Advertisment

India's Strategic Move on PoK: ଭାରତ ଆରମ୍ଭ କରିବ କି POK ଦଖଲ ଅଭିଯାନ ?

ଅପରେସନ୍ ସିନ୍ଦୂରରେ ପାକିସ୍ତାନକୁ ତା ଔକାତ୍ ଦେଖାଇବା ପରେ ଭାରତ ଆରମ୍ଭ କରିବ କି POK ଦଖଲ ଅଭିଯାନ? ଏଣିକି ଆଲୋଚନାର ପ୍ରସଙ୍ଗ କେବଳ POK ବୋଲି ପିଏମ୍ ମୋଦିଙ୍କ ସ୍ପଷ୍ଟ ବାର୍ତ୍ତା...ଏପଟେ 1994 ରିଜୋଲ୍ୟୁସନ୍ କଥା କଂଗ୍ରେସ୍ ମନେପକାଇବା ପରେ ବଢ଼ିଲା ଚର୍ଚ୍ଚା...

author-image
Sujit kumar Swain
ଅଦ୍ୟତନ ହୋଇଛି
India's Strategic Move on PoK

India's Strategic Move on PoK

ପହଲଗାମ୍ ଆଟାକ୍‌ର କଡ଼ା ଜବାବ ଦେଇ ଭାରତ, ପାକିସ୍ତାନ ମାଟିରେ ପାକିସ୍ତାନକୁ ଶକ୍ତ ଚାପୁଡ଼ା ମାରିବା ପରେ ଏବେ ନୂଆଦିଲ୍ଲୀର ପରବର୍ତ୍ତୀ ମିଶନ ହେବ କି ଅପରେସନ୍ ପିଓକେ ? ଦେଶର ସ୍ବାଧୀନତା ପରଠୁ ପାକ୍ ଅଧିନରେ ଥିବା କାଶ୍ମୀରର କିଛି ଅଂଶ ନିଜ ପାଖକୁ ଫେରାଇ ଆଣିବାକୁ ଉଦ୍ୟମ କରିବ କି ଭାରତ ? ଏହା ପୂର୍ବରୁ ଗତକାଲି ପ୍ରଧାନମନ୍ତ୍ରୀ ମୋଦି ରଖିଛନ୍ତି ସ୍ପଷ୍ଟ ବାର୍ତ୍ତା। କହିଛନ୍ତି ପାକିସ୍ତାନ ସହ ଆଲୋଚନା ହେଲେ, ପ୍ରସଙ୍ଗ ହେବ କେବଳ ପିଓକେ। ଆଉ ବିନା ମଧ୍ୟସ୍ଥତାରେ ସିଧାସଳଖ କଥାବାର୍ତ୍ତା ପାଇଁ ଆହ୍ବାନ ପରେ ଭାରତର ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା।

Advertisment

ଅପରେସନ୍ ସିନ୍ଦୂରରେ ପାକିସ୍ତାନକୁ ତା ଔକାତ୍ ଦେଖାଇବା ପରେ ଭାରତ ଆରମ୍ଭ କରିବ କି ପିଓକେ ଦଖଲ ଅଭିଯାନ ? ପାକିସ୍ତାନକୁ ନିଜ ମାଟିରେ ଘାଇଲା କରି ଶକ୍ତି ଓ ସୌର୍ଯ୍ୟ ଦେଖାଇଥିବା ଭାରତ ପିଓକେ ଦଖଲର ଏହା ଉପଯୁକ୍ତ ସମୟ କି ? ଆଗକୁ ପାକିସ୍ତାନ ସହ ଦ୍ବିପାକ୍ଷିକ ଆଲୋଚନା ବେଳେ ପ୍ରସଙ୍ଗ କେବଳ ପିଓକେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋକଠୋକ୍ ବୟାନ ପରେ ବଢିଛି ଏ ଚର୍ଚ୍ଚା। ୧୯୪୭ରୁ ପାକିସ୍ତାନ ଅଧିନରେ ରହି ଆସିଛି ଭାରତର ଅବିଛେଦ୍ୟ ଅଙ୍ଗ ବୃହତ କାଶ୍ମୀରର କିଛି ଅଂଶ। ଯାହାକୁ ପାକିସ୍ତାନ ନିଜର ବୋଲି ଦାବି କରିବା ସହ ଏଠାରେ ଚଳାଇଛି ଆତଙ୍କୀଙ୍କ ଆଡ୍ଡାସ୍ଥଳି। ତେବେ ଅପରେସନ୍ ସିନ୍ଦୂରରେ ପିଓକେର ୫ଟି ସ୍ଥାନରେ ଏୟାର ଷ୍ଟ୍ରାଇକ୍ କରି ଏଠି ଆତଙ୍କୀଙ୍କ ଅନ୍ତୁଡ଼ିଶାଳକୁ ଧ୍ବସ୍ତ ବିଧ୍ବସ୍ତ କରିଛି। ତେଣୁ ଏଭଳି ସ୍ଥିତିରେ ପ୍ରାୟ ୯ ଲକ୍ଷ ୬ ହଜାର ବର୍ଗ କିଲୋମିଟର ପିଓକେ ଅଞ୍ଚଳକୁ ଭାରତ ଏବେ ନିଜ ଅଧିନକୁ ଆଣିବା ଲାଗି ମୋଦି ସରକାର ଆଗକୁ କିଛି ଠୋସ୍ ପଦକ୍ଷେପ ନେବା ଅନୁମାନ କରାଯାଉଛି।

