/odishatv-khabar/media/post_attachments/uploadimage/library/16_9/16_9_0/s_1699509081.jpg)
Maoists Hideout Weapons In Cave
ଗୁମ୍ଫା ପାଲଟିଛି ମାଓବାଦୀଙ୍କ ଅସ୍ତ୍ର ଭଣ୍ଡାର । ମାଲକାନଗିରି ତୁଳସୀ ପାହାଡ଼ରେ ଥିବା ଗୁମ୍ଫାରେ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ରଖୁଥିବା ଜଣାପଡ଼ିଛି । କମ୍ବିଂ ଅପରେସନ ବେଳେ ବିଏସ୍ଏଫ ଯବାନ ଏଭଳି ତଥ୍ୟ ପାଇଛନ୍ତି ।
ଗୁମ୍ଫା ନିକଟରେ କମ୍ବିଂ ବେଳେ ବିପୁଳ ପରିମାଣର ବିସ୍ଫୋରକ ସମେତ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ମାଓବାଦୀ ଏଠାରୁ ଅପରେଟ କରୁଥିବା ସନ୍ଦେହ କରାଯାଉଛି । ମାଓ ବିରୋଧୀ ଅପରେସନ ବେଳେ ତୁଳସୀ ପାହାଡ଼ରେ ଥିବା ଗୁମ୍ଫାରୁ ଟିଫିନ ବୋମା, ଗ୍ରେନେଡ୍, ୱାକିଟକି ଓ ବିପୁଳ ପରିମାଣର ମାଓ ପୁସ୍ତିକା ଜବତ ହୋଇଛି ।
#କମ୍ବିଂ_ଅପରେସନ_ବେଳେ_ସାମ୍ନାକୁ_ଆସିଲା_ଚାଞ୍ଚଲ୍ୟକର_ତଥ୍ୟ
ତୁଳସୀ ପାହାଡ଼ରେ ଥିବା ଗୁମ୍ଫାରେ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ରଖୁଥିବା ଜଣାପଡ଼ିଛି...#Maoists#Odishapic.twitter.com/DXx4lb9bE6— ଓଟିଭି (@otvkhabar) November 9, 2023
ତେବେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବାକୁ ମାଓବାଦୀ ରଚିଥିବା ଯୋଜନାକୁ ବିଏସ୍ଏଫ ଯବାନ ପଣ୍ଡ କରିଛନ୍ତି । ଆଖପାଖ ଅଞ୍ଚଳରେ ମାଓବାଦୀ ଓ ଆହୁରି ଅସ୍ତ୍ରଶସ୍ତ୍ର ଥିବା ସନ୍ଦେହରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)