ଆଲୋ ଆଲୋ ଲିଗାଲ ଲେଖୁ ଲେଖୁ ରିଗାଲ କଣ ଲେଖିରୁରେ? ମଲା...ଏଇଠି କୋଉ ସବୁ ଲିଗାଲ କାମ ଚାଲିଛି ଯେ? ଇଲୋ ଇଲୋ ସେଲିବ୍ରେସନ କରୁଛନ୍ତି ହେଲେ ନବୀନ ବାବୁ କି ଆୱାର୍ଡ ପାଇଲେ ସମର୍ଥକ ଜାଣିନାହାନ୍ତି?
ରାଜନୀତି କରିବ ତ ଏମିତି। ଦେଖୁନାହାନ୍ତି କେମିତି ସଂଧ୍ୟାରେ ଅଳିଆ ସବୁ ପକାଇଲେ ଆଉ ଏବେ ସକାଳୁ ସକାଳୁ ଆସି ଅଳିଆକୁ ଉଠାଉଛନ୍ତି। ରହ ରହ....ଏଇନା ସୁଲୋଚନା ମାଡାମ୍ ଆସିବେ, ଫାଇନ୍ କାଟିଦେବେ
ମାରିଦେଲୁରେ ନାରଣ। ଏଇନା କଣ ହେଇଥାଆନ୍ତା? ଏ ଭିଡ ଭିତରେ ଅନନ୍ତ ବାବୁ କାହିଁକି ପଶିଲେ? ମଲା ...ନଆସିଲେ ମାର୍କ କଟିଯିବ ଯେ...ତେଣୁ ଭିଡ ଭିତରେ ଆମେ ପଶିବୁନା...
ଆଲୋ ଆଲୋ...ଛାମୁ ଆୱାର୍ଡ ପାଇଲେ, ରାଜଧାନୀରେ ନେତାଏ ଏମିତି ଝାଳ ବୁହାଇଲେ ଯେ ଜାମାପଟା ସବୁ ଓଦା। ବୁଝୁନୁରେ ନାରଣ, ଏଇନା ଯିଏ ଯେତେ ଝାଳ ବୁହାଇବ ୨୦୨୪ରେ ସିଏ....ସବୁ କଣ ଆମେ ଖୋଲିକି କହିବୁ?
ଆଚ୍ଛା !! ଏମିତି ଚାଲିଛି ଜିଲ୍ଲାପାଳଙ୍କ ଜନ ଶୁଣାଣୀ? ଜନ-ଶୁଣାଣି ଦିନ ସବୁ ଖୋଲା ହେଲେ ଜନ ଶୁଣାଣୀ ସରିବା ପରେ ସବୁ ହୋଇଗଲା ବନ୍ଦ...ଦେଖୁନୁରେ ନାରଣ କେମିତି ସବୁ କଠୋରୀରେ ଝୁଲୁଛି ଚାଲା
ବିରଳ ଦୃଶ୍ୟରେ ନାରଣ... ଆମେ ଜାଣିଥିଲୁ ଏମାନଙ୍କର କୁଆଡେ ପଡେ ନାହିଁ ବୋଲି। ହେଲେ ନୂଆଁଖାଇରେ ଦେଖିବାକୁ ମିଳିଲା ଭିନ୍ନ... ଏକାଠି ବସି ଖାଇଲେ ରାଜ ପରିବାର...
ମୋ ବୋଉଲୋ...ଇଏ କଣ? ଟିଫିନ୍ ପାଇଁ ଏତେ ଜାମ୍? ଦେଖୁନୁରେ ନାରଣ ଅଧା ଲୋକଙ୍କୁ ମିଳିଲା ଆଉ ଯାହାଙ୍କୁ ନମିଳିଲା ସେ କେମିତି ପାଟିମୁଣ୍ଡ କରିକି ଉଛନ କଲେଣି?
ମୋ ବୋଉଲୋ....ଏଇଟା ରାସ୍ତା ନା ପୋଖରୀ। ଦେଖୁନୁରେ ନାରଣ କେମିତି ହଂସ ଖେଳୁଛନ୍ତି। ମଲା ଯା’ ତୁମେ ଯଦି ରାସ୍ତାକୁ ପୋଖରୀ କରିବ ଆମେ ଖେଳିବୁନା..ଦେଖନ୍ତୁ ଏଇ ଭିଡ଼ିଓ
ହଇରେ ନାରଣ ଆମ କଟକ ମେୟର ଭାରି ଷ୍ଟ୍ରଙ୍ଗ୍। ଦେଖୁନ, କେମିତି ଭିଡି ପକାଉଛନ୍ତି। ଆଉ ଭିଡ଼ି ସାରିବା ପରେ ଟିକେ ଟିକେ ଜାକି ହଉଛନ୍ତିରେ ନାରଣ...
