• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kiit

କିଟ୍‌ କାଣ୍ଡ: ଆସିଲା ବଡ଼ ଖବର
KIIT University: କିଟ୍‌ କାଣ୍ଡ: ପୁଣି ୬ ଜଣଙ୍କୁ ନୋଟିସ୍‌, ୨୭ରେ ହାଜର ହେବାକୁ ନିର୍ଦ୍ଦେଶ

ଉଚ୍ଚସ୍ତରୀୟ କମିଟି ପାଖରେ ୨୭ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ୬ ଜଣଙ୍କୁ ନୋଟିସ୍‌ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବଢ଼ିଲା କିଟ୍ ଅଡୁଆ
KIIT Suicide Row: କିଟ୍ ପାଇଁ ବଢ଼ିଲା ଅଡୁଆ,ରିପୋର୍ଟ ମାଗିଲା UGC

ନେପାଳ ଛାତ୍ରୀ ମୃତ୍ୟୁ ମାମଲାକୁ ଗୁରୁତ୍ବର ସହ ନେଇ  ରିପୋର୍ଟ ତଲବ କରିଛି ୟୁଜିସି । ଛାତ୍ରୀଙ୍କ ମୃତ୍ୟୁ ଓ ପରବର୍ତ୍ତୀ ଘଟଣା କେମିତି ଘଟିଲା ? ୧୬-୧୭ ରାତିରେ KIITରେ ଘଟିଥିବା ଘଟଣାକୁ ନେଇ ରିପୋର୍ଟ ମଗାଯାଇଛି ।

KIIT
KIIT occupying Public road: ସରକାରୀ ଜମି ପରେ ସଡକ ହଡପ କରିଛି କିଟ, ସାଧାରଣ ଲୋକଙ୍କୁ ବାଟ ଛାଡୁନି

କେବଳ ସରକାରୀ ଜମି ବା ଜଙ୍ଗଲ ଜମି ନୁହେଁ, ସରକାରୀ ରାସ୍ତାକୁ ବି ହଡପ୍ କରିଛନ୍ତି କିଟ୍ ପ୍ରତିଷ୍ଠାତା ତଥା ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ। ଇଡକୋ ରାସ୍ତାରେ ନିଜ ସଂସ୍ଥା କିଟ୍ ନାଁରେ ଗେଟ୍ ନିର୍ମାଣ କରି ଓ ସେଠାରେ ସିକ୍ୟୁରିଟି ଜଗାଇ ହାଇଜାକ୍ କରିନେଇଛନ୍ତି ସର୍ବସାଧାରଣ ରାସ୍ତା।

KIIT
KIIT Unoiversity Row: ଭିସିଙ୍କ ସହ ଭିଡିଓ କଲ, କାନ୍ଦି ପକାଇଲେ ନେପାଳୀ ଛାତ୍ରଙ୍କ ବାପା

ପ୍ରଥମେ ପିଲାଙ୍କୁ ପିଟି ବିଦା କଲେ, ଏବେ ଫେରାଇ ଆଣିବାକୁ ବିକଳ। କିଟରେ ଛାତ୍ରୀ ମୃତ୍ୟୁ ପରେ ନେପାଳ ଛାତ୍ରଛାତ୍ରୀଙ୍କୁ ଯେଉଁଭଳି ଦୁର୍ବ୍ୟବହାର କରିବା ସହ ମାଡ଼ ମରାଯାଇଥିଲା ଏବଂ ତାଙ୍କୁ ରେଲୱେ ଷ୍ଟେସନରେ ଛାଡି ଦିଆଯାଇଥିଲା,ତାକୁ ନେଇ ଅଭିଭାବକଙ୍କ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

କିଟ୍ ଘଟଣାରେ ସିପିଏମର ବିଷୋଦଗାର
KIIT Suicide Row: କିଟ୍ ଘଟଣାରେ ପୋଲିସ କମିଶନରଙ୍କୁ ଭେଟି ପୋଲିସର ନିଷ୍କ୍ରିୟତା କଥା କହିଲା CPIM

