• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କିଟ୍‌ ପ୍ରତିଷ୍ଠାତା ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ କଳା ସାମ୍ରାଜ୍ୟ । ଜଣେ ଲାବରୋଟାରୀ ଆସିଷ୍ଟାଣ୍ଟରୁ ଶିକ୍ଷା ବ୍ୟବସାୟର ଟାଇକୁନ୍ । ପୂର୍ବ ସରକାରର ବଳରେ ବଳୀୟାନ ହୋଇଥିଲେ ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ । ସରକାରୀ କଳର ବ୍ୟାପକ ଅପ ବ୍ୟବହାରକୁ ମାଧ୍ୟମ କରି ନିଜ ସାମ୍ରାଜ୍ୟକୁ କମ୍‌ ସମୟ ଭିତରେ ଠିଆ କରିଥିଲେ ରାଜଧାନୀର ଛାତି ଉପରେ ।

ଜମି କେଳେଙ୍କାରୀକୁ ନେଇ ପୂର୍ବତନ ସାଂସଦଙ୍କ ଅଚ୍ୟୁତଙ୍କ ନାଁରେ ଥିଲା ପୁଳା ପୁଳା ଅଭିଯୋଗ । କିନ୍ତୁ ଅଭିଯୋଗର ତଦନ୍ତ ତ ଦୂରର କଥା ଏସବୁ ଜମିକୁ କ୍ଷମତାର ଅପବ୍ୟବହାର ନିଜ ସଂସ୍ଥା ନାଁରେ ଅତି ଚାଲାକ ଭାବେ କରାଇ ନେଉଥିଲେ ସେ । ନୀରିହ ଲୋକଙ୍କୁ କିଛି ଅର୍ଥ ଦେଇ ପଟିଆ ଅଞ୍ଚଳର ଜମିକୁ ମଧ୍ୟ ଜୋରଜବରଦସ୍ତ ନିଜ ନାଁରେ କରିଥିଲେ ସେ । ସାଧାରଣ ଜନତାଙ୍କ ବିରୋଧ ତାଙ୍କ ପାଖରେ କାଟୁ କରୁ ନଥିଲା । କାରଣ ସମସ୍ତ ରାଜନୈତିକ ଓ ପ୍ରଶାସନିକ କ୍ଷମତାକୁ ବେଆଇନ ଭାବେ ବ୍ୟବହାର କରୁଥିଲେ ଅଚ୍ୟୁତ ।

ଅଧିକ ପଢ଼ନ୍ତୁ: ସାମ୍ନାକୁ ଆସିଲା କିଟ୍‌ର ଆଉ ଏକ ଭାଇରାଲ ଭିଡିଓ, ଦେଖନ୍ତୁ...

ସେତେବେଳର ବିଜେଡି ସରକାରରେ ତାଙ୍କୁ ମିଳିଥିଲା ଅଖଣ୍ଡ କ୍ଷମତା । ସେତିକି ନୁହେଁ ନିଜର ଓ ନିଜ ସଂସ୍ଥାର ମିଛ ପ୍ରଚାରରେ ମଧ୍ୟ ମାହିର ଥିଲେ ଅଚ୍ୟୁତ । ଅନ୍ତର୍ଜାତୀୟ ସ୍ତରରେ ନିଜର ସଂସ୍ଥାର ପ୍ରଚାର ଓ ପ୍ରସାର କରି ମୋଟା ଅଙ୍କର ଟଙ୍କା ହାତେଇଥିଲେ । ବିଭିନ୍ନ ଦେଶରୁ ଭିଆଇପି ଓ ଭିଭିଆଇପିଙ୍କୁ ଅତିଥି ରୂପେ ଡାକି ସମ୍ମାନିତ କରି ତାକୁ ହିଁ ପ୍ରଚାରର ଅସ୍ତ୍ର ଭାବରେ ବ୍ୟବହାର କରୁଥିଲେ । ଏତେ ସବୁ ବେଆଇନ କାର୍ଯ୍ୟକଳାପ ପରେ ବି ସୁରକ୍ଷା ମିଳୁଥିଲା ।

