/odishatv-khabar/media/post_attachments/uploadimage/library/16_9/16_9_0/Maoist_1694236690.jpg)
Maoist
ନାଚଗୀତରେ ମସଗୁଲ ମାଓବାଦୀ । ମାଓ କ୍ୟାମ୍ପରେ ମାଓବାଦୀ ମାନେ ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ । ମାଲକାନଗିରି ସୀମାନ୍ତ ଛତିଶଗଡ ବସ୍ତର ଜିଲ୍ଲାର ଏକ ଅଜ୍ଞାତ ସ୍ଥାନରେ ଥିବା ମାଓ କ୍ୟାମ୍ପରେ ମାଓବାଦୀ ମାନେ ନାଚୁଥିବା କୁହାଯାଉଛି । ଏହି ଭିଡିଓରେ ଅନେକ ମାଓବାଦୀ ମାଓ ୟୁନିଫର୍ମ ସହ ବନ୍ଧୁକ ଧରି ନାଚୁଛନ୍ତି । ପରସ୍ପରର ହାତ ଧରି କୌଣସି ଏକ ଗୀତରେ ନାଚୁଥିବାର ଦେଖିବାକୁ ମିଳିଛି ।
Advertisment
ଏଥିରେ କିଛି ସାଧାରଣ ଲୋକ ମଧ୍ୟ ଅଛନ୍ତି । ଏମାନଙ୍କ ମଧ୍ୟରେ ଉଭୟ ପୁରୁଷ ଏବଂ ମହିଳା ମାଓବାଦୀ ଥିବା ବେଳେ ଅନ୍ୟ କିଛି ମାଓବାଦୀ ମାନେ ବନ୍ଧୁକ ଧରି ପାଖରେ ଠିଆ ହୋଇଛନ୍ତି । ଆଉ କିଛି ନକ୍ସଲ ବାଜା ବଜାଉଛନ୍ତି । ଯେତେବେଳେ ମାଓବାଦୀ ମାନେ କୌଣସି ଅଘଟଣ ଘଟାନ୍ତି ଏବଂ ଏଥିରେ ସଫଳତା ହାସଲ କରନ୍ତି.. ସେତେବେଳେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ ବୋଲି ବିଶେଷଜ୍ଞ କହିଛନ୍ତି ।...
ତେବେ ଏହି ମାଓବାଦୀଙ୍କ ନୃତ୍ୟ କେଉଁ ସଂଗଠନର ଏହାକୁ ନେଇ କୌଣସି ମାଓ ସଂଗଠନ ସ୍ପଷ୍ଟ କରିନାହାନ୍ତି .... ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)