ନା...ମୁଁ କାହାକୁ ଟଙ୍କା ମାଗେନି। ଜନ୍ମ ପ୍ରମାଣପତ୍ର ପାଇବା ପାଇଁ ଲୋକେ ମତେ ଯାଚିକି ଯାହା କିଛି ଦିଅନ୍ତି...ସରକାରୀ ରେଟ୍ ୧୨ ଆଉ ତୁମେ ମାନେ ନେବ ୩୫୦? ନାରଣ ମୋର ଦରକାର ନାହିଁ, ମୁଁ ଯାଉଛି...
ବର୍ଷା ଯିବା ପରେ ମେୟର୍ ମ୍ୟାଡମ୍ ବୁଲିଲେ ରାଜଧାନୀ। ଚାଲି ଚାଲି ରାଜଧାନୀବାସୀଙ୍କୁ କହିଲେ...
ମୋ ବୋଉଲୋ...ପଳା ପଳାରେ ନାରଣ। ଆଲୋ ଇଏ କଣ? ମଧ୍ୟାହ୍ନ ଭୋଜନ ବେଳେ ଇଏ କଣ ଏମିତି ପିଟାପିଟି ହେଲେଣି। ଇଏ ତାକୁ ଛେଚିଲାଣି, ସିଏ ୟାକୁ ଜୋତାରେ ପିଟିଲାଣି। ଆରେ ଆରେ..ଏଇଠି କଣ ଚାଲିଛି, ତୁମେ ଏମିତି ହେଉଛ...ପିଲା ଖାଇବେ କଣ?
ଆଲୋ ଆଲୋ....ଇଏ କଣ? ଏମିତି ଅସନା ପାଣିରେ ଧଳା କୁର୍ତା ପିନ୍ଧି କଣ ମୋକିମ୍ ବାବୁ ପଶିଛନ୍ତି? ଏଇଠି କଣ ମିଳିବ? ହାଉଲେ...ଟିକିଏ ଏପଟ ସେପଟ ହେଲେ ବେକେ ପାଣିରେ ପଶିଯିବ ଯେ ....ନାରଣ ତୁ କଣ ଜାଣିପାରୁନୁ? ଏଇଛି ପା ଚାଲିଛି ଆନ୍ଦୋଳନ...
ମୋ ବୋଉଲୋ..ମତେ ଧ...ଦେଖୁନୁରେ ନାରଣ। ରାସ୍ତାରେ ବିରାଟ ଗଜରା ମାଳ ପକାଇ ରାଲି କରୁଥିଲେ ନିରଞ୍ଜନ। ଏତିକି ବେଳେ ଏଇ ମହିଳା ଜଣକ କୁଆଡ଼େ ଥିଲେ ଯେ, ସାମ୍ନାକୁ ଆସି ନିରଞ୍ଜନଙ୍କ ପାଦ ଛୁଇଁଲେ। ବାସ୍ ସମ୍ଭାଳିପାରିଲେନି ବାବୁ, ଦେଖୁନୁରେ ନାରଣ କେମିତି ରାସ୍ତା ଉପରେ ପଡ଼ିଗଲେ
ଇଏ ଏତେ ଲମ୍ବା ବାଉଁଶ ଗୁଡାକ କିଏ ପକେଇଛି ଏଇଠି? ଆଲୋ ଆଲୋ ଇଏ କଣ? ବାଉଁଶ ଭିତରେ କଣ ପାଣି ଚାଲିଛି...କଥା ଟା କିଛି ବୁଝାପଡ଼ୁନି। ନାରଣ...ଏଇଠି ପରିଶ୍ରମର ଫଳ ଦେଖିବାକୁ ମିଳୁଛି। ବାଉଁଶକୁ ବାଉଁଶ ଯୋଡି ଦେଖୁନୁ କେମିତି ଜଙ୍ଗଲରୁ ପାଣି ନେଉଛନ୍ତି ଲୋକେ...ଆଉ ପ୍ରଶାସନ?
ଆଲୋ ଆଲୋ...ଇଏ କଣ? ଢିଆ ଗାଲୁଆ ଉତ୍ତର...ପୌର କାର୍ଯ୍ୟାଲୟକୁ ଆସିବ ଯଦି ନାଳ ପାଣିରେ ଗାଧୋଇବ। ଆଉ ଯଦି ପଚାରିବୁ....ଏମିତି ଢିଆ ଗାଲୁଆ ଉତ୍ତର ପାଇବ....
ଆଇନ ବିଭାଗରେ ମନ୍ତ୍ରୀ ଅଛନ୍ତି...ହେଲେ ଗଣଶିକ୍ଷାମନ୍ତ୍ରୀଙ୍କ କାମ କରୁଛନ୍ତି। ଆଲୋ ଆଲୋ...ଇଏ ତ ତୁମ ବିଭାଗ ନୁହେଁ, ହେଲେ....ମଲା ତୁମେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିବ? ତୁମ ଚାକିରି ରହିବ ଟି?
