• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

କିଟ୍ କାଣ୍ଡର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଦ୍ବାରା ମାମଲାର ତଦନ୍ତ କରାଯିବ । ଏଥିପାଇଁ ୩ଟି ବିଭାଗର ସଚିବଙ୍କୁ ନେଇ କମିଟି ଗଠନ କରାଯାଇଛି । ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଏବଂ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ସଚିବ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟିର ସଦସ୍ୟ ଅଛନ୍ତି । 

ଅଧିକ ପଢ଼ନ୍ତୁ: କୁତ୍ସିତ କାରନାମା, ନ୍ୟାୟ ମାଗୁଛି 'କିଟ୍' ପୀଡ଼ିତା; ଭୟଙ୍କର ସନ୍ଦେହ ଘେରରେ କର୍ତ୍ତୃପକ୍ଷ

କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଓ ଏହାକୁ ନେଇ ପ୍ରତିବାଦକାରୀ ଛାତ୍ରଛାତ୍ରୀଙ୍କୁ ମାରପିଟ୍ କରାଯିବା ମାମଲାର ତଦନ୍ତ କରାଯିବ । ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ କୁହାଯାଇଛି । ସେହିପରି କିଟ୍ କ୍ୟାମ୍ପସରେ ସ୍ଥିତିକୁ ସ୍ବାଭାବିକ ଅବସ୍ଥାକୁ ଆଣିବା ପାଇଁ ଭୁବନେଶ୍ବର ଏଡିଏମ୍ ଉପସ୍ଥିତ ରହିବେ । 


ସେପଟେ କିଟ୍ ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନେପାଳୀ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । କ୍ୟାମ୍ପସ୍  ଛାଡ଼ିଥିବା ପିଲା ବର୍ତ୍ତମାନ କେଉଁଠି ଅଛନ୍ତି ଜଣାଇବେ ଏବଂ କେତେ ପିଲା ଫେରୁଛନ୍ତି ଘଣ୍ଟାକୁ ଘଣ୍ଟା ଅନ୍ତରରେ ରିପୋର୍ଟ କରିବେ କିଟ୍ କର୍ତ୍ତୃପକ୍ଷ । ଫେରୁଥିବା ପିଲାଙ୍କ ବିରୋଧରେ ପ୍ରତିଶୋଧ ନିଆଯାଇପାରିବ ନାହିଁ । 

ଏହି ଘଟଣା ସମ୍ପର୍କରେ କ'ଣ ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସରକାରଙ୍କୁ ଜଣାଇଲେ ନାହିଁ’, କେଉଁ କାରଣରୁ ସାଇନ ଡାଏ କରାଗଲା, କାହିଁକି କଟକ ରେଲୱେ ଷ୍ଟେସନରେ ଛାତ୍ରଛାତ୍ରୀଙ୍କୁ ଛଡ଼ାଗଲା ବୋଲି ଜବାବ ମାଗିଛନ୍ତି ସରକାର । ଏଥିସହ ଭାରତ-ନେପାଳ ସମ୍ପର୍କ ଅବନତି ହେଲା ଭଳି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କୁ ନିଲମ୍ବିତ କରାଯାଇଥିବା କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ।

ଏହାରି ମଧ୍ୟରେ ଗତକାଲି କିଟ୍‌ ବିଶ୍ବବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ୫ ଜଣଙ୍କୁ ଜାମିନ ମିଳିଛି । ୩ ନିର୍ଦ୍ଦେଶକ ଶିବାନନ୍ଦ ମିଶ୍ର, ପ୍ରତାପ ଚମ୍ପତି, ସୁଧୀର ରଥଙ୍କ ସମେତ ୨ ସୁରକ୍ଷାକର୍ମୀ ରମାକାନ୍ତ ନାୟକ, ଯୋଗେନ୍ଦ୍ର ବେହେରାଙ୍କୁ ଭୁବନେଶ୍ବର ଜେଏମ୍‌ଏଫ୍‌ସି-୨ ଜାମିନ ପ୍ରଦାନ କରିଛନ୍ତି । 


ଅଧିକ ପଢ଼ନ୍ତୁ: କିସ୍‌ରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ନେଇ ଡାହା ମିଛ ତଥ୍ୟ ଦେଇଛନ୍ତି ଅଚ୍ୟୁତ!

OTV is now on Whatsapp

Join and get latest news update delivered to you via whatsapp

Join Now