Advertisment

KIIT Student Death: କିଟ୍‌ ତାତି: ୩ ଦିନ ପରେ ବି କାହିଁକି ଚୁପ୍‌ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ?

ନେପାଳୀ ଛାତ୍ରଛାତ୍ରୀ ଭୟଭୀତ ଓ ଫେରାଇ ଆଣିବା ନେଇ ଗଣମାଧ୍ୟମର ପ୍ରଶ୍ନକୁ ଏଡ଼ାଇ ଚାଲି ଯାଇଥିଲେ ଅଚ୍ୟୁତ ସାମନ୍ତ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
KIIT Death Incident Sparks Global Outrage, Achyuta Samanta Remains Silent

ପାଟି ଖୋଲୁ ନାହାନ୍ତି ପ୍ରତିଷ୍ଠାତା

କିଟ୍‌ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ତେଜୁଛି ବିବାଦ । କିଟ୍ ବିଶ୍ବବିଦ୍ୟାଳୟ ପାଇଁ ବଢୁଛି ଅଡୁଆ । ଭୁବନେଶ୍ବରରୁ କାଠମାଣ୍ଡୁ ଯାଏଁ ଘଟଣାକୁ ନେଇ ଉଦବେଗ ପ୍ରକାଶ ପାଇଛି । କିନ୍ତୁ ଏତେ ପରେ ବି ଚୁପ୍ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ମୁହଁ ଖୋଲୁ ନାହାନ୍ତି କି କୌଣସି ପ୍ରତିକ୍ରିୟା ଦେଉ ନାହାନ୍ତି ।

Advertisment

ମୃତ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ କିଟ୍‌ ବିଶ୍ୱ ବିଦ୍ୟାଳୟ ପରିସରରେ ଆନ୍ଦୋଳନ ଜାରି ରହିଛି । ଗତକାଲି ରାତିରୁ କିଟ୍ ବିଶ୍ବବିଦ୍ୟାଳୟ ଗେଟ୍ ସାମନାରେ ପ୍ରତିବାଦରେ ବସିଥିଲେ ନବ ନିର୍ମାଣ ଛାତ୍ର ସଂଗଠନ ସଦସ୍ୟ । ତେବେ ଆଜି ସକାଳୁ ସେମାନଙ୍କୁ ଭେଟିଥିଲେ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । କିନ୍ତୁ ଘଟଣା ସମ୍ପର୍କରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନଥିଲେ । ନେପାଳୀ ଛାତ୍ରଛାତ୍ରୀ ଭୟଭୀତ ଓ ଫେରାଇ ଆଣିବା ନେଇ ଗଣମାଧ୍ୟମର ପ୍ରଶ୍ନକୁ ଏଡ଼ାଇ ଚାଲି ଯାଇଥିଲା ଅଚ୍ୟୁତ ସାମନ୍ତ ।

ଅଧିକ ପଢ଼ନ୍ତୁ: ସାମ୍ନାକୁ ଆସିଲା କିଟ୍‌ର ଆଉ ଏକ ଭାଇରାଲ ଭିଡିଓ, ଦେଖନ୍ତୁ...

କିଟ୍ ଛାତ୍ରୀ ମୃତ୍ୟୁ ଘଟଣାକୁ ୩ ଦିନ ବିତିଲାଣି। ତଥାପି କାହିଁକି ମୁହଁ ଖୋଲୁ ନାହାନ୍ତି କିଟ୍ ପ୍ରତିଷ୍ଠାତା । ଏତେ ତମ୍ବିତଫାନ ପରେ କାହିଁକି ଚୁପ୍ ବୋଲି ପ୍ରଶ୍ନ ଉଠୁଛି । କେବଳ ୪ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଚୁପ୍ ବସିଛନ୍ତି କିଟ୍ କର୍ତ୍ତୃପକ୍ଷ । ଗତକାଲି ଛାତ୍ରୀଙ୍କୁ ନ୍ୟାୟ ଦାବିରେ କ୍ୟାଣ୍ଡେଲ ଜାଳି ପ୍ରତିବାଦ କରିବା ସହ, ହାତରେ ପ୍ଲାକାର୍ଡ ଧରି ଶୋଭାଯାତ୍ରା କରିଥିଲେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ। କିଛି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ କିଟ୍ ପରିସରରେ ଥିବା ଆଇ ଲଭ୍ କିଟ୍ ଫଳକକୁ ବି ଭାଙ୍ଗିଥିଲେ। 