ଅଧିକ ପଢ଼ନ୍ତୁ: ପାକିସ୍ତାନ ବିପକ୍ଷରେ ଗେମ୍ ଚେଞ୍ଜର ସାଜିଲା କି ବ୍ରହ୍ମୋସ ?

୨୦୧୯ରେ ଜାମ୍ମୁ ଓ କାଶ୍ମୀରଠାରୁ ଲଦାଖକୁ ଅଲଗା କରି ଦୁଇଟି ଭିନ୍ନ କେନ୍ଦ୍ର ଶାସିତ ଅଂଚଳ କରିବା ଏବଂ ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଭଳି ଐତିହାସିକ ନିଷ୍ପତ୍ତି ନେଇଛି କେନ୍ଦ୍ରର ମୋଦି ସରକାର। ସେହିଭଳି ଜାମ୍ମୁ ଓ କାଶ୍ମୀରର ଭିତ୍ତିଭୂମି ବିକାଶ ଲାଗି କେନ୍ଦ୍ର ସରକାର ଏଠାରେ ବ୍ୟାପକ ଉନ୍ନୟନ ଯୋଜନା ହାତକୁ ନେଇଛନ୍ତି। ଆଗକୁ ପିଓକେ ଏ ବିକାଶରେ ଭାଗିଦାରୀ ହେବା ଭାରତର ଲକ୍ଷ୍ୟ ବୋଲି କୁହାଯାଉଛି। ଏପଟେ ଅପରେସନ ସିନ୍ଦୂରର ବୃହତ ସଫଳତା ଭିତରେ ଗତକାଲି ବିରୋଧୀ କଂଗ୍ରେସ ବି ଉଠାଇଛି ପିଓକେ ପ୍ରସଙ୍ଗ। ପାକିସ୍ତାନ ପିଓକେ ଖାଲି କରିବାକୁ ଭାରତ ନିର୍ଦ୍ଦେଶ ଦେବାକୁ ୧୯୯୪ରେ ସଂସଦର ଉଭୟ ଗୃହରେ ପାସ ହୋଇଥିଲା ଏକ ଗୁରୁତ୍ବପୂର୍ଣ୍ଣ ରିଜୋଲୁସନ୍। ଯାହାକୁ ନେଇ ବର୍ତ୍ତମାନ ପରିସ୍ଥିତି ଭାରତର ପିଓକେ ଦଖଲ ଉପକ୍ରମକୁ ନେଇ ଚର୍ଚ୍ଚା ଜୋର ଧରିଛି।

Advertisment

ୟା ଭିତରେ ଭାରତ ଓ ପାକିସ୍ତାନ ମଧ୍ୟରେ କାଶ୍ମୀର ବିବାଦର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟସ୍ଥତା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଯାହାକୁ ନେଇ କଂଗ୍ରେସ ନେତା ସଚିନ୍ ପାଇଲଟ୍ ଏ ସମ୍ପର୍କରେ ଭାରତ ସରକାରଙ୍କ ସ୍ପଷ୍ଟ ଆଭିମୁଖ୍ୟ ଜାଣିବାକୁ ଚାହିଥିଲେ। ହେଲେ ଆଲୋଚନା ବେଳେ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ସିଧାସଳଖ ପ୍ରତ୍ୟାଖାନ କରି ଆସୁଛି ଭାରତ।

ଅଧିକ ପଢ଼ନ୍ତୁ: ଶତ୍ରୁର ଛାତିକୁ ଚିରିବ ଭାରତ; ଉଦଘାଟନ ହେଲା କ୍ଷେପଣାସ୍ତ୍ର ଉତ୍ପାଦନ ୟୁନିଟ୍

Narendra Modi Operation Sindoor
Advertisment
Advertisment