Advertisment

Indian Army Forces: ସେନାର ଦମ୍ଭୋକ୍ତି, ପାକିସ୍ତାନରେ ଯେଉଁଠି ଯେତେବେଳେ ଚାହିଁବୁ, ଉଡାଇଦେବୁ

ପାକିସ୍ତାନର ୧୩ଟି ସାମରିକ ଘାଟିକୁ ଧ୍ବଂସ କରିବା ପରେ, ପ୍ରମାଣିତ ହୋଇଛି ଯେ ଭାରତୀୟ ସେନା ପାଇଁ ଅପହଞ୍ଚ ନୁହେଁ ଶତ୍ରୁଦେଶର କୌଣସି ବି ସ୍ଥାନ । ବିଭିନ୍ନ ସାମରିକ ଘାଟିରେ ଧ୍ବଂସଲୀଳା କଥା ବଖାଣି ମିଳିତ ପ୍ରେସମିଟରେ ଦମ୍ଭୋକ୍ତି ପ୍ରକାଶ କରଛି ଭାରତୀୟ ସେନା ।

author-image
Namita Biswal
ଅଦ୍ୟତନ ହୋଇଛି
Indian Army Forces

Indian Army Forces

ଦୈର୍ଘ୍ୟରୁ ପ୍ରସ୍ଥ, ତାଳୁରୁ ତଳିପା... କରାଚି ହେଉ କି ଇସଲାମାବାଦ, ପିଣ୍ଡି ହେଉ କି ପଞ୍ଜାବ... ଭାରତୀୟ ସେନା ପାଇଁ ଅପହଞ୍ଚ ନୁହେଁ ପାକିସ୍ତାନର କୌଣସି ଗୋଟିଏ ବି ସାମରିକ ଘାଟି । ଯେଉଁଠି ଚାହିଁବୁ, ସେଇଠି ଉଡ଼ାଇବୁ... ଯେତେବେଳେ ଚାହିଁବୁ, ସେତେବେଳେ ଉଡ଼ାଇବୁ । ଇଏ ତାରି ପ୍ରମାଣ । ଆଜି ତିନି ସେନାର ମିଳିତ ପ୍ରେସମିଟରେ ପ୍ରଦର୍ଶିତ ମ୍ୟାପକୁ ଦେଖନ୍ତୁ । ଏଗୁଡ଼ିକ ୧୩ଟି ନାଲି ବିନ୍ଦୁ ନୁହେଁ, ଇଏ ୧୩ଟି 'ସିନ୍ଦୂର' ଦାଗ । ମାନେ- ପାକିସ୍ତାନ ଛାତିରେ 'ଅପରସେନ୍ ସିନ୍ଦୂର' ଛାଡ଼ିଥିବା ୧୩ଟି ରକ୍ତାକ୍ତ ଜଖମ୍ । 

Advertisment

ଭାରତୀୟ ଫାଇଟର୍ ଜେଟ୍, ମିଜାଇଲ୍ ଓ ଡ୍ରୋନ୍ ପାକିସ୍ତାନ ମାଟିରେ ତାଣ୍ଡବ ରଚିବା ପରେ, ଆଜି ତାର ତାଜା ଚିତ୍ର ଦେଖାଇଛି ସେନା । ଉତ୍ତରରେ ନୂର ଖାନ୍, ମୁରିଦ୍, ସରଗୋଧା, ଗୁର୍ଜନୱାଲା, ପସରୁର୍, ଲାହୋର୍, ଚୁନିଆଁଠୁ ନେଇ ମଝିରେ ରଫିକି, ରହିମ୍ ୟାର୍ ଖାନ୍, ଜାକୋବାବାଦ୍ ଓ ସୁକ୍କୁର ଏବଂ ଦକ୍ଷିଣରେ ଭୋଲାରି ଓ କରାଚୀ। ପାକିସ୍ତାନର ଏହି ୧୩ଟି ବାୟୁସେନା ଘାଟି, ରାଡାର୍ ସାଇଟ୍ ଓ ଅନ୍ୟ ସାମରିକ ଘାଟିରେ ଭୀଷଣ କ୍ଷୟକ୍ଷତି କରିଛି ଭାରତୀୟ ସେନା । ଦେଖନ୍ତୁ ଜାକୋବାବାଦ ସ୍ଥିତ ଶାହବାଜ୍ ଏୟାରବେସର ପୂର୍ବ ଓ ପରର ଚିତ୍ରକୁ । ସେଠାରେ ହ୍ୟାଙ୍ଗର ସାଇଟ୍ ଛିନଛତ୍ର ହୋଇଯାଇଥିବା ବେଳେ, କରାଚୀ ମାଲିର କାଣ୍ଟ ଏୟାର ଡିଫେନ୍ସ ସାଇଟ ବି ଭୀଷଣ କ୍ଷତିଗ୍ରସ୍ତ ହୋଇଛି ।