ମୋ ବୋଉଲୋ...କି ଷ୍ଟାଇଲ? ମଲା ହେଲମେଟ୍ ପିନ୍ଧିଲେ ଷ୍ଟାଇଲ କମିଯିବନି? ଦେଖୁନୁରେ ନାରଣ, କେମିତି ମାମୁଁ ଦେଖି ଏମିତି ଘାଏଁ କିନା ହେଣ୍ଡେଲ ମୋଡିଲେ ଯେ ଅନେଇ ରହିଛନ୍ତି ମାମୁଁ....ଆଉ ଭଣଜାକୁ ଦେଖୁନୁ
କଟକ ସହରକୁ ଖାଇଲା କିଏ? ଆଲୋ ଆଲୋ ଇଏ କଣ? ଏମାନେ ରାସ୍ତାରେ ୨୨ ପାହାଚ ଭଳି କଣ ଗଡୁଛନ୍ତି? ଏମାନେ ବୋଧହୁଏ ସୁବାସ ଭାଇ ଘରକୁ ଯାଉଛନ୍ତି
ଆଜି ସନିଆ ଦୋକାନରେ ମାଉଁସ ଭୋଜି କରିବେ ଚୋର ଭାଇ। ଦେଖୁନୁରେ ନାରଣ କେମିତି କାଦୁଅ ଭିତରେ ଫସିଛି ପିସିଆର ଗାଡି। ଏମିତି ହାମୁଡେଇ ପଡ଼ିଛି ଯେ, ବାହାରିବାର ନାଁ ଧରୁନି...ସେପଟେ ପୋଲିସ ଗାଡି ଫସିବାରୁ ସନିଆ ଦୋକାନରେ ମାଉଁସ ଭୋଜି କଲେଣି ଚୋର
ଆଲୋ ଆଲୋ ଇଏ କଣ? ତୁମକୁ ତ ଭୋଟ୍ ଦେଲେ ଲୋକେ...ତୁମେ କିଆଁ ପଚାରୁଛ, ସରକାର ଆସିନାହାନ୍ତି? ସରକାର ତ ସରକାର ପୁଣି ମେନ୍ କି ଓମେନ୍ କଣ କିରେ ନାରଣ?
ଆଲୋ ଆଲୋ ଇଏ କଣ? ମନ୍ତ୍ରୀ ପଦ ଯିବା ପରେ ବିଲରେ କଣ ରୁଆ ପୋତା କରୁଛନ୍ତି ପୂର୍ବତନ ମନ୍ତ୍ରୀ? ନାରଣ, ମନ୍ତ୍ରୀ ଚୌକିଟା ଯିବା ପରେ ନେତାଙ୍କ ମନର ଅବସ୍ଥା ତୁ କଣ ବୁଝିପାରୁନୁ? ଦେଖୁନୁ ଏ ଭିଡ଼ିଓକୁ...
ମଲା...ତୁମେ ପାଣିକୁ ନଓହ୍ଲାଇ ବନ୍ୟା ଦୁର୍ଦ୍ଦଶା ବୁଝିବ କେମିତି? ଆଲୋ ଆଲୋ କଂଗ୍ରେସିଆ ଏଡେ ଏଡେ ଜରି ପ୍ୟାକେଟ୍ରେ କଣ ଆଣିଛନ୍ତି ରୁହ ରୁହ ଖୋଲିକି ଦେଖିବା। ରହରେ ନାରଣ...ଆମେ ଦେଖୁ ଆଗେ ତା ଭିତରେ କିଛି ଅଛି ନା ଖାଲି ଏମିତି ଧରେଇ ଦେଇ ଗଲେ...
ଆଲୋ ଆଲୋ ଇଏ କଣ? ପିଲା ହାତରେ କଟୁରୀ? ଇଏ କଣ? ଦେଖୁନୁରେ ନାରଣ, କେମିତି ପାପୁଲି ଛିଡିଛି। ହେଲେ ସ୍କୁଲରେ ତ ପାଠ ପଢା ହେବା କଥା...ଏ ପିଲା କଟରୀ ଧରିଲା କାହିଁକି? ସବୁ ଆମେ କହିବୁ, ତୁ କଣ ଲେମ୍ବୁ ଟା ଦେଖିବୁ?