କିନ୍ତୁ ନେପାଳୀ ଛାତ୍ରୀ ଜୀବନ ହାରିବା ଘଟଣା କିଟ୍‌ର ସମସ୍ତ ଗୁମରକୁ ପଦାରେ ପକାଇଛି । ବିଶ୍ବ ଦରବାରରେ ଓଡ଼ିଶା ନିନ୍ଦିତ ହୋଇଛି । ତେଣୁ ଏହାକୁ ହାଲୁକା ଭାବେ ଗ୍ରହଣ କରିବା ଉଚିତ୍‌ ନୁହେଁ । ବିଜେପି ବିଧାୟକ ବାବୁ ସିଂ କହିଛନ୍ତି ଜମି କେଳେଙ୍କରୀଠୁ ଆରମ୍ଭ କରି ସବୁ ଘଟଣାର ତଦନ୍ତ ହେଉ । ତାଙ୍କୁ ଗିରଫ କରାଯାଉ ।

କିଟ୍‌ର ନେପାଳୀ ଛାତ୍ରଙ୍କ ଉପରେ ଅମାନୁଷିକ ଭାବେ ମାଡ଼ ମାରିବା ଘଟଣାରେ ବିଜେଡି ମୁହଁ ନ ଖୋଲିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଧାନସଭାରେ ଦଳ ଏ ପ୍ରସଙ୍ଗକୁ ଉଠାଇବା ପରିବର୍ତ୍ତେ ଆଇନ ଶୃଙ୍ଖଳା କଥା କହି ଏଡାଇ ଯାଇଛି । ପୂର୍ବତନ ସାଂସଦ ଅଚ୍ୟୁତଙ୍କ ସମସ୍ତ ବେଆଇନ କାମର ମୁକସାକ୍ଷୀ ସାଜିଥିଲା ବିଜେଡି । ଦଳକୁ ସୁହାଇବା ଭଳି କାମ କରି ମୁଖିଆ ନବୀନ ଓ 5T ସଚିବ ଭିକେ ପାଣ୍ଡିଆନଙ୍କ ଘନିଷ୍ଠ ହୋଇ ଟିକେଟ ବି ହାତେଇ ଥିଲେ ଅଚ୍ୟୁତ । ଆଉ ତାଙ୍କର ରାଜୁତି ଚାଲିଥିଲା ଶାସନ କଳ ଉପରେ ।

ଏତେ ବଡ଼ ଘଟଣା ଘଟିବା ପରେ କିଟ୍‌ ପାଇଁ ଓଡ଼ିଶା ବଦନାମ ହେଲା । ସାରା ଦେଶରେ ଏହାକୁ ନେଇ ଛାତ୍ର ଆନ୍ଦୋଳନ ବି ହେଲାଣି । ବିଭିନ୍ନ ସଂଗଠନ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କିନ୍ତୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଚୁପ୍‌ କାହିଁକି ? ଘଟଣା ଘଟିବାର ୩ ଦିନ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି ନୀରବ ? କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କାହିଁକି କିଟ୍‌ ଉପରେ ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନେଉ ନାହିଁ ? ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିତିରି ସମର୍କ ଥିବା ସନ୍ଦେହ ସୃଷ୍ଟି କରୁଛି ନିଶ୍ଚୟ ।

ଅଧିକ ପଢ଼ନ୍ତୁ: ‘ସେଦିନ ଯାହା ଘଟିଛି, ତାହା ଭୁଲି ହେଉନି...ହଷ୍ଟେଲ ଫେରିବାକୁ ବହୁତ ଭୟ ଲାଗୁଛି’

OTV is now on Whatsapp

Join and get latest news update delivered to you via whatsapp

Join Now