Advertisment

KIIT Suicide Row: ତଦନ୍ତ ରିପୋର୍ଟ ଆସିଲେ କିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ, କହିଲେ ବୈଷୟିକ ଶିକ୍ଷାମନ୍ତ୍ରୀ

କିଟ୍ କର୍ତ୍ତୃପକ୍ଷଙ୍କ ଛାତ୍ରଛାତ୍ରୀଙ୍କ ପ୍ରତି ବ୍ୟବହାର ଅସମ୍ବେଦନଶୀଳ ଓ ନିନ୍ଦନୀୟ। ସବୁ ସମସ୍ୟାର ସମାଧାନ ଥାଏ। ସମ୍ବେଦନତାର ସହ ଘଟଣାକୁ ସମ୍ଭାଳିବା ଆବଶ୍ୟକ ଥିଲା ବୋଲି ମନ୍ତ୍ରୀ କହିଛନ୍ତି ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Minister Sampad Swain On KIIT

Minister Sampad Swain On KIIT

କିଟ୍ ଉପରେ ବର୍ଷିଛନ୍ତି ଶିଳ୍ପ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ । କିଟ୍ କତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ପ୍ରତି ଯେଉଁ ବ୍ୟବହାର କରିଛନ୍ତି ତାହା ନିନ୍ଦନୀୟ ବୋଲି କହିଛନ୍ତି । ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେପାଳ ପିଲାମାନେ ଫେରି ଆସିବାକୁ ଅପିଲ କରିଛନ୍ତି । ଏହା ସହ କ୍ୟାମ୍ପସ ଭିତରେ କିଭଳି ଶାନ୍ତିଶୃଙ୍ଖଳା ଫେରି ଆସିବ, ସେ ଦିଗରେ ଚେଷ୍ଟା ହେଉଛି। କିଟ୍ କର୍ତ୍ତୃପକ୍ଷଙ୍କର ଛାତ୍ରଛାତ୍ରୀଙ୍କ ପ୍ରତି ବ୍ୟବହାର ଅସମ୍ବେଦନଶୀଳ ଓ ନିନ୍ଦନୀୟ। ସବୁ ସମସ୍ୟାର ସମାଧାନ ଥାଏ। ସମ୍ବେଦନତାର ସହ ଘଟଣାକୁ ସମ୍ଭାଳିବା ଆବଶ୍ୟକ ଥିଲା ବୋଲି ମନ୍ତ୍ରୀ କହିଛନ୍ତି । କିଟ୍ କର୍ତ୍ତୃପକ୍ଷଙ୍କ ମନମାନି ଆଦୌ ଗ୍ରହଣୀୟ ନୁହେଁ । ଏହାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କିଟ୍ କ୍ୟାମ୍ପସ ଯାଇ ଘଟଣାର ଅନୁଧ୍ୟାନ କରିଛନ୍ତି ।

Advertisment

ତଦନ୍ତ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାର ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ପୁନର୍ବାର କିପରି ଏ ଘଟଣା ନ ହେବ ସେଥିପ୍ରତି ସରକାର ସଚେତନ ଅଛନ୍ତି । ମନ୍ତ୍ରୀ କହିଛନ୍ତି, ଅଭିଯୋଗ ଆଧାରରେ କିଟ୍ ଜମି ଦୁର୍ନୀତିର ତଦନ୍ତ ହେବ। ଏହି ସରକାରରେ କୌଣସି ପ୍ରକାର ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ । ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦୃଢ଼ ଭାବେ କହିଛନ୍ତି ମନ୍ତ୍ରୀ । 

