Advertisment

ବସ୍‌ରେ ନିଆଁ ଲଗାଇ ଦେଲେ ମାଓବାଦୀ, ଓଡ଼ିଶାରୁ ହାଇଦ୍ରାବାଦ ଯାଉଥିଲେ ୫୦ ଯାତ୍ରୀ...

ମାଓବାଦୀଙ୍କ ପୁଣି ବଡ଼ ଧରଣର ଲଙ୍କାକାଣ୍ଡ। ୪୦ରୁ ୫୦ ଜଣ ଯାତ୍ରୀଙ୍କୁ ନେଇ ମାଲକାନଗିରିରୁ ହାଇଦ୍ରାବାଦ ଯାଉଥିବା ବସ୍‌ରେ ମାଓବାଦୀମାନେ ନିଆଁ ଲଗାଇ ଦେଇଛନ୍ତି।

author-image
Rajalaxmi Sahoo
Maoists Torch Bus In Andhra Pradesh

Maoists Torch Bus In Andhra Pradesh

ମାଓବାଦୀଙ୍କ ପୁଣି ବଡ଼ ଧରଣର ଲଙ୍କାକାଣ୍ଡ। ଯାତ୍ରୀଙ୍କୁ ଗାଡ଼ିରୁ ଓହ୍ଲାଇ ବସ୍‌ ଜାଳି ଦେଇଛନ୍ତି ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର କୁତୁର ନିକଟରେ ମାଓବାଦୀମାନେ ଏଭଳି ହିଂସାକାଣ୍ଡ ଘଟାଇଛନ୍ତି। ଦଣ୍ଡକାରଣ୍ୟ ଡିଭିଜନ ମାଓ ସଂଗଠନ ପକ୍ଷରୁ ବନ୍ଦ ଡାକରା ବେଳେ ଏହି ଘଟଣା ଘଟିଛି। 

Advertisment

ସୂଚନା ଅନୁସାରେ,  ୪୦ରୁ ୫୦ ଜଣ ଯାତ୍ରୀଙ୍କୁ ନେଇ ମାଲକାନଗିରିରୁ ହାଇଦ୍ରାବାଦ ଯାଉଥିବା ବସ୍‌ରେ ମାଓବାଦୀମାନେ ନିଆଁ ଲଗାଇ ଦେଇଛନ୍ତି। ନିଆଁ ଲଗାଇବା ପୂର୍ବରୁ ମାଓବାଦୀମାନେ ଯାତ୍ରୀଙ୍କୁ ଗାଡ଼ିରୁ ଓହ୍ଲାଇ ଏଥିରେ ନିଆଁ ଲଗାଇ ଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। 

ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

Maoists
Advertisment
Advertisment