ନେପାଳ ଛାତ୍ରଛାତ୍ରୀଙ୍କୁ କିଟର କର୍ମଚାରୀ ଓ ବାଉନ୍ସର ଅର୍ଥାତ ଭଡାଟିଆ ଗୁଣ୍ଡାମାନେ ଯେତେବେଳେ ପିଟୁଥିଲେ ସେତେବେଳେ ପୋଲିସ୍ ଚୁପ୍ ରହିଥିଲା । ଯେଉଁ ବାଉନ୍ସରମାନେ ପିଟୁଥିଲେ, ସେମାନଙ୍କୁ ପୋଲିସ୍ ଗିରଫ କରିନାହିଁ ବୋଲି କହିଛନ୍ତି ଜନାର୍ଦ୍ଦନ । ଏହି ବାଉନ୍ସରଙ୍କ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କ ଅପରାଧିକ ପୃଷ୍ଠଭୂମି ଯାଞ୍ଚ କରାଯିବାକୁ ସେ ଦାବି କରିଛନ୍ତି ।

Nepal Human Rights Commission Seeks Justice
KIIT Suicide Row: କିଟ୍ ଘଟଣାରେ ନେପାଳ ମାନବାଧିକାର କମିଶନଙ୍କ ଚିଠି, ତୁରନ୍ତ ନ୍ୟାୟ ଦିଅ

ଶୀଘ୍ର ତଦନ୍ତ କରି ନ୍ୟାୟ ପ୍ରଦାନ ପାଇଁ ଭାରତୀୟ ମାନବଧିକାର କମିଶନକୁ ଚିଠି ଲେଖିଲେ ନେପାଳ ମାନବାଧିକାର କମିଶନ। ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମାଡମରା ଓ ଦୁର୍ବ୍ୟବହାର ନେଇ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ନେପାଳ ମାନବାଧିକାର କମିଶନ।

Kiit University Row
‘ରଦ୍ଦ ହେଉ କିଟର ଡିମ୍ ଡ ୟୁନିଭର୍ସିଟି ଷ୍ଟାଟସ୍’

କାହିଁକି ରଦ୍ଦ ନହେବ କିଟର ଡିମ୍ ଡ ୟୁନିଭର୍ସିଟି ଷ୍ଟାଟସ୍? ବିଶ୍ୱ ଦରବାରରେ ଓଡ଼ିଶାକୁ ନିନ୍ଦିତ କରିଥିବା କାଣ୍ଡ ପାଇଁ କିଟ୍ ବିରୋଧରେ ଦୃଷ୍ଟାନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ରାଜ୍ୟ ସରକାରଙ୍କୁ ଆହ୍ୱାନ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । କହିଛନ୍ତି କିଟ୍ କ୍ୟାମ୍ପସରେ ରେସିଜିମ୍ ଚାଲିଥିଲା, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଅପରପକ୍ଷେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତଙ୍କ ଗିରଫ ଦାବିରେ ଥମିବାର ନାଁ ନେଉନି ତାତି । 

KIIT University Row
KIIT University Row: କିଟ୍‌ ଘଟଣା; ନେପାଳ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ 

କିଟ୍‌ ଘଟଣାରେ ନେପାଳ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ପ୍ରତିଶ୍ରୁତି ଦେଲେ । 

Special Drive to Be Planned to Claim Lands Encroached by KIIT University: Odisha Law Minister
‘ଜରବରଦଖଲ ମୁକ୍ତ ହେବ କିଟ୍’

କିଟ୍ ପ୍ରତିଷ୍ଠାତାଙ୍କ ଦ୍ୱାରା ସରକାରୀ ଜମି ଓ ଜଙ୍ଗଲ ଜମି ଜବରଦଖଲ ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ସୂଚନା... ଯେଉଁଠି ଯେଉଁଠି ଜବରଦଖଲ ଅଛି, ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଓ GA ବିଭାଗ ପକ୍ଷରୁ ସ୍ପେଶଲ ଡ୍ରାଇଭ୍ ପାଇଁ ଯୋଜନା ହେଉଛି । ବହୁତ୍ ଶୀଘ୍ର ଏନେଇ ସଂପୃକ୍ତ ବିଭାଗ ପଦକ୍ଷେପ ନେବେ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ ..

