗାଇ ଫୁଙ୍କ ଫୁଙ୍କ କହୁଛି....ବାଃ ବାଃରେ ନାରଣ। ଏତେ ପିଇବୁ କାହିଁକି? ମଝି ରାସ୍ତାରେ ଏମିତି ହେବୁ କାହିଁକି?
ସବୁ ଦିନେ ଧଳା କୁର୍ତ୍ତା ପିନ୍ଧି ରାଜନୀତି ଚାଷ କରୁଥିବା ନେତା-ମନ୍ତ୍ରୀମାନେ ଅକ୍ଷୟ ତୃତୀୟା ଆସିଲେ ଧୋତି ପିନ୍ଧି ଚାଷ କରିବାକୁ ବାହାରି ପଡନ୍ତି। କିଏ ଚପଲ ପିନ୍ଧି ଜମି ହଳ କରେ ତ ଆଉ କିଏ ଧାନ ବୁଣିବା କୌଶଳ ନ ଜାଣି କ୍ୟାମେରା ଆଗରେ ଏଣେତେଣେ ଧାନ ବୁଣି ପକାନ୍ତି। ଯେମିତି ଅକ୍ଷୟ ତୃତୀୟାରେ ଦିନିକିଆ ଚାଷୀ ହୋଇ ଅଭିନୟ କରୁଥିବା ନେତା କେମିତି କଲବଲ ହେଲେ ଦେଖନ୍ତୁ...
ହଇରେ ନାରଣ ଶେଷରେ ଟ୍ରାକ୍ଟର ଦେହରେ ବି ଶଙ୍ଖ ବାନା... ରାଇଜ ସାରା ତ ଏଇନୁ ଶଙ୍ଖ ନାଦ ହେଉଛି... ଚାଷ ଯିଏ କରୁ, ଅମଳ କରୁଛି ବିଜେଡି... ଆଉ ଆମ ରାଜ ଭାଇ ତ ଯୋଗାଣ ମନ୍ତ୍ରୀ... ସିଏ କାଇଁ ଛାଡ଼ିବେ...
ପୁଷ୍ପାକୁ ଛାଡି ଆଉ ରହି ହବନିରେ ନାରଣ। ଥାନାଠୁ ଡାକ୍ତରଖାନା ସବୁଠି ପୁଷ୍ପା କ୍ରେଜ୍। ଏବେ ସ୍ମାର୍ଟ ସ୍କୁଲର ସ୍ମାର୍ଟ କ୍ଲାସ୍ ରୁମରେ ପିଲା ଦେଖୁଛନ୍ତି ପୁଷ୍ପା ଫିଲ୍ମ। ଆଉ ଗୁଆଘିଅ ଗୀତରେ ନାଚୁଛନ୍ତି ପିଲାଏ...
ପୁଷ୍ପାକୁ ଛାଡି ଆଉ ରହି ହବନିରେ ନାରଣ। ଥାନାଠୁ ଡାକ୍ତରଖାନା ସବୁଠି ପୁଷ୍ପା କ୍ରେଜ୍। ଏବେ ସ୍ମାର୍ଟ ସ୍କୁଲର ସ୍ମାର୍ଟ କ୍ଲାସ୍ ରୁମରେ ପିଲା ଦେଖୁଛନ୍ତି ପୁଷ୍ପା ଫିଲ୍ମ। ଆଉ ଗୁଆଘିଅ ଗୀତରେ ନାଚୁଛନ୍ତି ପିଲାଏ...
ସ୍କୁଲରେ ବେଶୀ ଦେଖେଇ ହେଲେ ଦିଦି। ବୁଲି ବୁଲି ହେଲେ ଗାରୁ ଗାରୁ। ଦିଦିଙ୍କ ଗରମ ଦେଖି ଅଭିଭାବକ ହଲେ ନରମ...
ଆରେ ନାରଣ… ଏଠି କଣ ଅଫ୍ ଲାଇନରେ ପରୀକ୍ଷା ଚାଲିଛି କି? ନା ଆଉଟ୍ ଡୋର୍ ସିନେମା ସୁଟିଂ ଚାଲିଛି। ଇଏ ବୋଧେ ପରୀକ୍ଷା ଟାଇମରେ ଫ୍ରି ସିନେମା ଚାଲିଛି। ଅଫ୍ ଲାଇନରେ କଲେଜ ଛାତ୍ରୀ ଚୁଟି ଝିଙ୍କାଝିଙ୍କି।
ଇଲୋ ବୋଉ...ଏଇଟା କୋଉ ନିଶା? ଦେଶୀ ନା ବିଦେଶୀ? ଭାଇ ତୁମକୁ ସିଟ୍ ମିଳିଛି ତୁମେ ଥୟ ହେଇକି ବସୁନ କାଇଁ? ନା ଇଏ ଶୁଣିବା ପରିସ୍ଥିତିରେ ହିଁ ନାହାନ୍ତି। ଦେଖୁନାହାନ୍ତି ନାଲିପାଣି ପେଟେ ପିଇ କେମିତି ହେଉଛନ୍ତି?
