ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡରେ ନକ୍ସଲଙ୍କ ହିଂସାକାଣ୍ଡ । ଝାଡ଼ଖଣ୍ଡ ମନୋହରପୁର ଷ୍ଟେସନ ନିକଟ ବିରୁୱାରେ ରେଳ ଧାରଣା ଉଡାଇଛନ୍ତି ମାଓବାଦୀ । ବିଳମ୍ବିତ ରାତିରେ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି । ଫଳରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି ।
ଅତ୍ୟାଧୁନିକ କର୍ଣ୍ଣର ସଟ୍ ୱିପେନ୍ ଦ୍ୱାରା ଶତ୍ରୁଙ୍କୁ ସହଜରେ ଦେଖି ଟାର୍ଗେଟ କରାଯାଇପାରିବ ।
ନଳୀକୁମ୍ପା ଜଙ୍ଗଲକୁ ଘେରି ଜୋରଦାର ଅପରେସନ କରାଯାଉଛି । ମାଓବାଦୀ ଜଙ୍ଗଲ ଭିତରେ IED ଓ ଲ୍ୟାଣ୍ଡମାଇନ୍ ବିଛାଇଥିବା ସନ୍ଦେହ ।
୧୬ ବର୍ଷ ଧରି ସେ ମାଓବାଦୀ ଥିଲେ । ବହୁ ହିଂସାକାଣ୍ଡରେ ମଧ୍ୟ ସଂପୃକ୍ତ ଥିଲେ । ପରେ ମନ ପରିବର୍ତ୍ତନ କରି ହିଂସାର ପଥ ଛାଡ଼ି ଅନସୂୟା ମୁଖ୍ୟସ୍ରୋତରେ ହୋଇଥିଲେ ସାମିଲ ।
ଗୁମ୍ଫା ପାଲଟିଛି ମାଓବାଦୀଙ୍କ ଅସ୍ତ୍ର ଭଣ୍ଡାର । ତୁଳସୀ ପାହାଡ଼ରେ ଥିବା ଗୁମ୍ଫାରେ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ରଖୁଥିବା ଜଣାପଡ଼ିଛି ।
ଛତିଶଗଡ ବସ୍ତର ଜିଲ୍ଲାର ଏକ ଅଜ୍ଞାତ ସ୍ଥାନର ଭିଡିଓ ଭାଇରାଲ ହେଉଛି ।
ଲାଲବାହିନୀର ଗୁପ୍ତ ଆଡ୍ଡାର ଭଣ୍ଡାଫୋଡ୍..ନକ୍ସଲ ସଂଗଠନର ସାମ୍ରାଜ୍ୟ ଉପରେ ବଡ଼ ହମଲା..ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ..ସୁରକ୍ଷାକର୍ମୀଙ୍କ ହାତରେ ଲାଗିଛି ମାଓ ସାମଗ୍ରୀ । ନା ଗଣି ହେଉଛି, ନା ବାରି ହେଉଛି।
ମୁନିଗୁଡ଼ା ଥାନା ଦେଓକୁପୁଲି ଛକ ନିକଟରେ ଲାଲ୍ ତାଣ୍ଡବ,୧୦ରୁ ଅଧିକ ସଶସ୍ତ୍ର ମାଓବାଦୀ ନିଆଁ ଲଗାଇଥିବା ସୂଚନା
ବସ୍ତର ମାଓ ସଂଗଠନ ପାଖରେ ୧୦ରୁ ଅଧିକ ଡ୍ରୋନ ଥିବା ସୂଚନା