ଅଧିକ ପଢ଼ନ୍ତୁ: ପାକିସ୍ତାନୀ ହ୍ୟାକର୍‌ ଟାର୍ଗେଟରେ ଭାରତୀୟ, ଅଜଣା ଲିଙ୍କ୍‌ରେ କ୍ଲିକ୍‌ କରୁଥିଲେ ହୁଅନ୍ତୁ ସାବଧାନ !

Advertisment

ଅପରେସନ୍ ସିନ୍ଦୂର ବେଳେ ଗୋଟିଏ ପଟେ ଭାରତ ଶତ୍ରୁଦେଶରେ ଅଗ୍ନିବର୍ଷା କରୁଥିବା ବେଳେ, ଅନ୍ୟପଟେ ନିଜ ଦେଶକୁ ଘୋଡ଼ାଇ ରଖିଥିଲା ସୁରକ୍ଷିତ ଢାଲରେ । ଦେଖନ୍ତୁ ଶତ୍ରୁ ପାଇଁ କେମିତି ଅଭେଦ୍ୟ ଭାରତୀୟ ଆକାଶ ? ସେନାର ସୂଚନା ଅନୁସାରେ, ୮ ଓ ୯ ତାରିଖ ରାତିରେ ପାକିସ୍ତାନ ଭାରତକୁ ପଠାଇଥିଲା ଚାଇନା ମେଡ୍ PL-15 ମିଜାଇଲ୍, ଲଙ୍ଗ ରେଞ୍ଜ୍ ରକେଟ୍, ଆତ୍ମଘାତୀ ଡ୍ରୋନ୍, ୟୁଏଭି, ତୁର୍କୀ ନିର୍ମିତ ବାଇକର୍ ୟିହା ଓ ସୋନଗର୍ ଡ୍ରୋନ୍ ଏବଂ କ୍ବାଡ୍ରାକପ୍ଟର। ତେବେ ଏସବୁକୁ ଗୋଟି ଗୋଟି କରି ମଝି ଆକାଶରେ ଉଡ଼ାଇ ଦେଇଥିଲା ୩ ସେନାର ମିଳିତ ଏୟାର ଡିଫେନ୍ସ ସିଷ୍ଟମ୍ । 

ଶତ୍ରୁ ଅସ୍ତ୍ରର ଖଣ୍ଡ ବିଖଣ୍ଡିତ ଧ୍ବଂସାବଶେଷର ଫଟୋ ଦେଖାଇବା ସହ, ସେନା ପକ୍ଷରୁ ସୂଚନା ଦିଆଯାଇଛି ଯେ- ଇଣ୍ଟିଗ୍ରେଟେଡ୍ ଏୟାର ଡିଫେନ୍ସ ଆଣ୍ଡ୍ ୱିପନ୍ ସିଷ୍ଟମ୍ ୪ଟି ସ୍ତରରେ ଏକ ଗ୍ରୀଡ୍ ଭଳି ଆମ ଆକାଶକୁ ଘୋଡ଼ାଇ ରଖିଛି । ପାକିସ୍ତାନ ଆଡ଼ୁ ଆସୁଥିବା ଅସ୍ତ୍ରକୁ ରାଡାର୍ ଚିହ୍ନଟ କରିବା ପରେ, ଆବଶ୍ୟକତା ଅନୁସାରେ ନିଶାନା ଲଗାଉଥିଲା ଲଙ୍ଗ୍ ରେଞ୍ଜ, ମିଡିୟମ୍ ରେଞ୍ଜ, ନଚେତ୍ ସର୍ଟ ରେଞ୍ଜ ସର୍ଫେସ୍ ଟୁ ଏୟାର୍ ମିଜାଇଲ୍ । ଶେଷ ଲେୟରରେ ରୋକୁଥିଲା କାଉଣ୍ଟର ଡ୍ରୋନ୍, କାନ୍ଧରୁ ଫାୟାର୍ ହେଉଥିବା ମ୍ୟାନ୍ ପ୍ୟାଡ୍ ଏବଂ ଲୋ ଲେଭେଲ୍ ଏୟାର ଡିଫେନ୍ସ ଗନ୍ ଇତ୍ୟାଦି । 