ଇଲୋ ହେଇଲୋ...ଶ୍ରୀକ୍ଷେତ୍ରରେ କଣ ଏକା ଏକା ବୁଲୁଛନ୍ତି ନରସିଂହ? କିଲୋ ଦଳ ତାଙ୍କୁ ଛାଡ଼ିଲା ନା ସିଏ ଦଳକୁ ଛାଡ଼ିଦେଲେ? ଆରେ ନାଇଁରେ ଧନ କେହି କାହାକୁ ଛାଡ଼ିନାହାନ୍ତି...ସିଏ ପା ଜଗା ଦର୍ଶନରେ ପୁରୀ ଗସ୍ତ କରିଛନ୍ତି
ଏ କେମିତିକା ଭକ୍ତ କିରେ ନାରଣ... ସିଂହଦ୍ୱାର ଆଗରେ ପଡିଛନ୍ତି ଯେ ଉଠୁ ନାହାଁନ୍ତି। ସାଆନ୍ତଙ୍କୁ ଦୁଃଖ ଜଣାଇବାକୁ ବୋଧେ ଆସିଛନ୍ତି ଏ ମ୍ୟାଡମ୍
ଇଲୋ ବୋଉ ସୁର ଭାଇ କଣ ଏଡ଼େ ଜୋରରେ ଖଣ୍ଡା ବୁଲାଉଛନ୍ତି। ଜୟନାରାୟଣ ବାବୁ ୟାଙ୍କ ସାମ୍ନାରେ ଫିକା ପଡ଼ିଯିବେ। ଖେଳ ପୂରା ଶହେ ଶହେରେ...ନୋଟିସ୍ର ଜବାବ କଣ ଖଣ୍ଡାରେ ଦେଲେ କି ସୁର ଭାଇ? ଭାଇ ଇଏ କଣ ଚଣ୍ଡା ଶୋକର ଆତ୍ମ କି?
୩୦୦ ମହିଳାଙ୍କୁ ନେଇ ମନ୍ତ୍ରୀଙ୍କୁ ଫୋନ୍ କଲେ ସୁର ଭାଇ। ହ୍ୟାଲୋ କହିଲେନି ବରଂ ହୁଳହୁଳି ଦେଲେ। କହିଲେ, ରେଡ୍ଡି ରେଡ୍ଡି ଆମେ ଲିଷ୍ଟ ପଠାଇ ଦେବୁ। ଇଲୋ ଇଏ କୋଉ ମନ୍ତ୍ରୀଙ୍କୁ ଫୋନ୍ କରିଥିଲେ କି ସୁର ଭାଇ?
ଆଲୋ ପିକୁଳି ବୋଉ ନବୀନା ରାଇଜରେ ଚାଉଳ ସରିଲା କେମିତି? ଇଲୋ ବୋଉ ଏଇଠି ଚାଉଳ ନେବ କ’ଣ? ଚେପା ହୋଇଯିବରେ ନାରଣ। ନାଏବ ସରପଞ୍ଚ ଆଉ ଲୋକଙ୍କ ମଧ୍ୟରେ ଏମିତି ଚାଉଳ ଫୁଟିଲା ଯେ ଭାତ ପୂରା ଜାଉ ହୋଇଗଲା....
ଇଏ କାଳେ ଆମ ସ୍ୱାସ୍ଥ୍ୟ ସେବା !! ରୋଗୀ ପଛେ ଯନ୍ତ୍ରଣାରେ ଛଟପଟ ହେଉଥାଉ, ହେଲେ ଏମାନେ ଆଗେ ମୋବାଇଲ ବନ୍ଧକ ନରଖିଲେ ମିଳିବନି ଷ୍ଟ୍ରେଚର? ଏଇଟା ମେଡ଼ିକାଲ ନା ମୋବାଇଲ ବନ୍ଧକ ବ୍ୟାଙ୍କ?
ଲେମ୍ବୁର ଭାଉ କିଛି କମ୍ ନୁହେଁ। ଦର ଏତେ ଅଧିକ ହେଲାଣି ଯେ, ଏବେ ମୋବାଇଲ ଦୋକାନରେ ୧୦ ହଜାରିଆ ମୋବାଇଲ କିଣିଲେ ମିଳିବ ଫ୍ରୀ ଲେମ୍ବୁ। ଆଉ ଯଦି...