ବିଜୟ ପଟ୍ଟନାୟକଙ୍କ ବିସ୍ପୋରକ ବୟାନ
Bijay Patnaik On KIIT Row: ପୂର୍ବତନ ମୁଖ୍ୟ ଶାସନସଚିବଙ୍କ ବିସ୍ଫୋରକ ବୟାନ...କିଟ୍‌କୁ କାରଣ ଦର୍ଶାଅ ନୋଟିସ୍ ଜାରି ହେଉ

ସେମାନଙ୍କ ଦେଶର ବଜେଟଠୁ କିଟ୍ ବଜେଟ ଅଧିକ କହିବା ନିନ୍ଦନୀୟ। ଓଡିଶା ସରକାର ଦେଖାଇଦେବା ଦରକାର ଯେ, ଦେଶ ଉପରେ କଥା ଆସିଲେ କାହାକୁ ଛଡା ଯିବା ଉଚିତ ନୁହେଁ। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କିଟ୍ ବିରୋଧରେ ନେବା ଦରକାର। ନଚେତ ବିଦେଶୀ ଛାତ୍ରଛାତ୍ରୀ ଓଡ଼ିଶା ଆସି ପଢିବା ପାଇଁ ଭୟ କରିବେ ବୋଲି ପୂର୍ବତନ ମୁଖ୍ୟ ଶାସନସଚିବ ଚେତାଇ ଦେଇଛନ୍ତି।

KIIT
ସାମ୍ନାକୁ ଆସିଲା କିଟ୍ କେଳେଙ୍କାରୀର ଆଉ ଏକ ତଥ୍ୟ

ଆଉ ପରେ ତତ୍କାଳୀନ ସରକାରୀ କଳ ଓ ଅଫିସରଙ୍କୁ ହାତ ବାରିସି କରି ସବୁ ନିୟମ କାନୁନକୁ ମୋଡ଼ି ମକଚି ନିଜର ନାମରେ କରି ନେଇଛନ୍ତି ରାଜଧାନୀ ଛାତି ଉପରେ ଥିବା ଏକର ଏକର ମୂଲ୍ୟବାନ ଜମି।

KIIT
ଅଚ୍ୟୁତ ସାମନ୍ତଙ୍କୁ ଆରେଷ୍ଟ କର, ଜୁଡିସିଆରି ଇନକ୍ୱାରି ହେଉ...

ଆଜି ଏ ସମ୍ପର୍କିତ ମୁଲତବି ଆଲୋଚନାରେ ଭାଗ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି ସିଧାସଖଳ ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବିରେ ଅଡ଼ି ବସିବା ସହ ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦିଆନଗଲେ ଧାରଣାରେ ବସିବାକୁ ଦେଇଛନ୍ତି ଧମକ।

achyuta
Achyuta Samant Investigated: ଅଢେଇ ଘଣ୍ଟାର ଜେରା ପରେ ବାହାରିଲେ ଅଚ୍ୟୁତ ସାମନ୍ତ

କିଟ ଛାତ୍ରୀ ମୃତ୍ୟୁ ଓ ଛାତ୍ର ଛାତ୍ରୀଙ୍କୁ ମାଡ ଘଟଣାରେ କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଜେରାର ସମ୍ମୁଖୀନ ହୋଇଛନ୍ତି। ଦୀର୍ଘ ଅଢେଇ ଘଣ୍ଟା ଧରି ଜେରାର ସମ୍ମୁଖୀନ ହେବା ପରେ ବାହାରକୁ ବାହାରିଥିଲେ ଅଚ୍ୟୁତ।

KIIT
KIIT Land Fraud: ଜବରଦଖଲ ସରକାରୀ ଜମି ଉପରେ କିଟ, ସରକାରୀ କଳକୁ ହାତ କରି ଲୁଟୁଥିଲେ ଅଚ୍ୟୁତ

ପ୍ରତିଦିନ ସାମ୍ନାକୁ ଆସୁଛି କିଟ୍ କେଳେଙ୍କାରୀର ନୂଆ ନୂଆ ତଥ୍ୟ। ଗତକାଲି ସିଏଜି ଧରିଥିବା କିଟ୍ ଜମି କେଳେଙ୍କାରୀ ଜଣା ପଡିଥିଲା। ଆଉ ଆଜି ଯେଉଁ ତଥ୍ୟ ଓଟିଭି ହାତରେ ଲାଗିଛି, ତାହା ଜଳଜଳ ଦେଖାଉଛି, କିଭଳି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବେଆଇନ ଭାବେ ସରକାରୀ ଜମିକୁ ଜବରଦଖଲ କରି ଗଢ଼ି ତୋଳୁଥିଲେ ବହୁତଳ କୋଠା।