କିଟ୍ ବିରୋଧରେ ବଢ଼ିଚାଲିଛି ବିଭିନ୍ନ ସଂଗଠନର ଆନ୍ଦୋଳନ । ନ୍ୟାୟ ଦାବିରେ ଧାରଣା ସହ ସଂଧ୍ୟାରେ ବିଦେଶୀ ଛାତ୍ରଛାତ୍ରୀ କ୍ୟାଣ୍ଡେଲ୍ ରାଲି କରିଥିଲେ ।  ବିଭିନ୍ନ ସଂଗଠନ କିଟ୍ ଗେଟ୍ ଆଗରେ ଧାରଣା ଦେଇଛନ୍ତି । କେବଳ କ୍ୟାମ୍ପସ ନୁହେଁ, ଲୋୟର ପିଏମଜିରେ ଅଚ୍ୟୁତ ସାମନ୍ତଙ୍କ କୁଶ ପୁତ୍ତଳିକା ଦାହ କରି ବିକ୍ଷୋଭ ପ୍ରଦର୍ଶନ କରିଛି ଏବିଭିପି । ଅଚ୍ୟୁତଙ୍କ ଗିରଫଦାରି ଦାବି କରିଛି ଏବିଭିପି । ତେବେ ଆନ୍ଦୋଳନ ସମୟରେ ପୋଲିସ୍ ସହ ମୁହାଁମୁହିଁ ହୋଇଥିଲେ ସଂଗଠନର ସଦସ୍ୟ । 

Advertisment

ଅଧିକ ପଢ଼ନ୍ତୁ : 'ଶିକ୍ଷା ନାଁ ରେ ଟଙ୍କା ଲୁଟିବା ସହ ଛାତ୍ର ଛାତ୍ରୀଙ୍କୁ ନିର୍ଯାତନା ଦେଉଛି କିଟ୍'

କିଟ୍ ମୁଖ୍ୟ ସିନା ପ୍ରସଙ୍ଗକୁ ନେଇ ମୁହଁ ଖୋଲୁନାହାନ୍ତି, କିନ୍ତୁ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଥିବା ନୂଆ ନୂଆ ଭିଡ଼ିଓ କିଟ୍ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତାକୁ ନେଇ ପ୍ରଶ୍ନ ଉଠାଉଛି । କିଟ୍ କ୍ୟାମ୍ପସ-୬, କୁଇନ୍ସ ହଷ୍ଟେଲର ୧୮ ନମ୍ବର ରୁମରେ ସଂପୃକ୍ତ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଜାଣିବା ପରେ କର୍ମଚାରୀମାନେ କବାଟ ଭାଙ୍ଗି ପଶିବାର ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି ଅପମୃତ୍ୟୁ ଘଟଣାରେ ପୋଲିସ୍ ବଦଳରେ କିଛି କର୍ମଚାରୀ ନିଜେ ନିଜେ ମାମଲତି ଦେଖାଇ ମୃତଦେହକୁ ଉଦ୍ଧାର କରିଛନ୍ତି ।

ଏଭଳି କରିବାକୁ କିଏ ଏମାନଙ୍କୁ ଦେଲା ଅନୁମତି ? ପୋଲିସ ବଦଳରେ ମୃତଦେହକୁ ଉଦ୍ଧାର ପାଇଁ କାହିଁକି ଏତେ ବ୍ୟଗ୍ର କିଟ୍ କର୍ମଚାରୀ ? ଏଭଳି ନାନା ପ୍ରଶ୍ନ ଏବଂ ସନ୍ଦେହ ଭିତରେ ଓଟିଭି ଫୋରସାଇଟରେ ବି ଉଠିଛି ‘କିଟ୍’ ପ୍ରସଙ୍ଗ । ରାଜ୍ୟ ସରକାର କାହିଁକି ଆକ୍ସନ ନେଉନାହାନ୍ତି ବୋଲି ଆଇନ ମନ୍ତ୍ରୀଙ୍କୁ ପ୍ରଶ୍ନ ହୋଇଥିଲା । ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଉଚ୍ଚସ୍ତରୀୟ କମିଟି ଗଠନ କରି ତଦନ୍ତ ଚାଲିଛି । ଯିଏ ବି ଦୋଷୀ ହେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଅଧିକ ପଢ଼ନ୍ତୁ : କିଟ୍‌ ତାତି: ୩ ଦିନ ପରେ ବି କାହିଁକି ଚୁପ୍‌ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ?

Bhubaneswar Odisha Achyuta Samanta KIIT KIIT University Sampad Chandra Swain
Advertisment
Advertisment