Advertisment

ସେପଟେ ଏହି ଘଟଣା ପରେ ପୁଣି ପଦାକୁ ଆସିଛି କିଟ୍‌ର ଅସଲ ମୁଖା । ସାମ୍ନାକୁ ଆସୁଛି କିଟ୍‌ର ଗୋଟିଏ ପରେ ଗୋଟିଏ ଅବହେଳାର ଚିତ୍ର । ଏବେ ଆଉ ଗୋଟିଏ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ହଷ୍ଟେଲ ରୁମ୍‌ କବାଟ ଭାଙ୍ଗୁଛନ୍ତି ହଷ୍ଟେଲ କର୍ତ୍ତୃପକ୍ଷ। କୁହାଯାଉଛି ଇଏ ହେଉଛି ନେପାଳୀ ଛାତ୍ରୀ ମୃତ୍ୟୁବରଣ କରୁଥିବା ହଷ୍ଟେଲ୍ ରୁମ୍‌ର ଭିଡିଓ । ଏହି ଭିଡିଓ ଘଟଣା ଦିନ ହଷ୍ଟେଲ୍ ରୁମ୍ ଭାଙ୍ଗି ନେପାଳୀ ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରୁଥିବା ବେଳର ବୋଲି କୁହାଯାଉଛି । ତେବେ ଏନେଇ କିଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।

ଛାତ୍ରଛାତ୍ରୀ ଅଭିଯୋଗ କରୁଛନ୍ତି, ପୋଲିସର ବିନା ଉପସ୍ଥିତିରେ ମୃତଦେହକୁ ସ୍ଥାନାନ୍ତର କରାଯାଇଥିଲା । ପୋଲିସ ଆସିବା ଯାଏଁ ଅପେକ୍ଷା କରି ନଥିଲେ କାହିଁକି ? ପୋଲିସକୁ କେତେବେଳେ ଖବର ଦିଆଯାଇଥିଲା ? ଛାତ୍ରୀ ମୃତ୍ୟୁ ପରେ ପୋଲିସକୁ ଖବର ଦିଆଯାଇଥିଲା ତ ? ମୃତଦେହ ସ୍ଥାନାନ୍ତର ପରେ ପୋଲିସକୁ ସୂଚନା ଦେଇଥିଲେ କି ? ଛାତ୍ରୀଙ୍କ ବାପା-ମାଆଙ୍କୁ ଝିଅ ବାବଦରେ ଜଣାଇଥିଲେ କି ? ହସ୍ପିଟାଲ ନେବା ବେଳକୁ ଛାତ୍ରୀ ଜୀବିତ ନଥିଲେ ତ ? ଅନ୍ୟ ପିଲାଙ୍କୁ କାହିଁକି ଦେଖିବାକୁ ଦିଆଗଲାନି ? ପୋଲିସ ଆସିବା ଆଗରୁ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ନଷ୍ଟ ଉଦ୍ୟମ ହୋଇଛି କି ? କି ତଥ୍ୟ ଲୁଚାଉଛନ୍ତି କିଟ୍ କର୍ତ୍ତୃପକ୍ଷ ?

ଅଧିକ ପଢ଼ନ୍ତୁ: କିଟ୍‌ ପ୍ରତିଷ୍ଠାତା ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ କଳା ସାମ୍ରାଜ୍ୟ

Bhubaneswar Achyuta Samanta KIIT Student Suicide KIIT University
Advertisment
Advertisment