/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703157110.jpg)
Odisha Police
ରାଜ୍ୟରେ ମାଓବାଦୀଙ୍କ ମୁକାବିଲା ଲାଗି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣିବ ଓଡ଼ିଶା ପୋଲିସ । ବିଶେଷ କରି କର୍ଣ୍ଣର ସଟ୍ ୱିପେନ୍ ଓ ଅତ୍ୟାଧୁନିକ ଡ୍ରୋନ୍ ଅକ୍ତିଆର କରିବାକୁ ଯୋଜନା ହୋଇଛି । ଗତକାଲି ଭୁବନେଶ୍ୱରରେ ମାଓ ମୁକାବିଲା ନେଇ ବସିଥିବା ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି । ଅତ୍ୟାଧୁନିକ କର୍ଣ୍ଣର ସଟ୍ ୱିପେନ୍ ଦ୍ୱାରା ଶତ୍ରୁଙ୍କୁ ସହଜରେ ଦେଖି ଟାର୍ଗେଟ କରାଯାଇପାରିବ ।
ଏହି ଅସ୍ତ୍ରରେ ଥିବା ବଙ୍କା ବ୍ୟାରେଲ୍ ଓ ସିଧା ବଟ୍ ଦ୍ୱାରା ଗୋଟିଏ କୋଣରୁ ଡାହାଣ କିମ୍ବା ବାମକୁ ଟାର୍ଗେଟ କରାଯାଇ ଶତ୍ରୁକୁ ନିପାତ କରିହେବ । ଏଥିରେ ଲାଗିଥିବା କ୍ୟାମେରା ୯୦ ଡିଗ୍ରୀ ପର୍ଯ୍ୟନ୍ତ ବୁଲିପାରିବ । ଏହି ୱିପେନ୍ ସିଷ୍ଟମରେ ରାତିରେ ଦେଖି ହେଉଥିବା କ୍ୟାମେରା, ଅଦୃଶ୍ୟ ଲେଜର ସହ ଟାକଟିଟାଲ୍ ଫ୍ଲାସ୍ ଲାଇଟ୍ ଲାଗିଛି ।
ସେହିପରି ଓଡ଼ିଶା ପୋଲିସ ପାଇଁ ଉଚ୍ଚମାନର ୬ଟି ଡ୍ରୋନ୍ ମଧ୍ୟ କିଣିବାକୁ ଗତକାଲିର ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏବେ ରାଜ୍ୟ ପୋଲିସ ମାଓ ବିରୋଧୀ ଅଭିଯାନ ଲାଗି ଡ୍ରୋନ୍ ବ୍ୟବହାର କରୁଥିଲେ ହେଁ ରାତିରେ ଅଭିଯାନ ଲାଗି ହାଇଟେକ୍ ଡ୍ରୋନ୍ ଅଣାଯିବ । ବିଶେଷ କରି ନକ୍ସଲ ପ୍ରଭାବିତ ଅଞ୍ଚଳରେ ସର୍ଭିଲାନ୍ସ ଦିଗରେ ଏହାର ଉପଯୋଗ କରାଯିବ ।
ଗତକାଲି ବସିଥିବା ବୈଠକରେ ଡିଜିପି ସୁନୀଲ ବଂଶଲ ପୋଲିସ ବାହିନୀର ଅତ୍ୟାଧୁନିକୀକରଣ ଉପରେ ଗୁରୁତ୍ୱ ଦିଆଯଆଉଥିବା ସୂଚନା ଦେଇଥିଲେ । ଏହି ବେଠକରେ ପୋଲିସ୍ ଡିଆଇଜି, ଗୁଇନ୍ଦା ବିଭାଗ, ନକ୍ସଲ ପ୍ରଭାବିତ ଜିଲ୍ଲାର ଏସପି, ବିଏସଏଫ, ସିଆରପିଏଫ ଅଧିକାରୀ ସାମିଲ ହୋଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)