କେବଳ ମଡର୍ଣ୍ଣ ନୁହେଁ, ପିଚୋରା ଭଳି ଭିଣ୍ଟେଜ୍ ଏୟାର ଡିଫେନ୍ସ ସିଷ୍ଟମ୍ ବି ଭାରି ପଡ଼ିଥିଲା ପାକିସ୍ତାନର ଆଧୁନିକ ହତିଆର ଉପରେ । ଆକାଶ ବି ଦେଖାଇଥିଲା କମାଲ୍ । ଏଥିସହ ସଫ୍ଟ କିଲ୍ ଓ ହାର୍ଡ କିଲ୍ ଅର୍ଥାତ୍ ସିଗ୍ନାଲ୍ ଜାମ୍ କରି ଏବଂ ଲେଜର୍ ଦ୍ବାରା ବି ଖସିଥିଲା ବହୁ ପାକିସ୍ତାନୀ ଡ୍ରୋନ୍ । ବାୟୁସେନାର ଇଣ୍ଟିଗ୍ରେଟେଡ୍ ଏୟାର୍ କମାଣ୍ଡ ଆଣ୍ଡ୍ କଣ୍ଟ୍ରୋଲ ସିଷ୍ଟମ୍ (IACCS) ଦ୍ବାରା ଏସବୁ ପରିଚାଳିତ ହୋଇଥିଲା । ସେପଟେ ନୌସେନାର ସ୍ବତନ୍ତ୍ର ଫ୍ଲିଟ୍ କ୍ୟାରିୟର ବ୍ୟାଟେଲ୍ ଗ୍ରୁପ୍ ଏକ ରାଡାର୍ ବବଲ୍ ତିଆରି କରିଥିବା ବେଳେ, ସୀମା ଜଗୁଥିବା ବିଏସ୍ଏଫ୍ ଯବାନ ବି ଏହି ଅପରେସନରେ ସାମିଲ ହୋଇଥିଲେ ।

ଆଜିର ସାମ୍ବାଦିକ ସମ୍ମିଳନୀରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛି ସେନା । କୁହାଯାଇଛି ଯେ, ଗତ କିଛି ବର୍ଷ ଧରି ଆତଙ୍କୀ ଗତିବିଧିରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ସେନା ସହ ସାଧାରଣ ଲୋକଙ୍କ ଉପରେ ବି ଆକ୍ରମଣ ହେଉଥିଲା । ଆଉ ପହଲଗାମ୍ ବେଳକୁ ପାପ କୁମ୍ଭ ଭରିସାରିଥିଲା । ପୂରା ଅନୁମାନ ଥିଲା ଯେ, ପାକିସ୍ତାନ ସୀମା ସେପଟୁ ଆକ୍ରମଣ କରିବ। ତେଣୁ ସେଥିପାଇଁ ନିଜ ଏୟାର ଡିଫେନ୍ସ ସିଷ୍ଟମ୍ ସହ କାଉଣ୍ଟର୍ ମ୍ୟାନ୍ଡ ଏରିଏଲ୍ ସିଷ୍ଟମ୍ ଓ ଇଲେକ୍ଟ୍ରୋନିକ୍ ୱାରଫେୟାର୍ ସାଧନକୁ ତୟାର୍ ରଖାଯାଇଥିଲା । ଏବେ ଆମର ସମସ୍ତ ଏୟାରଫିଲ୍ଡ ସବୁ ଦିଗରୁ ଅପରେସନାଲ୍ ଅଛି ଏବଂ ଆବଶ୍ୟକ ପଡ଼ିଲେ ଆଗକୁ ବି ଆମେ ମୁକାବିଲା ପାଇଁ ପୂରା ପ୍ରସ୍ତୁତ ଅଛୁ । 

ଅଧିକ ପଢ଼ନ୍ତୁ:  କେମିତି ରହିଛି ଆନ୍ତର୍ଜାତୀୟ ସୀମୀବର୍ତ୍ତୀ ଅଂଚଳର ଦୃଶ୍ୟ...

ବ୍ୟୁରୋ ରିପୋର୍ଟ, ଓଟିଭି

Pakistan India Pakistan War Air Strike Operation Sindoor
Advertisment
Advertisment