Kiit
KIIT Issue in Assembly:କିଟ ପାଇଁ କମ୍ପୁଛି ବିଧାନସଭା, ବର୍ଷିଲେ ସବୁ ଦଳର ନେତା

କିଟ୍ କେଳେଙ୍କାରୀକୁ ନେଇ ପୁଣି କମ୍ପିଲା ବିଧାନସଭା। ଅଚ୍ୟୁତଙ୍କୁ ଗିରଫ କର, ନେପାଳୀ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦିଅ। ଆଜି କିଟ୍ ପ୍ରସଙ୍ଗରେ ମୁଲତବି ଆଲୋଚନା ବେଳେ ବର୍ଷିଲେ ସବୁ ଦଳର ନେତା।

KIIT
ସତ ମାନିଗଲା କି ମୃତ କିଟ୍‌ ଛାତ୍ରୀଙ୍କ ପୂର୍ବତନ ପ୍ରେମିକ?

କାହିଁକି ମୃତ ଛାତ୍ରୀଙ୍କ ସହିତ କରିଥିଲା ଖରାପ ବ୍ୟବହାର? ଅଭିଯୁକ୍ତକୁ ଗିରଫ କରି ଭୁବନେଶ୍ୱର କମିଶନରେଟ୍‌ ପୋଲିସ୍‌ ଏପରି ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

KIIT
୮୦୦ ଟଙ୍କାରେ ଚାକିରି କରୁଥିବା ବ୍ୟକ୍ତି କେମିତି ୧୫ ହଜାର କୋଟିର ହେଲେ ମାଲିକ?

କେଉଁ ସରକାର ତାଙ୍କୁ ପ୍ରୋତ୍ସାହନ ଦେଉଥିଲେ। ରାତାରାତି ଜମି କର୍ନ୍‌ଭସନ କେମିତି କରୁଥିଲେ? ଦୁର୍ନୀତିରେ ପାହାଡ଼ ଉପରେ ଛିଡ଼ା ହୋଇଥିବା ବ୍ୟକ୍ତି କେମିତି ରାଜ୍ୟସଭାକୁ ଗଲେ?

MEA
KIIT Suicide: କିଟ ଛାତ୍ରୀ ଆତ୍ମହତ୍ୟା ମାମଲା, ଦୁଃଖ ପ୍ରକାଶ କଲା ବୈଦେଶିକ ମନ୍ତ୍ରାଳୟ

କିଟ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରାଯାଇଛି।

କିଟ୍‌ କାଣ୍ଡ, ଅଚ୍ୟୁତ୍ ହାଜର
KIIT Student Death Case: କିଟ୍‌ କାଣ୍ଡ: ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେଲେ ଅଚ୍ୟୁତ ସାମନ୍ତ

ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତକାରୀ କମିଟି ଆଗରେ ହାଜର ହୋଇଛନ୍ତି KIIT ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ।

KIIT
ହାଜର ହେଲେ ନିଲମ୍ୱିତ କର୍ମଚାରୀ ମଞ୍ଜୁଶା ଓ ଜୟନ୍ତୀ

ନୋଟିସ୍‌ ମୁତାବକ ଆଜି ଅପରାହ୍ନରେ ନିଲମ୍ବିତ କର୍ମଚାରୀ ମଞ୍ଜୁଶା ପାଣ୍ଡେ, ଜୟନ୍ତୀ ନାଥଙ୍କ ସମେତ ଅନ୍ୟମାନେ ହାଜର ହୋଇଥିଲେ। ସେହି ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ସେମାନଙ୍କୁ ନାନା ପ୍ରଶ୍ନ ପଚାରିଥିଲେ।

‘ନ୍ୟାୟିକ ତଦନ୍ତ କରି ଅଚ୍ୟୁତଙ୍କୁ ବାନ୍ଧ’
Tara Bahinipati on KIIT Issues: ‘ନ୍ୟାୟିକ ତଦନ୍ତ କରି ଅଚ୍ୟୁତ ସାମନ୍ତଙ୍କୁ ଗିରଫ କର’: ତାରା ପ୍ରସାଦ ବାହିନୀପତି

