• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପରେ ଅନ୍ୟ ନେପାଳ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର, ମାଡ଼ ଓ ହଷ୍ଟେଲରୁ ତଡ଼ିଦେବା ଘଟଣାକୁ ନେଇ ରାଜ୍ୟରୁ ଦେଶ ଯାଏଁ ହଲଚଲ । ଏହି ଘଟଣା ପରେ ପୁଣି ପଦାକୁ ଆସିଛି କିଟ୍‌ର ଅସଲ ମୁଖା । ସାମ୍ନାକୁ ଆସୁଛି କିଟ୍‌ର ଗୋଟିଏ ପରେ ଗୋଟିଏ ଅବହେଳାର ଚିତ୍ର ।

ଏବେ ଆଉ ଗୋଟିଏ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ହଷ୍ଟେଲ ରୁମ୍‌ କବାଟ ଭାଙ୍ଗୁଛନ୍ତି ହଷ୍ଟେଲ କର୍ତ୍ତୃପକ୍ଷ। କୁହାଯାଉଛି ଇଏ ହେଉଛି ନେପାଳୀ ଛାତ୍ରୀ ମୃତ୍ୟୁବରଣ କରୁଥିବା ହଷ୍ଟେଲ୍ ରୁମ୍‌ର ଭିଡିଓ । ଏହି ଭିଡିଓ ଘଟଣା ଦିନ ହଷ୍ଟେଲ୍ ରୁମ୍ ଭାଙ୍ଗି ନେପାଳୀ ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରୁଥିବା ବେଳର ବୋଲି କୁହାଯାଉଛି । ତେବେ ଏନେଇ କିଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।

ଅଧିକ ପଢ଼ନ୍ତୁ: ‘ସେଦିନ ଯାହା ଘଟିଛି, ତାହା ଭୁଲି ହେଉନି...ହଷ୍ଟେଲ ଫେରିବାକୁ ବହୁତ ଭୟ ଲାଗୁଛି’

ଛାତ୍ରଛାତ୍ରୀ ଅଭିଯୋଗ କରୁଛନ୍ତି, ପୋଲିସର ବିନା ଉପସ୍ଥିତିରେ ମୃତଦେହକୁ ସ୍ଥାନାନ୍ତର କରାଯାଇଥିଲା । ପୋଲିସ ଆସିବା ଯାଏଁ ଅପେକ୍ଷା କରି ନଥିଲେ କାହିଁକି ? ପୋଲିସକୁ କେତେବେଳେ ଖବର ଦିଆଯାଇଥିଲା ? ଛାତ୍ରୀ ମୃତ୍ୟୁ ପରେ ପୋଲିସକୁ ଖବର ଦିଆଯାଇଥିଲା ତ ? ମୃତଦେହ ସ୍ଥାନାନ୍ତର ପରେ ପୋଲିସକୁ ସୂଚନା ଦେଇଥିଲେ କି ? ଛାତ୍ରୀଙ୍କ ବାପା-ମାଆଙ୍କୁ ଝିଅ ବାବଦରେ ଜଣାଇଥିଲେ କି ? ହସ୍ପିଟାଲ ନେବା ବେଳକୁ ଛାତ୍ରୀ ଜୀବିତ ନଥିଲେ ତ ? ଅନ୍ୟ ପିଲାଙ୍କୁ କାହିଁକି ଦେଖିବାକୁ ଦିଆଗଲାନି ? ପୋଲିସ ଆସିବା ଆଗରୁ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ନଷ୍ଟ ଉଦ୍ୟମ ହୋଇଛି କି ? କି ତଥ୍ୟ ଲୁଚାଉଛନ୍ତି କିଟ୍ କର୍ତ୍ତୃପକ୍ଷ ?

ସେପଟେ ଏହି ଘଟଣା ପରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ନେପାଳୀ ଛାତ୍ରଛାତ୍ରୀ । ସେମାନେ କହିଛନ୍ତି, ସେଦିନ ଯାହା ଘଟିଛି, ତାହା ଭୁଲି ହେଉନି । ହଷ୍ଟେଲ ଫେରିବାକୁ ବହୁତ ଭୟ ଲାଗୁଛି । ‘କିଟ୍’ ଛାତ୍ରୀ ମୃତ୍ୟୁ ପରବର୍ତ୍ତୀ ଘଟଣା ନେଇ ନେପାଳୀ ଛାତ୍ରଛାତ୍ରୀ ଅସହାୟ ହୋଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ସେଦିନର ଘଟଣା ପରଠୁ ନିଜକୁ ସୁରକ୍ଷିତ ମଣୁନାହୁଁ । କାରଣ ଆମକୁ ମାଡ଼ ମରାଯାଇଛି । ବାଉନସର, କିଟ୍ ଗାର୍ଡ, ଅଧ୍ୟାପକ ସମସ୍ତେ ପିଟି ବିଦା କରିଦେଲେ । ଏପରିକି ବସ୍‌ରେ ପୂରାଇ ଜବରଦସ୍ତ ବସଷ୍ଟାଣ୍ଡ ଏବଂ ରେଳ ଷ୍ଟେସନ୍ ପଠାଇଲେ । ୯୦ ପ୍ରତିଶତ ନେପାଳୀ ପିଲା ଘରକୁ ପଳାଇ ଯାଇଛନ୍ତି । ଏବେ ଫେରିବା ପାଇଁ ମୋବାଇଲ ଯୋଗେ ଅଣ୍ଡରଟେକିଂ ମାଗୁଛନ୍ତି । ଯେ ପର୍ଯ୍ୟନ୍ତ ସୁରକ୍ଷିତ ଅନୁଭବ କରିନୁ, ସେପର୍ଯ୍ୟନ୍ତ ହଷ୍ଟେଲ ଫେରିବୁ ନାହିଁ ବୋଲି ଗଣମାଧ୍ୟମ ସାମ୍ନାରେ ଛାତ୍ରଛାତ୍ରୀ କହିଥିଲେ ।

ଅଧିକ ପଢ଼ନ୍ତୁ: କିଟ୍ ମାମଲାର ତଦନ୍ତ କରିବ ଉଚ୍ଚସ୍ତରୀୟ କମିଟି, ନେପାଳୀ ଛାତ୍ରଙ୍କୁ ଫେରାଇ ଆଣିବାକୁ ନିର୍ଦ୍ଦେଶ

OTV is now on Whatsapp

Join and get latest news update delivered to you via whatsapp

Join Now