Advertisment

Op Sindoor Briefing: ସେନା ପ୍ରେସମିଟ୍‌ରେ କ୍ରିକେଟ-ରାମାୟଣ ଉଦାହରଣ

କ୍ରିକେଟର ଉଦାହରଣ ଦେଲେ, ରାମାୟଣର ପଂକ୍ତି ବି ପଢିଲେ । ମିଳିତ ପ୍ରେସମିଟରେ ଭାରତର ଦୃଢ ଚାରିସ୍ତରୀୟ ପ୍ରତିରକ୍ଷା ବ୍ୟବସ୍ଥା କଥା ବଖାଣିଛନ୍ତି DGMO ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ । ସଫା ସଫା କହିଛନ୍ତି, ପାକିସ୍ତାନ କେବେବି ଭେଦି ପାରିବନି ଆମ ଏୟାର ଡିଫେନ୍ସ ସିଷ୍ଟମ ।

author-image
Namita Biswal
ଅଦ୍ୟତନ ହୋଇଛି
Op Sindoor Briefing

Op Sindoor Briefing

ଗତକାଲି ଶିବ ତାଣ୍ଡବରେ ପାକିସ୍ତାନକୁ ସନ୍ଦେଶ... ଆଜି ସିଧା ଆର ପାର ଲଢେଇର ବାର୍ତ୍ତା । ପାକିସ୍ତାନକୁ ଦିଆଯାଇଥିବା ଜବାବ ଉପରେ ସେନାର ପ୍ରେସବ୍ରିଫିଂ ପୂର୍ବରୁ ଅପରେସନ ସିନ୍ଦୂରର ଏହି ଭିଡିଓ ବେଶ୍ ପ୍ରଭାବୀ । କବିବର ରାମଧାରୀ ସିଂହ ଦିନକରଙ୍କ କାବ୍ୟ ରଶ୍ମିରଥୀର ପଂକ୍ତି 'ଯେତେବେଳେ ମନୁଷ୍ୟର ମୃତ୍ୟୁ ଆସେ, ପ୍ରଥମେ ବିବେକ ମରିଯାଏ' ଆଧାରରେ ଆଜି ସେନା ରଖିଥିଲା ପାକିସ୍ତାନ ବିରୋଧରେ ଅପରେସନର ତଥ୍ୟ ଓ ପ୍ରମାଣ । ସୂଚାଇଥିଲେ, ଏବେ ଆଉ ଅନୁରୋଧ ନୁହେଁ, ଯୁଦ୍ଧ ହେବ, ଜୀବନ ଜିତିବ ନଚେତ୍ ମୃତ୍ୟୁ ହେବ। 

Advertisment

ଅଧିକ ପଢ଼ନ୍ତୁ: ପାକିସ୍ତାନକୁ ମୋଦିଙ୍କ କଡା ଜବାବ; ଆଲୋଚନା ହେବ ତ କେବଳ ଆତଙ୍କବାଦ ଓ PoK ଉପରେ ହେବ

କେବଳ ଭିଡିଓରେ ନୁହେଁ, ପ୍ରେସବ୍ରିଫିଂ ବେଳେ ବି ରାମାୟଣର ପଂକ୍ତି ଉଦ୍ଧାର କରି ଭାରତୀୟ ସେନାର ଶକ୍ତି ଓ ପରାକାଷ୍ଠାର ବ୍ୟାଖ୍ୟା କରିଥିଲେ ଏୟାର ମାର୍ଶଲ ଏ.କେ. ଭାରତୀ । ସେତୁବନ୍ଧ ବାନ୍ଧିବା ପୂର୍ବରୁ ପ୍ରଭୁ ରାମ, କିଭଳି ତିନି ଦିନ କାଳ ସମୁଦ୍ର ଦେବଙ୍କୁ ସ୍ମରଣ କରିଥିଲେ, ହେଲେ ସମୁଦ୍ରଦେବ ତାଙ୍କ ଡାକ ନଶୁଣିବାରୁ ଶେଷରେ ରାମଚନ୍ଦ୍ର କ୍ରୋଧରେ ଅଗ୍ନିପୁଞ୍ଜ ଶର ପ୍ରୟୋଗ କରିଥିଲେ ସେ ପଂକ୍ତି ଶୁଣାଇଥିଲେ । ଯେଉଁଥିରୁ ସମୁଦ୍ର ଦେବଙ୍କୁ ରାମ ଶକ୍ତିର ପରିଚୟ ମିଳିଯାଇଥିଲା ଏବଂ ସେ ପ୍ରକଟ ହୋଇଥିଲେ । 

Advertisment

ଭାରତର ଏୟାର ଡିଫେନ୍ସ ସିଷ୍ଟମକୁ ଭେଦ କରିପାରିବନି ପାକିସ୍ତାନ । କାହିଁକି, ବୁଝାଇବାକୁ ଯାଇ କ୍ରିକେଟର ଉଦାହରଣ ଦେଇଥିଲେ ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ । କହିଥିଲେ ସତୁରୀ ଦଶକର ଆସେସ୍ ଟକ୍କରର କାହାଣୀ। ସେତେବେଳେ ଇଂଲଣ୍ଡ ବ୍ୟାଟରଙ୍କୁ ଜେଫ୍ ଥମ୍ପସନ ଓ ଡେନିସ ଲିଲି ଧରାଶାୟୀ କରିଥିଲେ । ଯଦି ଥମ୍ପସନଙ୍କ ପାଖରୁ ଖସିଲେ ତାହେଲେ ଲିଲିଙ୍କ ଶିକାର ନିଶ୍ଚିତ । ଲଢ଼େଇରେ ଏହି ୨ ବୋଲରଙ୍କୁ ସାମ୍ନା କରି ପାରିନଥିଲା ଇଂଲଣ୍ଡ । ସେହିପରି ଯଦି ତୁମେ ଭାରତ ଆକାଶପଥର ସମସ୍ତ ସ୍ତର ଅତିକ୍ରମ କରିଛ, ତେବେ ଏହି ଫୋର ଲେୟାର ଗ୍ରେଡ୍ ସିଷ୍ଟମର ଗୋଟିଏ ସ୍ତର ତୁମକୁ ଆଘାତ କରିବ ହିଁ କରିବ ବୋଲି କହିଥିଲେ ଡିଜିଏମଓ । 

ଅଧିକ ପଢ଼ନ୍ତୁ: ଶତ୍ରୁର ଛାତିକୁ ଚିରିବ ଭାରତ; ଉଦଘାଟନ ହେଲା କ୍ଷେପଣାସ୍ତ୍ର ଉତ୍ପାଦନ ୟୁନିଟ୍

Indian Army India Pakistan War Pak Terror Attack Operation Sindoor
Advertisment
Advertisment