୨୦୦୦ ଏପିସୋଡ୍ରେ ପହଞ୍ଚିଛି ଓଟିଭିର ଲୋକପ୍ରିୟ କାର୍ଯ୍ୟକ୍ରମ ନ୍ୟୁଜ୍ ଫ୍ୟୁଜ୍ ।
ଏ ଯୋଗ ଭାରି କଷ୍ଟରେ ନାରଣ... ଉପକୂଳର ଥଣ୍ଡା ପବନରେ ଯୋଗ କଲେ। ହେଲେ କାମ ଦେଲାନି ପବନ। ଗମଗମ ବୋହିଲା ଝାଳ...
ହଇରେ ନାରଣ, ଏ କ’ଣ ଚାଲିଛି କିରେ... ଯୋଗ ନାଁରେ ଏଠି ଭୋଗ ଚାଲିଛି ନା’ କଣ ? ଦେଖୁନ, କେମିତି ଭାଲୁ ଭାଇନା ଯୋଗରେ ହାତେ ଜିଭ କାଢିଲେଣି...
ଏ ଶପଥ ଶୁଣି ନାରଣ ମୁଣ୍ଡ ଟିଣ ହେଇଗଲା… ଡ୍ରାଇଭର ଭାଇମାନଙ୍କ ସଭା ଚାଲିଛି… ସମସ୍ତେ ଡ୍ରେସ୍ ପିନ୍ଧିଛନ୍ତି… ଆଉ ଶପଥ ନେଇ ଯାହା କହେଲ, ଶୁଣିଲେ ଆପଣଙ୍କ ମୁଣ୍ଡ ଟିଣ ହେଇଯିବ… ନାରଣରେ…
ସତେ କି ଦୁଇ ଭଉଣୀ? ଆଃ କି ଦୃଶ୍ୟ ଦେଖିଲା ଏ ନୟନ? ରଜ ଦୋଳିରେ ବସି ମାଡାମ୍କୁ କିଏ ଝୁଲାଉଛି କିରେ? ଦେଖୁନୁ ନାରଣ....ସବୁ କଣ ଆମେ କହିବୁ?
ଆଲୋ ଆଲୋ ଇଏ କ’ଣ? ରଜରେ କଣ ଏମିତି ସାଙ୍ଗ ହୋଇ ଦୋଳି ଖେଳୁଛନ୍ତି ଦୁଇ ମନ୍ତ୍ରୀ....ହଁ, ଏମାନେ ଭାବୁଥିବେ ଆମେ ଦୁଇମନ୍ତ୍ରୀ ତୁଷାର-ସମୀର ନବୀନଙ୍କ ଭାରି ପସନ୍ଦ....ଦେଖୁନୁରେ ନାରଣ କେମିତି ସାଙ୍ଗ ହୋଇ ଖେଳୁଛନ୍ତି ଦୋଳି...
ଆଲୋ ଆଲୋ ଇଏ କ’ଣ? ଏଡ଼େ ବଡ ବଡ଼ ସିଂହ, ପୁଣି ତା’ ସାଙ୍ଗରେ ଲାଗୁଛି ଏଇ ଛୋଟିଆ ଘୁଷୁରୀ। ଇଏ ବଳଦ କଣ ତାକୁ ନମାରି ଦୌଡ଼ି ପଳାଇଲା? ଇଏ ପାଠୁଆ ବଳଦ....ଭାବିଲା, ଇୟା ସାଙ୍ଗରେ ଲାଗିବି କାହିଁକି ସ୍ୱାଇନ ଫ୍ଲୁ କୁ ଡାକିବି କାହିଁକି?
ଆଲୋ ଆଲୋ...ସୁର କଣ ଗାଇଲେଣି ତୁ ରାଣୀ କଙ୍କଡ଼ାର ଝୋଳ। ରେଡ୍ଡୀ ତ...ମାଡ଼ିଚାଲ। ଇଏ କୋଉ ମାଡାମଙ୍କୁ ଲାଇନ୍ରେ ମାଇଲେ ମ? ଦେଖୁନାହାନ୍ତି କେମିତି ଗୀତ ଗାଉଛନ୍ତି ସୁର...