କିଟି କିଟି ଅନ୍ଧାର ଘର ଭିତରେ ଏ ମହିଳା ଜଣକ କରୁଛନ୍ତି ଚେକିଂ। ହଇରେ ନାରଣ ଏମିତି ତୁ କେବେ ଦେଖିନଥିବୁ। ଅନ୍ଧାର ଘର ଭିତରେ ଲାଇଟ ପକେଇ ଚାଲିଛି ସେବା...
ନଗଦ ଉପରେ ନିର୍ବାଚନ ଯାଇଛି। ସେଇଥି ପାଇଁ ଏ ଦିଆନିଆ ବୋଧେ। ହେଲେ କେମିତି କେମିତି ଲାଗୁଛିରେ ନାରଣ। ଖାଲି ଧଳା ବସ୍ତା...
ସତରେ ଏମାନେ କଟକ ପାଇଁ କଳଙ୍କରେ ନାରଣ। କୁଆଡୁ ଏମାନେ ସବୁ ଆସି ସବୁ ଅସଲି ଜିନିଷକୁ କପି କରି କଟକରେ ରହି ନକଲି ତିଆରି କରି ଦେଉଛନ୍ତି। ଯେମିତି ଏ ଲୁଗାଧୂଆ ଗୁଣ୍ଡ
ମାଉସୀ ମାଉସୀ, ପୁଅ ଟା ବିଗିଡିଗଲା। ଇଏ କୋଉ ଉତୁପାତିଆ ଗୋଷ୍ଠୀର କିରେ !! ଲୋ ବୋଉ...ଦେଖୁନାହାନ୍ତି କେମିତି ଓଭରବ୍ରିଜ୍ ଉପରେ ଗୋଡ଼ ଟେକି ଥେଇ ଥେଇ ନାଚୁଛନ୍ତି
ୟାଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ। ଭଣ୍ଡା ଖାଇବାକୁ ମନ ହେଲା ବୋଲି ଘିଡ଼ିଘିଡ଼ି ହୋଇ ଗଛକୁ ଚଢିଲେ, ଭଣ୍ଡା ତ ଖାଇଲେନି ହେଲେ ଏ ଯେଉଁ କଚଡ଼ା ଖାଇଲେ...ନାରଣରେ ସେ ମୁଣ୍ଡ ଅଛିଟି?
ଏ ଏମିତି ଏକ ସିନେମା ଯାହାକୁ ପସନ୍ଦ କରୁଛି ସାରା ଭାରତ। ପଞ୍ଜାବରୁ କୋଲକାତା ସବୁଠି ଦେଖିବାକୁ ମିଳିଛି ଉତ୍ସାହ। ଏତେ ସାରା ଭଲ ପାଇବା ପଛର କାରଣ ଜାଣିବାକୁ ଚାହୁଁଥିଲେ, ଦେଖନ୍ତୁ...
ଆରେ ଆରେ !! ଏ ଗାତରେ ଭିତରେ ଏତେ ଢକଲମ ପୂରାଇଲା କିଏ? ଇଏ କଣ ଗାତୁଆ ସାପ ପରି ସବୁ ଗୁଡ଼େଇ ତୁଡ଼େଇ ହୋଇ ରହିଛନ୍ତି? ସେପଟୁ ପୁଣି କିଏ କହିଲାଣି ଲମ୍ବା ହାତ ଯାହାର ସିଏ ଆସୁ ଆଗକୁ...
ହଇରେ ଏଇଟା ତ ରାମ ଲୀଳା ପୋଗ୍ରାମ୍। ଏଥିରେ ପାଟନା ଘୁମା ଦେ’ ଗୀତରେ ଏମିତି ଉତୁପାତିଆ ନାଚ କଲା କିଏ? ସେ ଲୀଳା ପରେ ଦେଖିବ...ଏବେ ଏମାନଙ୍କ ନାଚ ଦେଖ
ଓଃ କି ଷ୍ଟାଇଲ୍ ମ !! ଆଗରୁ କବାଟ ଦେଇ ଭିତରେ ଜବରଦସ୍ତ ଚାଲିଛି ତାସ୍ ମାଡ଼। ଇଏ ତ ଲାଲପାନ ବିବି...କିଏ ହେବରେ ଚିଡିଆଖାନା। କି କଥା, ଆମେ ସରକାରୀ ଚାକିରିଆ...ଆମ ଇଚ୍ଛା ହେଲେ କାମ କରିବୁ ନହେଲେ ଖେଳିବୁ...
News Fuse – Man Enjoys Dola Purnima In Inebriated Condition OdishaTV is Odisha\'s no 1 News Channel. OTV being the first private satellite TV channel