ଲୋକ ବନ୍ୟା ପାଣିରେ ବୁଡ଼ି ଗଲେଣି ତୁମକୁ ଖେଳ ଘର ଲାଗିଛି ଆଉ? ତମ ଗୋଡ଼ରେ ଏମିତି କାଦୁଅ ନାଗା ଯାଉଛି?
ଆଜି ଆଖି କଣ ନ ଦେଖିଲାରେ ନାରଣ। ଆମ୍ୱାଲାନ୍ସ କୁଆଡେ ଗଲା କିରେ। ଟ୍ରାକ୍ଟର ଉପରେ କାହିଁକି ଆସୁଛି ରୋଗୀ !
ମାଆଲୋ କଣ ହେଲା। ବିଚ୍ ରାସ୍ତା ଉପରେ ମାରଧର ହେଲେ। ପ୍ରଥମେ ପୁରୁଷ, ପରେ ଦୁଇ ମହିଳା ହେଲେ ମୁହାଁମୁହିଁ...
ବନ୍ୟା ପାଣିରେ ଲୋକ ଭାସିଲେଣି, ୟାଙ୍କୁ ମଜା ଲାଗୁଛି। ୱା ୱା...କି ଉତ୍ତର ତୁମର? କାହିଁ ଏଇଠି ଦେଖୁଛ ହୀରକୁଦ ପଳାଉନ...ପୂରା କ୍ଲିୟର ଦେଖିବ, କେମିତି ଛଡାଯାଉଛି ବନ୍ୟା ପାଣି। ଏଇଠି ଏମିତି ଜାମ୍ ହେଲାଣି ଯେ ଗାଡି ଯିବା କଷ୍ଟ ହେଲାଣି
ଏ ପିଲେ ପାଖେଇ ଯା… ଆମ ସୁର ଭାଇ ଆସିଲେଣି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବେ… ଆଲୋ ହେ… ଏଠି ବନ୍ୟା ବିପନ୍ନଙ୍କୁ ଭେଟୁଛ ନା ମୁଣ୍ଡଳି ବୁଲି ସେଲ୍ଫି ନେଉଛି? ହଉ ନିଅ, ମୁଣ୍ଡଳୀ ମାଛ କିଲେ ବି ନେଇଯା ଆଉ…
ମାନବ ସେବା ହିଁ ମାଧବ ସେବା। ବନ୍ଧୁ, ଏଠି ସମସ୍ତେ କାନ୍ଧରେ ପାଣି ଭାର ଧରି ଶହ ଶହ କିଲୋମିଟର ଯାଉଛନ୍ତି ମହାଦେବଙ୍କୁ ଜଳଲାଗି କରିବା ପାଇଁ। କିନ୍ତୁ ଏ ଭାଇ ଜଣକ, ଜାତି ଧର୍ମ, ବର୍ଣ୍ଣ ଭେଦଭାବ ନ ରଖି ମାନବ ସେବା କରୁଛନ୍ତି। ଏ କଣ ପୂନ୍ୟ ଅର୍ଜନ କରୁ ନାହାନ୍ତି ?
ସୁର ଭାଇ ସବୁବେଳେ ସାଙ୍ଗରେ , ଯିଏ ଯେଉଁଠି ଡାକିଲା ଓ କରିବେ ସୁର ଭାଇ I ଭାଇଙ୍କୁ ଭାଇ କରିଦେଲେ ରାନୀ ପଣ୍ଡା । ହାତରେ ବାନ୍ଧି ଦେଲେ ଭାଇ ଭଉଣୀର ପବିତ୍ର ବନ୍ଧନ ରାକ୍ଷୀ
ବଡ ଦାଣ୍ଡରେ ଯେତିକି ପାଣି ପୁରା ଅବସ୍ଥା ବେହାଲ। ପାଣି ଭିତରେ କିଏ ସୁଅ ଚିରିକି ଯାଉଛି ତ କିଏ ମୁଣ୍ଡ କୁଣ୍ଡେଇଲାଣି।
ଏଇ ଅଟୋରେ କେତେ ପିଲା? ଅଟୋରେ ଖୁନ୍ଦାଖୁନ୍ଦି ହୋଇଯା ସ୍କୁଲ ଯାଉଛନ୍ତି ପିଲା। ଡ୍ରାଇଭର ଜଣଙ୍କ ଫୁଲ୍ କନଫିଡେଣ୍ଟରେ କହୁଛନ୍ତି ବେଶୀ ନୁହେଁ ୧୦ ଜଣଙ୍କୁ ନେଉଛି।