ନ୍ୟାୟିକ ତଦନ୍ତ କରି ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରାଯାଉ । କାହିଁକି ଏ ପର୍ଯ୍ୟନ୍ତ ଅଚ୍ୟୁତ ସାମନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି ତାରା ପ୍ରଶ୍ନ କରିଛନ୍ତି ।

BJP
କିଟ୍‌ କେଳେଙ୍କାରୀକୁ ନେଇ ଏମିତି କହିଲେ ଜୟନାରାୟଣ ମିଶ୍ର

’ମାମଲାର ଯାଞ୍ଚ ପାଇଁ ଯାଞ୍ଚ କମିଟି ବସିଛି। ମାଡ଼ ମାରିଥିବା ବାଉନ୍‌ସରଙ୍କୁ ମଧ୍ୟ ଗିରଫ କରାଯାଇଛି। ଯେଉଁ ଅଧ୍ୟାପକମାନେ ନେପାଳର ବଜେଟକୁ କିଟ୍‌ର ବଜେଟ ସହିତ ତୁଳନା କରିଥିଲେ ଓ ଛାତ୍ରଛାତ୍ରୀଙ୍କୁ ଅପମାନ କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।’

IAS
KIIT Nepali Student Case: କାହା ଛତ୍ରଛାୟା ତଳେ କିଟ୍‌ ସାମ୍ରାଜ୍ୟ ବଢାଇଥିଲେ ଅଚ୍ୟୁତ ସାମନ୍ତ?

ତେବେ ଏଠି ପ୍ରଶ୍ନ ଉଠୁଛି, ତାରାଙ୍କ କଥାରେ କେତେ ସତ୍ୟତା ଅଛି? କିଟ୍‌ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ, IAS ବିଶାଳ ଦେବଙ୍କ ପତ୍ନୀ ଡାକ୍ତର ଶ୍ରୁତି ବିଶାଳ ଦେବ କିଡସରେ କାମ କରୁଛନ୍ତି ଡେଣ୍ଟିଷ୍ଟ ଭାବେ।

Tara Bahinipati Demands Arrest
KIIT Suicide Row: କିଟ୍ ପାଇଁ ବାହାରିଲେ ବିଜେଡି ବିଧାୟକ, ମନ୍ତ୍ରୀ କହିଲେ ତଦନ୍ତ ହେବ, କିନ୍ତୁ ତାରା…

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଶ୍ନ କଲେ, କିଟ୍ ଘଟଣାରେ ଅଚ୍ୟୁତ ସାମନ୍ତଙ୍କୁ କାହିଁକି ଗିରଫ କରାଯାଉନାହିଁ ? ଆଇନ ମନ୍ତ୍ରୀ କହିଲେ, ତଦନ୍ତ ଚାଲିଛି । ଦୋଷୀ ଯେତେ ବଡ ଲୋକ ହେଲେ ବି ଆକ୍ସନ ହେବ । ବିଜେଡି ବିଧାୟକ କିଟ୍ ପାଇଁ ବାହାରି କହିଲେ, ବଦନାମ୍ କରାନଯାଉ ।

KIIT
KIIT Suicide Row: ହାଇଲେବୁଲ୍‌ କମିଟି ଆଗରେ ହାଜର ପାଇଁ ଅଚ୍ୟୁତ ସାମନ୍ତଙ୍କୁ ନିର୍ଦ୍ଦେଶ

ଗତ ରବିବାର ସନ୍ଧ୍ୟାରେ କିଟ୍‌ ବିଶ୍ୱବିଦ୍ୟାଳୟରେ ପାଳିତ ହେଉଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଆଉ ସେହି କାର୍ଯ୍ୟକ୍ରମକୁ ଉପଭୋଗ କରୁଥିଲେ କର୍ମଚାରୀ ଓ ଛାତ୍ରଛାତ୍ରୀ। କୋଳାହଳ ଭିତରେ ବି-ଟେକ୍‌ ଇଞ୍ଜିନିୟରିଂ ପଢ଼ୁଥିବା ନେପାଳ ଛାତ୍ରୀ ନିଜ ରୁମ୍‌ରେ ଝୁଲି ପଡ଼ିଥିଲେ।