ଆଲୋ ଆଲୋ ଇଏ କଣ? ଏ ହାତୀର ମୁଣ୍ଡ ଖରାପ ହୋଇଗଲାଣି ନା କଣ? ଦେଖୁନାହାନ୍ତି କେମିତି କୁକୁଡ଼ାକୁ ଜୋରସୋରରେ ଗୋଡ଼ାଉଛି ହାତୀ...ଇଏ ଆଜି ନାମ ନବରେ ନାରଣ
ପୂର୍ବତନ ସାଂସଦ ତଥାଗତ ସତପଥୀ ବହୁତ ଚେଷ୍ଟା କଲେ । କିନ୍ତୁ ପାରିଲେନି । ଜିତିଗଲେ ଜଣେ ବିଧାୟକ । ଏଥିପାଇଁ ସୁର ଭାଇ ଦାୟୀ ନା କେନ୍ଦ୍ର ଦାୟୀ ।
ଆଲୋ ଆଲୋ ପୋଲିସ ମାଡ଼ାମ ହାଲିଆ ହୋଇଗଲେ। ନାରଣରେ...ଇଏ ଯୋଉ ଧକ୍କା ମାରୁଛନ୍ତି କିଏ ଏମାନଙ୍କୁ ଅଟକାଇବ ଯେ? ଦେଖୁନୁ...ଏ ମାଡାମ୍ ଠେଲାପେଲା କଲେ କିନ୍ତୁ ନିଜେ ଖଣ୍ଡିଆ ହେଲେ। ଆଜି ୟାଙ୍କ ଜୋସ୍ ସାମ୍ନାରେ ସବୁ ଫିକା। ଦେଖନ୍ତୁ ପବ୍ଲିକ୍-ପୋଲିସ ଖଣ୍ଡଯୁଦ୍ଧ.....
ଆଲୋ ଆଲୋ...ଇଏ ମିଟିଂ ଚାଲିଥିବା ବେଳେ ବିଧାୟକ କଣ ସ୍ଲିପିଂ କଲେ? ଆଖିକୁ ଟିକିଏ କ୍ଲୋଜ୍ କରି ଦେଖୁନୁରେ ନାରଣ....୪ ଦିନ ନିଦ ଏଇଠି ବୋଧହୁଏ ପୂରଣ କରୁଛନ୍ତି କୋରେଇ ବିଧାୟକ
ତୁମ କଥାରେ କଣ ମୁଁ ଆଇଚି? ତୁମେ କିଏ ମ? ଆଲୋ ଆଲୋ ରାସ୍ତାରେ ଏମିତି କଣ ରାଗିଗଲେ ସଜସଜ ମେୟର ହୋଇଥିବା ସୁବାସ ଭାଇ? ଆଉ....ତୁମେ ତାଙ୍କ କର୍ମ ଭୂଇଁ ଉପରେ ତାଙ୍କୁ ଏମିତି କହିବ ସିଏ ରାଗିବେନି...ଆରେ ଏଇଠି କାହାର ଇଜ୍ଜତ କିଏ ନେଲା?
ଆଲୋ ଆଲୋ...ମନ୍ତ୍ରୀ ପଦ ପାଉ ପାଉ କାଳିଆ ଶରଣରେ ପଶିଲେଣି ମନ୍ତ୍ରୀଗଣ। ଦେଖୁନାହାନ୍ତି ସିଂହଦ୍ୱାର ସାମ୍ନାରେ କେମିତି ଲାଇନ୍ ଲାଗିଲାଣି ମନ୍ତ୍ରୀଙ୍କର। ଜଣକ ପରେ ଜଣେ ଜଗା ଦର୍ଶନରେ ବ୍ୟସ୍ତ....ହେଲେ ଏଇଠି ମନ୍ତ୍ରୀ ମହୋଦୟଙ୍କୁ କିଏ ମୁଣ୍ଡିଆ ମାଇଲା କିରେ?
ହେଇଟି...ହାଉଲେ। ମାମୁଁ ବସିଛନ୍ତି ଦୁଆରେ, ଆଗେ ପକେଟ୍ରୁ ୧୦୦ କାଢ, ପରେ ଆଗକୁ ବଢ। ଆଲୋ ଆଲୋ, ଫୁଲ୍ ୟୁନିଫର୍ମରେ ଇଏ କଣ ବଟି ଆଦାୟ କରୁଛନ୍ତି। ନାରଣ, ତୁ ଜାଣିନୁ କି? ଚାକିରି କରିବ ପୋଲିସ୍ ଆଉ ମାଛ ଖାଇବ....
ମୋ ବୋଉଲୋ.....ପଳାରେ ନାରଣ। ଇଏ ପା’ ଶ୍ରଦ୍ଧାର ମାଡ଼। ନାରଣ ତୁ ଖାଉନୁ? ଇଲୋ ବୋଉ...ଇଏ ଯେତେ ଜୋର ବାଡ଼ି ଉଠାଉଛନ୍ତି ସେଇଠି ପିଠି ରହିବ ତ? ନାରଣ ଛାଡ଼ି ଦେ’...ନା ଆଉ ମଦ ପିଇବୁ?