କଳାହାଣ୍ଡି ଏସପି ଏମ. ରାମପୁରରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି । ଦୀର୍ଘ ଦିନର ବ୍ୟବଧାନ ପରେ କଳାହାଣ୍ଡି ପୋଲିସ ଓ ଗୁଇନ୍ଦା ତଥ୍ୟ ଆଧାରରେ ସିଆରପିଏଫ୍ ପକ୍ଷରୁ କମ୍ବିଂ ଅପରେସନ କରାଯାଇଥିଲା ଏଥିରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । କିଛି ଦିନର ନୀରବତା ପରେ ପୁଣି ଥରେ ପୋଷ୍ଟର ମାଧ୍ୟମରେ ନିଜର ଉପସ୍ଥିତି ଜାହରି କରିଛି ଲଲବାହିନୀ ।
ଦିନେ ନକ୍ସଲ ବସି ରଣନୀତି କରୁଥିଲେ, ଆକ୍ରମଣର ନକ୍ସା ପ୍ରସ୍ତୁତ କରୁଥିଲେ..ଏବେ ସେଇଠି ଚାଲିଛି କମ୍ପ୍ୟୁଟର ଶିକ୍ଷା...ବଦଳିଯାଇଛି ସ୍ୱାଭିମାନ ଅଞ୍ଚଳର ଲାଲଗୃହର ଠିକଣା
ସାମ୍ନାକୁ ଆସିଲା ମାଓ କ୍ୟାମ୍ପର କଳାକାହାଣୀ । ବାହା ହେବାକୁ ଦିଆଯାଉଥିଲା ଅନୁମତି , ପିଲା ଜନ୍ମ କରିବା ପୂର୍ବରୁ ଦମ୍ପତିଙ୍କର ହେଉଥିଲା ବନ୍ଧ୍ୟାକରଣ । ଆତ୍ମସମର୍ପଣ ପରେ ଖୋଲିଲା ଗୁମର
ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି। ପୋଲିସ୍ ଇନ୍ଫର୍ମର ସନ୍ଦେହରେ ଘରୁ ଡାକି ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ଗତ ୧୧ ତାରିଖରେ ସୁଡ୍ରା ପଂଚାୟତର ସିନ୍ଧି ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ
ଦିନେ ହାତରେ ଥିଲା ତାଙ୍କର ବନ୍ଧୁକ। ଘଞ୍ଚ ଜଙ୍ଗଲରେ ବୁଲି ବୁଲି ଖେଳୁଥିଲେ ରକ୍ତର ହୋଲି। ହେଲେ ଆଜି ସେ ଜଙ୍ଗଲ ଛାଡି ପହଞ୍ଚିଛନ୍ତି ବିଧାନସଭାରେ। ଆଜି ସେ ବନ୍ଧୁକ ଛାଡି ହାତରେ ଧରିଛନ୍ତି କଲମ। ସେଦିନ ସେ ଲୋକଙ୍କ ପାଇଁ ଲଢୁଥିଲେ, ଆଜି ବି ଲୋକଙ୍କ ପାଇଁ ଲଢୁଛନ୍ତି । ଖାଲି ରାସ୍ତା ଭିନ୍ନ।
ନକ୍ସଲ ସଂଗଠନର ଡାକରା ଦେବା ମାତ୍ରେ ବନ୍ଦ ହୋଇଯାଉଛି ସରକାରୀ ବସ୍ ଚଳାଚଳ। ଲାଲ୍ବାହିନୀ ସହିଦ ସପ୍ତାହ ପାଳନ କରୁଥିବାରୁ ଏବେ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି।
