Explosives Found From Ground
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆନ୍ଧ୍ର-ଓଡ଼ିଶା ସୀମାରେ ଥିବା ସ୍ୱାଭିମାନ ଅଞ୍ଚଳରେ ମାଟିତଳୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଟିଫିନ୍ ବୋମା, ଦେଶୀ ବନ୍ଧୁକ, ଭଙ୍ଗା ରିଭଲଭର ଆଦି ସୁରକ୍ଷାବାହିନୀ ଜବତ କରିଛନ୍ତି।
Advertisment
ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏସ୍ଓଜି, ଡିଭିଏଫ୍ ଓ BSF ପକ୍ଷରୁ ମିଳିତ ଭାବେ ସ୍ୱାଭିମାନ ଅଞ୍ଚଳରେ କମ୍ବିଂ ଅପରେସନ୍ ଚଳାଇଥିଲେ। ଏହି ସମୟରେ ଯନ୍ତ୍ରୀ ପଞ୍ଚାୟତ ନାଦମେଞ୍ଜେରୀ ଗାଁ ପାଖ ଜଙ୍ଗଲରୁ ସୁରକ୍ଷାବଳ ଏହି ବିସ୍ଫୋରକ ଠାବ କରିଥିଲେ।
ମାଓବାଦୀମାନେ ଏହି ବିସ୍ଫୋରକ ସହାୟତାରେ IED ତିଆରି କରି ପୋଲିସ ଓ ଗ୍ରାମବାସୀକୁ ଟାର୍ଗେଟ କରିବା ଯୋଜନା କରିଥିଲେ ବୋଲି ସନ୍ଦେହ କରାଯାଉଛି। ଆସନ୍ତା ୨୪ ତାରିଖରେ ସ୍ୱାଭିମାନ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ହେବ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)