• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଝୁରୁଛି ଜନ୍ମମାଟି । ବୀର ସହିଦଙ୍କୁ ମନେ ପକାଇ ଆଜି ପର୍ଯ୍ୟନ୍ତ ବି ତାଙ୍କ ମାଆ ଆଖିରୁ ସୁଖୁନି ଲୁହ । କାରଗିଲ ଯୁଦ୍ଧରେ ସହିଦ ହୋଇଥିଲେ ଓଡ଼ିଆ ଯବାନ ଗୋପୀନାଥ ମହାରଣା । ପାକିସ୍ତାନକୁ ଧୂଳି ଚଟାଇ କାରଗିଲର ବିଜୟ ବାନା ଉଡାଇ ଦେଇଗଲେ । ୨୩ ବର୍ଷ ବୟସରେ ସେ ୧୯୯୯ ମସିହା ମେ ୧୯ ତାରିଖରେ ଦେଶ ପାଇଁ ଜୀବନ ଦେଇଥିଲେ । ଆଜି କାରଗିଲ ଦିବସରେ ସହିଦଙ୍କୁ ମନେ ପକାଉଛି ତାଙ୍କ ଗାଁ ମାଟି ସହ ସାରା ରାଜ୍ୟ ଓ ଦେଶ ।

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗାଁରେ ବୀର ସହିଦ ଗୋପୀନାଥ ମହାରଣା ଜନ୍ମ ହୋଇଥିଲେ । ଏଠାରେ ସହିଦ ସ୍ମୃତି ମଣ୍ଡପ ରହିଛି । ସହିଦ ଗୋପୀନାଥ ମହାରଣାଙ୍କ ପ୍ରତିମୂର୍ତ୍ତି ଏଠାରେ ଶୋଭା ପାଉଛି । ଆଜି କାରଗିଲ ବିଜୟ ଦିବସ ଅବସରରେ ସହିଦଙ୍କୁ ଝୁରୁଛି ତାଙ୍କ ଜନ୍ମମାଟି । ହେଲେ ଗୋପୀନାଥଙ୍କ ମାଆଙ୍କ ଆଖିରୁ ସବୁଦିନ ଲୁହ ଝରିଥାଏ । ପ୍ରତିଦିନ ସହିଦଙ୍କ ମାଆ ଝୁମୁରୀ ମହାରଣା ପ୍ରତିମୂର୍ତ୍ତି ନିକଟକୁ ଆସନ୍ତି ନିଜ ପୁଅର ପ୍ରତିମୂର୍ତ୍ତିରେ ଫୁଲଦେଲା ବେଳେ ଆଖିକୁ ଆପେ ଆପେ ଲୁହ ଆସିଯାଏ । ନିଜ ପିନ୍ଧା ଲୁଗାରେ ପୁଅର ପ୍ରତିମୂର୍ତ୍ତିକୁ ପୋଛିଦିଅନ୍ତି । ୟା ଭିତରେ ଅନେକ ବର୍ଷ ବିତିଗଲାଣି, ହେଲେ ମାଆ ଆଖିରୁ ସହିଦ ପୁଅ ପାଇଁ ଲୁହ ଶୁଖିନି । ଏବେବି ସେ ପୁଅକୁ ସ୍ୱପ୍ନ ଦେଖନ୍ତି ବୋଲି କହିଛନ୍ତି ତାଙ୍କ ମାଆ ।

ମାଆ ଝୁମୁରି ମହାରଣା ଓ ପିତା ଯଦୁମଣି ମହାରଣାଙ୍କ ବଡ଼ପୁଅ ଥିଲେ ସହିଦ ଗୋପୀନାଥ ମାତ୍ର । ୧୮ ବର୍ଷ ବୟସରେ ଭାରତୀୟ ସଂଜୁଆ ବାହିନୀ ୫୨୮-ଏଏସପି ବାଟାଲିୟନରେ ଡ୍ରାଇଭର ଭାବେ ସେ କାର୍ଯ୍ୟ କରୁଥିଲେ । ସେଦିନ ଶତ୍ରୁପକ୍ଷ ଗୋଳାବାରୁଦ ସହ ସୈନ୍ୟମାନଙ୍କୁ ଗାଡ଼ିରେ ନେବାବେଳେ ଅତର୍କିତ ଆକ୍ରମଣ କରିଥିଲେ । ଶତ୍ରୁଙ୍କୁ ଖାତିର ନକରି ଗୁଳି ବିଦ୍ଧ ହୋଇ ମଧ୍ୟ ପ୍ରବଳ ପରାକ୍ରମ ଦେଖାଇ ସମସ୍ତ ସୈନିକଙ୍କୁ ସୁରକ୍ଷିତ ଠିକଣାରେ ପହଞ୍ଚାଇ ଦେଇଥିଲେ । ଆଉ ସବୁଦିନ ପାଇଁ ଆଖି ବୁଝିଥିଲେ ।

ହେଲେ ତାଙ୍କର ଏହି ଅସୀମ ବୀରତ୍ୱ ପାଇଁ ପୁରା ବାଟାଲୀୟନ ବଂଚି ଯାଇଥିଲେ । ସେଦିନ ଦେଶ ପାଇଁ ତାଙ୍କ ଉତ୍ସର୍ଗୀକୃତ ମନୋଭାବ ପାଇଁ ଗର୍ବ ଅନୁଭବ କରନ୍ତି ବୋଲି କହିଛନ୍ତି ଗ୍ରାମବାସୀ ।

ଅନ୍ୟପକ୍ଷେ, ଆଜି କାରଗିଲ ବିଜୟ ଦିବସ । ପାକ ବିରୋଧରେ ସେନାର ବୀରତ୍ୱକୁ ମନେପକାଇବା ସହ କାରଗିଲ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଉଛି ସାରାଦେଶ ।