ମାଓବାଦୀଙ୍କ ପୁଣି ବଡ଼ ଧରଣର ଲଙ୍କାକାଣ୍ଡ। ୪୦ରୁ ୫୦ ଜଣ ଯାତ୍ରୀଙ୍କୁ ନେଇ ମାଲକାନଗିରିରୁ ହାଇଦ୍ରାବାଦ ଯାଉଥିବା ବସ୍ରେ ମାଓବାଦୀମାନେ ନିଆଁ ଲଗାଇ ଦେଇଛନ୍ତି।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆନ୍ଧ୍ର-ଓଡ଼ିଶା ସୀମାରେ ଥିବା ସ୍ୱାଭିମାନ ଅଞ୍ଚଳରେ ମାଟିତଳୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଟିଫିନ୍ ବୋମା, ଦେଶୀ ବନ୍ଧୁକ, ଭଙ୍ଗା ରିଭଲଭର ଆଦି ସୁରକ୍ଷାବାହିନୀ ଜବତ କରିଛନ୍ତି।
ପ୍ରଜାକୋର୍ଟ ବସାଇ ୨ ଜଣ ଗ୍ରାମବାସୀଙ୍କୁ ମାଓବାଦୀମାନେ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଛତିଶଗଡ଼ ବିଜାପୁରରେ ମାଓବାଦୀମାନେ ଏହି ନୃଶଂସ କାଣ୍ଡ ଘଟାଇଛନ୍ତି।
ଏ ଯୁଗର ସାବିତ୍ରୀ। ଠିକାଦାର ଭାବି ଇଂଜିନିୟର ସ୍ୱାମୀଙ୍କୁ ଉଠାଇ ନେଇଥିଲେ ମାଓବାଦୀ। ଘଞ୍ଚ ଜଙ୍ଗଲରେ ଭୟରେ କଟିଲା ୭ ଦିନ। କିନ୍ତୁ ହାର ମାନିନଥିଲେ ପତ୍ନୀ। ଘଞ୍ଚ ଜଙ୍ଗଲରେ ତିନି ବର୍ଷର ପୁଅକୁ କାଖେଇ ସ୍ୱାମୀଙ୍କୁ ଖୋଜିଥିଲେ ଏବଂ ନକ୍ସଲଙ୍କ କବଳରୁ ଫେରାଇ ଆଣିଥିଲେ ନିଜ ସ୍ୱାମୀକୁ…
ମହାରାଷ୍ଟ୍ର ଗଡ଼ଚିରୋଲିରେ ନକ୍ସଲ ଦମନ ଅଭିଯାନରେ ବିରାଟ ସଫଳତା ପାଇବା ପରେ ପୋଲିସ୍ ଟିମଙ୍କୁ ବିପୁଳ ସମ୍ବର୍ଦ୍ଧନା । ପୋଲିସର ଏହି ଏନକାଉଣ୍ଟରରେ ୨୬ ମାଓବାଦୀ ନିପାତ । ମୃତକଙ୍କ ମଧ୍ୟରେ ଥିଲେ ଟପ୍ ମାଓନେତା ।
ମାଲକାନଗିରି ତୁଳସୀ ପାହାଡ଼ରେ ପୁଣି ପୋଲିସ-ମାଓବାଦୀ ଗୁଳି ବିନିମୟ; ମାଓ ଶିବିର ଚାଲିଥିବା ସୂଚନା ପାଇ କମ୍ବିଂ ବେଳେ ଗୁଳି ବିନିମୟ ହୋଇଛି। ଏସ୍ଓଜି ଓ ଡିଭିଏଫ୍ ଯବାନଙ୍କ ସହ ମାଓବାଦୀଙ୍କ ଗୁଳି ବିନିମୟ ଜାରି ରହିଛି
ଦୁର୍ଦ୍ଦାନ୍ତ ମାଓନେତା ଦୁବାସୀ ଶଙ୍କର ଗିରଫ। କୋରାପୁଟ ବୈପାରୀଗୁଡ଼ା ଥାନା ଅଞ୍ଚଳରୁ ଦୁର୍ଦ୍ଦାନ୍ତ ମାଓନେତା ଦୁବାସୀ ଶଙ୍କର ଗିରଫ ନେଇ ଡିଜିପି ସୂଚନା ଦେଇଛନ୍ତି।
ପୁଣି ମୁଣ୍ଡ ନେଲେ ମାଓବାଦୀ। ରାୟଗଡ଼ା ଜିଲ୍ଲା ଆମ୍ବାଦଳା ଥାନା ଅନ୍ତର୍ଗତ ଟିକରପଡ଼ା ଗାଁର ଜଣେ ଗ୍ରାମରକ୍ଷୀଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି।ମାଓମାଦୀମାନେ ତାଙ୍କୁ ମାଡ଼ ମାରିବା ସହ ଗୁଳି କରି ଗାଁ ଦାଣ୍ଡରେ ହତ୍ୟା କରିଥିଲେ।