'କିଟ୍ କର୍ତ୍ତୃପକ୍ଷ ଛାତ୍ରୀ ମୃତ୍ୟୁ ଘଟଣାକୁ ଚାପି ଦେବାକୁ ଚେଷ୍ଟା କରିଛନ୍ତି । ଖାଲି ସେତିକି ନୁହେଁ ୧୫ଶହ ପିଲାଙ୍କୁ ବସରେ କଟକ ରେଲୱେ ଷ୍ଟେସନରେ ଛାଡ଼ିଦେଲେ। ଏହାର ଶୀଘ୍ର ତଦନ୍ତ କରାଯାଉ ।’
ଆଜି ବିଶ୍ବବିଦ୍ୟାଳୟ ବାହାରେ ପ୍ରଚଣ୍ଡ ଖରାରେ ବସି ଛାତ୍ରଛାତ୍ରୀମାନେ ନୀରବ ପ୍ରତିବାଦ କରିଛନ୍ତି। ଏହି ଅବସରରେ ହଷ୍ଟେଲ ଛାଡ଼ିବା ପାଇଁ ସେମାନଙ୍କୁ କିପରି ବାଧ୍ୟ କରାଯାଇଥିଲା, ଗଣମାଧ୍ୟମ ଆଗରେ କହିଛନ୍ତି ଛାତ୍ରଛାତ୍ରୀ।
କିଟରେ ପଢ଼ୁଥିବା ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ହଇଚଇ । ଘଟଣାରେ କିଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି କଲେ ବିଜେପି ବିଧାୟକ ବାବୁ ସିଂ ।
ରାଜଧାନୀର ଛାତି ଉପରେ କିଟ୍ ନାଁରେ ଶହ ଶହ ଏକର ଜମି ହଡ଼ପ ନେଇ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ରହିଛି ଲମ୍ବା ଅଭିଯୋଗ ଫର୍ଦ୍ଦ ।
କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଆଜି ହେବ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ । ଭୁବନେଶ୍ବରର ଏମ୍ସରେ ବ୍ୟବଚ୍ଛେଦ କରାଯିବ ।
ନେପାଳ ପ୍ରଧାନମନ୍ତ୍ରୀଙ୍କ ଉଦବେଗ ପରେ ଛେପ ଢୋକିଛନ୍ତି କିଟ୍ କର୍ତ୍ତୃପକ୍ଷ। ପିଲାଙ୍କୁ ଜୋର୍ କରି ବିଦା କରିସାରିବା ପରେ ସେମାନଙ୍କୁ ଫେରିବାକୁ ଅପିଲ୍ କରିଛନ୍ତି। ଯେଉଁମାନେ ଯାଇଛନ୍ତି ବା ଯିବାକୁ ବସିଛନ୍ତି ଫେରିବାକୁ ନୋଟିସ୍ କରି କର୍ତ୍ତୃପକ୍ଷ ଅପିଲ୍ କରିଛନ୍ତି।
ରବିବାର ରାତିରେ କିଟ୍ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ନେପାଳୀ ଛାତ୍ରୀ ପ୍ରକୃତି ଲମସାଲ୍ ଆତ୍ମହତ୍ୟା କରିଥିଲେ। ସେ ତାଙ୍କ ରୁମ୍ରେ ଝୁଲି ପଡ଼ିଥିଲେ। ଏହି ଘଟଣାକୁ ନେଇ ରବିବାର ରାତିରୁ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଥିଲା। କିଟ୍ରେ କାର୍ଯ୍ୟରତ ଦୁଇ ଜଣ ମହିଳା ପିଲାମାନଙ୍କୁ ବୁଝାଇବା ପରିବର୍ତ୍ତେ ଧମକ ଦେଉଥିବା ଦେଖିବାକୁ ମିଳିଛି।
ଛାତ୍ରଛାତ୍ରୀଙ୍କୁ ବିଦା କରିବା ପାଇଁ ବଳ ପ୍ରୟୋଗ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। କିଛି ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ୱାର୍ଡେନ ପାଇପରେ ପିଟିଥିବା ନେଇ ଅଭିଯୋଗ ମଧ୍ୟ ଆସିଛି। ସେହିପରି ରହିବା, ଖାଇବା ଏପରିକି ଟିକେଟ ପାଇଁ ମଧ୍ୟ ପଇସା ନ ଥିବା ବେଳେ ଛାତ୍ରଛାତ୍ରୀ ମାନେ କଣ କରିବେ ତାକୁ ନେଇ ଦ୍ବନ୍ଦ୍ବରେ ରହିଛନ୍ତି।
ଭୁବନେଶ୍ବରର KIIT ବିଶ୍ୱବିଦ୍ୟାଳୟରେ ଉତ୍ତେଜନା। ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। KIITରେ ପଢୁଥିବା ଜଣେ ଛାତ୍ରୀ ହଷ୍ଟେଲ୍ କ୍ୟାମ୍ପସ ଭିତରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଏହି ଘଟଣାରେ ଉତ୍ୟକ୍ତ ନେପାଳ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ପରିସରରେ ଭଙ୍ଗାରୁଜା କରିଛନ୍ତି। ପୋଲିସ ସନ୍ଦେହରେ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି।
କିଏ ସାରିଥିଲେ ରେଗୁଲାରାଇଜେସନ ପ୍ରକ୍ରିୟା, ଉଠିଲା ପ୍ରଶ୍ନ । କିସମ ପରିବର୍ତ୍ତନ ପ୍ରକ୍ରିୟାରେ ରୋକ୍ ଲଗାଇଲେ କେନ୍ଦ୍ରମନ୍ତ୍ରୀ ।